22/04/2026
ଗତ ତା. ୨୦.୦୪.୨୦୨୬ରେ 'ପଞ୍ଚସଖା ଶିକ୍ଷା ସେତୁ' ପୁରାତନ ଛାତ୍ରଛାତ୍ରୀ କମିଟି ଗଠିତ ହୋଇଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବାଶିଷ ମହାରଣା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟ ର ଅନେକ ପୁରାତନ ଛାତ୍ରଛାତ୍ରୀ, ଏବଂ ବିଦ୍ୟାଳୟ ପରିଚାଳନା କମିଟି (SMC) ଅଧ୍ୟକ୍ଷ ବୈକୁମର ଦଣ୍ଡସେନା ଉପସ୍ଥିତ ଥିଲେ। ଏଥିସହିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୀନବନ୍ଧୁ ନାୟକ ଏବଂ ଶଶିଭୂଷଣ ଶତପଥୀ ଯୋଗଦେଇ ପୁରାତନ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଏହି ବୈଠକ ରେ ସର୍ବସମ୍ମତି କ୍ରମେ ଏକ ନୂତନ ୮ ଜଣିଆ କମିଟି ଗଠନ କରାଯାଇଛି, ଯେଉଁଥିରେ ନିମ୍ନଲିଖିତ ବ୍ୟକ୍ତିବିଶେଷ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି:
ସଭାପତି : ଗୋଦାବରୀଶ ପଧାନ (୧୯୮୧ ବ୍ୟାଚ୍ )
ଉପ-ସଭାପତି : ଅଲେଖ କର୍ଣ୍ଣ (୧୯୮୨ ବ୍ୟାଚ୍ )
ସଭ୍ୟ ଆବାହକ: ଗଜିନ୍ଦ୍ର ସେଠୀ (୧୯୯୯ ବ୍ୟାଚ୍ )
ଆଗାମୀ ୨୦୨୭ ମସିହାରେ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରସ୍ତୁତି ପାଇଁ ମଧ୍ୟ ଏହି
ବୈଠକରେ ଆଲୋଚନା କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ଏକାଠି ହେବାପାଇଁ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ତାଲିକା ବିତରଣ କରାଯାଇଥିଲା। ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ଏହି ମହାନ ଉତ୍ସବକୁ କିପରି ସାଫଲ୍ୟମଣ୍ଡିତ କରାଯାଇପାରିବ, ସେ ନେଇ ସମସ୍ତେ ନିଜର ମତ ରଖିଥିଲେ।