ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା

  • Home
  • India
  • Bhubaneswar
  • ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା

ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା 🛑 Official Page // PSM has 2 charter demands : Central Grade Pay & 6yrs Count in Service Period with 6 Notional Increment.

🛑 ସାଂଗଠନିକ ବୈଠକ ବାର୍ତ୍ତା :ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶାର ଆବାହକ ଓ ସମସ୍ତ ରାଜ୍ୟସ୍ତରୀୟ ନେତୃତ୍ୱଙ୍କର ନିଷ୍ପତି ଅନୁସାରେ ମହାସଂଘର ...
13/08/2026

🛑 ସାଂଗଠନିକ ବୈଠକ ବାର୍ତ୍ତା :
ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶାର ଆବାହକ ଓ ସମସ୍ତ ରାଜ୍ୟସ୍ତରୀୟ ନେତୃତ୍ୱଙ୍କର ନିଷ୍ପତି ଅନୁସାରେ ମହାସଂଘର ସମସ୍ତ ରାଜ୍ୟ ସ୍ତରୀୟ ନେତୃତ୍ୱ , ଚଳିତ 17 ଅଗଷ୍ଟ 2026 ରିଖ ଠାରୁ ଦୁଇ ଦିନ ଧରି ଭୁବନେଶ୍ଵରରେ ରହି follow up କାର୍ଯ୍ୟ କରିବେ ଏବଂ ଏହାର ନିର୍ଯ୍ୟାସକୁ 19 ଅଗଷ୍ଟ 2026 , ବୁଧବାର ଦିନ ପୂର୍ବାହ୍ନ 11 ଘଟିକା ସମୟରେ ଗୋଦାବରୀଶ ଭବନ, ଭୁବନେଶ୍ୱର ଠାରେ ମହାସଂଘର ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ ବୈଠକରେ ଉପସ୍ଥାପନ କରିବେ ।

ଉକ୍ତ ସାଂଗଠନିକ ବୈଠକରେ ମହାସଂଘ ପକ୍ଷରୁ ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଫଳପ୍ରସୂ କାର୍ଯ୍ୟକ୍ରମ ଓ ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ଏଥିସହିତ ଓଡ଼ିଶାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ନିଷ୍ପତ୍ତିମାନ ଗ୍ରହଣ କରାଯିବ । ଯଦି ସରକାର ଆମର ଦୁଇଟି ଦାବି ପୂରଣ କରିବାରେ କୌଣସି ପ୍ରକାରର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ମହାସଂଘ ପକ୍ଷରୁ ନିଶ୍ଚିତ ଭାବରେ ଏକ ଦୃଢ଼ ଓ ଗଣତାନ୍ତ୍ରିକ ପଦକ୍ଷେପ ଗ୍ରହଣ କରାଯିବ।

“ ଏକତା ହିଁ ଆମର ଶକ୍ତି ।“
“ ଦାବୀ‌ ପୂରଣ ପର୍ଯ୍ୟନ୍ତ ମହାସଂଘର ମହାସଂଗ୍ରାମ ଜାରି ରହିବ ।“


- ଆପଣଙ୍କର ବିଶ୍ଵସ୍ତ
ରାମଲାଲ ପଟେଲ , ଆବାହକ ଏବଂ ରାଜ୍ୟ ସଦସ୍ୟ ବୃନ୍ଦ
ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା

🛑 ସାଂଗଠନିକ ବୈଠକ ବାର୍ତ୍ତା :ଓଡ଼ିଶାରେ କାର୍ଯ୍ୟରତ ସମସ୍ତ  ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଓ ଭଉଣୀ ମାନଙ୍କୁ ପ୍ରାଥମିକ ଶିକ୍ଷକ ମହାସଂ...
13/08/2026

🛑 ସାଂଗଠନିକ ବୈଠକ ବାର୍ତ୍ତା :

ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଓ ଭଉଣୀ ମାନଙ୍କୁ ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା ତରଫରୁ ସଂଗ୍ରାମୀ ଅଭିନନ୍ଦନ। ଆପଣ ମାନେ ଗତ ଡିସେମ୍ବର ମାସରେ 5 ଦିନର ବୃହତ୍ ଆନ୍ଦୋଳନ ଠାରୁ ଆରମ୍ଭ କରି ଅପ୍ରେଲ - ଜୁନ୍ 2026 ରେ ଦୀର୍ଘ 60ଦିନର ଗଣଧାରଣା ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକ ମହାସଂଘକୁ ତନ୍ ମନ୍ ଧନ୍ ମାଧ୍ୟମରେ ଯେଉଁ‌ ଅକୁଣ୍ଠ ସମର୍ଥନ ଦେଇଛନ୍ତି ,ତାହା ନିଶ୍ଚିତ ଭାବରେ ପ୍ରାଥମିକ ଶିକ୍ଷକ ମହାସଂଘର ସମସ୍ତ ରାଜ୍ୟ ସ୍ତରୀୟ ନେତୃତ୍ୱଙ୍କ ମନୋବଳକୁ ଦୃଢୀଭୂତ କରିବା ସହିତ ଦାବୀ ପୂରଣ ଦିଗରେ ଭରସା ଓ ଏକତା ବଜାୟ ରଖିଛି । ଆପଣ ମାନଙ୍କର ଏଭଳି ସମର୍ଥନ କେବେ ବୃଥା ଯିବ ନାହିଁ । ମହାସଂଘ ଉପରେ ଆପଣମାନେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି,‌ ତାହା ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତ ସଦସ୍ୟ ଅଙ୍ଗୀକାରବଦ୍ଧ । ଏଣୁ ଏହାକୁ ପାଥେୟ କରି ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶାର ଆବାହକ ଓ ସମସ୍ତ ରାଜ୍ୟସ୍ତରୀୟ ନେତୃତ୍ୱଙ୍କର ନିଷ୍ପତି ଅନୁସାରେ ମହାସଂଘର ସମସ୍ତ ରାଜ୍ୟ ସ୍ତରୀୟ ନେତୃତ୍ୱ , ଚଳିତ 17 ଅଗଷ୍ଟ 2026 ରିଖ ଠାରୁ ଦୁଇ ଦିନ ଧରି ଭୁବନେଶ୍ଵରରେ ରହି follow up କାର୍ଯ୍ୟ କରିବେ ଏବଂ ଏହାର ନିର୍ଯ୍ୟାସକୁ 19 ଅଗଷ୍ଟ 2026 , ବୁଧବାର ଦିନ ପୂର୍ବାହ୍ନ 11 ଘଟିକା ସମୟରେ ଗୋଦାବରୀଶ ଭବନ, ଭୁବନେଶ୍ୱର ଠାରେ ମହାସଂଘର ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ ବୈଠକରେ ଉପସ୍ଥାପନ କରିବେ ।

ଉକ୍ତ ସାଂଗଠନିକ ବୈଠକରେ ମହାସଂଘ ପକ୍ଷରୁ ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଫଳପ୍ରସୂ କାର୍ଯ୍ୟକ୍ରମ ଓ ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ଏଥିସହିତ ଓଡ଼ିଶାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ନିଷ୍ପତ୍ତିମାନ ଗ୍ରହଣ କରାଯିବ । ଯଦି ସରକାର ଆମର ଦୁଇଟି ଦାବି ପୂରଣ କରିବାରେ କୌଣସି ପ୍ରକାରର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ମହାସଂଘ ପକ୍ଷରୁ ନିଶ୍ଚିତ ଭାବରେ ଏକ ଦୃଢ଼ ଓ ଗଣତାନ୍ତ୍ରିକ ପଦକ୍ଷେପ ଗ୍ରହଣ କରାଯିବ।

“ ଏକତା ହିଁ ଆମର ଶକ୍ତି ।“
“ ଦାବୀ‌ ପୂରଣ ପର୍ଯ୍ୟନ୍ତ ମହାସଂଘର ମହାସଂଗ୍ରାମ ଜାରି ରହିବ ।“

ଧନ୍ୟବାଦ ସହିତ ଆପଣଙ୍କର ବିଶ୍ଵସ୍ତ ରାମଲାଲ ପଟେଲ , ଆବାହକ
ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା






🛑 "କେନ୍ଦ୍ରୀୟ ହାରରେ ବେତନ - ଠିକା ନିଯୁକ୍ତି ଗଣନା/ଉଚ୍ଛେଦ " - ଭଳି କିଛି ମୌଳିକ ଅଧିକାର ସମ୍ମିଳିତ ଦାବୀ ପୂରଣରେ ବିଗତ ନବୀନ ସରକାରଙ୍କ ପତ...
05/08/2026

🛑 "କେନ୍ଦ୍ରୀୟ ହାରରେ ବେତନ - ଠିକା ନିଯୁକ୍ତି ଗଣନା/ଉଚ୍ଛେଦ " - ଭଳି କିଛି ମୌଳିକ ଅଧିକାର ସମ୍ମିଳିତ ଦାବୀ ପୂରଣରେ ବିଗତ ନବୀନ ସରକାରଙ୍କ ପତନ ଏବଂ ବର୍ତ୍ତମାନର ମୋହନ ସରକାରଙ୍କ ପାଇଁ ନିଶ୍ଚୟ ଆହ୍ଵାନ -

ବିଗତ ସରକାର ସମସ୍ତଙ୍କ ପାଇଁ କିଛି ନା କିଛି କରିଛନ୍ତି ।‌ କିନ୍ତୁ ଦୁଃଖର ବିଷୟ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ କଣ କରିଛନ୍ତି !

1. ପଦବୀକୁ ଅନାବଶ୍ୟକ ଭାବେ ଭାଗ ଭାଗ କରିଛନ୍ତି
2. 24 ବର୍ଷ ଧରି ଠିକା ନିଯୁକ୍ତିକୁ ବଳବତ୍ତର ରଖିଛନ୍ତି
3. ଅନିୟମିତ ପ୍ରମୋସନ - ଅନିୟମିତ ନିଯୁକ୍ତି ଅବଲମ୍ବନ କରି ନିଜ ରାଜକୋଷ ବୃଦ୍ଧି କରିଛନ୍ତି
4. 2010 ଶିକ୍ଷା ନୀତି ଅନୁଯାୟୀ 2011 ପୂର୍ବର ଶିକ୍ଷକ ମାନଙ୍କ ପାଇଁ OTET ବାଧ୍ୟତାମୂଳକ ନିୟମକୁ 2024 ପର୍ଯ୍ୟନ୍ତ ଗୋପନ ରଖିଛନ୍ତି
5. ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ନେତୃତ୍ୱଙ୍କ ପ୍ରତି ହୀନମନ୍ୟତା ପ୍ରଦର୍ଶନ ଆଉ ଅବିଚାର କରିଛନ୍ତି
6. ଏକ ଅସାମ୍ବିଧାନିକ 2200 Grade Pay କୁ ଆଣି ଲାଗୁ କରିଦେଇଛନ୍ତି

───

1. Cadre restructure ନାମରେ ଗୋଟେ ପଦବୀକୁ ଅନାବଶ୍ୟକ ଭାବେ ଦୁଇ ଭାଗ କଲେ । ଏଥିରେ କିଛି ତ ଉପକାର କଲେ ନାହିଁ ବରଂ ଉକ୍ତ ଶିକ୍ଷକ ମାନେ ଦୁଇ ଭାଗ ହେଇ ଭାଗେ Promotion ପାଇଲେ ତିନି ଭାଗ ଶିକ୍ଷକଙ୍କୁ ଦଶନ୍ଧି ଦଶନ୍ଧି ଧରି ସେଇଠି ପକେଇ ରଖିଦେଲେ । ଏଭଳି କରି ନବୀନ ସରକାର କାହାର କଣ ଉପକାର କଲେ ! କେବଳ ନିଜର ରାଜକୋଷ ବଞ୍ଚାଇଲେ । ଆଜି ପର୍ଯ୍ୟନ୍ତ ଉକ୍ତ ତିନି ଭାଗ ଶିକ୍ଷକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ପଛେ ସେମାନଙ୍କୁ Promotion ଦେବା ବାଟ ଜଟିଳ ହେଇ ଯାଇଛି ।

2. 1999 ମହାବାତ୍ୟା ପରେ ଆର୍ଥିକ ଅବସ୍ଥା ସଜାଡ଼ିବା ନାମରେ ମାତ୍ର 1500/ ଟଙ୍କାରୁ ଆରମ୍ଭ କରି 2500/ 3500/ 5500/ 7500/ 9500/ ଦରମାରେ ଦୀର୍ଘ 24 ବର୍ଷ ଧରି ପ୍ରାଥମିକ ଶିକ୍ଷକ ମାନଙ୍କୁ ଗୋତି ଶ୍ରମିକ ଭଳି ମଜୁରୀ ଦେଇ ରଖିଛନ୍ତି ।‌ ଦୀର୍ଘ ୨୪ ବର୍ଷ ସରକାର ଭିତରେ ଓଡ଼ିଶା ଏକ " ବଳକା ରାଜସ୍ଵ ରାଜ୍ୟ " ହେଇ ସାରି ଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କୁ ସେ ଠିକା ନିଯୁକ୍ତିରୁ ମୁକ୍ତ କଲେ ନାହିଁ ! ଯେତେବେଳେ କି ଅନ୍ୟ ରାଜ୍ୟରେ କେନ୍ଦ୍ରୀୟ ହାରରେ ବେତନ ପାଉଥିଲେ , ଏଠି ଠିକା ନିଯୁକ୍ତିକୁ ବଳବତ୍ତର ରଖିଥିଲେ । ପ୍ରାଥମିକ ଶିକ୍ଷକଙ୍କର ଠିକା ନିଯୁକ୍ତିକୁ ଉଠାଇବାକୁ ନାଁ ଧରି ନ ଥିଲେ । ଠିକା ନିଯୁକ୍ତି ଉଚ୍ଛେଦ ପାଇଁ ଶିକ୍ଷକ ମାନେ ଦାବୀ କରୁଥିବା ବେଳେ " ତାହା ଅସମ୍ଭବ" ବୋଲି କହୁଥିଲେ ।

3. ପ୍ରତିବର୍ଷ ହେବାକୁ ଥିବା ନିୟମିତ ପ୍ରମୋସନ, ନିୟମିତ ନିଯୁକ୍ତି କୁ ବର୍ଷ ବର୍ଷ ଧରି ଅନିୟମିତ କରି ଶେଷରେ 10 ବର୍ଷରେ ପାଇବାକୁ ଥିବା ସାମ୍ବିଧାନିକ ଅଧିକାର RACP / MACP କୁ ମଧ୍ୟ ହଜାର ହଜାର ଶିକ୍ଷକ ମାନଙ୍କର ଚାପି ଦେଇଛନ୍ତି । Transfer ନିୟମରେ ଅତ୍ୟନ୍ତ ଜଟିଳ ବ୍ୟବସ୍ଥା ପୁରାଇ କରି ପ୍ରାଥମିକ ଶିକ୍ଷକ ମାନଙ୍କୁ ହନ୍ତସନ୍ତ କରିଛନ୍ତି ‌‌। ଗୋଟେ ପଦରେ ରହି ଜଣେ ଅବସର ନେଇ ଯାଉଛି ପଛେ, Promotion / Transfer ତା ପାଇଁ ସ୍ବପ୍ନ ହେଇ ଯାଇଛି ।

4. 2010 ରୁ ଶିକ୍ଷାନୀତି ଲାଗୁ ହେଇଥିଲେ ବି ୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ TET / OTET ନିହାତି ଅପରିହାର୍ଯ୍ୟ ବୋଲି ଲୁଚାଇ ରଖି ଉକ୍ତ ବରିଷ୍ଠ ଶିକ୍ଷକ ମାନଙ୍କୁ ବର୍ଦ୍ଧିତ ବେତନ ନ ଦେବାକୁ ଷଡଯନ୍ତ୍ର ରଚିଛନ୍ତି ‌। 2012 ରୁ OTET ଲାଗୁ କରିଥିଲେ ବି 2024 ପର୍ଯ୍ୟନ୍ତ ହାଇକୋର୍ଟଙ୍କ ରାୟ ଦୀର୍ଘ 14 ବର୍ଷ ପର୍ଯ୍ୟନ୍ତ ଏହା ବାଧ୍ୟତାମୂଳକ ବୋଲି ସାର୍ବଜନୀନ କରି ନାହାନ୍ତି ‌। ଏହାକୁ ସାର୍ବଜନୀନ ନ କରି ଗୋପନ ରଖିବାର କାରଣ କ'ଣ ଥିଲା ବୋଲି ଏପର୍ଯ୍ୟନ୍ତ କେହି ଜାଣି ନାହାନ୍ତି ‌। ( *OTET ପାସ୍ କରିଥିବା 2011 ପୂର୍ବର ଶିକ୍ଷକ ମାନେ ପୁଣି ଅଧିକ ଦରମା / ଅଧିକ Grade Pay ଦାବୀ କରିବେ ବୋଲି - ନା ଆଉ ଅଲଗା କିଛି କାରଣ ଥିଲା !)

5. ଅନେକ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ ତଥା ରାଜ୍ୟ ନେତୃତ୍ୱ ମାନେ ମଧ୍ୟ ଆକ୍ରୋଶମୂଳକ ଭାବେ ଦଣ୍ଡିତ ହେଇଛନ୍ତି ‌। ଲକ୍ଷ ଲକ୍ଷ ପ୍ରାଥମିକ ଶିକ୍ଷକ ମାନଙ୍କର ସମସ୍ୟା ପାଇଁ ମୁହଁ ଖୋଲିଲେ , ଦାବୀ କଲେ , ଆନ୍ଦୋଳନ କଲେ - ସେଥିରେ ମଧ୍ୟ ଉକ୍ତ ଶିକ୍ଷକ ସଂଘର ନେତୃତ୍ୱ ମାନଙ୍କର ବିଭିନ୍ନ ଉପାୟରେ ମୁହଁ ବନ୍ଦ କରିଦେଇଛନ୍ତି ।

6. କେନ୍ଦ୍ରୀୟ ହାରରେ ବେତନ ଦେବା ତ ଦୂରର ଯୋଜନା ଥିଲା , କୌଣସି ରାଜ୍ୟର ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ 2200 Grade Pay ନଥିଲା ବେଳେ ନବୀନ ସରକାର କିପରି ବିଦାୟ ନେବା ପର୍ଯ୍ୟନ୍ତ ଏତେ ବର୍ଷ ଧରି ଏହାକୁ ଲାଗୁ କରି ଚାଲିଥିଲେ ! Grade Pay ପରିବର୍ତ୍ତନର ନାମ ଧରୁ ଥିଲେ ?

💭 ଦୁଃଖର ବିଷୟ ଯେ,
‌‌ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ନବୀନ ସରକାର ବିଶ୍ଵରେ ଆଦୃତ ହେଇଥିଲେ , ଆଉ ସେହି ସମୟରେ ଯେଉଁ ପ୍ରାଥମିକ ଶିକ୍ଷକ ମାନେ ହିଁ ସର୍ବାଧିକ ସଂଖ୍ୟାବଳ ଦେଇ ନବୀନ ସରକାରଙ୍କୁ ସହଯୋଗ କରୁଥିଲେ --

ଦ୍ଵିତୀୟରେ - ଯେଉଁ ପ୍ରାଥମିକ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଆର୍ଥିକ ଭରଣା ପାଇଁ କେନ୍ଦ୍ର ସରକାରଙ୍କ ସହିତ ବରାବର ଭାବେ ମଧ୍ୟ ଘନିଷ୍ଠ ସଂପର୍କ ରଖିଥିଲେ -

ଅଥଚ ସେହି ପ୍ରାଥମିକ ଶିକ୍ଷକ ମାନଙ୍କର ସାମାନ୍ୟ ଠିକା ଉଚ୍ଛେଦ କରି ପାରିଲେ ନାହିଁ କି ସେମାନଙ୍କୁ ଅନ୍ୟ ରାଜ୍ୟ ଭଳି କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରି ପାରିଲେ ନାହିଁ ! 2200 Grade Pay କୁ ଲଦି ଦେଇଗଲେ । ଯାହାକୁ ଉଚ୍ଛେଦ କରିବାକୁ ବର୍ତ୍ତମାନର ଡବଲ୍ ଟ୍ରିପଲ୍ ଇଞ୍ଜିନ ରାଜ୍ୟ ସରକାର ପାଇଁ ମଧ୍ୟ ଚ୍ୟାଲେଞ୍ଜ ହେଇଯାଇଛି !

ଆଜି ଉଭୟ ସରକାରଙ୍କ ପାଇଁ ନିମ୍ନ ବାର୍ତ୍ତା -

🛑 ବର୍ତ୍ତମାନ ସମୟରେ ମହାସଂଘ କଣ କରୁଛି ? ନିଶ୍ଚୟ କରୁଛି । ବାହାରକୁ ଯଦିଓ କିଛି ବାର୍ତ୍ତା ଯାଉନି । କିନ୍ତୁ ଏତିକି ସ୍ପଷ୍ଟ ଯେ , ମହାସଂଘ ଚୁ...
04/08/2026

🛑 ବର୍ତ୍ତମାନ ସମୟରେ ମହାସଂଘ କଣ କରୁଛି ?

ନିଶ୍ଚୟ କରୁଛି । ବାହାରକୁ ଯଦିଓ କିଛି ବାର୍ତ୍ତା ଯାଉନି । କିନ୍ତୁ ଏତିକି ସ୍ପଷ୍ଟ ଯେ , ମହାସଂଘ ଚୁପଚାପ୍ ତାର ଯାହା କାମ କରିବା କରୁଛି ।

ଦୁଇ ଦଫା ଦାବୀ ପୂରଣ ପାଇଁ -
- ଆବାହକ ଲାଗିଛନ୍ତି ‌‌।
- ଯଦି ଦାବୀ ପୂରଣ ନ ହେଲା ଆବାହକଙ୍କ ସହିତ ସଦସ୍ୟ ମାନେ ମଧ୍ୟ ଆଗାମୀ ବିଧାନସଭା ଅଧିବେଶନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏଣୁ ସବୁବେଳେ ଚେଷ୍ଟା କରୁଛୁ
ସମସ୍ତଙ୍କୁ ଏକତ୍ରିତ କରିବାକୁ
ହେଲେ ଭଲ କଥା
ନହେଲେ ବି - ? ???

28/07/2026

🛑 ଆଗାମୀ ବର୍ଷାକାଳୀନ ବିଧାନସଭା ପୂର୍ବରୁ ପ୍ରାଥମିକ ଶିକ୍ଷକ ମାନଙ୍କର ଦୁଇ ଦଫା ଦାବୀ ପୂରଣ କରିବାକୁ ସରକାରଙ୍କୁ ଅନୁରୋଧ । ନଚେତ୍ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ।

🛑 ମାନ୍ୟବର ମୁଖ୍ୟମନ୍ତ୍ରୀ କଥା ଦେଇ କଥା ଭୁଲିଗଲେ ?ଛଅ ମାସ କହି ଦୁଇ ବର୍ଷ ପୁରିଗଲା !ଆମକୁ କେନ୍ଦ୍ରୀୟ ହାରରେ ବେତନ କେବେ ମିଳିବ ?ଆପଣଙ୍କ ସର...
17/07/2026

🛑 ମାନ୍ୟବର ମୁଖ୍ୟମନ୍ତ୍ରୀ କଥା ଦେଇ କଥା ଭୁଲିଗଲେ ?
ଛଅ ମାସ କହି ଦୁଇ ବର୍ଷ ପୁରିଗଲା !

ଆମକୁ କେନ୍ଦ୍ରୀୟ ହାରରେ ବେତନ କେବେ ମିଳିବ ?
ଆପଣଙ୍କ ସରକାର ପାଇଁ ଅସୁବିଧା କେଉଁଠି !

" ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ଆମର ଦାବୀ ଗୃହୀତ କରିବାକୁ ଅନୁରୋଧ । "

🛑 ଆବାହକ Ramlal Patel ଙ୍କ ଶୁଭେଚ୍ଛା ବାର୍ତ୍ତା 💐 " ଆଜି  #ପବିତ୍ର_ରଥଯାତ୍ରା ଅବସରରେ ଆପଣ ମାନଙ୍କର ମୋ ଉପରେ ଥିବା ବିଶ୍ଵାସ କେବେ ମଳିନ ନ...
16/07/2026

🛑 ଆବାହକ Ramlal Patel ଙ୍କ ଶୁଭେଚ୍ଛା ବାର୍ତ୍ତା 💐 " ଆଜି #ପବିତ୍ର_ରଥଯାତ୍ରା ଅବସରରେ ଆପଣ ମାନଙ୍କର ମୋ ଉପରେ ଥିବା ବିଶ୍ଵାସ କେବେ ମଳିନ ନ ହେଉ ଏବଂ ଆପଣଙ୍କ ସୁଖ ସମୃଦ୍ଧି କେବେ ବିଲୟ ନ ହେଉ । ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା । ଜୟ ଜଗନ୍ନାଥ 🙏🚩 ! "

🛑 ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ସମସ୍ତ ପ୍ରାଥମିକ ଶିକ୍ଷକ ପରିବାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା 💐
16/07/2026

🛑 ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ସମସ୍ତ ପ୍ରାଥମିକ ଶିକ୍ଷକ ପରିବାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା 💐

🛑 ପ୍ରମୋସନ V/s ଗ୍ରେଡ ପେ' ପରିବର୍ତ୍ତନ !ପ୍ରମୋସନ ଏକ ନିୟମିତ ପ୍ରକ୍ରିୟା ହେଲେ ବି ଏହା ସବୁବେଳେ ଅଳ୍ପ ମାତ୍ର ପ୍ରାଥମିକ ଶିକ୍ଷକ ମାନଙ୍କ ପା...
06/07/2026

🛑 ପ୍ରମୋସନ V/s ଗ୍ରେଡ ପେ' ପରିବର୍ତ୍ତନ !

ପ୍ରମୋସନ ଏକ ନିୟମିତ ପ୍ରକ୍ରିୟା ହେଲେ ବି ଏହା ସବୁବେଳେ ଅଳ୍ପ ମାତ୍ର ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଆର୍ଥିକ ସହାୟ ହୁଏ । ଅଧିକାଂଶଙ୍କ ପାଇଁ ନିରାଶାଜନକ ସାଜେ । ଯେଉଁଥିପାଇଁ ଅନେକ ପ୍ରାଥମିକ ଶିକ୍ଷକ ନିଜ ପ୍ରମୋସନକୁ ଗ୍ରହଣ କରନ୍ତି ନାହିଁ ।

କିନ୍ତୁ ଯଦି ଗ୍ରେଡ ପେ' ପରିବର୍ତ୍ତନ ସହିତ ଠିକା କାର୍ଯ୍ୟକାଳକୁ ଗଣନା କରାହୁଏ - ନିଶ୍ଚୟ ଏହି ରାଜ୍ୟର ଏକ କଳଙ୍କିତ ବ୍ୟବସ୍ଥାର ଅବସାନ ଘଟି ସବୁକିଛି ସୁବ୍ୟବସ୍ଥିତ ହେବ ଏବଂ କନିଷ୍ଠ ଠାରୁ ବରିଷ୍ଠ ଶିକ୍ଷକ, ସମସ୍ତଙ୍କ ପାଇଁ ଅଧିକାରଭୁକ୍ତ ସାବ୍ୟସ୍ତ ହେବେ ।

ଆମକୁ ପ୍ରମୋସନ ଦରକାର ନା ଦାବୀ ପୂରଣ ଦରକାର - ଏହି ଦ୍ବନ୍ଦ୍ବାତ୍ମକ ପ୍ରସଙ୍ଗ ଭିତରେ ଜମା ପଶିବା ନାହିଁ । ଗ୍ରେଡ ପେ' ପରିବର୍ତ୍ତନ ଏବଂ ୬ ବର୍ଷର ଠିକା କାର୍ଯ୍ୟକାଳକୁ ଗଣିଲେ , ସମସ୍ତେ ନିଶ୍ଚୟ ଆର୍ଥିକ ସ୍ଵଚ୍ଛଳ ହେବେ । ଏଥିରେ ଟିକେ ବି ସନ୍ଦେହ ନାହିଁ ।

👉 ସରକାର ତାଙ୍କର ପ୍ରମୋସନ କାମ କରୁ ଥାଆନ୍ତୁ
👉 ଆମେ ଆମ ଦାବୀ ପୂରଣ ଦିଗରେ ଏକାଠି ହେବା ।

ଆଗାମୀ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତଙ୍କୁ ନିବେଦନ - " ଦାବୀ ପୂରଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ , ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ।

🛑 ଗତକାଲି ସଂଧ୍ୟାରେ ଅଷ୍ଟମ କୈନ୍ଦ୍ରୀୟ ବେତନ କମିଶନ (8th CPC) ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।ପଙ୍କଜ ଜୈନଙ୍କ ନେତୃତ୍ୱରେ 8ମ କ...
06/07/2026

🛑 ଗତକାଲି ସଂଧ୍ୟାରେ ଅଷ୍ଟମ କୈନ୍ଦ୍ରୀୟ ବେତନ କମିଶନ (8th CPC) ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ପଙ୍କଜ ଜୈନଙ୍କ ନେତୃତ୍ୱରେ 8ମ କେନ୍ଦ୍ରୀୟ ବେତନ କମିଶନ ଦଳ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଦରମା ସଂଶୋଧନ ଉପରେ ଷ୍ଟେକ୍ ହୋଲ୍ଡର ମାନଙ୍କ ଆଲୋଚନା କରିବେ । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଉନ୍ନତ ଦରମା, ଭତ୍ତା ଏବଂ ପେନସନ ପାଇଁ ଆଶା ବୃଦ୍ଧି ପାଉଛି ।

ସଦସ୍ୟ ସଚିବ ପଙ୍କଜ ଜୈନଙ୍କ ନେତୃତ୍ୱରେ, ଆଠ ଜଣିଆ ଦଳ ରାତି 8:45 ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ITC ହୋଟେଲରେ ଅବସ୍ଥାନ କରିଛନ୍ତି । ଏହି ପ୍ରତିନିଧି ଦଳ ଜୁଲାଇ 8 ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ।

ଏକ ବିଶେଷ କାର୍ଯ୍ୟକ୍ରମ ସ୍ୱରୂପ, ଓଡ଼ିଶା ସରକାର ପଙ୍କଜ ଜୈନଙ୍କୁ ଜୁଲାଇ 5 ରୁ 8 ପର୍ଯ୍ୟନ୍ତ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି। ଗସ୍ତ ସମୟରେ ସମସ୍ତ ସମ୍ପୃକ୍ତ ବିଭାଗକୁ ପୂର୍ଣ୍ଣ ଆତିଥ୍ୟ ଏବଂ ସହଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୬ ଏବଂ ୭ ଜୁଲାଇରେ ଷ୍ଟେକ୍ ହୋଲ୍ଡର (ଅଂଶୀଦାର) ମାନଙ୍କ ସହିତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କମିଶନ ରାଜ୍ୟର ପେନସନଭୋଗୀ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହିତ ବିଭିନ୍ନ ବର୍ଗର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଗଠନ, ସୁବିଧା ଏବଂ ଅଭିଯୋଗର ମୂଲ୍ୟାଙ୍କନ କରିବେ।

ପ୍ରତିନିଧି ଦଳରେ ଯୁଗ୍ମ ସଚିବ ନୀରଜ କୁମାର ଗୟାଗୀ ଏବଂ ଅମିତ ସତିଜାଙ୍କ ସହିତ କୃଷ୍ଣ ଭି.ଆର., ରବି ପ୍ରକାଶ ଯାଦବ, ସୌମ୍ୟଜିତ ଘୋଷ, ଅଭୟ ନାରାୟଣ ସହାୟ, କୁଲଦୀପ ସିଂହ ମୀନା ଏବଂ ରାହୁଲ କୁମାର ଶର୍ମା ସାମିଲ ଅଛନ୍ତି।

ଗତ କିଛି ମାସ ମଧ୍ୟରେ କମିଶନ ଲକ୍ଷ୍ନୌ, ଦିଲ୍ଲୀ, ଲେହ, ଶ୍ରୀନଗର, ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ ସହରରେ ବୈଠକ କରିସାରିଛି ।

ଏବେ , ଜୁଲାଇ 6 ଏବଂ 7 ରେ ଭୁବନେଶ୍ୱର ଠାରେ ଏବଂ କୋଲକାତା ଠାରେ 9 ଓ 10 ରେ ବୈଠକ କାର୍ଯ୍ୟକ୍ରମ ଅଛି ।

ଅଷ୍ଟମ ବେତନ କମିଶନ ହେଉଛି ଭାରତ ସରକାରଙ୍କ ଦ୍ୱାରା 3 ନଭେମ୍ବର 2025 ରେ ଗଠିତ ଏକ ଅସ୍ଥାୟୀ ସଂସ୍ଥା। ଏହାର କାର୍ଯ୍ୟକାଳ ଗଠନ ତାରିଖରୁ ପ୍ରାୟ 18 ମାସ ଏବଂ ପ୍ରାୟ ଆଠ ମାସ ବିତିଯାଇଛି । ଅର୍ଥାତ୍ ଫେବୃଆରୀ 2027 ସୁଦ୍ଧା ଆମେ କୌଣସି ସରକାରୀ ସୁପାରିଶ ପାଇବୁ ।

ସପ୍ତମ ବେତନ କମିଶନ 2.57 ର ଫିଟମେଣ୍ଟ ଫ୍ୟାକ୍ଟର ବ୍ୟବହାର କରିଥିଲେ, ଏବଂ ଷଷ୍ଠ ବେତନ କମିଶନ 1.86 ଭାବରେ ଫିଟମେଣ୍ଟ ଫ୍ୟାକ୍ଟର ନେଇଥିଲେ । କିନ୍ତୁ 8ମ CPC ଫିଟମେଣ୍ଟ ଫ୍ୟାକ୍ଟର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ପ୍ରକୃତ କାର୍ଯ୍ୟାନ୍ୱୟନ ଏବଂ ସମ୍ଭାବ୍ୟ ବେତନ ରାଶି ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ।

Address

Bhubaneswar

Website

Alerts

Be the first to know and let us send you an email when ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category