MU ODIA- ମୁଁ ଓଡ଼ିଆ

MU ODIA- ମୁଁ ଓଡ଼ିଆ Contact information, map and directions, contact form, opening hours, services, ratings, photos, videos and announcements from MU ODIA- ମୁଁ ଓଡ଼ିଆ, Education, NAUGAON, Jagatsinghpur.

"ମାତୃଭୂମି, ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ ?"

ଜାତିର ଉନ୍ନତି ସେ କାହିଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ?

ମୁଁ ଓଡ଼ିଆ- ମାତୃଭୂମି ଓ ମାତୃଭାଷା ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ।

08/08/2026

ଜୟ ଜଗନ୍ନାଥ

https://youtu.be/VBuIOKjH9foYouTube କୁ ଯାଇ ନିଶ୍ଚିତ ଦେଖନ୍ତୁ
20/07/2026

https://youtu.be/VBuIOKjH9fo

YouTube କୁ ଯାଇ ନିଶ୍ଚିତ ଦେଖନ୍ତୁ

ଓଡ଼ିଶାର ଜଣେ ପ୍ରଖ୍ୟାତ ଜନବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ଅମର ସୃଷ୍ଟି "ଶପଥ" ...

24/04/2026

ଭିଡିଓ ଟି youtube ରେ ଉପଲବ୍ଧ ସମ୍ପୂର୍ଣ୍ଣ ଭିଡିଓ ଟିକୁ ଦେଖିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଆପଣ ଦେଖିପାରିବେ। ଏହି ଭିଡିଓଟି ଆପଣଙ୍କୁ କେମିତି ଲାଗିଲା, କମେଣ୍ଟ କରି ଜଣାଇବେ।

https://youtu.be/CkAkwQYhLJg

​ଆମ ସହ ଯୋଡ଼ି ହୋଇ ରହିବା ପାଇଁ Subscribe ଏବଂ Follow କରିବାକୁ ଭୁଲିବେ ନାହିଁ। ​

06/04/2026

ପ୍ରବେଶ ଉତ୍ସବ, ବାସୁଦେବ ସରକାରୀ ଉଚ୍ଚବିଦ୍ୟାଳୟ ଘୋଡାଂଶ ପ୍ରବେଶ

ଶୀର୍ଷକ: ଗୁରୁ-ଶିଷ୍ୟର ଅପୂର୍ବ ସଂଯୋଗ: କୁରୁକ୍ଷେତ୍ରରୁ ନିଜ ମାଟି ପର୍ଯ୍ୟନ୍ତ 🎓🙏​କିଛି ସମୟ ଫେରିଯାଏ ଅତୀତର ସେହି ସ୍ମୃତିର ସହରକୁ... ଯେତେବ...
20/12/2025

ଶୀର୍ଷକ: ଗୁରୁ-ଶିଷ୍ୟର ଅପୂର୍ବ ସଂଯୋଗ: କୁରୁକ୍ଷେତ୍ରରୁ ନିଜ ମାଟି ପର୍ଯ୍ୟନ୍ତ 🎓🙏

​କିଛି ସମୟ ଫେରିଯାଏ ଅତୀତର ସେହି ସ୍ମୃତିର ସହରକୁ... ଯେତେବେଳେ ମୁଁ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ B.Ed. ପଢୁଥିଲି। ହଷ୍ଟେଲର ସେହି ଶାନ୍ତ ସନ୍ଧ୍ୟାଗୁଡ଼ିକ ଆଜି ବି ଆଖି ଆଗରେ ନାଚିଯାଏ। ଆମର ପ୍ରିନ୍ସିପାଲ ଶ୍ରୀଯୁକ୍ତ ସୁଶାନ୍ତ ସାର୍ କେବଳ ପାଠ ପଢ଼ାଉ ନଥିଲେ, ବରଂ ଜଣେ ଅଭିଭାବକ ସାଜି ଆମର ସବୁ ସୁବିଧା-ଅସୁବିଧା ବୁଝୁଥିଲେ। ସାର୍ ପଢ଼ାଉଥିବା 'Advanced Educational Psychology' ଆଜି ବି ମୋ ଶିକ୍ଷକତା ଜୀବନର ପାଥେୟ। ସେତେବେଳେ ସାର୍‌ଙ୍କର ସେହି ମୂଲ୍ୟବାନ Guidance ହିଁ ମୋତେ ଜଣେ ଶିକ୍ଷକ ହେବାର ସୁଯୋଗ ଓ ସୌଭାଗ୍ୟ ପ୍ରଦାନ କରିଥିଲା।
​ସେହି ସ୍ମୃତିକୁ ନେଇ କିଛି ପଦ...
​ସମୟର ବାଲିଘରୁ ଉଙ୍କିମାରେ ସେହି ସ୍ମୃତି ଅମଳିନ,
କୁରୁକ୍ଷେତ୍ରରୁ ଆରମ୍ଭ ଶିକ୍ଷା, ଧନ୍ୟ ସେ ଗୁରୁ-ଜ୍ଞାନ।
ହଷ୍ଟେଲ ସନ୍ଧ୍ୟା, ଗୁରୁଙ୍କ ଶିକ୍ଷା, ଆଉ ସେ ସାରଥୀ ସଙ୍ଗ,
ତାଙ୍କରି ଗାଇଡାନ୍ସ ଦେଖାଇଲା ମୋତେ ଶିକ୍ଷକତାର ପଥ।
​ଆଜି ୧୨ବର୍ଷ ପରେ ସେହି ସମୟ ପୁଣି ଫେରିଆସିଲା ଭଳି ଲାଗୁଛି। ସୁଶାନ୍ତ ସାର୍ ଏବେ ଆମ ଜିଲ୍ଲା (ଜଗତସିଂହପୁର)ର ADEO ଭାବେ କାର୍ଯ୍ୟରତ। ଗତ ୧୯ ଓ ୨୦ ଡିସେମ୍ବରରେ ଅନୁଷ୍ଠିତ "District Level Training on Career Guidance" ଶିବିରରେ ପୁଣି ସାର୍‌ଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା। ଯେଉଁ ଗୁରୁ ଦିନେ ଜୀବନ ଗଢ଼ିବାକୁ "Guidance" ଦେଇଥିଲେ, ଆଜି ତାଙ୍କରି ହାତରୁ ଏହି ପ୍ରଶିକ୍ଷଣର ମାନପତ୍ର ଗ୍ରହଣ କରିବା ମୋ ପାଇଁ ଏକ ପୂର୍ଣ୍ଣତା।
​ଶିଳ୍ପୀ ସେହି ସୁଶାନ୍ତ ସାର୍, ମୁଁ ତାଙ୍କରି ଗଢ଼ା ଏକ ମୂର୍ତ୍ତି,
ଆଜି ତାଙ୍କ ହାତରୁ ମାନପତ୍ର ପାଇ, ପାଇଲି ଶ୍ରେଷ୍ଠ ପୂର୍ତ୍ତି।
ଏହା କେବଳ ଏକ ମାନପତ୍ର ନୁହେଁ, ଗୁରୁଙ୍କ ଦତ୍ତ ଆଶୀର୍ବାଦ,
ଛାତ୍ର ହୃଦୟେ ରହିବ ସାଇତା, ସେଇ ଅଭୁଲା ଅନୁଭବ।
​ଅନୁଭବର କିଛି କଥା:
ଜୀବନରେ ଆମେ ଯେତେ ଆଗକୁ ଗଲେ ମଧ୍ୟ ନିଜ ଚେର ଏବଂ ନିଜ ଗୁରୁଙ୍କୁ କେବେ ଭୁଲିବା ଉଚିତ୍ ନୁହେଁ। କୃତଜ୍ଞତା ହିଁ ଜଣେ ଶିକ୍ଷକର ପ୍ରକୃତ ପରିଚୟ। ମନେରଖନ୍ତୁ, ଜଣେ ଭଲ ଶିକ୍ଷକ ହେବା ପାଇଁ ଜୀବନସାରା ଜଣେ ଭଲ "ଛାତ୍ର" ହୋଇ ରହିବାକୁ ପଡ଼ିଥାଏ।
​ପ୍ରଣାମ ସାର୍, ଆପଣଙ୍କ ଆଶୀର୍ବାଦ ସଦାକାଳ ମୋ ପଥ ପ୍ରଦର୍ଶକ ହୋଇ ରହୁ।

"ଗୋଟିଏ ଭଲ ବହି ଆପଣଙ୍କୁ ଏକ ନୂଆ ଦିଗ ଦେଖାଇପାରେ ଏବଂ ପୁସ୍ତକ ମେଳା ହେଉଛି ସେହି ଦିଗକୁ ଖୋଜିବାର ଏକ ଆଶା।" ରାଜ୍ଯସ୍ତରୀୟ ପୁସ୍ତକ ମେଳା ରୁ ...
16/12/2025

"ଗୋଟିଏ ଭଲ ବହି ଆପଣଙ୍କୁ ଏକ ନୂଆ ଦିଗ ଦେଖାଇପାରେ ଏବଂ ପୁସ୍ତକ ମେଳା ହେଉଛି ସେହି ଦିଗକୁ ଖୋଜିବାର ଏକ ଆଶା।" ରାଜ୍ଯସ୍ତରୀୟ ପୁସ୍ତକ ମେଳା ରୁ ଆଣିଥିବା ପୁସ୍ତକ କେଉଁଟି ଭଲ ଲଗିଲା ଜଣାଇବେ

05/11/2025
06/10/2025

Om Tryambakam Yajamahe Sugandhim Pushti-Vardhanam |
Urvarukamiva Bandhanan Mrityor Mukshiya Maamritat ||
Find peace, protection, and positive energy by adding this mantra to your routine. Don't forget to subscribe for more Shiva Bhajans and spiritual chants!
🙏 Har Har Mahadev!

https://youtube.com/shorts/IrNsXQIcHtA?feature=share










Address

NAUGAON
Jagatsinghpur
754113

Telephone

+919658904924

Website

Alerts

Be the first to know and let us send you an email when MU ODIA- ମୁଁ ଓଡ଼ିଆ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category