06/01/2026
#ସମ୍ୟକ୍_ସମାନତାର_୧୩ତମ_ବାର୍ଷିକ_ଉତ୍ସବ_ବହୁ_ମାନ୍ୟଗଣ୍ୟ_ଅତିଥିଙ୍କ_ଉପସ୍ଥିତିରେ_୨୮_ଡିସେମ୍ବର_୨୦୨୫ରେ ଭୁବନେଶ୍ୱରର ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଅଛି।
୨୦୧୨ ଅକ୍ଟୋବର ୨ ତାରିଖରେ ମାତ୍ର ୪ ଟି ପିଲାଙ୍କୁ CRPF ଛକ ର ଫୁଟପାଥ୍ ରୁ ଆଣି ନିକଟସ୍ଥ ସରକାରୀ ସ୍କୁଲରେ ନାମ ଲେଖାଇବା ସହିତ "ସମ୍ୟକ୍ ସମାନତା" ର କାର୍ଯ୍ୟ ଆରମ୍ଭ କରିଥିଲା । ୪ ଟି ପିଲାଙ୍କର ଦାୟିତ୍ଵରୁ ଆରମ୍ଭ ହୋଇ ଭୁବନେଶ୍ୱରର ୪ ଟି ବସ୍ତିରେ ପ୍ରାୟ ସବୁ ପିଲାଙ୍କ ପାଖରେ ପହଁଚିବା ସହିତ ଆଜି "ସମ୍ୟକ୍ ସମାନତା" ଭୁବନେଶ୍ୱର ସମେତ ବାଲେଶ୍ଵର ,ଭଦ୍ରକ, ନୟାଗଡ଼ ,ପୁରୀ, ମୟୂରଭଞ୍ଜ ଆଦି ଜିଲ୍ଲାର ରେଳ ଷ୍ଟେସନ ର ଫୁଟପାଥ ଆଉ ଦୁର୍ଗମ ଗ୍ରାମାଞ୍ଚଳ ଶିକ୍ଷାରୁ ବଞ୍ଚିତ ହୋଇଥିବା ଏପରି ୩୫୦ ରୁ ଉର୍ଦ୍ଧ ପିଲାଙ୍କର ଅଭିଭାବକ ହୋଇ ପାରିଛି। ବର୍ଷକୁ ଥରେ ଆମ ଦାୟିତ୍ଵରେ ଥିବା ଏ ସବୁ ପିଲାଙ୍କର ସମାଗମ ହୁଏ ଆମର ଏହି ବାର୍ଷିକ ଉତ୍ସବ ରୂପରେ।
ଶିକ୍ଷା , ସ୍ଵାସ୍ଥ୍ୟ ଓ ନ୍ୟାୟ ରେ ସମସ୍ତେ ସମାନ ମାନର ସେବା ପାଇବା ଉଚିତ୍। ଏହି ବିଚାରଧାରା କୁ ଆଗକୁ ବଢ଼ାଇବା ପାଇଁ ସମାଜରେ ଥିବା ଅସମାନତା ପାଇଁ ସରକାର ଓ ବ୍ୟବସ୍ଥାକୁ କେବଳ ସମାଲୋଚନା କରିବା ଓ ପ୍ରଶ୍ନ କରିବାରେ ନିଜକୁ ସିମୀତ ନ ରଖି ସମ୍ୟକ୍ ସମାନତା ତାର ଆଖି ପହାନ୍ତାରେ ଥିବା ପ୍ରତ୍ୟେକ ଶିଶୁକୁ ଶିକ୍ଷିତ କରିବା ପାଇଁ ତାର କାର୍ଯ୍ୟ କରି ଆସୁଛି। ଏ ସବୁ ବାର୍ଷିକ ଉତ୍ସବ ଜନିତ ସବୁ ପିଲାଙ୍କର ସମାଗମକୁ ଦେଖିଲେ ଓ ଅନୁଭବ କଲେ ଆମର ବିଶ୍ୱାସ ଦୃଢ଼ିଭୂତ ହେଉଛି ଯେ ସମ୍ୟକ୍ ସମାନତା ଦିନେ ନା ଦିନେ ଏଭଳି ଶିଶୁଙ୍କୁ ଶିକ୍ଷା ଦେବା ଜରିଆରେ ଓଡ଼ିଶା ତଥା ସାରା ମାନବ ସମାଜ ରେ ତାର ବିଚାର ଧାରାକୁ ପହଞ୍ଚାଇବା ସହିତ ସମସ୍ତଙ୍କୁ ସମାନ ମାନର ଶିକ୍ଷା,ସ୍ଵାସ୍ଥ୍ୟ ଓ ନ୍ୟାୟ ମିଳିପାରିବା ନେଇ ସୁନିଶ୍ଚିତ କରିବାରେ ଏକା ଅଗ୍ରଣୀ ଭୂମିକା ନେବ।
ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗଣିତ ଏବଂ ଏହାର ପ୍ରୟୋଗ ସଂସ୍ଥାର(Institute of mathematics and its application)ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ତଥା ଭାରତର ଅନ୍ୟତମ ପ୍ରସିଦ୍ଧ ଗଣିତଜ୍ଞ ପ୍ରଫେସର ସ୍ଵାଧୀନ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ପରିବେଶ ବିତ୍ ତଥା ଗ୍ରୀନ୍ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ ମହୋଦୟ, ଏବଂ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ମାନାବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଯୋଗ ଦେଇଥିଲେ। ଏହି ସବୁ ବ୍ୟକ୍ତି ବିଶେଷ ମାନେ ଓ ଆମ ଗହଣରେ ଉପସ୍ଥିତ ରହିଥିବା ଅନ୍ୟ ଅତିଥି ମାନେ ନିଜର ଅଭିଭାଷଣ ମାଧ୍ୟମରେ ଆମକୁ ଏବଂ ଆମର ପିଲା ମାନଙ୍କୁ ଉତ୍ସାହିତ କରିଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ।
ଆମ ସମ୍ୟକ୍ ସମାନତା ଯତ୍ନରେ ବଢ଼ି ନିଜର ସ୍କୁଲ ପାଠ ପଢା ଶେଷ କରି ଆମର ଯେଉଁ ପିଲାମାନେ ଆଜି କଲେଜ ଗଲେଣି ଆଉ ଏଭଳି ଏକ ବାର୍ଷିକ ଉତ୍ସବ କରିବାରେ ଏକ ବଡ଼ ଭୂମିକା ନେଇଥିଲେ ତାଙ୍କୁ ଧନ୍ୟବାଦ ଦେଉଛୁ। ଆମର ବିଭିନ୍ନ ଜାଗାରୁ ଆସିଥିବା ସବୁ ପିଲାମାନେ ଏତେ ସଂଖ୍ୟାରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳାର ସହ ଏହି ବାର୍ଷିକ ଉତ୍ସବକୁ ଫଳବତୀ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛୁ। ଆମର ସମସ୍ତ ଶୁଭେଛୁ ଯାହାଙ୍କର ଆର୍ଥିକ ଓ ନୈତିକ ସାହାଯ୍ୟ ଫଳରେ ଆମର ଏହି ବାର୍ଷିକ ଉତ୍ସବ କୁ ଆୟୋଜନ କରି ପାରିଥିଲେ ସେମାନଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରୁଛୁ।
ପୁଣି ସମ୍ୟକ୍ ସମାନତା ର ଏପରି ଏକ ବାର୍ଷିକ ଉତ୍ସବ ଅପେକ୍ଷାରେ।।