28/02/2026
॥ ଆମ୍ବ ବଉଳ ॥
ଫଗୁଣ ଆସିଲା ଧୀରେ ଧୀରେ,
ଆମ୍ବ ଗଛ କାହିଁ ବାସୁଛି ରେ।
ଡାଳେ ଡାଳେ ଭରି ଆମ୍ବ ବଉଳ,
ମନ କୁ କରିଛି କେତେ ଚପଳ।
ସୁନା ରଙ୍ଗର ସେ ସରୁ ଫୁଲ,
ଦେଖିବାକୁ କେଡ଼େ ସୁନ୍ଦର ଅତୁଲ।
ପାଖରେ ବସି କୋଇଲି ଗାଏ,
କୁହୁ କୁହୁ ରଡ଼ି ମନକୁ ମୋହେ।
ବଉଳ ଝଡ଼ିଲେ କଷି ଫଳିବ,
ମିଠା ଆମ୍ବରେ ବାଡ଼ି ଭରିବ।
ପ୍ରକୃତି ମାଆର ଅପୂର୍ବ ଦାନ,
ମହକେ ହସୁଛି ନିଳଗିରି ବନ।