A.C High School, Ghanteswar

A.C High School, Ghanteswar A.C High School, Ghanteswar, founded by Late. Aparti Charan Dixit in 1958 is a modern high School... The school functions in two campuses.

Aparti Charan Dixit in 1958 is a modern high School, run by the Board of odisha. The aim of the school is to provide a cosmopolitan atmosphere and to train children by providing for them a liberal education to 6 to 10th...

The school, permanently affiliated to the Board of Secondary Education odisha, , has adopted the syllabus of the Central School organisation and prepares students for the All

India Secondary School Examination (Grade 10). The left School at left side accommodates sections-B). The Main School situated in front, has Grades 6 to 10th class boys & girls...

Facilities : The School has the Aryabhatta which is the Library & research Centre, three Computer Laboratories, three well-equipped Science Laboratories and a Home Science Laboratory in the Main School. Counselling services are offered to the students by Counselors at three Counseling Centers. The School has full time Medical Officers and Inspectors.....

ଉତ୍କଳ ଗୌରବ ମଧୁବାବୁ ଥିଲେ ଚିରକାଳ ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ। ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର ନଥ...
28/04/2026

ଉତ୍କଳ ଗୌରବ ମଧୁବାବୁ ଥିଲେ ଚିରକାଳ ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ। ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର ନଥିଲେ ବରଂ ତତ୍କାଳୀନ ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ ନିର୍ମାଣ ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ। ମଧୁବାବୁ ଏକା ଧାରରେ ଜଣେ ସ୍ୱାଭିମାନୀ ଓଡ଼ିଆ, ବିଚକ୍ଷଣ ଓକିଲ ତଥା ଜଣେ ସୁଲେଖକ ମଧ୍ୟ I ବାଗ୍ମୀ,ଓଡ଼ିଆ ଜାତିର କୁଳବୃଦ୍ଧ, ପ୍ରଥମ ଓଡ଼ିଆ ଏମ ଏ, ପ୍ରଥମ ଓଡ଼ିଆ ଆଇନଜୀବୀ, ପ୍ରଥମ ଓଡ଼ିଆ ଉଦ୍ୟୋଗୀ..
ପ୍ରାତଃସ୍ମରଣୀୟ ମଧୁବାବୁଙ୍କ ଜନ୍ମ ଏପରି ଏକ ସମୟରେ ହୋଇଥିଲା ଯାହାକୁ ଯଥାର୍ଥରେ ଓଡ଼ିଆ ଜାତିର ପୁନଃଜାଗରଣ ବା ରେନାସଁI (Renaissance ) କହିବା ଅତ୍ୟୁକ୍ତି ହେବନାହିଁ Iଶତାବ୍ଦୀ ଶତାବ୍ଦୀ ଧରି ବାହ୍ୟଶତ୍ରୁ ଓ ଅନ୍ତଃଶତ୍ରୁ ଆକ୍ରମିତ, ରୋଗ ତଥା ଅଶିକ୍ଷା କୁଶିକ୍ଷା ସଂକ୍ରମିତ,
ମୋଗଲ,ମରହଟ୍ଟା , ଇଂରେଜ ଓ ସ୍ବଦେଶୀ ବଙ୍ଗାଳୀଙ୍କ ଦ୍ୱାରା ପଦଦଳିତ ଏହି ଓଡ଼ିଆ ଜାତି ସେତେବେଳେ ନିଜ ଶେଷ ନିଃଶ୍ୱାସ ଗଣୁଥିଲା ସେତେବେଳେ ତାଙ୍କର ଅବଦାନ ଏବଂ ଉତ୍କଳ ମାଟି ପ୍ରତି ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ I ଆଜି ତାଙ୍କର ପୁଣ୍ୟତିଥୀରେ ସମଗ୍ର ଓଡିଆ ଜାତି ତାଙ୍କୁ ସ୍ମରଣ କରୁଛି।ଆଜି ତାଙ୍କର ଜନ୍ମ ତିଥିରେ ମଧୁ ବାବୁଙ୍କୁ ଭକ୍ତିପୂର୍ଣ ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି- ଧନ୍ୟବାଦ- ବିଭୁତି ବେହେରା...💐💐💐🙏🙏🙏

 #ଉତ୍କଳ_ଦିବସ ବନ୍ଦେ ଉତ୍କଳ ଜନନୀ💐ଏହି ଓଡିଶା ଆମର ଆଉ ଆମେ ଏହି ଓଡ଼ିଶାର..💐💐💐...ପକ୍ଷୀମାନେ ପୁଣି ଖୁସିରେ ଗାଈ ଉଠିବେ..ସମୁଦ୍ର ଖୁସିରେ ଗରଜ...
01/04/2026

#ଉତ୍କଳ_ଦିବସ
ବନ୍ଦେ ଉତ୍କଳ ଜନନୀ💐
ଏହି ଓଡିଶା ଆମର ଆଉ ଆମେ ଏହି ଓଡ଼ିଶାର..💐💐💐...

ପକ୍ଷୀମାନେ ପୁଣି ଖୁସିରେ ଗାଈ ଉଠିବେ..
ସମୁଦ୍ର ଖୁସିରେ ଗରଜି ଉଠିବ..
ନଦୀ କୁଳୁକୁଳୁ ଶବ୍ଦରେ ବହିଯିବ..
ସମସ୍ତେ ପୁଣି ଏକା ସ୍ୱରରେ କହିଉଠିବେ..
ଏହି ଓଡିଶା ଆମର ଆଉ ଆମେ ଏହି ଓଡ଼ିଶାର..- ଧନ୍ୟବାଦ- ବିଭୁତି ବେହେରା..🙏🙏🙏💐💐💐

ଆମ ପଖାଳ – ଆମର ଅମୃତ, ଆମର ଗର୍ବ… 🌿💧ଓଡ଼ିଆ ସଂସ୍କୃତିର ଏକ ଅମୂଲ୍ୟ ଧରୋହର ହେଉଛି ପଖାଳ। ସାଧାରଣ ଲୋକଙ୍କ ଦୈନିକ ଖାଦ୍ୟ ଭାବେ ଯାହାର ଆରମ୍ଭ, ...
20/03/2026

ଆମ ପଖାଳ – ଆମର ଅମୃତ, ଆମର ଗର୍ବ… 🌿💧
ଓଡ଼ିଆ ସଂସ୍କୃତିର ଏକ ଅମୂଲ୍ୟ ଧରୋହର ହେଉଛି ପଖାଳ। ସାଧାରଣ ଲୋକଙ୍କ ଦୈନିକ ଖାଦ୍ୟ ଭାବେ ଯାହାର ଆରମ୍ଭ, ଆଜି ସେହି ପଖାଳ ନିଜର ସ୍ୱାଦ, ପୂଷ୍ଟିକତା ଓ ସାଧୁତାରେ ସାରା ବିଶ୍ୱର ମନକୁ ମୋହିତ କରୁଛି। ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ଜୀବନ ଶୈଳୀ, ପରମ୍ପରା ଓ ପ୍ରକୃତି ସହ ଜଡିତ ଏକ ସୁନ୍ଦର ଅନୁଭୂତି।
ଗରମ ଦିନରେ ଶରୀରକୁ ଶୀତଳ ରଖିବାରେ ପଖାଳର ଭୂମିକା ଅପରିସୀମ। ଏହା ସହ ଭରତା, ଭଜା, ବଡ଼ିଚୁରା, ସାଗ, ଦହି, ମାଛ ଭଜା, ବାଇଗଣ ଚେକା ଭଜା ଓ ବିଭିନ୍ନ ପ୍ରକାର ଚଟଣି ଯୋଗ ହେଲେ ଏହାର ସ୍ୱାଦ ଅଧିକ ରସାଳିତ ହୋଇଯାଏ। ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି ଆଦିରେ ତିଆରି ଚଟଣି ପଖାଳକୁ ଦେଉଛି ଅନନ୍ୟ ସ୍ୱାଦ ଓ ଘ୍ରାଣ।
ଏକଦା ମାଟିପିଣ୍ଡାର ସରଳ ଖାଦ୍ୟ ଥିବା ପଖାଳ, ଆଜି ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ମଧ୍ୟ ନିଜ ସ୍ଥାନ ସୃଷ୍ଟି କରିଛି। ଏହା ଆମର ଐତିହ୍ୟର ଗୌରବ ଓ ସାହିତ୍ୟିକ ସଂସ୍କୃତିର ପ୍ରତିକ।
ବିଶ୍ୱ ପଖାଳ ଦିବସର ଅନେକ ଶୁଭେଚ୍ଛା 💐
ଏହି ଖରା ଦିନରେ ପ୍ରଚୁର ପଖାଳ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ଓ ଆମର ପାରମ୍ପରିକ ସ୍ୱାଦକୁ ଗର୍ବର ସହ ଅନୁଭବ କରନ୍ତୁ। ଧନ୍ୟବାଦ -ବିଭୁତି ବେହେରା 🙏💐😊

ଆଧୁନିକ ଓଡ଼ିଶାର ନିର୍ମାତା, କଳିଙ୍ଗର ବରପୁତ୍ର ।ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ, ଭୂମିପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁ...
05/03/2026

ଆଧୁନିକ ଓଡ଼ିଶାର ନିର୍ମାତା, କଳିଙ୍ଗର ବରପୁତ୍ର ।ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ, ଭୂମିପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ, ପ୍ରଚଣ୍ଡ ବ୍ୟକ୍ତିତ୍ୱ ର ଅଧିକାରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ସେହି ମହାନ ଜନନେତାଙ୍କୁ ଭକ୍ତିପୂତ ପ୍ରଣାମ।🙏💐
ନାରୀ ସଶକ୍ତିକରଣ ସହ ରାଜ୍ୟରେ ଶିକ୍ଷା, ଶିଳ୍ପର ବିକାଶ ଓ ସବୁ ଶ୍ରେଣୀର ଲୋକଙ୍କ ଉନ୍ନତି ପାଇଁ ଥିଲା ତାଙ୍କ ନିରନ୍ତର ଉଦ୍ୟମ। ତାଙ୍କ ଆଦର୍ଶରେ ଆମେ ଏ ମାଟି ମା' ଓ ଲୋକଙ୍କ ସେବା ପାଇଁ ସମର୍ପିତ।
ସେ ଥିଲେ ଝଡ଼ ର ଇଗଲ.. ସାଲିସ ବିହୀନ ରାଜନୀତିରେ ମାର୍ଗଦର୍ଶକ, ଆଧୁନିକ ଓଡିଶା ର ବିନ୍ଧାଣି, କଳିଙ୍ଗ ପ୍ରଦେଶର ଗର୍ବଗୌରବ ଯିଏକି ସମଗ୍ର ଭାରତ ବର୍ଷର ରାଜନୀତି ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ଥିଲେ, ସେ ଆମ ପ୍ରିୟ ବିଜୁ ବାବୁ। ଆଜି ତାଙ୍କର 110 ତମ ଜନ୍ମତିଥି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। 💐💐💐🙏 ଧନ୍ୟବାଦ- ବିଭୁତି ବେହେରା

FB 2227 # ଉତ୍କଳୀୟ ସଂସ୍କୃତିରେ ଅନାଦିକାଳରୁ ପର୍ବପର୍ବାଣୀଙ୍କୁ ଅପାର ଗୁରୁତ୍ୱ ଦିଆଯାଇଆସୁଛି। ସହରୀୟ ସଭ୍ୟତାର ଆଧୁନିକ ଆଲୋକରେ ଏହାର ଛାୟା ...
03/03/2026

FB 2227 # ଉତ୍କଳୀୟ ସଂସ୍କୃତିରେ ଅନାଦିକାଳରୁ ପର୍ବପର୍ବାଣୀଙ୍କୁ ଅପାର ଗୁରୁତ୍ୱ ଦିଆଯାଇଆସୁଛି। ସହରୀୟ ସଭ୍ୟତାର ଆଧୁନିକ ଆଲୋକରେ ଏହାର ଛାୟା କେବେ କେବେ ମ୍ଲାନ ହୋଇଥାଏ, କିନ୍ତୁ ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ପରମ୍ପରା ଆଜିବି ସଜୀବ, ସ୍ପନ୍ଦିତ ଓ ଉଜ୍ଜ୍ୱଳ।
ଆମ ସଂସ୍କୃତି, ଆମ ପର୍ବପର୍ବାଣୀ, ଆମ ଭାଇଚାରା... ଏହି ସବୁ ଆମ ପାଇଁ ଗର୍ବ ଓ ଗୌରବର ଅମୂଲ୍ୟ ଧନ। ସୁଶୋଭିତ ବିମାନରେ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କ ବିଜେ ଯାତ୍ରା, ଗାଁ ସାହି ଭ୍ରମଣ, ଘରେ ଘରେ ପ୍ରସାଦ ଅର୍ପଣ, ଏବଂ ରାଧାକୃଷ୍ଣଙ୍କ ଦୋଳିରେ ଝୁଲିବାର ସେଇ ଅପରୂପ ନିଆରା ଦୃଶ୍ୟ, ଦେଖିଲେ ମନରେ ଆପେଆପେ ଭକ୍ତିର ସୁଗନ୍ଧ ଓ ଆଧ୍ୟାତ୍ମିକ ଭାବ ଜାଗୃତ ହୁଏ।
ଦୋଳ ପୂର୍ଣ୍ଣିମା ଉତ୍କଳୀୟ ପରମ୍ପରାରେ ଏକ ମହାନ ଆନନ୍ଦ ଓ ଧାର୍ମିକ ଭାବନାର ପର୍ବ। ଏହା ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀଭାବେ ଜଡିତ ଥିବା ବିଭିନ୍ନ ଉତ୍ସବମାଳାର ଏକ ଦୀପ୍ତିମାନ ଅଂଶ।
ବଞ୍ଚି ରହୁ ଆମର ଏହି ଅମର ସଂସ୍କୃତି ଓ ପରମ୍ପରା। ଆଗାମୀ ଯୁବପିଢ଼ି ଉତ୍କଳୀୟ ଐତିହ୍ୟ ସହ ଅବଗତ ହୋଇ, ଏହାକୁ ହୃଦୟରେ ଧାରଣ କରୁନ୍ତୁ, ଏହି ହେଉ ଆମର ଆଶା ଓ ପ୍ରାର୍ଥନା।
ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୋ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଜଗନ୍ନାଥ, ଜୟ ବାବା କାଳିଆକାହ୍ନୁ 🙏🏻💐🥰

ପ୍ରିୟ ବନ୍ଧୁଗଣ, ଆଜିର ପବିତ୍ର କୋଠୋ ମେଳନ ଅବସରରେ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅତ୍ୟନ୍ତ ଗୌରବମୟ ଓ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ...
02/03/2026

ପ୍ରିୟ ବନ୍ଧୁଗଣ, ଆଜିର ପବିତ୍ର କୋଠୋ ମେଳନ ଅବସରରେ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅତ୍ୟନ୍ତ ଗୌରବମୟ ଓ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ପ୍ରଖ୍ୟାତ ସମାଜ ସେବୀ, ରାଜନୀତିଜ୍ଞ ତଥା ସାହିତ୍ୟିକ ଶ୍ରୀ ଖଗେଶ୍ୱର ବେହେରାଙ୍କ ରଚିତ ନୂତନ ଆଧ୍ୟାତ୍ମିକ କୃତି “ଅନୁଭୂତିରେ କାଳିଆକାନ୍ହୁ”ଆଜି ଶୁଭ ମହୋତ୍ସବ ମଧ୍ୟରେ ଅନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି।
ଏହି ପବିତ୍ର ଗ୍ରନ୍ଥରେ ଶ୍ରୀଶ୍ରୀ କାଳିଆକାନ୍ହୁ ଓ ଗୋବିନ୍ଦ ଜିଉଙ୍କ ଅପାର ମହିମା, ତାଙ୍କର ଲୀଳା, ଦିବ୍ୟ କାର୍ଯ୍ୟକଳାପ ଏବଂ ଭକ୍ତିମୟ ଅନୁଭୂତିଗୁଡ଼ିକୁ ଅତ୍ୟନ୍ତ ସୁନ୍ଦର ଓ ହୃଦୟସ୍ପର୍ଶୀ ଭାବେ ଉପସ୍ଥାପିତ କରାଯାଇଛି। ଏହା କେବଳ ଏକ ପୁସ୍ତକ ନୁହେଁ, ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଅନୁଭୂତିର ଏକ ଅମୂଲ୍ୟ ସଂଗ୍ରହ।
ଏହି ଶୁଭ ଅବସରରେ
ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ସାହିତ୍ୟ ପୁରୋଧା ନୃସିଂହ ମିଶ୍ର ମହୋଦୟ ଉପସ୍ଥିତ ରହି ଗ୍ରନ୍ଥଟିର ଗୁରୁତ୍ୱ ଓ ଆଧ୍ୟାତ୍ମିକ ମୂଲ୍ୟକୁ ଉଜାଗର କରିଥିଲେ।
ମୁଖ୍ୟ ବକ୍ତା ଭାବେ ସଂସ୍କୃତ ସାହିତ୍ୟର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଲଷ୍ମୀଧର ମହାପାତ୍ର ମହୋଦୟ ଗ୍ରନ୍ଥର ସାହିତ୍ୟିକ ଓ ଆଧ୍ୟାତ୍ମିକ ପରିମାଣ ଉପରେ ମୂଲ୍ୟବାନ ମତାମତ ପ୍ରକାଶ କରିଥିଲେ।
ସଂମାନ୍ନୀତ ଅତିଥିମାନେ —
କାହୁଁ କିଶୋର ସାହୁ, ଗଗନ ଚରଣ ସାହୁ, ନାରାୟଣ ରାଉତ, ପୃଥ୍ୱୀରାଜ ନାୟକ, ପ୍ରଶାନ୍ତ ରାଉତ, ସୁରେନ୍ଦ୍ର ବାରିକ, ଅମର ରାଉତ, ରାଜେଶ ବେହେରା ଓ ଅନ୍ୟାନ୍ୟ ସମାଜସେବୀ ଓ ସାହିତ୍ୟପ୍ରେମୀ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହି ଅନୁଷ୍ଠାନକୁ ଗୌରବମୟ କରିଥିଲେ।
ସେପରି ସମାଜସେବୀ କାହୁଁ ଚରଣ ସାହୁ, ଜୟରାମ ଦାସ, ଅଭୟ ରାଉତ ଓ ଯୁବ ଦୃଷ୍ଟିକୋଣର ସକ୍ରିୟ ସମାଜସେବୀ ଅନଙ୍ଗ କୁମାର ବେହେରା, ପ୍ରଶାନ୍ତ ରାଉତ, ଦିଲୀପ କୁମାର ବେହେରା ପ୍ରମୁଖଙ୍କ ଉପସ୍ଥିତି ଏହି ଅବସରକୁ ଅଧିକ ଉଜ୍ଜ୍ୱଳ କରିଥିଲା।
“ଅନୁଭୂତିରେ କାଳିଆକାନ୍ହୁ” ନିଶ୍ଚୟ ଭାବେ ଭକ୍ତି ଓ ସାହିତ୍ୟ ପ୍ରେମୀମାନଙ୍କ ପାଇଁ ଏକ ଦିଗଦର୍ଶକ ଗ୍ରନ୍ଥ ଭାବେ ପରିଚିତ ହେବ। ଆମେ ଶ୍ରୀ ଖଗେଶ୍ୱର ବେହେରାଙ୍କୁ ଏହି ଅମୂଲ୍ୟ ସୃଜନ ପାଇଁ ହୃଦୟଙ୍ଗମ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ।
ଜୟ କାଳିଆକାନ୍ହୁ । ଜୟ ଗୋବିନ୍ଦ ଜିଉ ।🙏💐😊

ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ । ଯତ୍କ୍ରୌଞ୍ଚମିଥୁନାଦେକମବଧୀଃ କାମମୋହିତମ୍    ॥ମାଘଶୁକ୍ଳ ପଞ୍ଚମୀତିଥିରେ ଦେବୀ ସରସ୍ବତୀ ଆ...
23/01/2026

ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ । ଯତ୍କ୍ରୌଞ୍ଚମିଥୁନାଦେକମବଧୀଃ କାମମୋହିତମ୍ ॥
ମାଘଶୁକ୍ଳ ପଞ୍ଚମୀତିଥିରେ ଦେବୀ ସରସ୍ବତୀ ଆବିର୍ଭୂତ, ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା।💐

ବାଗ୍ଦେବୀ ସରସ୍ବତୀ ଚନ୍ଦ୍ରମାସମ ଗୌରବର୍ଣ୍ଣା, ଚତୁର୍ହସ୍ତରେ ଅକ୍ଷମାଳା, ଅଙ୍କୁଶ, ବୀଣା ତଥା ପୁସ୍ତକ ଧାରଣ କରିଥାନ୍ତି । ସେ ମହାବିଦ୍ୟା, ମହାବାଣୀ, ଭାରତୀ, ବାକ୍, ଆର୍ଯ୍ୟା, ବ୍ରାହ୍ମୀ, କାମଧେନୁ, ବେଦଗର୍ଭା, ଧୀଶ୍ୱରୀ, ବୁଦ୍ଧିଦାତ୍ରୀ ଆଦି ଅନେକ ନାମରେ ପରିଚିତା । ବାଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସ୍ବର୍ଗଲୋକରେ ଭାରତୀ, ପୃଥ୍ବୀଲୋକରେ ଇଲା ଓ ଅନ୍ତରୀକ୍ଷବାସିନୀ ବାଗ୍ଦେବୀ ସରସ୍ବତୀ ନାମ୍ନୀ ଅଟନ୍ତି ।
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ଅନ୍ତରରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଧନ୍ୟବାଦ- ବିଭୁତି ବେହେରା 💐💐💐🙏

'ତୁମେ ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧୀନତା ଦେବି' ..ନେତାଜୀଙ୍କ ସେହି କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ...
23/01/2026

'ତୁମେ ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧୀନତା ଦେବି' ..ନେତାଜୀଙ୍କ ସେହି କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ମନ୍ତ୍ର।ଭାରତକୁ ସ୍ୱାଧିନତା ଦେବା ପାଇଁ #ଦିଲ୍ଲୀ_ଚଲୋର ବିଗୁଲ୍ ଫୁଙ୍କି ଆଜାଦ୍_ହିନ୍ଦ୍ ଫୌଜ୍‌ର ସୈନ୍ୟଙ୍କ ମଧ୍ୟରେ ତେଜ ଭରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ସ୍ୱାଧୀନତା ଲଢ଼େଇରେ ସେ ଚିରଭାସ୍କର। ବିଶ୍ୱ ଇତିହାସରେ ଅତୁଳନୀୟ ତଥା ପ୍ରଚଣ୍ଡ ବ୍ୟକ୍ତିତ୍ୱଧାରୀ ଓଡ଼ିଆ ପୁଅ ନେତାଜୀଙ୍କ ଜନ୍ମତିଥି ତଥା ଭାରତ ମାତାର ଦୁଇ ସୁଯୋଗ୍ୟ ସନ୍ତାନ, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । 💐💐💐🙏🇮🇳 ଜୟ ହିନ୍ଦ- ବିଭୁତି ବେହେରା

05/11/2025
ଏହି କାର୍ଗିଲ ବିଜଯ଼ ଦିବସରେ, ଆମେ ଆମର ସାହସୀ ସୈନିକମାନଙ୍କ ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ ଯେଉଁମାନେ ଆମ ଦେଶକୁ ରକ୍ଷା କରିବା ପାଇଁ ବ...
26/07/2025

ଏହି କାର୍ଗିଲ ବିଜଯ଼ ଦିବସରେ, ଆମେ ଆମର ସାହସୀ ସୈନିକମାନଙ୍କ ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ ଯେଉଁମାନେ ଆମ ଦେଶକୁ ରକ୍ଷା କରିବା ପାଇଁ ବୀରତ୍ୱର ସହ ଲଢ଼ିଥିଲେ। ସେମାନଙ୍କର ବୀରତ୍ୱ ଏବଂ ସମର୍ପଣ ସର୍ବଦା ସ୍ମରଣୀଯ଼ ହୋଇ ରହିବ। କାରଗିଲ ବିଜୟ ଦିବସ ଅବସରରେ ମାତୃଭୂମି ପାଇଁ ସମର୍ପିତ, ଅଦମ୍ୟ ସାହସୀ ବଳିଦାନୀ ବୀର ଶହୀଦ ମାନଙ୍କ ଚରଣରେ ଆଜି ମୋର କୋଟି କୋଟି ଶ୍ରଦ୍ଧା ସୁମନ। ଜୟ ହିନ୍ଦ୍ 🙏ବନ୍ଦେ ମାତରଂ 🙏... ଜୟ ଜଗନ୍ନାଥ - ବିଭୂତି ବେହେରା..💐❤️‍🩹🙏🇮🇳🇮🇳🇮🇳

ନବମେ ତୁ ସମାୟାନଂ ଦକ୍ଷିଣାଭିମୁଖ ତଦା ।ଯେ ପଶ୍ୟନ୍ତି ପ୍ରତିପଦମଶ୍ବମେଧକ୍ରତୋ ଫଳମ୍ ॥ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମସ୍ତଙ୍କୁ...
05/07/2025

ନବମେ ତୁ ସମାୟାନଂ ଦକ୍ଷିଣାଭିମୁଖ ତଦା ।ଯେ ପଶ୍ୟନ୍ତି ପ୍ରତିପଦମଶ୍ବମେଧକ୍ରତୋ ଫଳମ୍ ॥

ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ।।ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କ ସୁଖ, ଶାନ୍ତି ,ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ କାମନା କରୁଛି ।।ଜୟ ଜଗନ୍ନାଥ - ବିଭୁତି ବେହେରା 🙏💐

Address

Ghanteswar, Bhadrak, Odisha
Ghanteswar
756129

Alerts

Be the first to know and let us send you an email when A.C High School, Ghanteswar posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to A.C High School, Ghanteswar:

Shortcuts

Share