11/07/2026
ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୂର୍ବତନ ଛାତ୍ରଛାତ୍ରୀ ସମାବେଶ ପାଇଁ ନିମନ୍ତ୍ରଣ
ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ, ଦଶପଲ୍ଲାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟି ପକ୍ଷରୁ ସମସ୍ତ ସମ୍ମାନନୀୟ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସୁବର୍ଣ୍ଣ ଜୟନ୍ତୀ ପୂର୍ବତନ ଛାତ୍ରଛାତ୍ରୀ ସମାବେଶରେ ଯୋଗଦେବା ପାଇଁ ସାଦର ଆମନ୍ତ୍ରଣ ଜଣାଯାଉଛି।
📅 ତାରିଖ: ରବିବାର, ୧୯ ଜୁଲାଇ ୨୦୨୬
🕙 ସମୟ: ପୂର୍ବାହ୍ନ ୧୦:୦୦ ଘଟିକା
📍 ସ୍ଥାନ: ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ, ଦଶପଲ୍ଲା
ଆପଣଙ୍କର ମହାନ ଉପସ୍ଥିତି ଓ ମୂଲ୍ୟବାନ ସହଭାଗିତା ଆମ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସଫଳ ଓ ସ୍ମରଣୀୟ କରିବାରେ ବିଶେଷ ସହାୟକ ହେବ।
ସଭା ପରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି।
ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟି
ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ, ଦଶପଲ୍ଲା