22/07/2026
Date : 14/07/2026
ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟରେ ୩୫ ଦିନିଆ ଇଣ୍ଟର୍ନସିପ୍ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୋରିଗୁମ୍ମା ସ୍ଥିତ ଭୈରବ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ୩୫ ଦିନିଆ ଇଣ୍ଟର୍ନସିପ୍ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ (35-day Internship Evaluation Program) ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ମହାବିଦ୍ୟାଳୟର ମାନ୍ୟବର ଅଧ୍ୟକ୍ଷ ଡ. ସୌମେନ୍ଦ୍ର କୁମାର ସ୍ୱାଇଁ ଏବଂ ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟ ଡ. ସଦାଶିବ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ମୂଲ୍ୟାଙ୍କନ କାର୍ଯ୍ୟକ୍ରମରେ ଦଶମନ୍ତପୁର ସ୍ଥିତ R.K.A. ଡିଗ୍ରୀ କଲେଜର ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ପ୍ରଶାନ୍ତ ଖଣ୍ଡପାନ୍ ଏବଂ ସେହି କଲେଜର ଇତିହାସ ବିଭାଗ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ବାହ୍ୟ ପରୀକ୍ଷକ (External Examiners) ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ନସିପ୍ ପ୍ରକଳ୍ପଗୁଡ଼ିକର ସମୀକ୍ଷା ଓ ମୂଲ୍ୟାଙ୍କନ କରିଥିଲେ।
ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଭି. ଚିରଞ୍ଜୀବି ପଟ୍ଟନାୟକ ଆନ୍ତରୀଣ ପରୀକ୍ଷକ ତଥା ଫ୍ୟାକଲ୍ଟି ମେଣ୍ଟର (Internal cm Faculty Mentor) ଭାବେ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା ଓ ସଂଚାଳନ କରିଥିଲେ। ଇଣ୍ଟର୍ନସିପ୍ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ଓ ପ୍ରକଳ୍ପ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ।