Ganeswarpur High School

Ganeswarpur High School One of the finest high schools of Puri district. Many of the students are well placed in their respe

https://m.facebook.com/story.php?story_fbid=277304213678117&id=104308540977686
28/05/2020

https://m.facebook.com/story.php?story_fbid=277304213678117&id=104308540977686

ଈଶ୍ଵରଙ୍କୁ ଚିଠି
=========

ଭଲଏ କରୋନା ଆସିଲା
ମଣିଷ ଜୀବନ ନାଶିଲା
ଘରେ ଘରେ ପଶି ଭୟର ଭୂତାଣୁ
ସବୁରି ମନକୁ ଗ୍ରାସିଲା । (୧)

ଭଲଏ କରୋନା ଆସିଲା
ସାବୁନରେ ହାତ ଘଷିଲା
ନିଜ ହାତ ନିଜ ବଇରୀ ବୋଲିକି
ମଣିଷର ଚେତା ପଶିଲା । (୨)

ଭଲଏ କରୋନା ଆସିଲା
ଭେଣ୍ଡା ପୁଅ ଘରେ ବସିଲା
କେମିତି ଜଳିବ ରୋଷ ଘରେ ଚୁଲି
ଘରଣୀ ତ ରୁଷି ବସିଲା । (୩)

ପୃଥିବୀକୁ ଭୟ ହେଲାଣି
ଭୁତାଣୁକୁ ରୋକି ପାରୁନି
କରୋନା କରୁଛି କଲବଲ ଏବେ
କେତେଯେ ମଣିଷ ଗଲେଣି। (୪)

ଭଲଏ କରୋନା ଆସିଲା
ମନରେ ଛାନିଆଁ ପଶିଲା
ଇଶ୍ଵରଙ୍କୁ ଚିଠି ଲେଖୁଛି ଆଜି ମୁଁ
ସଂସାର ତାଙ୍କର ଭାସିଲା । (୫)

ରକ୍ଷାକର ପ୍ରଭୁ ଏଥର
ବୁଡିଲା ସଂସାର ସାଗର
ଉଦ୍ଧାର କର ହେ ଜଗତ କରତା
ମଣିଷ ହେଲାଣି ଆକୁଳ । (୬)

ପୂର୍ବରୁ କହିଛି ମାଳିକା
ସଂସାର ସାଗର ନଉକା
ତୁମେତ ପ୍ରଭୁହେ କାତ ଧରିଅଛ
ତୁମେହିଁ ରକ୍ଷା କରତା । (୭)

ରକ୍ଷାକର ପ୍ରଭୁ ଏଥର
ବୁଡିଯିବ ନାବ ତୁମର
ନରହିବ ଯଦି ମଣିଷ ସମାଜ
ସରିଯିବ ଖେଳ ତୁମର । (୮)

ଏକଥା ଅଛପା କାହାକୁ
କିବା ଅସମ୍ଭବ ଚଉବାହାକୁ
ନରଖିଲେ ତୁମେ କିଏସେ ରଖିବ
କାହିଁକି ଡାକିବୁ କାହାକୁ ? (୯)

ପ୍ରାର୍ଥନା ଆମର ଏତିକି
ଶୁଣିବ ଠାକୁର ସତେକି ?
ଦୂର ହୋଇଯାଉ କରୋନା ଭୂତାଣୁ
ହସୁଥାଉ ତୁମ ପୃଥିବୀ । (୧୦)

===================
ଶ୍ରୀମତୀ ପ୍ରତିମା ମହାନ୍ତି
ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ

Visual credits: Ansuman Roy
https://www.facebook.com/blessedAndBlissed36

A great informational video in these trying situations. Thanks for sharing
17/05/2020

A great informational video in these trying situations. Thanks for sharing

Are there simple things to be done to help our minds cope with the coronavirus pandemic? The coronavirus separates us from the people and communities we rely...

07/04/2020
02/04/2020

ଉତ୍କଳର ଆହ୍ଵାନ ...

ବନ୍ଦେ ଉତ୍କଳ ଜନନୀ
===========

ଏପ୍ରିଲ ପହିଲାର ପୂତ ପବିତ୍ର ସକାଳରେ
ଉତ୍କଳର କୋଣ ଅନୁକୋଣରେ
ଉଚ୍ଚାରିତ ଏଇ ଜୟଧ୍ୱନୀ –
ଶିହରିତ କରେ ପ୍ରତିଟି ଉତ୍କଳୀୟର
ଚିନ୍ତା ଓ ଚେତନାକୁ ।
ପୁଲକିତ ହୁଏ ପ୍ରାଣ
ଓଡିଆତ୍ଵର ଗର୍ବ ଓ ଗୌରବରେ ।
ଉଜ୍ଜିବୀତ ହୁଏ ଇତିହାସ
ଜୀବନ୍ତ ହୁଅନ୍ତି ମଧୁ ବାରିଷ୍ଟର,
ଫକୀର ମୋହନ, ଗଜପତି କୃଷ୍ଣଚନ୍ଦ୍ର ଦେବ
ଆଉ ବିଚ୍ଛିନ୍ନ ଉତ୍କଳର ଏକତ୍ରୀ କରଣରେ
ଯୋଗ ଦେଇଥିବା ମାତୃଭୂମିର ସୁଯୋଗ୍ୟ ସନ୍ତାନଗଣ ।
ଯେଉଁ ମାନଙ୍କର ଅକ୍ଲାନ୍ତ ପରିଶ୍ରମ
ଦେଶାତ୍ମବୋଧଭାବ ତଥା ଦେଶ ମାତୃକାର ଆହ୍ଵାନରେ
ବିଖଣ୍ଡିତ ଉତ୍କଳ ହୋଇଥିଲା ସ୍ଵୟଂ ସମ୍ପୂର୍ଣ ।
୧୯୩୬ ରୁ ୨୦୨୦ –
ସମୟର ଦୀର୍ଘ ବ୍ଯବଧାନ
ଜନ୍ମତିଥିର ସୀମିତ ସମୟରେ –
ସଭା – ଭାଷଣ, ଆଦେଶ – ଉପଦେଶ
ଭାବହୀନ ଆଦାନ ପ୍ରଦାନ ପରେ
ଶେଷ ହୁଏ ଓଡିଆତ୍ଵର କର୍ତ୍ତବ୍ୟ ।
ଗତାନୁଗତିକ ଭାବେ ଭୁଲି ହୋଇଯାଏ ଇତିହାସ –
ଆଗାମୀ ବର୍ଷଟିଏ ପାଇଁ ।
ହେଲେ ଏଠି ପ୍ରଶ୍ନ ଉଠେ
ଦେଶପ୍ରେମ ଭାବ ଓ ଭାବନାରେ
ଆମେ କେତେ ସଚେତନ ??
ଏବେ ତ କମ ଦେଶୀ, ବେଶୀ ବିଦେଶୀ
ଆମର ରଙ୍ଗ, ଢଙ୍ଗ, ଚାଲିଚଳନ
ଏଇ କଣ ଆମ ଦେଶ ପ୍ରେମ ?

ତେଣୁ ହେ ଉତ୍କଳର ଉତ୍ତରଦାୟାଦଗଣ
ଶୁଣ ନିଜ ମାତାର ଆହ୍ଵାନ
ତୁମେ ହିଁ ତ ଏ ମାଟିର ଭାଗ୍ୟ-ଭବିଷ୍ୟତ
ଉତ୍କଳର ଆଗାମୀ ସୂରୁଜ
ଛଳନାରେ ଭରନାହିଁ ମାଆର ପଣତ
ବେଳ ଥାଉଁ ନିଜକୁ ସୁଧାରି ନିଅ
କଥା - କାମ ଏକ କରି
ଧର୍ମପୁତ୍ର ସାଜିବାର ଖୋଳପାକୁ ପରିତ୍ୟାଗ କର
ଅପଣାଇ ନିଜ ଭାଷା, ସଂସ୍କୃତି ଓ ପରମ୍ପରା
ରଚିଯାଅ ନୂଆ ଇତିହାସ,
ଦେଖୁ ବିଶ୍ଵ ଦେଖୁ ଏ ଜଗତ ।
ଗର୍ବ ହୁଅ ଉତ୍କଳ ମାତାର
ଦୃଢ ହୁଅ ସ୍ବାଭିମାନୀ ଓଡିଆ ଭାବରେ
ଜନ୍ମ ଦିନରେ ତା’ର(ଆଜି)
ମାତା ଆମ ଏତିକି କାମନା କରେ ।
ମାତା ଆମ ଏତିକି କାମନା କରେ ।

====================
ଶ୍ରୀମତୀ ପ୍ରତିମା ମହାନ୍ତି
ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ

#ଆମେଓଡିଆ #ଉତ୍କଳଦିବସ

02/10/2019

https://www.facebook.com/poetPM/

Go checkout this page. New Odia poet on facebook. If you like her poems please like, share and comment.

କବିତା,
ଅନୁଭବ ଜୀବନରାସ୍ତାର ...

23/08/2017

1902000100190971 Name- Old students' Association Ganeswarpur High School IFSC CODE - PUNB0190200

This account has been opened for the purpose of golden jubilee of school and old students reunion .. All students are requested to kindly share their contribution to make the event successful ....

24/12/2012

MERRY CHRISTMAS....:) :)

HAPPY DP TO GUYSS......
24/10/2012

HAPPY DP TO GUYSS......

Address

Ganeswarpur
Puri
752110

Opening Hours

Monday 10am - 4pm
Tuesday 10am - 4am
Wednesday 10am - 4am
Thursday 10am - 4am
Friday 10am - 4am
Saturday 6am - 11:30am

Website

Alerts

Be the first to know and let us send you an email when Ganeswarpur High School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Ganeswarpur High School:

Shortcuts

Share

Category