17/10/2023
ମକରଝୋଳର ସାନ ଓ ବଡ ସମସ୍ତ ଭାଇ ଭଉଣୀଙ୍କୁ ସପ୍ରେମ ନମସ୍କାର,
କିଛିଦିନ ରୁ ଏହା ଦେଖିବାକୁ ମେଳୁଛି ଯେ, କିଏ ଜଣେ ବ୍ୟକ୍ତି ଆମ ଗ୍ରାମର ବାସିନ୍ଦା ମାନସିକ ବିକଳାଙ୍ଗ ଭାଇମାନଙ୍କର ଫୋଟୋ ଏଡିଟିଙ୍ଗ କରି ଯାତ୍ରା ପୋଷ୍ଟେର ତିଆରି କରି ସୋସିଆଲ ମେଡିଆରେ ଛାଡ଼ୁଛନ୍ତି। ଆମ ଗ୍ରାମର କିଛି ମୂର୍ଖ ଗ୍ରାମବାସୀ ସେହି ପୋଷ୍ଟେର ପୁଣି ଅଲଗା ଅଲଗା ସୋସିଆଲ ମେଡିଆରେ ଶେୟର (share) କରୁଛନ୍ତି। ମୋର ଏହିପରି ମୂର୍ଖ ବ୍ୟକ୍ତିଙ୍କୁ ଗୋଟିଏ ପ୍ରଶ୍ନ।
ଆପଣଙ୍କର ପରିବାରରେ ଯଦି କୌଣସି ବ୍ୟକ୍ତି ଏହିପରି ଭାବରେ ମାନସିକ ଭାରସାମ୍ୟ ହରାଇଥିବେ। ଆଉ ତାଙ୍କର ଭି ପୋଷ୍ଟେର ଏହିପରି ସୋସିଆଲ ମେଡିଆରେ ଘୁରି ବୁଲୁଥିବ। ଆପଣଙ୍କୁ ଭଲ ଲାଗିବ କି? ଆଉ ସେହି ପୋଷ୍ଟେର କୁ ଭି ଆପଣ ସୋସିଆଲ ମେଡିଆରେ ଶେର (share) କରିବେକି?
ଗୋଟିଏ ପ୍ରଶ୍ନ, ପୋଷ୍ଟେର ତିଆରି କରିଥିବା ବ୍ୟକ୍ତିଙ୍କୁ ଭି।
ସମାଜରେ ବହୁତ ଅଧିକ କୁପ୍ରଥା ଚାଲିଛି, ବହୁତ ଅତ୍ୟାଚାର ବଢ଼ିଛି, ବହୁତ ଅନ୍ୟାୟ ଭି ହେଉଛି। ଉଡାହାରଣାର୍ଥ - ଏହି ବିକଳାଙ୍ଗ ବ୍ୟକ୍ତି ମାନଙ୍କୁ ଠିକରେ ରୋଜଗାର ଦିଆଯାଉ ନାହିଁ। ସରକାରୀ ରୋଜଗାର ସ୍କିମ ରେ ଏମାନେ ଠକାମୀ ର ଶିକାର ହେଉଥିବା ବେଳେ ସେଠି ଅନେକ ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ବେଳେ ବେଳେ ଦୈନିକ ମୂଲ ଭି କାମ ଦିଆଯାଉଛି। ଉଚିତ ପରିବେଶ ଭି ଉପଲବ୍ଧ ହେଉନାହିଁ। ଆପଣ ଯଦି ଏତେ ପୋଷ୍ଟେର ତିଆରି କରିବାରେ ଇଚ୍ଛୁକ, ତାହାହେଲେ ଏହିସବୁ ବିଷୟ ଉପରେ ପୋଷ୍ଟେର କାହିଁକି ତିଆରି କରୁନାହାନ୍ତି?
ମୁ ଜାଣିଛି, ଆପଣ ସମାଜରେ ଚାଲିଥିବା ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବାକୁ ଡରୁଛନ୍ତି। କାହିଁକିନା ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି ଆପଣଙ୍କର ପରିସ୍ଥିତି ଖରାପ କରିଦେବେ। ଆପଣଙ୍କୁ ସମାଜରେ ବଞ୍ଚିବାକୁ ଦେବେ ନାହିଁ। ସେହି ଡରରେ ଆପଣ ସାହାସ କରୁ ନାହାନ୍ତି।
ଛି! ତୁମର ପୋଷ୍ଟେର ତିଆରି କରିବାର ସ୍କିଲ ଉପରେ। ଭଗବାନ ତୁମକୁ ସ୍କିଲ ଦେଇଛନ୍ତି ହେଲେ ବୁଦ୍ଧି ଦେଇ ନାହାନ୍ତି।
ପ୍ରକୃତରେ ତୁମେ ହେଉଛ ମାନସିକ ବିକଳାଙ୍ଗ।
ରବିଭାଇ, ମାଦେୟାଭାଇ, ସିରିଞ୍ଜିଲୁଭାଇ ଓ ସାନଭାଇ ଅପି ଏହିପରି କୃତ୍ୟ ପାଇଁ ମୁଁ ଲଜ୍ଜିତ। ଏମାନଙ୍କ ତରଫରୁ ମୁ କ୍ଷମା ମାଗୁଛି।
ସରୋଜ ନାଇଡୁ