16/08/2026
🌿 ସ୍ୱାୟତ୍ତ ଶାସନ ଦିବସ–୨୦୨୬ ଉପଲକ୍ଷେ ସ୍ୱଚ୍ଛତା ସଚେତନତା ଅଭିଯାନ 🌿
“ସ୍ୱଚ୍ଛତା ହିଁ ସେବା | ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ” 🇮🇳
ସ୍ୱାୟତ୍ତ ଶାସନ ଦିବସ–୨୦୨୬ ଉପଲକ୍ଷେ ପାରାଦ୍ୱୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ ପକ୍ଷରୁ ପାରାଦ୍ୱୀପବାସୀଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ସଚେତନ କରାଯାଇଛି। 🙏
🏠 ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆକୁ ପୃଥକ କରି ମୁନିସିପାଲିଟି ଗାଡ଼ିକୁ ଦେବା।
🚯 ସାର୍ବଜନୀନ ସ୍ଥାନରେ ଅଳିଆ ନ ପକାଇବା।
🌱 ଗଛଟିଏ ଲଗାଇବା ଏବଂ ତାହାର ଯତ୍ନ ନେଇ ବଡ଼ କରିବା।
🌍 ପରିବେଶକୁ ପ୍ରଦୂଷଣମୁକ୍ତ ରଖି ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା।
ଆଲୁମୁନି ଆସୋସିଏସନ୍ର ସଦସ୍ୟ ମାନେ କହିଛନ୍ତି—
“ଆମେ ସଚେତନ ହେଲେ ଆମ ଘର, କଲୋନୀ ଓ ପାରାଦ୍ୱୀପ ସ୍ୱଚ୍ଛ ଓ ସୁସ୍ଥ ହୋଇପାରିବ। ଆମ ପାରାଦ୍ୱୀପ ସ୍ୱଚ୍ଛ ହେଲେ ହିଁ ଆମ ଭାରତ ସ୍ୱଚ୍ଛ ଓ ସୁସ୍ଥ ଭାରତ ହୋଇପାରିବ।” 🇮🇳
ଆସନ୍ତୁ, ଆମେ ସମସ୍ତେ ମିଳି ସ୍ୱଚ୍ଛ ପାରାଦ୍ୱୀପ, ସୁସ୍ଥ ପାରାଦ୍ୱୀପ ଗଠନ କରିବା। 🤝🌿
ଜୟ ହିନ୍ଦ୍ 🇮🇳 | ଭାରତ ମାତା କି ଜୟ 🇮🇳