LALIT MOHAN ASTRO GUIDE

Call Directions Contact the school

LALIT MOHAN ASTRO GUIDE TOPICS ON VEDIC ASTROLOGY,VASTU AND SPITITUALISM WILL BE POTED FOR GENERAL PUBLICS.FURTHER FREE HEL

09/07/2026
19/04/2026

ଆଜିର_ପଞ୍ଜିକା_ଓ_ରାଶିଫଳ
---------_--------------------------
ସୁପ୍ରଭାତମ_ଜୟ_ଜଗନ୍ନାଥ 🚩🙌
ଅଦ୍ୟ_୧୯_୪_୨୦୨୬_ରବିବାର

*ସମ୍ବତ୍ସର-ସିଦ୍ଧାର୍ଥ*
*ବୈଶାଖମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱିତୀୟା ଦିବା ଘ୧୦/୪୯ ଗତେ ତୃତୀୟା*
*ନକ୍ଷତ୍ର- ଦ୍ୱିଜା ଦିବା ଘ୦୭/୪୩ ଗତେ କୁର୍ତ୍ତିକା*
*ଚନ୍ଦ୍ର- ମେଷ ଦିବା ଘ୦୨/୦୬ ଗତେ ବୃଷ*
*ଯୋଗ- ଆୟୁଷ।ନ୍*
*କରଣ - କୌଳବ*
*ସୌରମାସ- ମେଷ ୦୬ ଦିନ*
*✧═════•❁❀❁•════✧*
*ସୁର୍ୟୋଦୟ-ପ୍ରାତଃଘ୦୫/୩୧/୨୪*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୩୩*
*✧═════•❁❀
*ଯୋଗିନୀ ଉତ୍ତରେ ଦିବା ଘ୧୦/୪୯ ଗତେ ଅଗ୍ନିକୋଣେ*
*ମେଷ ରାଶିର ଘାତବାର*
*ମେଷ ରାଶିର ଘାତଚନ୍ଦ୍ର*
*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ୱିତୀୟା ର ଏକୋଦିଷ୍ଟ ଶ୍ରାଦ୍ଧ*
*ମୃତେ ଦ୍ଵୀ ପାଦ ଓ ଦିବା ଘ୦୭/୪୩ ଗତେ ଘ୧୦/୪୯ ମଧ୍ୟେ ତ୍ରୀ ପାଦ ଓ ଦିବା ଘ୧୦/୪୯ଗତେ ରାତ୍ରି ଘ୦୫/୧୪ ମଧ୍ୟେ ଦ୍ୱୀ ପାଦ ପୁଷ୍କର ଦୋଷ*
*✧═════•❁❀❁•═══*
*କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୧୯ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳା- ଦିବା ଘ୬/୧୯ ଗତେ ଘ୦୯/୩୧ ମଧ୍ୟେ ଓ ରାତ୍ରି ଘ୦୭/୩୬ ଗତେ ଘ୦୯/୧୩ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୯ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୭/୩୫ ମଧ୍ୟେ*
═✧*══•❁❀❁•═*════✧
*ଅଦ୍ୟ ବୋଇତି କଖାରୁ ଦିବା ଘ୧୦/୪୯ ଗତେ ପୋଟଳ ଭକ୍ଷଣ ନିଷେଧ*
*═✧*══•❁❀❁•═════
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*
*ମେଷ*👉
*ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।*
*✧═════•❁❀❁•═════✧*
*ବୃଷ*👉
*ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।*
*✧═════•❁❀❁•═════✧*
*ମିଥୁନ*👉
*ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*କର୍କଟ*👉
*ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।*
*✧═════•❁❀❁•═════✧*
*ସି˚ହ*👉
*ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।*
*✧═════•❁❀❁•═════✧*
*କନ୍ୟା*👉
*ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।*
*✧═════•❁❀❁•═════✧*
*ତୁଳା*👉
*ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।*
*✧═════•❁❀❁•═════✧*
*ବିଛା*👉
*ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।*
*✧═════•❁❀❁•═════✧*
*ଧନୁ*👉
*ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍‌ ସମ୍ପର୍କୀୟ ଚିନ୍ତା କରିପାରନ୍ତି।*
*✧═════•❁❀❁•═════✧*
*ମକର*👉
*ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।*
*✧═════•❁❀❁•═════✧*
*କୁମ୍ଭ*👉
*ଆଜି ପୂର୍ବପରି ସବୁ କିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।*
*✧═════•❁❀❁•═════✧*
*ମୀନ*👉
*ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।*
*✧═════•❁❀❁•═════✧*

ଆଜିର_ପଞ୍ଜିକା_ଓ_ରାଶିଫଳସୁପ୍ରଭାତମ_ଜୟ_ଜଗନ୍ନାଥ 🚩🙌ଅଦ୍ୟ_୧୯_୧୨_୨୦୨୪_ଗୁରୁବାର*ପୌଷ ମାସ- କୃଷ୍ଣପକ୍ଷ**ତିଥି- ଚତୁର୍ଥୀ ଦିବା ଘ ୦୯/୫୯ ଗତେ ପ...
19/12/2024

ଆଜିର_ପଞ୍ଜିକା_ଓ_ରାଶିଫଳ
ସୁପ୍ରଭାତମ_ଜୟ_ଜଗନ୍ନାଥ 🚩🙌
ଅଦ୍ୟ_୧୯_୧୨_୨୦୨୪_ଗୁରୁବାର
*ପୌଷ ମାସ- କୃଷ୍ଣପକ୍ଷ*
*ତିଥି- ଚତୁର୍ଥୀ ଦିବା ଘ ୦୯/୫୯ ଗତେ ପଞ୍ଚମୀ*
*ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୨/୩୯ ଗତେ ମଘା*
*ଚନ୍ଦ୍ର - କର୍କଟ ରାତ୍ରି ଘ୦୨/୩୯ ଗତେ ସିଂହ*
*ଯୋଗ- ବୈଧୃତି*
*କରଣ - ବାଳବ*
*ସୌରମାସ- ଧନୁ ୦୪ ଦିନ*
*✧═════•❁❀❁•════
✧*
*ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୪୮*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୨୦*
*✧═════•❁❀
*ଯୋଗିନୀ ନୈରୁତେ ଦିବା ଘ୦୯/୫୯ ଗତେ ଦକ୍ଷିଣେ*
*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ତୁଳା ଓ କୁମ୍ଭ ରାଶି ର ଘାତବାର*
✧═════•❁❀❁•═══
*କାଳବେଳା ଓ ବାରବେଳା - ଦିବା ଘ୦୨/୨୬ ଗତେ ଘ୦୫/୧୧ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୯ ମଧ୍ୟେ ଓ ରାତ୍ରି ଘ୦୫/୫୮ ଗତେ ଘ୦୯/୧୦ମଧ୍ୟେ ଓ ରାତ୍ରି ଘ୧୧/୩୨ ଗତେ ଘ୦୨/୪୫ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି*
═✧*══•❁❀❁•═════✧
*ଅଦ୍ୟ ମୂଳା ଦିବା ଘ୦୯/୫୯ ଗତେ ବେଲ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
*🌼🌹꧁ ଆଜିର ରାଶିଫଳ꧂🌹🌼*
*✧═════•❁❀❁•═════✧*
*🌷ମେଷ🌷👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।*
*🌷ବୃଷ🌷👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।*
*✧═════•❁❀❁•═════✧*
*🌷ମିଥୁନ🌷👉କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।*
*✧═════•❁❀❁•═════✧*
*🌷କର୍କଟ🌷👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।*
*✧═════•❁❀❁•═════✧*
*🌷 ସିଂହ🌷👉 ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
*✧═════•❁❀❁•═════✧*
*🌷କନ୍ୟା🌷 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।*
*✧═════•❁❀❁•═════✧*
*🌷ତୁଳା 🌷 👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।**✧═════•❁❀❁•═════✧*

*🌷ବିଛା 🌷 👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
*✧═════•❁❀❁•═════✧*
*🌷ଧନୁ🌷:👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।*
*✧═════•❁❀❁•═════✧*
*🌷ମକର 🌷 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।*
*✧═════•❁❀❁•═════✧*
*🌷 କୁମ୍ଭ🌷:👉 ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।*
*✧═════•❁❀❁•═════✧*
*🌷 ମୀନ 🌷👉 ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।*
*✧═════•❁❀❁•═════✧*

I've just reached 900 followers! Thank you for continuing support. I could never have made it without each and every one...
18/12/2024

I've just reached 900 followers! Thank you for continuing support. I could never have made it without each and every one of you. 🙏🤗🎉

ଓଁ ବ୍ରାଁ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ।ଓଁ ନମୋ ବୁଧାୟ ବିଜ୍ଞାୟ ସୋମପୁତ୍ରାୟ ତେ ନମଃ ।ରୋହିଣୀଗର୍ଭସମ୍ଭୂତ କୁଙ୍କୁମଚ୍ଛବିଭୂଷିତ ॥ ୧॥ସୋମପ୍ର...
30/10/2024

ଓଁ ବ୍ରାଁ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ।
ଓଁ
ନମୋ ବୁଧାୟ ବିଜ୍ଞାୟ ସୋମପୁତ୍ରାୟ ତେ ନମଃ ।
ରୋହିଣୀଗର୍ଭସମ୍ଭୂତ କୁଙ୍କୁମଚ୍ଛବିଭୂଷିତ ॥ ୧॥

ସୋମପ୍ରିୟସୁତାଽନେକଶାସ୍ତ୍ରପାରଗବିତ୍ତମ୍ ।
ରୌହିଣେୟ ନମସ୍ତେଽସ୍ତୁ ନିଶାକାମୁକସୂନବେ ॥ ୨॥

ପୀତବସ୍ତ୍ରପରୀଧାନ ସ୍ୱର୍ଣ୍ଣତେଜୋବିରାଜିତ ।
ସୁବର୍ଣ୍ଣମାଳାଭରଣ ସ୍ୱର୍ଣ୍ଣଦାନକରପ୍ରିୟ ॥ ୩॥

ନମୋଽପ୍ରତିମରୂପାୟ ରୂପାନାଂ ପ୍ରିୟକାରିଣେ ।
ବିଷ୍ଣୁଭକ୍ତିମତେ ତୁଭ୍ୟଂ ଚେନ୍ଦୁରାଜପ୍ରିୟଙ୍କର ॥ ୪॥

ସିଂହାସନସ୍ଥୋ ବରଦଃ କର୍ଣ୍ଣିକାରସମଦ୍ୟୁତିଃ ।
ଖଡ୍ଗଚର୍ମଗଦାପାଣିଃ ସୌମ୍ୟୋ ବୋଽସ୍ତୁ ସୁଖପ୍ରଦଃ ॥ ୫॥

ସ୍ଥିରାସନୋ ମହାକାୟଃ ସର୍ବକର୍ମାବବୋଧକଃ ।
ବିଷ୍ଣୁପ୍ରିୟୋ ବିଶ୍ୱରୂପୋ ମହାରୂପୋ ମହେଶ୍ୱରଃ ॥ ୬॥

ବୁଧାୟ ବିଷ୍ଣୁଭକ୍ତାୟ ମହାରୂପଧରାୟ ଚ ।
ସୋମାତ୍ମଜସ୍ୱରୂପାୟ ପୀତବସ୍ତ୍ରପ୍ରିୟାୟ ଚ ॥ ୭॥

ଅଗ୍ରବେଦୀ ଦୀର୍ଘଶ୍ମଶ୍ରୁର୍ହେମାଙ୍ଗଃ କୁଙ୍କୁମଚ୍ଛବିଃ ।
ସର୍ବଜ୍ଞଃ ସର୍ବଦଃ ସର୍ବଃ ସର୍ବପୂଜ୍ୟୋ ଗ୍ରହେଶ୍ୱରଃ ॥ ୮॥

ସତ୍ୟବାଦୀ ଖଡ୍ଗହସ୍ତୋ ଗ୍ରହପୀଡାନିବାରକଃ ।
ସୃଷ୍ଟିକର୍ତ୍ତାଽପହର୍ତ୍ତା ଚ ସର୍ବକାମଫଳପ୍ରଦଃ ॥ ୯॥

ଏତାନି ବୁଧନାମାନି ପ୍ରାତରୁତ୍ଥାୟ ଯଃ ପଠେତ୍ ।
ନ ଭୟଂ ବିଦ୍ୟତେ ତସ୍ୟ କାର୍ଯ୍ୟସିଦ୍ଧିର୍ଭବିଷ୍ୟତି ॥ ୧୦॥

ଇତ୍ୟେତତ୍ସ୍ତୋତ୍ରମୁତ୍ଥାୟ ପ୍ରଭାତେ ପଠତେ ନରଃ ।
ନ ତସ୍ୟ ପୀଡା ବାଧନ୍ତେ ବୁଦ୍ଧିଭାକ୍ଚ ଭବେତ୍ସୁଧୀଃ ॥ ୧୧॥

ସର୍ବପାପବିନିର୍ମୁକ୍ତୋ ବିଷ୍ଣୁଲୋକଂ ସ ଗଚ୍ଛତି ।
ବୁଧୋ ବୁଦ୍ଧିପ୍ରଦାତା ଚ ସୋମପୁତ୍ରୋ ମହାଦ୍ୟୁତିଃ ।
ଆଦିତ୍ୟସ୍ୟ ରଥେ ତିଷ୍ଠନ୍ ସ ବୁଧଃ ପ୍ରିୟତାଂ ମମ ॥ ୧୨॥

ଇତି ଶ୍ରୀ ବୁଧସ୍ତୁତିଃ ସମାପ୍ତା ।

The planet Mercury or Budha Graha rules the zodiac signs Gemini (Mithun Rashi) or Virgo (Kanya Rashi). It symbolizes sensibility. It not only influences the behaviour of an individual which it rules but also his or her body parts. The body parts which this planet has its influence over include parts like skin, ears, lungs, arms and nervous system. It is also known to have a positive influence over the analytical skills and the way of thinking in a person.

ଓଁ
ବୁଧୋ ବୁଧାର୍ଚ୍ଚିତଃ ସୌମ୍ୟଃ ସୌମ୍ୟଚିତ୍ତଃ ଶୁଭପ୍ରଦଃ ।
ଦୃଢବ୍ରତୋ ଦୃଢବଳ ଶ୍ରୁତିଜାଲପ୍ରବୋଧକଃ ॥ ୧॥

ସତ୍ୟବାସଃ ସତ୍ୟବଚା ଶ୍ରେୟସାମ୍ପତିରବ୍ୟଯଃ ।
ସୋମଜଃ ସୁଖଦଃ ଶ୍ରୀମାନ୍ ସୋମବଂଶପ୍ରଦୀପକଃ ॥ ୨॥

ବେଦବିଦ୍ୱେଦତତ୍ତ୍ୱଜ୍ଞୋ ବେଦାନ୍ତଜ୍ଞାନଭାସ୍କରଃ ।
ବିଦ୍ୟାବିଚକ୍ଷଣ ବିଦୁର୍ବିଦ୍ୱତ୍ପ୍ରୀତିକରୋ ଋଜଃ ॥ ୩॥

ବିଶ୍ୱାନୁକୂଳସଞ୍ଚାରୀ ବିଶେଷବିନୟାନ୍ୱିତଃ ।
ବିବିଧାଗମସାରଜ୍ଞୋ ବୀର୍ଯ୍ୟବାନ୍ ବିଗତଜ୍ୱରଃ ॥ ୪॥

ତ୍ରିବର୍ଗଫଳଦୋଽନନ୍ତଃ ତ୍ରିଦଶାଧିପପୂଜିତଃ ।
ବୁଦ୍ଧିମାନ୍ ବହୁଶାସ୍ତ୍ରଜ୍ଞୋ ବଳୀ ବନ୍ଧବିମୋଚକଃ ॥ ୫॥

ବକ୍ରାତିବକ୍ରଗମନୋ ବାସବୋ ବସୁଧାଧିପଃ ।
ପ୍ରସାଦବଦନୋ ବନ୍ଦ୍ୟୋ ବରେଣ୍ୟୋ ବାଗ୍ୱିଲକ୍ଷଣଃ ॥ ୬॥

ସତ୍ୟବାନ୍ ସତ୍ୟସଂକଳ୍ପଃ ସତ୍ୟବନ୍ଧିଃ ସଦାଦରଃ ।
ସର୍ବରୋଗପ୍ରଶମନଃ ସର୍ବମୃତ୍ୟୁନିବାରକଃ ॥ ୭॥

ବାଣିଜ୍ୟନିପୁଣୋ ବଶ୍ୟୋ ବାତାଙ୍ଗୀ ବାତରୋଗହୃତ୍ ।
ସ୍ଥୂଳଃ ସ୍ଥୈର୍ଯ୍ୟଗୁଣାଧ୍ୟକ୍ଷଃ ସ୍ଥୂଳସୂକ୍ଷ୍ମାଦିକାରଣଃ ॥ ୮॥

ଅପ୍ରକାଶଃ ପ୍ରକାଶାତ୍ମା ଘନୋ ଗଗନଭୂଷଣଃ ।
ବିଧିସ୍ତୁତ୍ୟୋ ବିଶାଳାକ୍ଷୋ ବିଦ୍ୱଜ୍ଜନମନୋହରଃ ॥ ୯॥

ଚାରୁଶୀଳଃ ସ୍ୱପ୍ରକାଶୋ ଚପଳଶ୍ଚ ଜିତେନ୍ଦ୍ରିୟଃ ।
ଉଦଽଗ୍ମୁଖୋ ମଖାସକ୍ତୋ ମଗଧାଧିପତିର୍ହରଃ ॥ ୧୦॥

ସୌମ୍ୟବତ୍ସରସଞ୍ଜାତଃ ସୋମପ୍ରିୟକରଃ ସୁଖୀ ।
ସିଂହାଧିରୂଢଃ ସର୍ବଜ୍ଞଃ ଶିଖିବର୍ଣଃ ଶିବଙ୍କରଃ ॥ ୧୧॥

ପୀତାମ୍ବରୋ ପୀତବପୁଃ ପୀତଚ୍ଛତ୍ରଧ୍ୱଜାଙ୍କିତଃ ।
ଖଡ୍ଗଚର୍ମଧରଃ କାର୍ଯ୍ୟକର୍ତ୍ତା କଳୁଷହାରକଃ ॥ ୧୨॥

ଆତ୍ରେୟଗୋତ୍ରଜୋଽତ୍ୟନ୍ତବିନୟୋ ବିଶ୍ୱପାବନଃ ।
ଚାମ୍ପେୟପୁଷ୍ପସଙ୍କାଶଃ ଚାରଣଃ ଚାରୁଭୂଷଣଃ ॥ ୧୩॥

ବୀତରାଗୋ ବୀତଭୟୋ ବିଶୁଦ୍ଧକନକପ୍ରଭଃ ।
ବନ୍ଧୁପ୍ରିୟୋ ବନ୍ଧଯୁକ୍ତୋ ବନମଣ୍ଡଳସଂଶ୍ରିତଃ ॥ ୧୪॥

ଅର୍କେଶାନପ୍ରଦେଷସ୍ଥଃ ତର୍କଶାସ୍ତ୍ରବିଶାରଦଃ ।
ପ୍ରଶାନ୍ତଃ ପ୍ରୀତିସଂଯୁକ୍ତଃ ପ୍ରିୟକୃତ୍ ପ୍ରିୟଭାଷଣଃ ॥ ୧୫॥

ମେଧାବୀ ମାଧବାସକ୍ତୋ ମିଥୁନାଧିପତିଃ ସୁଧୀଃ ।
କନ୍ୟାରାଶିପ୍ରିୟଃ କାମପ୍ରଦୋ ଘନଫଳାଶ୍ରୟଃ ॥ ୧୬॥

ବୁଧସ୍ୟେବମ୍ପ୍ରକାରେଣ ନାମ୍ନାମଷ୍ଟୋତ୍ତରଂ ଶତମ୍ ।
ସମ୍ପୂଜ୍ୟ ବିଧିବତ୍କର୍ତ୍ତା ସର୍ବାନ୍କାମାନବାପ୍ନୁୟାତ୍ ॥ ୧୭॥

॥ ଇତି ଶ୍ରୀ ବୁଧ ଅଷ୍ଟୋତ୍ତରଶତନାମସ୍ତୋତ୍ରମ୍ ॥

Wednesday is the day which is dedicated to this planet.

The direction that this planet signifies is the North direction.

This planet represents green and light green colour.

The orbit time of this planet in all the zodiac signs or Rashis is one month.

The orbit time which it takes to complete the entire zodiac cycle is 12 months.

The Nakshatras or constellations that this planet rules are Revati, Jyeshtha and Ashlesha.

The planets that are friendly to the Mercury planet are Venus, Rahu and Sun.

The Mercury planet also has an enemy planet which is none other than the moon.

The planets which are neutral to planet Mercury include planets like Mars, Saturn and Jupiter.
The planet Mercury becomes very weak when it enters Pisces zodiac sign or Meena Rashi.

It has a very positive influence on the speech, intelligence, voice and logic

It sits in the 10th house of Karkata Rashi.

ଓଁ ଶ୍ରୀ ବୁଧାୟ ନମଃ ।
ଓଁ ବୁଧାର୍ଚ୍ଚିତାୟ ନମଃ ।
ଓଁ ସୌମ୍ୟାୟ ନମଃ ।
ଓଁ ସୌମ୍ୟଚିତ୍ତାୟ ନମଃ ।
ଓଁ ଶୁଭପ୍ରଦାୟ ନମଃ ।
ଓଁ ଦୃଢବ୍ରତାୟ ନମଃ ।
ଓଁ ଦୃଢଫଳାୟ ନମଃ ।
ଓଁ ଶ୍ରୁତିଜାଲପ୍ରବୋଧକାୟ ନମଃ ।
ଓଁ ସତ୍ୟବାସାୟ ନମଃ ।
ଓଁ ସତ୍ୟବଚସେ ନମଃ । ୧୦
ଓଁ ଶ୍ରେୟସାଂ ପତୟେ ନମଃ ।
ଓଁ ଅବ୍ୟଯାୟ ନମଃ ।
ଓଁ ସୋମଜାୟ ନମଃ ।
ଓଁ ସୁଖଦାୟ ନମଃ ।
ଓଁ ଶ୍ରୀମତେ ନମଃ ।
ଓଁ ସୋମବଂଶପ୍ରଦୀପକାୟ ନମଃ ।
ଓଁ ବେଦବିଦେ ନମଃ ।
ଓଁ ବେଦତତ୍ତ୍ୱାଶାୟ ନମଃ ।
ଓଁ ବେଦାନ୍ତଜ୍ଞାନଭାସ୍କରାୟ ନମଃ ।
ଓଁ ବିଦ୍ୟାବିଚକ୍ଷଣାୟ ନମଃ । ୨୦
ଓଁ ବିଦୁଷେ ନମଃ ।
ଓଁ ବିଦ୍ୱତ୍ପ୍ରୀତିକରାୟ ନମଃ ।
ଓଁ ଋଜବେ ନମଃ ।
ଓଁ ବିଶ୍ୱାନୁକୂଳସଞ୍ଚାରାୟ ନମଃ ।
ଓଁ ବିଶେଷବିନୟାନ୍ୱିତାୟ ନମଃ ।
ଓଁ ବିବିଧାଗମସାରଜ୍ଞାୟ ନମଃ ।
ଓଁ ବୀର୍ଯ୍ୟବତେ ନମଃ ।
ଓଁ ବିଗତଜ୍ୱରାୟ ନମଃ ।
ଓଁ ତ୍ରିବର୍ଗଫଳଦାୟ ନମଃ ।
ଓଁ ଅନନ୍ତାୟ ନମଃ । ୩୦
ଓଁ ତ୍ରିଦଶାଧିପପୂଜିତାୟ ନମଃ ।
ଓଁ ବୁଦ୍ଧିମତେ ନମଃ ।
ଓଁ ବହୁଶାସ୍ତ୍ରଜ୍ଞାୟ ନମଃ ।
ଓଁ ବଳିନେ ନମଃ ।
ଓଁ ବନ୍ଧବିମୋଚକାୟ ନମଃ ।
ଓଁ ବକ୍ରାତିବକ୍ରଗମନାୟ ନମଃ ।
ଓଁ ବାସବାୟ ନମଃ ।
ଓଁ ବସୁଧାଧିପାୟ ନମଃ ।
ଓଁ ପ୍ରସନ୍ନବଦନାୟ ନମଃ ।
ଓଁ ବନ୍ଦ୍ୟାୟ ନମଃ । ୪୦
ଓଁ ବରେଣ୍ୟାୟ ନମଃ ।
ଓଁ ବାଗ୍ୱିଲକ୍ଷଣାୟ ନମଃ ।
ଓଁ ସତ୍ୟବତେ ନମଃ ।
ଓଁ ସତ୍ୟସଙ୍କଳ୍ପାୟ ନମଃ ।
ଓଁ ସତ୍ୟବନ୍ଧବେ ନମଃ ।
ଓଁ ସଦାଦରାୟ ନମଃ ।
ଓଁ ସର୍ବରୋଗପ୍ରଶମନାୟ ନମଃ ।
ଓଁ ସର୍ବମୃତ୍ୟୁନିବାରକାୟ ନମଃ ।
ଓଁ ବାଣିଜ୍ୟନିପୁଣାୟ ନମଃ ।
ଓଁ ବଶ୍ୟାୟ ନମଃ । ୫୦
ଓଁ ବାତାଙ୍ଗାୟ ନମଃ ।
ଓଁ ବାତରୋଗହୃତେ ନମଃ ।
ଓଁ ସ୍ଥୂଳାୟ ନମଃ ।
ଓଁ ସ୍ଥୈର୍ଯ୍ୟଗୁଣାଧ୍ୟକ୍ଷାୟ ନମଃ ।
ଓଁ ସ୍ଥୂଳସୂକ୍ଷ୍ମାଦିକାରଣାୟ ନମଃ ।
ଓଁ ଅପ୍ରକାଶାୟ ନମଃ ।
ଓଁ ପ୍ରକାଶାତ୍ମନେ ନମଃ ।
ଓଁ ଘନାୟ ନମଃ ।
ଓଁ ଗଗନଭୂଷଣାୟ ନମଃ ।
ଓଁ ବିଧିସ୍ତୁତ୍ୟାୟ ନମଃ । ୬୦
ଓଁ ବିଶାଳାକ୍ଷାୟ ନମଃ ।
ଓଁ ବିଦ୍ୱଜ୍ଜନମନୋହରାୟ ନମଃ ।
ଓଁ ଚାରୁଶୀଳାୟ ନମଃ ।
ଓଁ ସ୍ୱପ୍ରକାଶାୟ ନମଃ ।
ଓଁ ଚପଳାୟ ନମଃ ।
ଓଁ ଜିତେନ୍ଦ୍ରିୟାୟ ନମଃ ।
ଓଁ ଉଦଙ୍ମୁଖାୟ ନମଃ ।
ଓଁ ମଖାସକ୍ତାୟ ନମଃ ।
ଓଁ ମଗଧାଧିପତୟେ ନମଃ ।
ଓଁ ହରୟେ ନମଃ । ୭୦
ଓଁ ସୌମ୍ୟବତ୍ସରସଞ୍ଜାତାୟ ନମଃ ।
ଓଁ ସୋମପ୍ରିୟକରାୟ ନମଃ ।
ଓଁ ମହତେ ନମଃ ।
ଓଁ ସିଂହାଧିରୂଢାୟ ନମଃ ।
ଓଁ ସର୍ବଜ୍ଞାୟ ନମଃ ।
ଓଁ ଶିଖିବର୍ଣ୍ଣାୟ ନମଃ ।
ଓଁ ଶିବଙ୍କରାୟ ନମଃ ।
ଓଁ ପୀତାମ୍ବରାୟ ନମଃ ।
ଓଁ ପୀତବପୁଷେ ନମଃ ।
ଓଁ ପୀତଚ୍ଛତ୍ରଧ୍ୱଜାଙ୍କିତାୟ ନମଃ । ୮୦
ଓଁ ଖଡ୍ଗଚର୍ମଧରାୟ ନମଃ ।
ଓଁ କାର୍ଯ୍ୟକର୍ତ୍ତ୍ରେ ନମଃ ।
ଓଁ କଳୁଷହାରକାୟ ନମଃ ।
ଓଁ ଆତ୍ରେୟଗୋତ୍ରଜାୟ ନମଃ ।
ଓଁ ଅତ୍ୟନ୍ତବିନୟାୟ ନମଃ ।
ଓଁ ବିଶ୍ୱପବନାୟ ନମଃ ।
ଓଁ ଚାମ୍ପେୟପୁଷ୍ପସଙ୍କାଶାୟ ନମଃ ।
ଓଁ ଚାରଣାୟ ନମଃ ।
ଓଁ ଚାରୁଭୂଷଣାୟ ନମଃ ।
ଓଁ ବୀତରାଗାୟ ନମଃ । ୯୦
ଓଁ ବୀତଭୟାୟ ନମଃ ।
ଓଁ ବିଶୁଦ୍ଧକନକପ୍ରଭାୟ ନମଃ ।
ଓଁ ବନ୍ଧୁପ୍ରିୟାୟ ନମଃ ।
ଓଁ ବନ୍ଧୁୟୁକ୍ତାୟ ନମଃ ।
ଓଁ ବନମଣ୍ଡଳସଂଶ୍ରିତାୟ ନମଃ ।
ଓଁ ଅର୍କେଶାନନିବାସସ୍ଥାୟ ନମଃ ।
ଓଁ ତର୍କଶାସ୍ତ୍ରବିଶାରଦାୟ ନମଃ ।
ଓଁ ପ୍ରଶାନ୍ତାୟ ନମଃ ।
ଓଁ ପ୍ରୀତିସଂଯୁକ୍ତାୟ ନମଃ ।
ଓଁ ପ୍ରିୟକୃତେ ନମଃ । ୧୦୦
ଓଁ ପ୍ରିୟଭୂଷଣାୟ ନମଃ ।
ଓଁ ମେଧାବିନେ ନମଃ ।
ଓଁ ମାଧବସକ୍ତାୟ ନମଃ ।
ଓଁ ମିଥୁନାଧିପତୟେ ନମଃ ।
ଓଁ ସୁଧିୟେ ନମଃ ।
ଓଁ କନ୍ୟାରାଶିପ୍ରିୟାୟ ନମଃ ।
ଓଁ କାମପ୍ରଦାୟ ନମଃ ।
ଓଁ ଘନଫଳାଶ୍ରୟାୟ ନମଃ ।

This planet is concerned with journeys and transport, chiefly short journeys. It is also associated with intellect and mentality. It seeks to comprehend by inquiry…. analysing and questioning. It is also connected to the nervous system as the nerves are the communication systems of our body. It is linked with coordination, both mentally and physically.

॥ ଇତି ଶ୍ରୀ ବୁଧ ଅଷ୍ଟୋତ୍ତରଶତନାମାବଳିଃ ସମ୍ପୂର୍ଣ୍ଣମ୍ ॥

ଅସ୍ୟ ଶ୍ରୀବୁଧପଞ୍ଚବିଂଶତିନାମସ୍ତୋତ୍ରସ୍ୟ
ପ୍ରଜାପତି ଋଷିଃ,
ତ୍ରିଷ୍ଟୁପ୍ ଛନ୍ଦଃ,
ବୁଧୋ ଦେବତା,
ଶ୍ରୀ ବୁଧପ୍ରୀତ୍ୟର୍ଥଂ ଜପେ ବିନିଯୋଗଃ ॥

ଓଁ
ବୁଧୋ ବୁଦ୍ଧିମତାଂ ଶ୍ରେଷ୍ଠୋ ବୁଦ୍ଧିଦାତା ଧନପ୍ରଦଃ ।
ପ୍ରିୟଙ୍ଗୁକଳିକାଶ୍ୟାମଃ କଞ୍ଜନେତ୍ରୋ ମନୋହରଃ ॥ ୧॥

ଗ୍ରହୋପମୋ ରୌହିଣେୟୋ ନକ୍ଷତ୍ରେଶୋ ଦୟାକରଃ ।
ବିରୁଦ୍ଧକାର୍ଯ୍ୟହନ୍ତା ଚ ସୌମ୍ୟୋ ବୁଦ୍ଧିବିବର୍ଦ୍ଧନଃ ॥ ୨॥

ଚନ୍ଦ୍ରାତ୍ମଜୋ ବିଷ୍ଣୁରୂପୀ ଜ୍ଞାନୀ ଜ୍ଞୋ ଜ୍ଞାନିନାୟକଃ ।
ଗ୍ରହପୀଡାହରୋ ଦାରପୁତ୍ରଧାନ୍ୟପଶୁପ୍ରଦଃ ॥ ୩॥

ଲୋକପ୍ରିୟଃ ସୌମ୍ୟମୂର୍ତ୍ତିର୍ଗୁଣଦୋ ଗୁଣିବତ୍ସଳଃ ।
ପଞ୍ଚବିଂଶତିନାମାନି ବୁଧସ୍ୟୈତାନି ଯଃ ପଠେତ୍ ॥ ୪॥

ସ୍ମୃତ୍ୱା ବୁଧଂ ସଦା ତସ୍ୟ ପୀଡା ସର୍ବା ବିନଶ୍ୟତି ।
ତଦ୍ଦିନେ ବା ପଠେଦ୍ୟସ୍ତୁ ଲଭତେ ସ ମନୋଗତମ୍ ॥ ୫॥

॥ ଇତି ଶ୍ରୀପଦ୍ମପୁରାଣେ ଶ୍ରୀ ବୁଧପଞ୍ଚବିଂଶତିନାମସ୍ତୋତ୍ରମ୍ ସମ୍ପୂର୍ଣ୍ଣମ୍ ॥

ଶନି ମୂଳମନ୍ତ୍ର:-।।ଓଁ ନମୋ ଭଗବତେ ଶନୈଶ୍ଚରାୟ ସୂର୍ଯ୍ୟପୁତ୍ରାୟ ନମଃ।। #ତନ୍ତ୍ରୋକ୍ତ ମନ୍ତ୍ର:-(୧)।।ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୟେ ନମଃ।।...
09/08/2024

ଶନି ମୂଳମନ୍ତ୍ର:-
।।ଓଁ ନମୋ ଭଗବତେ ଶନୈଶ୍ଚରାୟ ସୂର୍ଯ୍ୟପୁତ୍ରାୟ ନମଃ।।
#ତନ୍ତ୍ରୋକ୍ତ ମନ୍ତ୍ର:-
(୧)।।ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୟେ ନମଃ।।
(୨)।।ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଂ ଶନୈଶ୍ଚରାୟ ନମଃ।।
#ଶ୍ରୀଶନିବଜ୍ରପଞ୍ଜରକବଚମ୍
ଶ୍ରୀ ଗଣେଶାୟ ନମଃ ॥
ବିନିୟୋଗଃ ।
ଓଁ ଅସ୍ୟ ଶ୍ରୀଶନୈଶ୍ଚରବଜ୍ରପଞ୍ଜର କବଚସ୍ୟ କଶ୍ୟପ ଋଷିଃ,
ଅନୁଷ୍ଟୁପ୍ ଛନ୍ଦଃ, ଶ୍ରୀ ଶନୈଶ୍ଚର ଦେବତା,
ଶ୍ରୀଶନୈଶ୍ଚର ପ୍ରୀତ୍ୟର୍ଥେ ଜପେ ବିନିୟୋଗଃ ॥
#ଋଷ୍ୟାଦି ନ୍ୟାସଃ ।
ଶ୍ରୀକଶ୍ୟପ ଋଷୟେନମଃ ଶିରସି ।
ଅନୁଷ୍ଟୁପ୍ ଛନ୍ଦସେ ନମଃ ମୁଖେ ।
ଶ୍ରୀଶନୈଶ୍ଚର ଦେବତାୟୈ ନମଃ ହୃଦି ।
ଶ୍ରୀଶନୈଶ୍ଚରପ୍ରୀତ୍ୟର୍ଥେ ଜପେ ବିନିୟୋଗାୟ ନମଃ ସର୍ୱାଙ୍ଗେ ॥
#ଧ୍ୟାନମ୍ ।
ନୀଲାମ୍ବରୋ ନୀଲବପୁଃ କିରୀଟୀ ଗୃଧ୍ରସ୍ଥିତସ୍ତ୍ରାସକରୋ ଧନୁଷ୍ମାନ୍ ।
ଚତୁର୍ଭୁଜଃ ସୂର୍ୟସୁତଃ ପ୍ରସନ୍ନଃ ସଦା ମମ ସ୍ୟାଦ୍ ବରଦଃ ପ୍ରଶାନ୍ତଃ ॥ ୧॥
#ବ୍ରହ୍ମା ଉବାଚ ॥
ଶୃଣୁଧ୍ୱମୃଷୟଃ ସର୍ୱେ ଶନିପୀଡାହରଂ ମହତ୍ ।
କବଚଂ ଶନିରାଜସ୍ୟ ସୌରେରିଦମନୁତ୍ତମମ୍ ॥ ୨॥
କବଚଂ ଦେବତାବାସଂ ବଜ୍ରପଞ୍ଜରସଂଜ୍ଞକମ୍ ।
ଶନୈଶ୍ଚରପ୍ରୀତିକରଂ ସର୍ୱସୌଭାଗ୍ୟଦାୟକମ୍ ॥ ୩॥
ଓଁ ଶ୍ରୀଶନୈଶ୍ଚରଃ ପାତୁ ଭାଳଂ ମେ ସୂର୍ୟନନ୍ଦନଃ ।
ନେତ୍ରେ ଛାୟାତ୍ମଜଃ ପାତୁ ପାତୁ କର୍ଣୌ ଯମାନୁଜଃ ॥ ୪॥
ନାସାଂ ବୈବସ୍ୱତଃ ପାତୁ ମୁଖଂ ମେ ଭାସ୍କରଃ ସଦା ।
ସ୍ନିଗ୍ଧକଣ୍ଠଶ୍ଚ ମେ କଣ୍ଠଂ ଭୁଜୌ ପାତୁ ମହାଭୁଜଃ ॥ ୫॥
ସ୍କନ୍ଧୌ ପାତୁ ଶନିଶ୍ଚୈବ କରୌ ପାତୁ-ଶୁଭପ୍ରଦଃ ।
ବକ୍ଷଃ ପାତୁ ଯମଭ୍ରାତା କୁକ୍ଷିଂ ପାତ୍ୱସିତସ୍ତଥା ॥ ୬॥
ନାଭିଂ ଗ୍ରହପତିଃ ପାତୁ ମନ୍ଦଃ ପାତୁ କଟିଂ ତଥା ।
ଊରୂ ମମାନ୍ତକଃ ପାତୁ ଯମୋ ଜାନୁୟୁଗଂ ତଥା ॥ ୭॥
ପାଦୌ ମନ୍ଦଗତିଃ ପାତୁ ସର୍ୱାଙ୍ଗଂ ପାତୁ ପିପ୍ପଲଃ ।
ଅଙ୍ଗୋପାଙ୍ଗାନି ସର୍ୱାଣି ରକ୍ଷେନ୍ ମେ ସୂର୍ୟନନ୍ଦନଃ ॥ ୮॥
ଇତ୍ୟେତତ୍ କବଚଂ ଦିବ୍ୟଂ ପଠେତ୍ ସୂର୍ୟସୁତସ୍ୟ ଯଃ ।
ନ ତସ୍ୟ ଜାୟତେ ପୀଡା ପ୍ରୀତୋ ଭବତି ସୂର୍ୟଜଃ ॥ ୯॥
ବ୍ୟଯ-ଜନ୍ମ-ଦ୍ୱିତୀୟସ୍ଥୋ ମୃତ୍ୟୁସ୍ଥାନଗତୋଽପି ବା ।
କଲତ୍ରସ୍ଥୋ ଗତୋ ବାପି ସୁପ୍ରୀତସ୍ତୁ ସଦା ଶନିଃ ॥ ୧୦॥
ଅଷ୍ଟମସ୍ଥେ ସୂର୍ୟସୁତେ ବ୍ୟଯେ ଜନ୍ମଦ୍ୱିତୀୟଗେ ।
କବଚଂ ପଠତେ ନିତ୍ୟଂ ନ ପୀଡା ଜାୟତେ କ୍ୱଚିତ୍ ॥ ୧୧॥
ଇତ୍ୟେତତ୍କବଚଂ ଦିବ୍ୟଂ ସୌରେର୍ୟନ୍ନିର୍ମିତଂ ପୁରା ।
ଦ୍ୱାଦଶାଷ୍ଟମଜନ୍ମସ୍ଥଦୋଷାନ୍ନାଶୟତେ ସଦା ।
ଜନ୍ମଲଗ୍ନସ୍ଥିତାନ୍ ଦୋଷାନ୍ ସର୍ୱାନ୍ନାଶୟତେ ପ୍ରଭୁଃ ॥ ୧୨॥
॥ ଇତି ଶ୍ରୀ #ଶନିବଜ୍ରପଞ୍ଜର କବଚଂ ସମ୍ପୂର୍ଣ୍ଣମ୍ ॥

Address

Cuttack
754004

Telephone

+919937778134

Website

Alerts

Be the first to know and let us send you an email when LALIT MOHAN ASTRO GUIDE posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to LALIT MOHAN ASTRO GUIDE:

Shortcuts

Share

Category