Arya Bhatt the maths classes hub

Arya Bhatt the maths classes hub you give me 100 students I will give you 100 10 CGPA

26/12/2022
21/12/2022

*ଆମ ଗାଆଁ ଦିଶିଯାଏ*

@ଅକ୍ଷୟ ଓଝା

ଶାଗୁଆ ରଙ୍ଗର ଧାନ କ୍ଷେତ ଭିତରେ ଅନନ୍ତ ଦୂରକୁ ଲମ୍ଭିଯାଇଥିବା କାକର ଧୁଆଁ ହିଡରେ ବାଟ ଚଲା ଆନନ୍ଦ କେତେବେଳେ ବୋଉ ସାଥୀରେ ମାମୁଁ ଘର ତ କେତେବେଳେ ଚଗଲା ସାଙ୍ଗମାନଙ୍କ ସହିତ ପଦ୍ମ ପୋଖରୀ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରାୟସର ସ୍ମୃତିରେ,......... ମୋ ଗାଁ ଦିଶିଯାଏ ।

ଧାଡ଼ି ଧାଡ଼ି ଚାଳଘର ଉପରେ ମାଡିଥିବା ଲାଉ ପାଣିକଖାରୁ, କାକୁଡି, ବୋଇତାଳୁ କଖାରୁ ଥାଲୁକା ଥାଳୁକା ପତ୍ରରେ ଆଉ ପତ୍ର ସନ୍ଧି ରେ ହଳଦିଆ କଖାରୁ ଫୁଲରେ ଭଅଁର ଖେଳ ସହିତ ଚୁଲି ଧୁଆଁ ରେ ଚାଳ ଉପରେ ଧୁଆଁ କୁଣ୍ଡଳୀ ଭିତରେ ସ୍ମୃତିରେ,..........ମୋ ଗାଆଁ ଦିଶି ଯାଏ ।

ନିର୍ମଳ ସଂଜ ଆକାଶରେ ବହଳ ନଡ଼ିଆ ଗଛ ଉହାଡରେ ପୁନେଇଁ ଜହ୍ନ ର ଧୋବ ଫରଫର ହସ ହସ ମୁଁହ ସହିତ ଚାନ୍ଦକୁ ଦେଖେଇ କୁନା ବୋଉର ଚାନ୍ଦ କୁ ଡାକିବା ସହିତ କୁନି ପିଲାମାନଙ୍କର ଜହ୍ନ ଆଲୁଅରେ ଚକା ଭଉଁରୀ ଖେଳ ଭିତରେ,
........... ମୋ ଗାଆଁ ଦିଶିଯାଏ।


ମାଟିହାଣ୍ଡିର ପଖାଳ କଂସାଏ ସାଙ୍ଗକୁ ଧାନୁଆ ଲଙ୍କା ସୋରିଷ ତେଲ ରସୁଣ ଚକଟା ଭେଣ୍ଡି ବାଇଗଣ ଚକଟା ନେଇ ଶୀତୁଆ ଖରାରେ କୂଅ ପାଖେ ବସି ଭୂରି ଭୋଜନ ସ୍ମୃତିରେ ,............ ମୋ ଗାଆଁ ଦିଶିଯାଏ ।

ବେଳେ ବେଳେ ଆକାଶ ରଙ୍ଗେଇ ହେଇ ଯାଏ ପୁଳାପୁଳା ବାଦଲ ସହିତ । ବେଳେ ବେଳେ ଇନ୍ଦ୍ରଧନୁ ରେ ତ ରାତ୍ରି ସମୟରେ ସ୍ୱଚ୍ଛ ଆକାଶରେ ପୁଞ୍ଜି ତାରା ସହିତ । ନାନା ରଙ୍ଗର ସଜେଇ ଥିବା ଆକାଶ ସହିତ ଚିତ୍ର ଆଙ୍କିବା ସ୍ବପ୍ନ ରେ
...........ମୋ ଗାଆଁ ଦିଶିଯାଏ।

ବର୍ଷାରେ କାଦୁଆ ରାସ୍ତାରେ ସ୍କୁଲ୍ ଫେରନ୍ତା ପିଲାମାନଙ୍କ ଖିଲି ଖିଲି ହସର ଲହଡ଼ିରେ ଘର ଫେରନ୍ତା ଛୁଆଁଙ୍କ ମା ର ଜମା ଓହ୍ଲେଇ ଦେଉଦେଉ ତାଗିଦ ଭିତରେ,...ମୋ ଗାଆଁ ଦିଶିଯାଏ ।

ପାଖ ବଜାରକୁ ଯିବା ଉଦ୍ଦେଶ୍ୟ ରେ ଘଣ୍ଟା ଘଣ୍ଟା ନଈ ଘାଟରେ ଡଙ୍ଗା କୁ ଅପେକ୍ଷା କରି ଓ ଡଙ୍ଗା ଚଢ଼ି ଘାଟ ପାର ହେଇ ବଜାର ରେ ପହଞ୍ଚିବା ଓ ପୁଣି ସଠିକ ସମୟରେ ଘରକୁ ଫେରିବା ସ୍ମୃତି ରେ ,
...... ମୋ ଗାଆଁ ଦିଶିଯାଏ ।

ଆମ୍ବ ତୋଟାର କୋଇଲି, ତାଳ ଗଛରେ ଝୁଲୁ ଥିବା ବାଇ ଚଢେଇ ବସା, ଗୋଧୂଳିର ଗାଈ ଗୋଠ,କଳେଇ ଭରା ଶଗଡ଼, ଚାଷୀ ଭାଇର ହିଡ ମୁଣ୍ଡରେ ପଖାଳ ଖିଆ, ପୋଖରୀ ପହଁରା, ଗୁଡ଼ି ଉଡ଼ା, ମାଛ ଧରା ,ନଈ ପହଁରା ,ଗଛ ଚଢ଼ା ଓ ସାଇକଲ ରେ ରିଙ୍ଗ ବନ୍ଧର ହାଲୁକା ପବନ , ଗଣ୍ଡବନ୍ଧ କଇଁ ପୋଖରୀ ସ୍ମୃତି ରେ ,
..... ମୋ ଗାଁ ଦିଶିଯାଏ ।

ବଢ଼ି ଭୋରୁ ଗୋବର ପାଣି ଲିପା ଦାଣ୍ଡ ଦୁଆର, ଗୁହାଳ ରେ ଗାଈ ବାଛୁରୀ ମାନଙ୍କ ହମ୍ବା ରଡ଼ି, ବିଲ ପାଇଁ ଯୋତା ହେଉଥିବା ବଳଦ ପୋଖରୀ ତୁଠରେ ପ୍ରାତ ସ୍ନାହାନ କରି ପଣ୍ଡିତ ତଥା ଗୁରୁଜନ ମାନଙ୍କ ସୂର୍ଯ୍ୟ ତର୍ପଣ ର ସ୍ମୃତିରେ ...........ମୋ ଗାଆଁ ଦିଶିଯାଏ।

ଗାଆଁରେ ଜନ୍ମ ହେଲି। ଗାଆଁର ପାଣି ପବନ ପରିବେଶ ସହିତ ଜୀବନର ବାଲ୍ୟକାଳ କିଶୋର ଅବସ୍ଥା ବିତିଲା । ପାଠ ପଢା କୁ ନେଇ ପାଖ ସହର ଓ ରୋଜଗାର ଉଦ୍ଦେଶ୍ୟରେ ଏକ ଅଜଣା ସହରରେ ବସିଗଲି ।

ଗାଆଁ ବିଦେଶ ହୋଇଗଲା। ସହର ଦେଶ। ସମୟ ଚକ୍ରରେ ସମାଜ ବଦଳି ଗଲା ଲୋକଙ୍କ ରୁଚି ବଦଳି ଗଲା । ଇଛା ନ ଥିଲେ ବି ସହର ଆପଣାର ହେଇଗଲା ଆଉ ଗାଆଁ ପର।

ବୋଉ ଆଉ ଗଛ । ପରସ୍ପର ପରିପୂରକ ହେଇ ଗଲେ। ବୋଉ ଗଛ ହେଇଗଲା ଆଉ ଗଛ ବୋଉ। ଦୁହେଁ କିଛି ମାଗନ୍ତିନି । ବୋଉ ଆଉ ଗଛ ଜୀବନ ସାରା ଦେଇ ଚାଲିଲେ । କିଛି ମାଗିଲେନି । ଅଜଣା ତୋଫାନ ରେ ଗଛ ଉପୁଡ଼ି ଗଲା । ବୋଉ ନାହିଁ ଏବେ।

ଏମିତି ସ୍ମୃତି ସବୁ ସ୍ବପ୍ନ ଆଉ ସ୍ବପ୍ନ ସବୁ ସ୍ମୃତି ପାଲଟେ। ସବୁ ଏବେ ଧୂସର ଧୂଆଁ ପାଲଟି ଦିଗବଳୟ ରେ ଲିନ ହେଇ ଯାଏ ଆଉ ମୋତେ କେବଳ ମୋ ଗାଆଁ ଦିଶିଯାଏ। ମୁଁ ଅଶ୍ରୁଳ ହେଇଯାଏ ।

#ଅକ୍ଷୟ ଓଝା
ରାଇଁଲୋ, ନୂଆପଡା, ଆଳି, କେନ୍ଦ୍ରାପଡ଼ା 8851134176

you give me 100 students I will give you 100 10 CGPA

14/09/2021
please Like share and Subscribe our Channel 🙏🙏🙏🙏
13/09/2021

please Like share and Subscribe our Channel 🙏🙏🙏🙏

ଶୁଣନ୍ତୁ ଆମ ଗୋମାତା ଙ୍କୁ ନେଇ ଏକ ସୁନ୍ଦର କାହାଣୀ, ଅନାମ ବୋଉଲୋ ତୋ ଗାଈ କାନ୍ଦୁଛି, କାହାଣୀଟି ଭଲ ଲାଗିଲେ ଆମ ଚ୍ୟାନେଲ କୁ Like Share ଓ Subscribe...

05/09/2021
22/08/2021
22/08/2021

Trigonometry Class-X Akshay Ojha8851134176 let's learn mathematics

22/08/2021

Address

Gurugram
122001

Telephone

+919911898050

Website

Alerts

Be the first to know and let us send you an email when Arya Bhatt the maths classes hub posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category