20/10/2025
ଅତ୍ୟନ୍ତ ଦୁଃଖର ସହିତ ଲେଖୁଛି
ଆମ ସମସ୍ତଙ୍କର ଅତି ପ୍ରିୟର Dr J P Das ଆମ୍ଭ ମାନଙ୍କୁ ଶୋକରେ ଭସାଇ , ଏହି ଇହ ଧାମ ତ୍ୟାଗ କରିଛନ୍ତି ।
ଆମ ଶିକ୍ଷାନୁଷ୍ଠାନ ପ୍ରତି ସାର ଙ୍କ ଭଲପାଇବା , ସାହାଯ୍ୟ ସହାନୁଭୂତି ଇତ୍ୟାଦିକୁ ଆମେ କେବେହେଲେ ଭୁଲି ପାରିବା ନାହିଁ ।
ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ସାର ଯେଉଁଠି ଥାନ୍ତୁ ଭଲରେ ଥାନ୍ତୁ।
ପବିତ୍ର ଆତ୍ମା ର ଶାନ୍ତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା🙏🙏🙏
23/01/2025
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର , ସଲିଅସ।ହିରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ
ଦୈନିକ ଓଡ଼ିଆ ଖବର କାଗଜ "ସରକାର" ର ମୁଖ୍ୟ ସମ୍ପାଦକ , ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରଥ ଯୋଗ ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ମାଧ୍ୟମରେ ମହାପୁରୁଷ ମାନଙ୍କ ଜୀବନୀ ରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ରୂପେ ନିଜକୁ ଗଢି ସମାଜର ଉନ୍ନତି କରିବା ନିମନ୍ତେ ବାର୍ତ୍ତା ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ,ସମ୍ପାଦକ , ଗୁରୁଜୀ, ଗୁରୁମା ପ୍ରମୁଖ ସୁ ପରିଚାଳନା କରିଥିଲେ ।
01/04/2024
ଉତ୍କଳ ଦିବସ ସମାରୋହ - ୨0୨୪
ସ୍ବେଛାସେବୀ ଅନୁଷ୍ଠାନ କଳିଙ୍ଗ ସଂସ୍କୃତି ଓ ଐତିହ ସୁରକ୍ଷା ମଞ୍ଚ (କାପୋକ) ର ଉତ୍କଳ ଦିବସ ସମାରୋହ ବିବେକାନନ୍ଦ ଶିକ୍ଷାକେନ୍ଦ୍ର , ସଲିଆସ।ହି ପରିସରରେ ପାଳନ କରାଯାଇଅଛି।
ଏହି ଅବସରରେ "କାପୋକ"ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ ଉତ୍କଳ ଦିବସର ମହତ୍ଵ ବଖାଣି ଥିଲେ ,ନିଜ ଅଭିଭାଷଣ ମାଧ୍ୟମରେ ଉତ୍କଳର ମାଟି ସର୍ବ ଧର୍ମର ମାଟି ବୋଲି ବାର୍ତ୍ତା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ରେଖା ଦେବୀ ନିଜ ଅଭିଭାଷଣ ମାଧ୍ୟମରେ ଉତ୍କଳର ସଂକ୍ଷିପ୍ତ ଇତିହାସ ବଖାଣିଥିଲେ ଯାହାକି ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେବ ।
ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତି , ସମ୍ପାଦକ "କାପୋକ" ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ମଙ୍ଗଳ କାମନା କରିବା ସହିତ ଉପସ୍ଥିତ ଅତିଥି ଓ ପ୍ରଧାନ ଆଚାର୍ଯ୍ୟ ,ସମ୍ପାଦକ,ଗୁରୁମା ଓ ଗୁରୁଜୀଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।
କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯିବା ସହିତ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
01/04/2023
Observation utakal divas
Guest -souvagya nayak
02/03/2023
ଶ୍ରୀମାନ ରୁଦ୍ର ନାରାୟଣ ଦାସ (ତୃତୀୟ ଶ୍ରେଣୀ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସାଲିଆସ।ହି , ଭୁବନେଶ୍ୱର) ତୃତୀୟ ଶ୍ରେଣୀ ରେ ସରକାରୀ ବୃତ୍ତି ପ୍ରାପ୍ତ ହୋଇଛନ୍ତି । ଏହି ସଫଳତା ନିମନ୍ତେ ବିଦ୍ୟାଳୟ , ପିତାମାତା ତଥା ଆମେ ସମସ୍ତେ ଆନନ୍ଦିତ ତଥା ଗୌରବାନ୍ୱିତ ଅଟୁ।