Marthapur High School

Marthapur High School Marthapur High School a premier institute of Dhenkanal district welcomes you when you enter the brahmin sasan. It was established in the year 1950.

Since then spreading education and just make the world know it's genius created in the holy soil...

25/02/2026

1991 ମସିହା ଡିସେମ୍ବର ମାସ । ବିଦ୍ୟାଳୟରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ପାଇଲା ପରେ ବି ଖେଳକୁଦ ରେ ଶୂନ୍ୟ ସ୍ଥାନଥିଲା ମୋର । ଗୋଟେ ବି ପ୍ରଶଂସାପତ୍ର ମିଳି ନ ଥିଲା। ହଠାତ୍ ଭାବିଲି କୌତୁକ ପୋଷାକ ରେ ଭାଗ ନେବି ଦଶମ ଶ୍ରେଣୀ ରେ । ଆଉ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଥମ ହେଲି। ଜଣେ ବୟସ୍କ ବ୍ୟକ୍ତି ମୁଖ୍ୟ ଅତିଥି ଥିଲେ। ତାଙ୍କର ଖେଳ ପ୍ରତି ସମ୍ୟକ୍ ଜ୍ଞାନ ଥିଲା ଓ ଅଗାଧ ଜ୍ଞାନର ଅଧିକାରୀ ଥିଲେ ସେ । ଆମ ପରି ପିଲାମାନଙ୍କ ପ୍ରତି ସ୍ନେହ ଶୁଣି ଖୁବ୍ ଖୁସି ଲାଗିଲା । ଆଉ ତାଙ୍କରି ହାତରୁ ପ୍ରଶଂସାପତ୍ର ପାଇବାର ସୌଭାଗ୍ୟ ମିଳିଲା । ସେ ଥିଲେ ଆମ ବିଦ୍ୟାଳୟ ର ପ୍ରଥମ ପ୍ରଧାନ ଶିକ୍ଷକ ପାତ୍ର ସାର
ମୋର ଭାଗ୍ୟ ମୁ ତାଙ୍କର ସାନ୍ନିଧ୍ୟ ପାଇଥିଲି। ଅଭୁଲା ସ୍ମୃତି ହୋଇ ଆଜି ଯାଏ ରହିଛି ।..ରାଜେଶ ଦାଶ

24/02/2026
27/01/2026

।। ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ।।
ଂଂଂଂଂଂଂଂଂଂଂଂଂଂଂଂଂ
ମାର୍ଥାପୁର ଉଚ୍ଚ ବିଦ୍ୟାଳୟ
ଦେଇଛି ଆମକୁ ପରିଚୟ
ଖୁସି ମନେ ଚାଲ ପାଳନ କରିବା
ହୀରକ ଜୟନ୍ତୀ ସମାରୋହ ।
ବର୍ଷ ପରେ ବର୍ଷ ଯାଏ ବିତି
କେତେବି ଗଲେଣି ଛାତ୍ରଛାତ୍ରୀ
ଦୁନିଆର ଆଜି ପ୍ରତ୍ୟେକ କୋଣରେ
ଶୁଭୁ୍ଅଛି ତା'ର ଜୟଗୀତି ।
ନିରବ ନିଶ୍ଚଳ ଆଗପରି
ବସିଛି ମଉନେ କାନି ପାରି
ମନେ ଖୋଜୁଥିବ ଆମରି ମାନଙ୍କୁ
ନେବାକୁ ଟିକିଏ କୋଳ କରି ।
ମୋ ବିଦ୍ୟାଳୟର ଛାତ୍ରଛାତ୍ରୀ
ମନେ ପକା ପଢା ସାଙ୍ଗସାଥୀ
ଅଭୂଲା ଅତୀତ ଭାସି ଉଠୁ ଥରେ
ଯାହା ଅଛି ହୃଦେ ହୋଇ ସ୍ମୃତି ।
ଆସ ବାଇଶିରେ ଛୁଟି ନେଇ
ଆମ ବିଦ୍ୟାଳୟ ଅଛି ଚାହିଁ
ଏକାଠି ହୋଇଣ ଆନନ୍ଦିତ ହେବା
ଆମ ବିଦ୍ୟାଳୟ କୋଳ ପାଇ ।
( ଜୟ ଜଗନ୍ନାଥ )
ଦାସ କମଳ କୁମାର
ଗୋବିନ୍ଦପୁର,ମାର୍ଥାପୁର

Address

Marthapur
Dhenkanal
759023

Telephone

06769-111111

Website

Alerts

Be the first to know and let us send you an email when Marthapur High School posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category