Kahuchitbw

Kahuchitbw Odisha's leading publishing house Raising the quality of Education in Odisha since 1993

This Independence Day, let’s remember the sacrifices that gave us our freedom and celebrate the unity, courage, and drea...
15/08/2026

This Independence Day, let’s remember the sacrifices that gave us our freedom and celebrate the unity, courage, and dreams that continue to make India stronger. ❤️

Let’s inspire the young generation to dream big, learn, lead, and contribute towards a brighter India. 🇮🇳✨

Happy Independence Day! Jai Hind! 🇮🇳

👷‍♂️ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Civil) ପଦବୀ ପାଇଁ ମ...
10/08/2026

👷‍♂️ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Civil) ପଦବୀ ପାଇଁ ମୋଟ 46ଟି Group-A ପଦବୀରେ ନିଯୁକ୍ତି ବିଜ୍ଞପ୍ତି (Advt. No. 07 of 2026-27) ପ୍ରକାଶ ପାଇଛି।

📅 ଅନଲାଇନ୍ ଆବେଦନ ଆରମ୍ଭ – 11 ଅଗଷ୍ଟ 2026
ଅନଲାଇନ୍ ଆବେଦନ ଶେଷ ତାରିଖ – 11 ସେପ୍ଟେମ୍ବର 2026 (ସନ୍ଧ୍ୟା 5:00 ପର୍ଯ୍ୟନ୍ତ)।

📌 ମୁଖ୍ୟ ସୂଚନା:
• UR – 24
• SEBC – 5
• SC – 7
• ST – 10
• ମହିଳାଙ୍କ ପାଇଁ ସଂରକ୍ଷିତ – 15
• PwD ସଂରକ୍ଷଣ – 2 ପଦବୀ।

💰 ଦରମା:
Level-12 Pay Matrix (ORSP Rules-2017) ଅନୁଯାୟୀ ପ୍ରାକ୍-ସଂଶୋଧିତ Pay Band-3 ₹15,600–₹39,100 ସହ Grade Pay ₹5,400 ଏବଂ ସରକାରୀ ନିୟମାନୁସାରେ ଅନ୍ୟାନ୍ୟ ଭତ୍ତା।

🎓 ଶିକ୍ଷାଗତ ଯୋଗ୍ୟତା:
ସରକାର ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ କିମ୍ବା AMIE (Civil) ଯୋଗ୍ୟତା ରହିବା ଆବଶ୍ୟକ।

🎂 ବୟସ ସୀମା (01.01.2026 ସୁଦ୍ଧା):
✔️ ସର୍ବନିମ୍ନ – 21 ବର୍ଷ
✔️ ସର୍ବାଧିକ – 42 ବର୍ଷ
ସରକାରୀ ନିୟମାନୁସାରେ SC/ST/SEBC, ମହିଳା, Ex-Servicemen ଓ PwD ପ୍ରାର୍ଥୀଙ୍କୁ ବୟସରେ ରିହାତି ମିଳିବ।

💳 ଆବେଦନ ଶୁଳ୍କ:
• SC/ST/PwD – ଶୁଳ୍କ ଛାଡ଼
• ଅନ୍ୟ ସମସ୍ତ ପ୍ରାର୍ଥୀ – ₹700।

📝 ଚୟନ ପ୍ରକ୍ରିୟା:
1️⃣ ପ୍ରାରମ୍ଭିକ ପରୀକ୍ଷା
2️⃣ ମୁଖ୍ୟ ପରୀକ୍ଷା
3️⃣ ସାକ୍ଷାତକାର
📌 ଅନ୍ତିମ ମେରିଟ୍ ତାଲିକା ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାରର ମାର୍କ ଆଧାରରେ ପ୍ରସ୍ତୁତ ହେବ।

📅 ପ୍ରାରମ୍ଭିକ ପରୀକ୍ଷା:
🗓️ 08 ନଭେମ୍ବର 2026 (ରବିବାର)

📍 ପରୀକ୍ଷା କେନ୍ଦ୍ର:
କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଏବଂ ଜୟପୁର (ଆବେଦନ ସଂଖ୍ୟା ଅନୁଯାୟୀ)।

📂 ଆବଶ୍ୟକ :
✔️ HSC ସର୍ଟିଫିକେଟ୍
✔️ +2 ସର୍ଟିଫିକେଟ୍
✔️ Civil Engineering Degree/AMIE
✔️ ସମସ୍ତ ମାର୍କଶିଟ୍
✔️ ଜାତି ପ୍ରମାଣପତ୍ର (ଯଦି ପ୍ରଯୋଜ୍ୟ)
✔️ PwD ସର୍ଟିଫିକେଟ୍ (ଯଦି ପ୍ରଯୋଜ୍ୟ)
✔️ Odia ଭାଷା ଯୋଗ୍ୟତା ସମ୍ବନ୍ଧୀୟ ପ୍ରମାଣପତ୍ର ଇତ୍ୟାଦି।

👉 ପ୍ରାର୍ଥୀମାନେ www.opsc.gov.in ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

👷‍♂️Odisha Public Service Commission (OPSC) has published a recruitment notification (Advt. No. 07 of 2026-27) for a total of 46 Group-A posts for the post of Assistant Executive Engineer (Civil) under the Housing and Urban Development Department.
📅 Online application starts – 11 August 2026
Last date for online application – 11 September 2026 (up to 5:00 PM).
📌 Key Information:
• UR – 24
• SEBC – 5
• SC – 7
• ST – 10
• Reserved for Women – 15
• PwD Reservation – 2 posts.
👉 Candidates can apply online through www.opsc.gov.in.

🌾 ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ...
04/08/2026

🌾 ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ନିୟମିତ ପିଜି ଛାତ୍ରଛାତ୍ରୀ ଓ ପିଏଚ୍‌ଡି ଗବେଷକଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ (ଭତ୍ତା) ଘୋଷଣା କରାଯାଇଛି।

📌 ଷ୍ଟାଇପେଣ୍ଡ ବିବରଣୀ:
✅ ପିଜି (PG) ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ ବିଷୟର ୨ ବର୍ଷିଆ କୋର୍ସ ପାଇଁ ପ୍ରତିମାସ ₹୧୦,୦୦୦।
✅ ପିଏଚ୍‌ଡି (Ph.D.) ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ₹୧୫,୦୦୦ ପ୍ରଦାନ କରାଯିବ।

📍ଏହି ନିଷ୍ପତ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଚେଷ୍ଟାରେ ନିଆଯାଇଛି।

🎯 ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ:
• କୃଷି ଗବେଷଣାକୁ ପ୍ରୋତ୍ସାହନ ଦେବା।
• ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା।
• ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ନୂତନ ଉଦ୍ଭାବନ ଓ ଗବେଷଣାରେ ଧ୍ୟାନ ଦେବାର ସୁଯୋଗ ସୃଷ୍ଟି କରିବା।
• ଦୀର୍ଘମିଆଦିରେ ଓଡ଼ିଶାର କୃଷି ଓ ଚାଷୀଙ୍କ ଭବିଷ୍ୟତକୁ ଅଧିକ ସୁଦୃଢ଼ କରିବା।

🏹 ଉପ-ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଯୁବ ଗବେଷକଙ୍କ ଉପରେ ନିବେଶ କରିବା ମାନେ ଓଡ଼ିଶାର ଚାଷୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା।

📢 ଏହି ସୁବିଧା OUATର ନିୟମିତ PG ଛାତ୍ରଛାତ୍ରୀ ଏବଂ Ph.D. ଗବେଷକଙ୍କ ପାଇଁ ଲାଗୁ ହେବ।

🌾 The state government has taken an important step to further accelerate agricultural education and research in the state. Monthly stipend (allowance) has been announced for regular PG students and PhD researchers of Odisha University of Agriculture and Technology (OUAT).
📌 Stipend details:
✅ PG students will be given ₹10,000 per month for a 2-year course in agriculture and allied subjects.
✅ Ph.D. (Ph.D.) researchers will be given ₹15,000 per month for 3 years.
📍This decision has been taken at the initiative of Deputy Chief Minister and Agriculture Minister Kanak Vardhan Singh Deo.
🎯 The main objectives of this scheme are:
• To promote agricultural research.
• To provide financial assistance to talented students.
• To create an opportunity to focus on new innovations and research, free from financial worries.
• To strengthen the future of Odisha’s agriculture and farmers in the long term.
🏹 According to the Deputy Chief Minister, investing in young researchers means securing the future of Odisha’s farmers.
📢 This facility will be applicable to regular PG students and Ph.D. researchers of OUAT.

🏫 ରାଜ୍ୟର ସମସ୍ତ ବିଦ୍ୟାଳୟରେ ‘ସ୍କୁଲ୍ ସୁରକ୍ଷା ସପ୍ତାହ’ ପାଳନ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)...
03/08/2026

🏫 ରାଜ୍ୟର ସମସ୍ତ ବିଦ୍ୟାଳୟରେ ‘ସ୍କୁଲ୍ ସୁରକ୍ଷା ସପ୍ତାହ’ ପାଳନ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

🔰ଏହି ପଦକ୍ଷେପ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଋତୁରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ନିଆଯାଇଛି।

🔹 ସମସ୍ତ ସ୍କୁଲରେ ସୁରକ୍ଷା ଅଡିଟ୍ :
ବର୍ଷା ଋତୁକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟରେ କୋଠାବାଡ଼ି ସୁରକ୍ଷା ଅଡିଟ୍ କରାଯିବ। ଯେଉଁଠାରେ ଅଡିଟ୍ ବାକି ରହିଛି, ସେଠାରେ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ମାନେ ଓଡ଼ିଶା ସ୍କୁଲ ସୁରକ୍ଷା ନୀତି–୨୦୧୬ କାର୍ଯ୍ୟାନ୍ବୟନ ଓ ତଦାରଖ ପାଇଁ ଜିଲ୍ଲା ନୋଡାଲ ଅଧିକାରୀ ଭାବେ କାମ କରିବେ।

💰 ସରକାରୀ ସ୍କୁଲକୁ ₹୨,୦୦୦ ସହାୟତା
ସମଗ୍ର ଶିକ୍ଷା ଓ PM SHRI ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟେକ ସରକାରୀ ବିଦ୍ୟାଳୟକୁ ସୁରକ୍ଷା ଅଡିଟ୍ ପାଇଁ ₹୨,୦୦୦ ପ୍ରଦାନ କରାଯିବ। ଏହା ସହ ବିଦ୍ୟାଳୟ ପରିସରର ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟ ପାଇଁ ବିଦ୍ୟାଳୟ ଅନୁଦାନର ୧୦% ପର୍ଯ୍ୟନ୍ତ ଅର୍ଥ ବ୍ୟବହାର କରାଯାଇପାରିବ।

📅 ୬ ଦିନିଆ ‘ସ୍କୁଲ୍ ସୁରକ୍ଷା ସପ୍ତାହ’ କାର୍ଯ୍ୟକ୍ରମ
🟢 ପ୍ରଥମ ଦିନ:
• ସ୍କୁଲ ପରିସର, ଶ୍ରେଣୀଗୃହ, ଓଭରହେଡ୍ ଟାଙ୍କି ଓ MDM ହଲ୍ ସଫେଇ
• ଭଙ୍ଗା ଆସବାବପତ୍ର ଓ ଇ-ବର୍ଜ୍ୟ ଅପସାରଣ
• ପାନୀୟ ଜଳ ଓ ଶୌଚାଳୟର କାର୍ଯ୍ୟକାରିତା ଯାଞ୍ଚ

🟢 ଦ୍ୱିତୀୟ ଦିନ:
• ସ୍କୁଲ ସୁରକ୍ଷା କମିଟି ଓ SMC ସଦସ୍ୟଙ୍କ ସହ ବୈଠକ
• ବିପଦ ଆକଳନ
• ସ୍କୁଲ ସୁରକ୍ଷା ଅଡିଟ୍

🟢 ତୃତୀୟ ଦିନ:
• ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ
• ଫାଟିଥିବା କାନ୍ଥ ଓ ଛାତ ମରାମତି
• ଖାଲିସ୍ଥାନ ପୂରଣ
• ପୋଖରୀ ଓ କୂଅ ଚାରିପାଖରେ ବାଡ଼
• ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ପ୍ରଦର୍ଶନ

🟢 ଚତୁର୍ଥ ଦିନ:
• ଅଗ୍ନି ନିର୍ବାପକ ଯନ୍ତ୍ର ଯାଞ୍ଚ
• ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସମୀକ୍ଷା
• ଫାଷ୍ଟ-ଏଡ୍ ବକ୍ସ ରିଫିଲିଂ
• ଶୌଚାଳୟ ମରାମତି
• ମକ୍-ଡ୍ରିଲ୍ ଆୟୋଜନ

🟢 ପଞ୍ଚମ ଦିନ:
• ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ
• ସଡ଼କ ସୁରକ୍ଷା ସଚେତନତା
• ସାଇବର ସୁରକ୍ଷା ପ୍ରଶିକ୍ଷଣ
• ସ୍କୁଲ ସୁରକ୍ଷା ପ୍ରତିଜ୍ଞା ପାଠ

🟢 ଷଷ୍ଠ ଦିନ:
• ସ୍କୁଲ ସୁରକ୍ଷା ପ୍ରସ୍ତାବ ଗ୍ରହଣ
• ସ୍କୁଲ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି
• Google Tracker ପୂରଣ
• ଦୈନନ୍ଦିନ ଅଗ୍ରଗତି ରିପୋର୍ଟ ପ୍ରଦାନ

🏫 ‘School Safety Week’ will be observed in all schools in the state. The Odisha School Education Programme Authority (OSEPA) has issued instructions to all district collectors in this regard.

NEW TBW Navodaya Entrance Guide 2027 | Extra Book📚Every great dream begins with the right preparation.If your child is p...
03/08/2026

NEW TBW Navodaya Entrance Guide 2027 | Extra Book📚

Every great dream begins with the right preparation.

If your child is preparing for the Jawahar Navodaya Vidyalaya Entrance Examination 2027, then give them the advantage they deserve with TBW Odisha’s Nabaodaya 2027 – New Edition.

Designed according to the latest exam pattern, this book includes 35 complete practice sets, previous years’ questions, detailed explanations, and chapter-wise practice to help students build confidence and improve their performance.

With updated content covering Mathematics, Mental Ability, and EVS, every page is carefully crafted to strengthen concepts and enhance problem-solving skills.

Whether your child is just starting their preparation or revising before the exam, this book serves as the perfect companion for success.

📚 Don’t just prepare for the exam—prepare to secure a seat in Jawahar Navodaya Vidyalaya.

Available now from TBW Odisha.
Start your child’s journey towards success today!

🚀 ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ ISRO ପକ୍ଷରୁ ସହାୟକ, ଜୁନିଅର ବ୍ୟକ୍ତିଗତ ସହାୟକ, ଉପର ବିଭାଗ କ୍ଲର୍କ ଏବଂ ଷ୍ଟେନୋଗ୍ରାଫର୍‌ ପଦବୀ ପ...
30/07/2026

🚀 ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ ISRO ପକ୍ଷରୁ ସହାୟକ, ଜୁନିଅର ବ୍ୟକ୍ତିଗତ ସହାୟକ, ଉପର ବିଭାଗ କ୍ଲର୍କ ଏବଂ ଷ୍ଟେନୋଗ୍ରାଫର୍‌ ପଦବୀ ପାଇଁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଛି।

📅 ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ଆରମ୍ଭ: 27 ଜୁଲାଇ 2026, ସକାଳ 10ଟା
ଶେଷ ତାରିଖ: 16 ଅଗଷ୍ଟ 2026, ରାତି 11:55

📌 ମୋଟ ପଦବୀ: 244
ସହାୟକ – 113
ଜୁନିଅର ବ୍ୟକ୍ତିଗତ ସହାୟକ – 81
ଉପର ବିଭାଗ କ୍ଲର୍କ – 22
ଷ୍ଟେନୋଗ୍ରାଫର୍‌ – 10
ସ୍ୱୟଂଶାସିତ ସଂସ୍ଥା ରେ ସହାୟକ – 17
ସ୍ୱୟଂଶାସିତ ସଂସ୍ଥା ରେ JPA – 1

📍 ନିଯୁକ୍ତି ସ୍ଥାନ: Bengaluru, Ahmedabad, Hyderabad, Sriharikota, Thiruvananthapuram, Mahendragiri, Hassan, New Delhi ଓ ଅନ୍ୟାନ୍ୟ ISRO କେନ୍ଦ୍ର।

🎓 ଶିକ୍ଷାଗତ ଯୋଗ୍ୟତା
ସହାୟକ / UDC ପାଇଁ ସ୍ନାତକ (Graduation) ରେ ନ୍ୟୁନତମ 60% ମାର୍କ ସହ କମ୍ପ୍ୟୁଟର ଜ୍ଞାନ ଆବଶ୍ୟକ।
JPA / ଷ୍ଟେନୋଗ୍ରାଫର୍‌ ପାଇଁ ସ୍ନାତକ 60% ସହ କିମ୍ବା ବାଣିଜ୍ୟିକ / ସଚିବାଳୟ ଅଭ୍ୟାସରେ ଡିପ୍ଲୋମା (60% ସହ) 1 ବର୍ଷର Steno ଅଭିଜ୍ଞତା ଇଂରାଜୀ ଷ୍ଟେନୋଗ୍ରାଫି ରେ ପ୍ରତି ମିନିଟରେ 60 ଶବ୍ଦ କମ୍ପ୍ୟୁଟର ଜ୍ଞାନ ଆବଶ୍ୟକ।

🎂 ବୟସ ସୀମା (16-08-2026 ଅନୁସାରେ)
ସାଧାରଣ: 28 ବର୍ଷ
OBC: 31 ବର୍ଷ
SC/ST: 33 ବର୍ଷ
PwBD, Ex-servicemen, ସରକାରୀ କର୍ମଚାରୀ ଇତ୍ୟାଦିଙ୍କୁ ନିୟମାନୁସାରେ ଛୁଟ।

💰 ଦରମା ଓ ସୁବିଧା
Pay Matrix Level-4
ମୌଳିକ ଦରମା: ₹25,500 ପ୍ରତିମାସ

📝 ଚୟନ ପ୍ରକ୍ରିୟା
1️⃣ଲିଖିତ ପରୀକ୍ଷା
Objective type
ସମୟ: 150 ମିନିଟ୍
UR ପାଇଁ 50%, Reserved ପାଇଁ 40% ଯୋଗ୍ୟତା ଅଙ୍କ।
2️⃣ ଦକ୍ଷତା ପରୀକ୍ଷା
ସହାୟକ/UDC ପାଇଁ କମ୍ପ୍ୟୁଟର ସାକ୍ଷରତା ପରୀକ୍ଷା
JPA/ଷ୍ଟେନୋଗ୍ରାଫର୍‌ ପାଇଁ କମ୍ପ୍ୟୁଟର ସାକ୍ଷରତା + ଷ୍ଟେନୋଗ୍ରାଫି ପରୀକ୍ଷା UR ପାଇଁ 60%, ସଂରକ୍ଷିତ ପାଇଁ 50% ଆବଶ୍ୟକ।

📌 ଅନ୍ତିମ ମେରିଟ୍ ଲିଖିତ ପରୀକ୍ଷା ର ମାର୍କ ଆଧାରରେ ପ୍ରସ୍ତୁତ ହେବ।

🧾 ଆବେଦନ ଶୁଳ୍କ
ପ୍ରତି ଆବେଦନ ପ୍ରକ୍ରିୟାକରଣ ଦେୟ: ₹500
ଆବେଦନ ଶୁଳ୍କ: ₹100
ମହିଳା, SC/ST, PwBD ଓ Ex-servicemen ଲିଖିତ ପରୀକ୍ଷାରେ ଉପସ୍ଥିତ ହେଲେ ପୂରା ଟଙ୍କା ଫେରସ୍ତ ପାଇବେ।

📍 ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର ସହିତ Agartala, Ahmedabad, Bengaluru, Bhopal, Chandigarh, Chennai, Delhi, Hyderabad, Kolkata, Mumbai, Patna, Pune, Raipur, Ranchi, Thiruvananthapuram, Vijayawada, Visakhapatnam ଓ ଅନ୍ୟାନ୍ୟ ସହରରେ ପରୀକ୍ଷା ହେବ।

🌐 ଅନଲାଇନ୍ ଆବେଦନ www.isro.gov.in କୁ ପରିଦର୍ଶନ କରନ୍ତୁ।

🚀 Indian Space Research Organisation (ISRO) has invited online applications for the posts of Assistant, Junior Personal Assistant, Upper Division Clerk and Stenographer.
🌐 Online application visit www.isro.gov.in.

29/07/2026

🚨 ବଦଳିଗଲା ନେବାଦୟ ସିଲାବସ! 🚨 NEW TBW Navodaya Entrance Guide 2027 | Extra Book📚

2027 ଜବାହର ନେବାଦୟ ବିଦ୍ୟାଳୟ ପ୍ରେବଶିକା ପରୀକ୍ଷା (JNVST - 2027) ପାଇଁ ପ୍ରସ୍ତୁତ େହଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଆେମ ଏକ ବହୁତ ଗୁରୁତ୍ପୂର୍ଣ୍ଣ ଖବର େନଇ ଆସିଛୁ। ଆପଣମାେନ ଜାଣିଛନ୍ତି କି ଆଗାମୀ ନେବାଦୟ ପରୀକ୍ଷାର ସିଲାବସ ଏବଂ ଏକ୍ସାମ୍ ପ୍ୟାଟର୍ଣ୍ଣେର ବଡ଼ ଧରଣର ପରିବର୍ତ୍ତନ େହାଇଛି?

ନୂଆ ସିଲାବସ ଅନୁଯାୟୀ ପରୀକ୍ଷାେର ଏେବ େମାଟ ୮୦ଟି ପ୍ରଶ୍ନ ପଡିବ ଏବଂ ଏଥିପାଇଁ ୧୦୦ ମାର୍କ ରହିବ। ଏଥିେର Mental Ability ଓ EVS ରୁ ୪୦ଟି ପ୍ରଶ୍ନ, ଗଣିତ ବା Arithmetic ରୁ ୨୦ଟି ପ୍ରଶ୍ନ ଏବଂ Language Test ରୁ ୨୦ଟି ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ମିଳିବ ଏବଂ ଏଥିେର େକୗଣସି େନେଗଟିଭ୍ ମାର୍କିଂ ରହିବ ନାହିଁ। େତଣୁ ଏହି ବଦଳିଥିବା ସିଲାବସକୁ ଆଖି ଆଗେର ରଖି ସଠିକ୍ ପ୍ରସ୍ତୁତି କରିବା ନିହାତି ଜରୁରୀ।

ଏହି ନୂତନ ସିଲାବସ ଏବଂ ପ୍ୟାଟର୍ଣ୍ଣକୁ ସମ୍ପୂର୍ଣ୍ଣ ରୂେପ ଆଧାର କରି ଆେମ ଆପଣଙ୍କ ପାଇଁ େନଇ ଆସିଛୁ ବଜାରର ସବୁଠାରୁ ଶ୍େରଷ୍ଠ ଏବଂ ବିଶ୍ସନୀୟ ପୁସ୍ତକ— ‘NEW TBW Navodaya Vidyalaya Entrance Guide 2027’!

ଏହି ପୁସ୍ତକଟି ବଦଳିଥିବା ନୂଆ ନିୟମ ଅନ�

24/07/2026

As the Holy Trinity returns to the sacred abode of Shree Mandir, may this auspicious Bahuda Yatra fill every heart with peace, happiness, and new beginnings. 🙏✨

On this divine occasion, TBW wishes everyone a blessed and joyful Bahuda Yatra. Together, let’s continue inspiring young minds through TBW Jumbo Funcamp, where learning meets creativity, confidence, and fun.

May Lord Jagannath bless every student, parent, teacher, and well-wisher with wisdom, success, and prosperity.

✨ Happy Bahuda Yatra! Jai Jagannath! 🙏

🎒 ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡିଶା ପକ୍ଷରୁ HSC ପରୀକ୍ଷା 2027 ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ତଥ୍ୟ ସଂଶୋଧନ କରିବାକୁ ସମସ୍ତ ବିଦ୍...
20/07/2026

🎒 ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡିଶା ପକ୍ଷରୁ HSC ପରୀକ୍ଷା 2027 ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ତଥ୍ୟ ସଂଶୋଧନ କରିବାକୁ ସମସ୍ତ ବିଦ୍ୟାଳୟଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି।

📅 ସଂଶୋଧନ ସମୟସୀମା: 17 ଜୁଲାଇ 2026 ଠାରୁ 31 ଜୁଲାଇ 2026 ମଧ୍ୟରାତ୍ରି ପର୍ଯ୍ୟନ୍ତ। ଏହି ସମୟରେ www.bseodisha.ac.in ୱେବସାଇଟ୍‌ରେ ତଥ୍ୟ ଉପଲବ୍ଧ ରହିବ।

✅ ବିଦ୍ୟାଳୟର ଅନୁଷ୍ଠାନର ମୁଖ୍ୟ ନିଜ User ID ଓ Password ଦ୍ୱାରା Login କରି—
• ନାମଲେଖା ନମ୍ବର, ନାମ, ଫଟୋଗ୍ରାଫ ଓ ଜାତି ବ୍ୟତୀତ ଅନ୍ୟ ସମସ୍ତ ତଥ୍ୟ ଅନଲାଇନ୍ ରେ ସଂଶୋଧନ କରିପାରିବେ।
• ଭୁଲରେ ଦିଆଯାଇଥିବା ତୃତୀୟ ଭାଷା ବିଷୟ କୁ ମଧ୍ୟ ସଂଶୋଧନ କରିପାରିବେ। ଏହା ପରେ ଏହି ବିଷୟରେ ଆଉ କୌଣସି ପରିବର୍ତ୍ତନ ଗ୍ରହଣ କରାଯିବ ନାହିଁ।
• ସଂଶୋଧନ ପରେ Descriptive ରୋଲ୍ ସିଟ୍ ଡାଉନଲୋଡ୍ କରନ୍ତୁ କରିପାରିବେ।

📌 ନାମ ଓ ଫଟୋଗ୍ରାଫ୍ ସଂଶୋଧନ ପାଇଁ ଛାତ୍ର/ବିଦ୍ୟାଳୟର ମୂଳ ରେକର୍ଡ ସହ BSE ର ସମ୍ପର୍କିତ ଆଞ୍ଚଳିକ କାର୍ଯ୍ୟାଳୟ ରେ ଉପସ୍ଥିତ ହେବାକୁ ପଡ଼ିବ।

📌 ସ୍ଥାନାନ୍ତର ପୁନଃପଞ୍ଜିକରଣ ଓ ଜାତି ପରିବର୍ତ୍ତନ ପାଇଁ 17 ଜୁଲାଇରୁ 31 ଜୁଲାଇ 2026 ମଧ୍ୟରେ ବିଏସଇ ମୁଖ୍ୟ କାର୍ଯ୍ୟାଳୟ, କଟକରେ ମୂଳ ଦଲିଲ ସହ ଅଫଲାଇନ୍ ସଂଶୋଧନ କରିବାକୁ ପଡ଼ିବ।

⚠️ 31 ଜୁଲାଇ 2026 ପରେ କୌଣସି ପରିସ୍ଥିତିରେ ଆଉ ତଥ୍ୟ ସଂଶୋଧନ କରାଯିବ ନାହିଁ। ତେଣୁ ସମସ୍ତ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ସମୟ ମଧ୍ୟରେ ନିଜ ତଥ୍ୟ ଯାଞ୍ଚ ଓ ସଂଶୋଧନ କରିନିଅନ୍ତୁ।

🎒 The Board of Secondary Education (BSE), Odisha has given another opportunity to all schools to correct the registration details of students for HSC Examination 2027.
📅 Correction period: From 17 July 2026 to 31 July 2026 midnight. During this time, the details will be available on the website www.bseodisha.ac.in.
✅ The Head of the school institution can login with his User ID and Password—
• All other details except roll number, name, photograph and caste can be corrected online.
• Third language subject given incorrectly can also be corrected. After this, no further changes will be accepted in this regard.
• After correction, the Descriptive Roll Sheet can be downloaded.
📌 For correction of name and photograph, the student/school will have to appear at the concerned regional office of BSE.
📌For transfer re-registration and caste change, offline corrections along with the original documents will have to be made at BSE Head Office, Cuttack between 17th July to 31st July 2026.

Jumbo Sishu Mandir COMBOOK 2027ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ(ପ୍ରତ୍ୟେକ ଶ୍ରେଣୀ ପାଇଁ ଅଲଗା ଅଲଗା ବହି)ଶିଶୁମନ୍ଦିର ଶିକ୍ଷା ...
18/07/2026

Jumbo Sishu Mandir COMBOOK 2027

ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ

(ପ୍ରତ୍ୟେକ ଶ୍ରେଣୀ ପାଇଁ ଅଲଗା ଅଲଗା ବହି)

ଶିଶୁମନ୍ଦିର ଶିକ୍ଷା ବିକାଶ ସମିତି ଛାତ୍ରଛାତ୍ରୀମାନଙ୍କ ପାଇଁ

ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ

ସମସ୍ତ ବିଷୟର ସମନ୍ୱିତ ଗାଇଡ଼ ବୁକ - COMBOOK
ଶିଶୁମନ୍ଦିର ବିଦ୍ୟାଳୟ ଗୁଡ଼ିକରେ ପଢ଼ାଯାଉଥିବା ଅତିରିକ୍ତ ବିଷୟ (ଯଥା- ବୈଦିକ ଗଣିତ, ମନସାଙ୍କ, Saraswati English Reader, English Workbook, ସରସ୍ବତୀ ହିନ୍ଦୀ ସୋପାନ, ସରସ୍ବତୀ ସଂସ୍କୃତ ସୋପାନ, GK, ଇତ୍ୟାଦି) ଗୁଡ଼ିକର ପ୍ରତ୍ୟେକ ଅଧ୍ୟାୟ/ପାଠର ଅନୁଶୀଳନୀଗୁଡ଼ିକର ଉତ୍ତର ଓ ପରୀକ୍ଷା ଢାଞ୍ଚାରେ ସମ୍ଭାବିତ ପ୍ରଶ୍ନୋତ୍ତର
ବିଗତ ବର୍ଷଗୁଡ଼ିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ସେଗୁଡିକର ସମ୍ପୂର୍ଣ୍ଣ ଉତ୍ତର
ବିଷୟ ଅନୁଯାୟୀ ପ୍ରତ୍ୟେକ ଅଧ୍ୟାୟ/ପାଠର ଅନୁଶୀଳନୀଗୁଡ଼ିକର ଉତ୍ତର
ବିଷୟ ଅନୁଯାୟୀ ପ୍ରତ୍ୟେକ ଅଧ୍ୟାୟ/ପାଠର ପରୀକ୍ଷା ଢାଞ୍ଚାରେ ସମ୍ଭାବିତ ପ୍ରଶ୍ନୋତ୍ତର
1 ସେଟ ଲେଖାଏଁ ମଡେଲ / ନମୁନା ପ୍ରଶ୍ନପତ୍ର ଓ ସମ୍ପୂର୍ଣ୍ଣ ଉତ୍ତର (ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ)
6 ସେଟ ଲେଖାଏଁ ମଡେଲ / ନମୁନା ପ୍ରଶ୍ନପତ୍ର ଅଭ୍ୟାସ ପାଇଁ (ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ)

Address

Ring Road, Bidanasi
Cuttack
753014

Alerts

Be the first to know and let us send you an email when Kahuchitbw posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Kahuchitbw:

Shortcuts

Share

Category