Hingula Vidyapeetha, Daulatpur, Odisha

Hingula Vidyapeetha, Daulatpur, Odisha Contact information, map and directions, contact form, opening hours, services, ratings, photos, videos and announcements from Hingula Vidyapeetha, Daulatpur, Odisha, School, Doulatppur, Mahisara, Chandikhol.

Hingula Vidyapeetha is one among the oldest schools of Jajpur District.Located at a distance of 12 km from Chandikhole and at a stone throw distance from national Highway it has attracted many students from various parts of the district..........

16/02/2019

Must Watch...

16/02/2019
Congratulations.....
07/09/2018

Congratulations.....

01/07/2018

ଭାଇ, କାଲି ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି କି ମୋ ମୋବାଇଲରେ ଗୋଟେ SMS ଆସିଛି --
ଯେ ଭାରତ ସରକାର 50 ଲକ୍ଷ ଟଙ୍କା ମୋ "ଜନଧନ" ଏକାଉଣ୍ଟରେ ଡିପୋଜିଟ କରିଛନ୍ତି --
ମୁଁ ଖୁବ ଖୁସିରେ ଡେଇଁ ଡେଇଁ ବହାରକୁ ଆସିଲି -
ସମସ୍ତଙ୍କୁ କହିଲି --
ଦେଖ ଭାଇ ଦେଖ
ଅଚ୍ଛେ ଦିନ ଆସିଗଲା
ମୋ ଏକାଉଣ୍ଟକୁ ପଚାଶ ଲକ୍ଷ ଆସିଗଲା --
ମୋ ଘରର ଅନ୍ୟମାନେ କହିଲେ
ବେଶି ଡିଆଁ ମାରନା
ଆମ ସମସ୍ତଙ୍କ ଖାତାରେ ବି 50 ଲକ୍ଷ ଆସିଛି --
ମୋ ରାଣ, ଭାରି ଦୁଃଖ ଲାଗିଲା **

ଭାବିଲି ଯାଏଁ ସାଙ୍ଗଙ୍କୁ କହିବି --
ସାଙ୍ଗ କହିଲେ, ସେତିକି ଖୁସି ଥାଉ
ଆମ ଖାତାରେ ମଧ୍ଯ ପଚାଶ ଲକ୍ଷ ଆସିଛି --
ମୋର ସବୁ ଖୁସି ମାଟିରେ ମିଶିଗଲା
ପୁଣି ଭାବିଲି - ଦୋକାନକୁ ଯାଇ କିଛି ଜିନିଷ ନେଇଆସେ --
** ଭାଇ, ସିରିଆଭାଇ ଦୋକାନ କାହିଁକି ବନ୍ଦ ଅଛି ?
ଜଣେ କହିଲା - ସିରିଆ ଭାଇ ଦୋକାନ ବନ୍ଦ କରିଦେଲେ
ଏବେ ସେ ଦୋକାନ କାହିଁକି କରିବ ?
ତା ଖାତାକୁ ୫୦ ଲକ୍ଷ ଆସିଯାଇଛି ***
ପୁଣି ଭାବିଲି, ସପିଙ୍ଗ ମଲକୁ ଯିବା -
ସେଠି ଦେଖିଲି ମଲ ଓ ସବୁ ଦୋକାନ ବନ୍ଦ
ସମସ୍ତଙ୍କୁ 50 ଲକ୍ଷ ମିଳି ଯାଇଛି ----

ଏଥର ଭାବିଲି ହୋଟେଲ ଯାଇ ମନପସନ୍ଦର ପେଟପୁରା ଖାଇବା --
ସେଠି ଦେଖିଲି ହୋଟେଲ ପୁରା ଖାଲି - ସିକୁରୀଟି ଗାର୍ଡ ମଧ୍ୟ ନାହିଁ, ସେ ବି 50 ଲକ୍ଷ ପାଇ ଧନୀ ହୋଇ ଯାଇଛି -
ବଜାର ଗଲି --
ଠେଲାଵାଲା, ଚା ଵାଲା, ଜୁସଵାଲା, ପରିବାବାଲା ସମସ୍ତେ କାମଛାଡ଼ି ବ୍ୟାଙ୍କକୁ ଯାଇଛନ୍ତି ଟଙ୍କା ଉଠାଇବାକୁ--
କାରଣ କାମ କରିବାର ଆଉ ଆବଶ୍ୟକତା ନ ଥିଲା, ସମସ୍ତେ ଧନୀ ହୋଇ ସାରିଥିଲେ --
ସହର ବାହାରକୁ ଗଲି
ସବୁ ଫେକ୍ଟ୍ରି ବନ୍ଦ
ସବୁ କର୍ମଚାରୀଙ୍କୁ ପଚାଶ ଲକ୍ଷ ମିଳିଯାଇଛି - ସମସ୍ତେ ନାଚଗୀତରେ ମସଗୁଲ ଅଛନ୍ତି
ଆଛାଦିନ ଆସିଗଲା
ଅଚ୍ଛାଦିନ ଆସିଗଲା ****
ବିଲଆଡେ ଗଲି --
କେହି ବିଲକୁ ଆସିନାହାନ୍ତି
ଗାଈଗୋରୁ ଆରାମରେ ପନିପରିବା ଧାନ ଆଦି ଖାଉଛନ୍ତି
ଜଣେ ଭାଇ ଦେଖାହେଲା , କହିଲା
ଆମକୁ ଆଉ ଖରାବର୍ଷାରେ ଖଟିବାକୁ ପଡିବନି
ଆମେସବୁ ଧନୀ ହୋଇଯାଇଛୁ -/
** ମେଡିକାଲ ଗଲି
ଡାକ୍ତର ସବୁ ତାସ ଖେଳିବାରେ ବ୍ୟସ୍ତ ଥିଲେ
ଆଉ ଆମର ଚିକିତ୍ସା କରିବା ଦରକାର ନାହିଁ --
ପଚାଶ ଲକ୍ଷ ଟଙ୍କା ଢେର ବଞ୍ଚିବା ପାଇଁ **

ପାଞ୍ଚ ଦିନ ପରେ -----
ଖବର ମିଳିଲା ଲୋକେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି
କାରଣ --
ବିଲରୁ ପନିପରିବା ଆସୁନାହିଁ
ରାସନ ଦୋକାନ ବନ୍ଦ
ହୋଟେଲ ଜଳଖିଆ ଦୋକାନ ବନ୍ଦ
ଲୋକେ ଚିକିତ୍ସା ଅଭାବରୁ ସଡୁଛନ୍ତି -
ଡାକ୍ତର ସବୁ ଛୁଟିରେ ----
ପଶୁ ଭୋକରେ ମରୁଛନ୍ତି
ପିଲା ଭୋକରେ କାନ୍ଦୁଛନ୍ତି, ଗାଈ କ୍ଷୀର ଦେଉନାହାନ୍ତି ------
ଲୋକମାନେ ବିଡା ବିଡା ନୋଟ ଧରି ରାସ୍ତାରେ ଧାଁ ଦଉଡ଼ ହେଉଛନ୍ତି -- ଭାଇ ଦି ହଜାର ନେ, ମୋତେ ଅଧ ଲିଟର କ୍ଷୀର ଦେ - ଦି ଦିନ ହେଲା ପିଲାଟା କିଛି ଖାଇନାହିଁ ---

ଦଶ ଦିନ ପରେ ଲୋକମାନେ ମରିବାକୁ ଲାଗିଲେ --
କିଛିଲୋକ ଟଙ୍କା ବ୍ୟାଗ ଧରି ବଜାରରେ ବୁଲୁଛନ୍ତି, ଲକ୍ଷେ ନେ 5 କିଲୋ ଚାଉଳ ଦେ - ଚାରିଦିନ ହେଲା କିଛି ଖାଇନାହୁଁ, ଘରେ ଯାହା ଥିଲା ସବୁ ଶେଷ --/
ସବୁ ବଜାର ବନ୍ଦ ହୋଇ ସାରିଛି
ବଜାର, ଗୋଦାମରେ କାହା ଷ୍ଟକ ଥିଲା ଶେଷ-
ସବୁଆଡେ ମୃତ୍ୟୁକୁ ଅପେକ୍ଷା କରିଥିବା ମଣିଷ ଦେଖାଯାଉଥାନ୍ତି
ଆଉ ମୁଁ ମୋର ୫୦ ଲକ୍ଷ ଧରି ଘୁଷୁରୀ ଘୁଷୁରି ବୁଲୁଛି --
ଭାଇ ଏଇ ନିଅ ପଚାଶ ଲକ୍ଷ
ଦି ପଟ ରୁଟି ଦିଅ *******

ଏହି ସମୟରେ ମାଆ ପାଟି ଶୁଭିଲା ---
ଉଠ ବେ ଭେଗା, ରାତିସାରା ମୋବାଇଲ ଚଳେଇବୁ, ସକାଳ ନଅ ଟା ବାଜିଲାଣି - ଡାକି ଡାକି ମୋ ତଂଟି ଫତିଗଲାଣି --
" ମରିଗଲି ମରିଗଲି " ବୋଲି ବିଳିବିଳେଇ ହେଉଛୁ , କିଛି ଖରାପ ସପନ ଦେଖୁଲୁକି ?
ମୁଁ କହିଲି ନା ମାଆ, 'ଅଛେଦିନ'ର ସ୍ୱପ୍ନ ଦେଖିଲି -
ତା ଠାରୁ ତ ଏ 'ଖରାପ ଦିନ' ଭଲ ***
ଗରିବୀ ଅଛି
ଖାଇବାକୁ ତ ମିଳୁଛି
ପାଣି ତ ମିଳୁଛି
ପଶୁ ପଡ଼ିଆରେ ତ ଚରୁଛନ୍ତି
ଲୋକେ ଯିବା ଆସିବା ତ କରୁଛନ୍ତି ****** #**
ମାଆ ହାତରୁ ଖାଇ ମୁଁ କାମକୁ ଚାଲିଲି --
ଭଗବାନ ଏ ପଚାଶ ଲକ୍ଷ ଟଙ୍କା କାହାରି ଖାତାକୁ ନ ଆସୁ --
ନହେଲେ ଆଉ କାମ କିଏ କରିବ -- ସମସ୍ତେ ତ ଅଧା କୋଟିପତି !!!!!!
😊 ଟଂକାକିଆ ଚାଉଳରେ ତ ମୂଲିଆ ମିଳୁ ନାହାନ୍ତି 😊
ଆଶାକରେ, ମୋ ସ୍ବପ୍ନ ଟି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚୟ ।
ଭଲ ଲାଗିଲେ, Share କରନ୍ତୁ ।

19/06/2018

*ଭୁବନେଶ୍ୱର: ପ୍ରଚଣ୍ଡ ଗ୍ର୍ରୀଷ୍ମପ୍ରବାହ,: ୨୫ରେ ଖୋଲିବ ସ୍କୁଲ,ଘାଷଣା କଲେ ମୁଖ୍ୟମନ୍ତ୍ରୀ*
Jun 19.06.2018
*ଭୁବନେଶ୍ୱର:* ମୌସୁମୀ ବାୟୁ ଓ ତତ୍‌ଜନିିତ ବର୍ଷା ରାଜ୍ୟରେ ପହଞ୍ଚିବା ପରେ ମୌସୁମୀ ଗାଏବ ହୋଇ ଯାଇଛି। ଫଳରେ ରାଜ୍ୟରେ ଗତ ୧ ସପ୍ତାହ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଜ୍ୟର ୧୪ରୁ ଊର୍ଧ୍ୱ ସହରର ତାପମାତ୍ର ୪୦- ଡିଗ୍ରି ସେଲସିୟସ ଉପରେ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ଗତ ୩ ଦିନ ହେବ ଲଗାତର ଭାବେ ୪୨ ଡିଗ୍ରି ସେଲସିୟସ ଉପରେ ରହିଛି। ଏହା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ପରିସ୍ଥିତିରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଆଖିଆଗରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା୧ ୮ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ସ୍ଥିର ହୋଇଥିିଲା। ମାତ୍ର ପାଣିପାଗ ବିଭାଗ ଠାରୁ ସତର୍କ ସୂଚନା ପାଇବା ପରେ ରାଜ୍ୟ ସରକାର ଗତ ୧୬ ତାରିଖ ଦିନ ଏହି ଗ୍ରୀଷ୍ମ ଛୁଟିକୁ ୩ ଦିନ ବୃଦ୍ଧି କରିଥିଲେ। ଅର୍ଥାତ ଗ୍ରୀଷ୍ମ ଛୁଟି ପୁରିବା ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ ବୋଲି ଗତ ୧୬ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସତର୍କ ସୂଚନା ଜାରି କରାଯାଇଛି, ତଦ୍ୱାରା ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ରାଜୃୟ୍ୟରେ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପରୁ ମୁକ୍ତି ନାହିଁ। ଏ ପରିସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମାବକାଶ ଅବଧି ପୁଣି ବୃଦ୍ଧିି କରିଛନ୍ତି। ଆସନ୍ତା ୨୫ ତାରିଖରେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଖୋଲିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
🙏🙏🙏🙏🙏🙏🙏🙏

Address

Doulatppur, Mahisara
Chandikhol
755023

Opening Hours

Monday 9:30am - 4:30pm
Tuesday 9:30am - 4:30pm
Wednesday 9:30am - 4:30pm
Thursday 9:30am - 4:30pm
Friday 9:30am - 4:30pm
Saturday 9:30am - 4:30pm
Sunday 9:30am - 4:30pm

Telephone

+91 9437673873

Website

Alerts

Be the first to know and let us send you an email when Hingula Vidyapeetha, Daulatpur, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Hingula Vidyapeetha, Daulatpur, Odisha:

Shortcuts

Share

Category