23/05/2026
ତାରିଖ 23 May 2026 :ଆଜିର କାଳବୈଶାଖୀ ଝଡ଼ରେ ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ଶାଳୀଜାଙ୍ଗା ପଞ୍ଚାୟତର ବାଘୁଆପାଳ(ମାହାରିଆସାହି) ଗ୍ରାମର ବୃଦ୍ଧ ଦମ୍ପତି ମାନସିଂ ଦଙ୍ଗ ଏବଂ ବାସନ୍ତୀ ଦଙ୍ଗଙ୍କ ବାସଗୃହ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶିଯାଇଛି।
ବୟସର ଏହି ଶେଷ ସମୟରେ, ଏହି ଅସହାୟ ବୃଦ୍ଧ ଦମ୍ପତି ଏବେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଟିକିଏ ନପାଇ ଅତ୍ୟନ୍ତ ଦୟନୀୟ ପରିସ୍ତିତିରେ ଖୋଲା ଆକାଶ ତଳେ ରହିଛନ୍ତି।
ମାନ୍ୟବର ଯାଜପୁର ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ, ଏହି ବିପତ୍ତି ସମୟରେ ତୁରନ୍ତ ଘଟଣାସ୍ଥଳ ସରଜମିନ ତଦନ୍ତ କରି ବିପନ୍ନ ପରିବାରକୁ ଜରୁରୀକାଳୀନ ସରକାରୀ ସହାୟତା, ପଲିଥିନ, ଶୁଖିଲା ଖାଦ୍ୟ ଏବଂ ସ୍ଥାୟୀ ଆଶ୍ରୟ ଯୋଗାଇ ଦେବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ।
ଠିକଣା:
ଗ୍ରାମ:ବାଘୁଆପାଳ( ମାହାରିଆସାହି)
ପଞ୍ଚାୟତ: ଶାଳୀଜାଙ୍ଗା
ତହସିଲ: ଦାନଗଦି
ଜିଲ୍ଲା: ଯାଜପୁର