Department of History , J.N College, Kuanpal, Cuttack

Department of History  , J.N College, Kuanpal, Cuttack The vision of this college is to create Scholar's from grassroots & develop effective intelligence .

ସମସ୍ତ ଙ୍କୁ ଆସିବାକୁ ନିମନ୍ତ୍ରଣ ରକ୍ତ ଦିଅନ୍ତୁ ସୁସ୍ଥ ରୁହନ୍ତୁ
04/04/2025

ସମସ୍ତ ଙ୍କୁ ଆସିବାକୁ ନିମନ୍ତ୍ରଣ
ରକ୍ତ ଦିଅନ୍ତୁ ସୁସ୍ଥ ରୁହନ୍ତୁ

ଜବାହରଲାଲ ନେହେରୁ ମହାବିଦ୍ୟାଳୟ , ଇତିହାସ ବିଭାଗର ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମ ୨୦୨୪ ନଭେମ୍ବର ୧୦.କଳାଭୂମୀ , ଖଣ୍ଡଗିରି , ଗାନ୍ଧୀ ଶାନ୍ତି ...
11/11/2024

ଜବାହରଲାଲ ନେହେରୁ ମହାବିଦ୍ୟାଳୟ , ଇତିହାସ ବିଭାଗର ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମ ୨୦୨୪ ନଭେମ୍ବର ୧୦.

କଳାଭୂମୀ , ଖଣ୍ଡଗିରି , ଗାନ୍ଧୀ ଶାନ୍ତି ସ୍ମାରକ ,ଲିଙ୍ଗରାଜ , ଅନନ୍ତ ବାସୁଦେବ , ମୁକ୍ତେଶ୍ଵର ,ପର୍ଶୁରାମେଶ୍ୱର ମନ୍ଦିର , ଓଡିଶା ରାଜ୍ୟ ସଂଗ୍ରହାଳୟ ପରିସର ରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ।

ଜବାହରଲାଲ ନେହେରୁ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରାଧ୍ୟାପକ ବିଶ୍ୱତୋଷ ନାୟକ ।
11/11/2024

ଜବାହରଲାଲ ନେହେରୁ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରାଧ୍ୟାପକ ବିଶ୍ୱତୋଷ ନାୟକ ।

"It was an absolute delight to have Prof. Umakanta Misra, the esteemed Scholar of History & Archaeologist of the Departm...
05/10/2024

"It was an absolute delight to have Prof. Umakanta Misra, the esteemed Scholar of History & Archaeologist of the Department of History at Ravenshaw University, visit our department and engage in a most enriching interaction with our students and faculty members from the departments of History, Political Science, and Economics. His vast knowledge, wisdom, and insightful perspectives have left an indelible mark on our minds and hearts. We are deeply grateful for his time and generosity in sharing his expertise, inspiring us to pursue excellence in our academic endeavors. His visit has been a truly enriching experience, and we look forward to many more opportunities to learn from him."

ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ରବିନାରାୟଣ ବାରିକ , କର୍ମଚାରୀ ଧରଣୀଧର ଦାସ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ରେ ରାଷ୍ଟ୍ରପିତା ଗାନ୍ଧୀ ଙ୍କ ପବି...
02/10/2024

ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ରବିନାରାୟଣ ବାରିକ , କର୍ମଚାରୀ ଧରଣୀଧର ଦାସ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ରେ ରାଷ୍ଟ୍ରପିତା ଗାନ୍ଧୀ ଙ୍କ ପବିତ୍ର ଜୟନ୍ତୀ ଅବସରରେ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଛି ।

02/10/2024

ମହାବିଦ୍ୟାଳୟ ରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ସମାଜ
30/09/2024

ସମାଜ

ଜବାହରଲାଲ ନେହେରୁ ମହାବିଦ୍ୟାଳୟ ର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ସ୍ବର୍ଗତ ବିକ୍ରମ କେଶରୀ ବର୍ମା  ଙ୍କ ସ୍ମୃତି ରେ  " ଜାତୀୟତବ...
27/09/2024

ଜବାହରଲାଲ ନେହେରୁ ମହାବିଦ୍ୟାଳୟ ର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କ ସ୍ମୃତି ରେ " ଜାତୀୟତବାଦ ର ପୁନଃ ଆକଳନ , ଟାଗୋର ଙ୍କ ନୀତି ଓ ସମକାଳୀନ ପ୍ରଭାବ " ଶୀର୍ଷକ
ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶୁଭମ ଦାସ ଓ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିସିକେଶନ ଦାଶ ଙ୍କ ସଂଯୋଜନା ରେ ଆୟୋଜିତ ଏହି ସମ୍ପାନ କୁ ମହାବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଡ଼ ପ୍ରତାପ କୁମାର ଚୌଧୁରୀ ଉଦ୍ଘାଟନ କରି , ଟାଗୋର ଙ୍କ ଜାତୀୟତାବାଦ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ୟାମ ସୁନ୍ଦର ପଲେଇ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କ ସ୍ମୃତି ଚାରଣ କରିଥିଲେ । ବିଶିଷ୍ଠ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ଓ ସମାଜସେବୀ ପ୍ରାଧ୍ୟାପକ ବିଜୟ କୁମାର ବୋହିଦାର ଓ ଯୁବ ଐତିହାସିକ ସାନ କଶ୍ୟପ ଯୋଗଦେଇ ଜାତୀୟତାବାଦ ର ପୃଷ୍ଠଭୂମି , ବିଶେଷତ୍ୱ , ରବୀନ୍ଦ୍ରନାଥ ଟାଗୋର ଙ୍କ ଚିନ୍ତାଧାରା ଏବଂ ବର୍ତ୍ତମାନ ସମାଜରେ ଏହାର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସାନ କଶ୍ୟପ ଙ୍କୁ ଆଚାର୍ଯ୍ୟ ପ୍ୟାରୀମୋହନ ଯୁବ ଐତିହାସିକ ସମ୍ମାନ ରେ ଏବଂ ପ୍ରଫେସର ବୋହିଦାର ଙ୍କୁ ବିକ୍ରମ କେଶରୀ ବର୍ମା ସ୍ମୃତି ସମ୍ମାନ ରେ ସମ୍ମାନୀତ କରାଯାଇଥିଲା ।
ଅଧ୍ୟାପକ ଶୁଭମ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ଅଧ୍ୟାପିକା ପାୟଲ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟ ତରଫରୁ ପ୍ରାଧ୍ୟାପକ ଡ଼ ଜ୍ଞାନ ରଞ୍ଜନ ଶତପଥୀ , ପ୍ରାଧ୍ୟାପକ ରବି ନାରାୟଣ ବାରିକ , ପ୍ରାଧ୍ୟାପକ କୁମୁଦ ରଞ୍ଜନ ସିଂହ , ପ୍ରାଧ୍ୟାପକ ନିଖିଳେଶ ମହାନ୍ତି , ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ବେହେରା ଅଧ୍ୟାପକ , ବସନ୍ତ କୁମାର ସେଠୀ , ଅଧ୍ୟାପକ ଆଶିଷ କୁମାର ବରାଳ , ଅଧ୍ୟାପିକା ଡ଼ ଜୟଶ୍ରୀ ରାଉତ ,ଅଧ୍ୟାପିକା ସଂଧ୍ୟାରଣୀ ମହାପାତ୍ର , ଅଧ୍ୟାପିକା ବିନୋଦିନି ସାହୁ , ଗୌତମ ରାଉତରାୟ , ଶ୍ରୀ ଅରୁଣ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।
ଅଧ୍ୟାପକ ମଳୟ କୁମାର ନାୟକ , ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ରୁଦ୍ର ନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିସିକେଶନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

27th September 2024
21/09/2024

27th September 2024

ଜବାହରଲାଲ ନେହେରୁ ମହାବିଦ୍ୟାଳୟ  ରେ ୭୮ ତମ ସ୍ୱାଧୀନତା ଦିବସ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ...
15/08/2024

ଜବାହରଲାଲ ନେହେରୁ ମହାବିଦ୍ୟାଳୟ ରେ ୭୮ ତମ ସ୍ୱାଧୀନତା ଦିବସ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ୟାମ ସୁନ୍ଦର ପଲେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ , ଏବଂ ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ ଏବଂ ସ୍ଲୋଗାନ ଦେଇ ଦେଶପ୍ରେମ ଓ ଜାତୀୟତା ର ମାହୋଲ ସୃଷ୍ଟି କରିଥିଲେ । ମହାବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପକ ରବିନାରାୟଣ ବାରିକ , ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ବେହେରା ,
ଅଧ୍ୟାପିକା ବିଜୟଲଷ୍ମୀ ମିଶ୍ର , ଅଧ୍ୟାପିକା ଚିନ୍ମୟୀ ସାହୁ , ଅଧ୍ୟାପକ ମଳୟ କୁମାର ନାୟକ , ଅଧ୍ୟାପକ ଭରତ ଦଳେଇ ,ଜିତେଶ ମହାନ୍ତି
ଶ୍ରୀ ଗୌତମ କୁମାର ରାଉତରାୟ ,
ଦେବେନ୍ଦ୍ର ମହାନ୍ତି , ଜୟନ୍ତ କୁମାର ସ୍ୱାଇଁ ,ଅରୁଣ କୁମାର ବାରିକ , ଓ ଧରଣୀଧର ଦାସ ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ଦିବସ ର ବିଶେଷତ୍ୱ ଓ ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥିଲେ । NSS ଓ YRC ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ସୁପ୍ରଭା ବେହେରା,ମୃତ୍ୟୁଞ୍ଜୟ ସାହୁ , ଜାହେର ଜବିନ , ବିଶ୍ୱରଂଜନ ପଣ୍ଡା , ଶିଳ୍ପା ପ୍ରିୟଦର୍ଶୀନି ଲେଙ୍କା , ଶୁଭଶ୍ରୀ ଦାଶ, ଶୁଭଶ୍ରୀ ପ୍ରିୟଦର୍ଶୀନି , ପୂଜା ବେହେରା, ଦୀପ୍ତିଦିବ୍ୟା ବିଶ୍ୱାଳ ସହଯୋଗ କରିଥିଲେ ।

Address

Kuanpal
Cuttack
754204

Alerts

Be the first to know and let us send you an email when Department of History , J.N College, Kuanpal, Cuttack posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category