Pragati coaching centre

Directions Website

Pragati coaching centre ପିଲାମାନଙ୍କ ସମୃଦ୍ଧି ଆମ ପ୍ରତିଶ୍ରୁତି । with to be mankind and nervous less with sureness

“ଶ୍ରୀ ଗଣେଶଙ୍କ ଆଗମନରେ ଆଜି ଆମ ପୂଜା ମଣ୍ଡପ ହୋଇଉଠିଛି ଭକ୍ତିମୟ ।ବିଘ୍ନବିନାଶକ ପ୍ରଭୁ ଗଣେଶ ସମସ୍ତଙ୍କ ଜୀବନରୁ ବିଘ୍ନ ଦୂର କରି ସୁଖ,ଶାନ୍ତି...
14/09/2026

“ଶ୍ରୀ ଗଣେଶଙ୍କ ଆଗମନରେ ଆଜି ଆମ ପୂଜା ମଣ୍ଡପ ହୋଇଉଠିଛି ଭକ୍ତିମୟ ।ବିଘ୍ନବିନାଶକ ପ୍ରଭୁ ଗଣେଶ ସମସ୍ତଙ୍କ ଜୀବନରୁ ବିଘ୍ନ ଦୂର କରି ସୁଖ,ଶାନ୍ତି ଓ ସମୃଦ୍ଧି ଆଣନ୍ତୁ। 🐘🌺ଗଣପତି ବାପ୍ପା ମୋରିଆ ❤️ଶୁଭ ଗଣେଶଚତୁର୍ଥୀର ଶୁଭେଚ୍ଛା ।

10/09/2026

. ।।ଓଁ ଶ୍ରୀ ଶ୍ରୀ ଗଣେଶାୟ ନମ8।।
ବକ୍ରତୁଣ୍ଡ ମହାକାୟ ସୂର୍ୟ୍ଯକୋଟି ସମପ୍ରଭ ।
ନିର୍ବିଘ୍ନଂ କରୁମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା ।
ମହାଶୟ/ମହାଶୟ।,ସାଦର ପ୍ରଣାମ 🙏
ଚଳିତ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥି,ଇଂରାଜୀ ତା.14-09-26 ରିଖ ସୋମବାର ଆମ୍ଭର ଅନୁଷ୍ଠାନ ପ୍ରଗତି କୋଚିଂ ସେଣ୍ଟର,ଜିରାଳରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେବ ।
ଏଣୁ ସବିନୟ ଅନୁରୋଧ,ଆପଣ ଉକ୍ତ ପୂଜାରେ ନିମ୍ନ କାର୍ଯ୍ୟସୂଚୀ ଅନୂଯାୟୀ ଉପସ୍ଥିତ ହୋଇ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା ତଥା ପ୍ରସାଦ ସେବନ ପୂର୍ବକ ଆମ୍ଭକୁ ଉତ୍ସାହିତ କରିବା ହେବେ ।
-କାର୍ଯ୍ୟସୂଚୀ-
ପୂଜାରମ୍ଭ ସକାଳ ଘ. -୭:୩୦ ।। ନିବେଦକ ।।
ପୁଷ୍ପାଞ୍ଜଳୀ ସକାଳ ଘ. -୮:୩୦
ପ୍ରସାଦ ସେବନ ସକାଳ ଘ.୦୯:୦୦ ଛାତ୍ରଛାତ୍ରୀ ବୃନ୍ଦ🙏

👉ହାତରେ ରାକ୍ଷୀ ବନ୍ଧା ହଉ କି ନ ହଉ.....ନିଜର ଭଉଣୀ ଥାଆନ୍ତୁ କି ନଥାନ୍ତୁ......ସବୁ ଭାଇମାନେ ମନେରଖିବା ଉଚିତ୍ ଯେ ଆମମାନଙ୍କ କର୍ତ୍ତବ୍ୟ ସବ...
27/08/2026

👉ହାତରେ ରାକ୍ଷୀ ବନ୍ଧା ହଉ କି ନ ହଉ.....ନିଜର ଭଉଣୀ ଥାଆନ୍ତୁ କି ନଥାନ୍ତୁ......ସବୁ ଭାଇମାନେ ମନେରଖିବା ଉଚିତ୍ ଯେ ଆମମାନଙ୍କ କର୍ତ୍ତବ୍ୟ ସବୁ ଭଉଣୀ ମାନଙ୍କର ସୁରକ୍ଷା କରିବା କାରଣ ବେଳେ ବେଳେ ଗୋଟେ ଛୋଟ ପଦକ୍ଷେପ ବି ବହୁତ ବଡ଼ ପରିବର୍ତ୍ତନ ଆଣିଥାଏ..... 🙏

15/08/2026
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା/ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ   ।ଜୟ ଜଗନ୍ନାଥ। 🙏
16/07/2026

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା/ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ଜୟ ଜଗନ୍ନାଥ। 🙏

03/07/2026

"ଶିକ୍ଷକ"କେବଳ ପାଠ୍ୟପୁସ୍ତକର ଶବ୍ଦ ପଢ଼ାନ୍ତି, ତାହା ନୁହେଁ ବରଂ ସେ ଜୀବନର ପ୍ରତ୍ୟେକ ଅଧ୍ୟାୟକୁ ବୁଝିବାରେ ଦୃଷ୍ଟି ଦେଇଥାନ୍ତି। ତାଙ୍କ ଜ୍ଞାନ ଅଜ୍ଞାନର ଅନ୍ଧକାରକୁ ଦୂର କରେ,ତାଙ୍କ ଧୈର୍ଯ୍ୟ ଭଙ୍ଗା ଆତ୍ମବିଶ୍ୱାସକୁ ପୁଣି ଗଢ଼ି ତୋଳେ ଏବଂ ତାଙ୍କ ପ୍ରେରଣା ସାଧାରଣ ଛାତ୍ରକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ। ଜଣେ ଭଲ ଶିକ୍ଷକଙ୍କ ହାତରେ କେବଳ ଚକ୍ ନୁହେଁ,ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ଶକ୍ତି ଥାଏ ।ସମୟ ବଦଳିଯାଏ,ଜୀବନ ଆଗକୁ ବଢ଼ିଥାଏ କିନ୍ତୁ ଜଣେ ଶିକ୍ଷକଙ୍କ ଶିକ୍ଷା,ସ୍ନେହ ଓ ସଂସ୍କାର ସାରା ଜୀବନ ଆମ ହୃଦୟରେ ଅମର ହୋଇ ରହିଥାଏ । ସେଥିପାଇଁ ଶିକ୍ଷକ କେବଳ ଏକ ପେଶା ନୁହେଁ—ସେ ହେଉଛନ୍ତି ଜାତିର ନିର୍ମାତା,ସମାଜର ପଥପ୍ରଦର୍ଶକ ଓ ପ୍ରତ୍ୟେକ ସଫଳ ମଣିଷର ଜୀବନର ସବୁଠାରୁ ମୂଲ୍ୟବାନ ପ୍ରେରଣା ।

ଏକ ବିଦ୍ୟାଳୟ କେବଳ ଇଟା, ସିମେଣ୍ଟ ଓ କୋଠାଘରର ସମାହାର ନୁହେଁ; ଏହାର ପ୍ରାଣ ହେଉଛନ୍ତି ଶିକ୍ଷକ ଓ ଷ୍ଟାଫ। ଶିକ୍ଷକ ନିଜ ଜ୍ଞାନର ଆଲୋକରେ ଛାତ୍ର...
27/06/2026

ଏକ ବିଦ୍ୟାଳୟ କେବଳ ଇଟା, ସିମେଣ୍ଟ ଓ କୋଠାଘରର ସମାହାର ନୁହେଁ; ଏହାର ପ୍ରାଣ ହେଉଛନ୍ତି ଶିକ୍ଷକ ଓ ଷ୍ଟାଫ। ଶିକ୍ଷକ ନିଜ ଜ୍ଞାନର ଆଲୋକରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଲୋକିତ କରନ୍ତି, ଆଉ ଷ୍ଟାଫ ନିଜର ନିଷ୍ଠା, ପରିଶ୍ରମ ଓ ନିରବ ସେବା ଦ୍ୱାରା ସେହି ଶିକ୍ଷା ମନ୍ଦିରକୁ ସୁଚାରୁ ଭାବରେ ପରିଚାଳିତ କରନ୍ତି। ଜଣେ ଚକ୍ଷୁଗୋଚର ହୋଇ ମାର୍ଗଦର୍ଶନ କରନ୍ତି, ଅନ୍ୟଜଣ ଅଦୃଶ୍ୟ ରହି ସଫଳତାର ଭିତ୍ତିକୁ ଦୃଢ଼ କରନ୍ତି। ସମ୍ମାନ, ତ୍ୟାଗ, ଦାୟିତ୍ୱ ଓ ସେବାର ଏହି ସୁନ୍ଦର ସମନ୍ୱୟ ହିଁ ଏକ ବିଦ୍ୟାଳୟକୁ ସତ୍ୟ ଅର୍ଥରେ ଜ୍ଞାନର ମନ୍ଦିରରେ ପରିଣତ କରେ। ଶିକ୍ଷକ ଓ ଷ୍ଟାଫଙ୍କ ନିଷ୍ଠାର ପ୍ରତ୍ୟେକ ବିନ୍ଦୁ ପରିଶ୍ରମ, ଆସନ୍ତା ପିଢ଼ିର ସୁନ୍ଦର ଆଗାମୀର ଭିତ୍ତିପ୍ରସ୍ତର ହୋଇ ରହିଥାଏ। ସେମାନଙ୍କ ପ୍ରତି ଆମର ସମ୍ମାନ କେବଳ ଶବ୍ଦରେ ନୁହେଁ, ବରଂ ଆମର ଆଚରଣ, କୃତଜ୍ଞତା ଓ ସଫଳତା ମାଧ୍ୟମରେ ପ୍ରକାଶ ପାଇବା ଉଚିତ।"

21/06/2026

. ପ୍ରଗତି କୋଚିଂ ସଣ୍ଟର
ଷ୍ଟେଟ୍ ବ୍ୟାଙ୍କ୍ ପାଖ, ଜିରାଳ, ଢେଙ୍କାନାଳ
ତୃତୀୟ ରୁ ଦଶମ ଶ୍ରେଣୀ ପର୍ୟ୍ଯନ୍ତ
ଶିକ୍ଷା ବର୍ଷ- ୨୦୨୬ - ୨୭
--------------------------------------------------
👉ଏଠାରେ ୩ୟ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ । ବୃତ୍ତି,ଆଦର୍ଶ,ନବୋଦୟ,ପଠାଣିସାମନ୍ତ,ରାମାନୁଜନ,ଏନ୍.ଏମ୍.ଏମ୍.ଏସ୍,ଏନ୍.ଆର୍.ଟିଏସ୍,ଭଳି ପ୍ରବେଶିକା ପରୀକ୍ଷା ଏବଂ ଗ୍ରୀଷ୍ମକାଳିନ ପାଠ୍ୟକ୍ରମ(ସମର୍ କୋର୍ଷ)ପାଇଁ ମଧ୍ଯ ସ୍ୱତନ୍ତ୍ର ବ୍ୟବସ୍ଥା ।
--------------------------------------------------------------------
👉ନୂତନ ଓ ପୁରାତନ ପିଲା ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିବା ସହ ପାଠ ପଢାର ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ ଗଠନ କରିବାରେ ଚିରସଙ୍କଳ୍ପବଦ୍ଧ ।
👉ଯୋଗାଯୋଗ ନଂ-୯୧-୯୬୯୨୮୭୪୦୩୮, ୯୧-୭୮୭୩୬୧୮୬୭୨

ଢେଙ୍କାନାଳ,ଜିରାଳ ଗ୍ରାମର ପବିତ୍ର କୃଷି ଭିତ୍ତିକ ଗଣପର୍ବ "ରଜ" ମହୋତ୍ସବ ବେସ୍ ମନୋରଞ୍ଜନ ଦାୟକ ଏବଂ ସେଠିକାର ଆଧ୍ୟାତ୍ମିକ ପରିବେଶ ମନକୁ ଅସୀ...
15/06/2026

ଢେଙ୍କାନାଳ,ଜିରାଳ ଗ୍ରାମର ପବିତ୍ର କୃଷି ଭିତ୍ତିକ ଗଣପର୍ବ "ରଜ" ମହୋତ୍ସବ ବେସ୍ ମନୋରଞ୍ଜନ ଦାୟକ ଏବଂ ସେଠିକାର ଆଧ୍ୟାତ୍ମିକ ପରିବେଶ ମନକୁ ଅସୀମ ଶାନ୍ତି ଓ ଆନନ୍ଦ ପ୍ରଦାନ କରୁଛି ।👍
ଏହି ସୁନ୍ଦର ରୂପାୟନ ଓ ସଫଳ ଆୟୋଜନ ପାଇଁ ସମସ୍ତ ଆୟୋଜକ ତଥା ସହଯୋଗୀ ଭାଇଭଉଣୀମାନଙ୍କୁ ହୃଦୟରୁ ଶୁଭେଚ୍ଛା ।'ମା’ କାମନା କାଳୀଙ୍କ କୃପା ସମସ୍ତଙ୍କ ଉପରେ ସଦା ରହୁ ।👏
🙏ଜୟ ମା’ କାମନା କାଳୀ 🙏
ସମସ୍ତଙ୍କୁ ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ ।🫂

Address

Jiral
Dhenkanal
759023

Alerts

Be the first to know and let us send you an email when Pragati coaching centre posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category