14/04/2026
💐💐💐💐💐💐💐💐
ଶୀର୍ଷକ- ମହାବିଷୁବ ସଂକ୍ରାନ୍ତି
💐💐💐💐💐💐💐💐
ଓଡ଼ିଆ ନୂତନ ବରଷ ଆରମ୍ଭ
ପ୍ରଥମ 'ବୈଶାଖ' ଦିନ,
ଏହାକୁ ଓଡ଼ିଆ କହଇ ତ 'ମହା
ବିଷୁବ ସଂକ୍ରାନ୍ତି' ପୁଣ। ୧।
ସୂର୍ଯ୍ୟଦେବ ଏହି ଦିନ ରହିଥାନ୍ତି
ବିଷୁବ ରେଖା ଉପରେ,
ସେଇ ପ୍ରଭାବରେ ତାପ ଅନୁଭବ
ହୁଏ ପ୍ରଖର ମାତ୍ରାରେ। ୨।
କଦଳୀ ନଡ଼ିଆ ବେଲ ଗୁଡ ଛେନା
ମିଶେଇ ହୁଅଇ ପଣା,
ଭଗବାନଙ୍କୁ ଅର୍ପଣ ହେବାରୁ ଯେ
ପଣା ସଂକ୍ରାନ୍ତିରେ ଗଣା । ୩।
ଲୋକେ ଛତୁଆ ଖାଇବାକୁ ପସନ୍ଦ
କରନ୍ତି ବିଭିନ୍ନ ସ୍ଥାନରେ,
ଏହାକୁ 'ଛତୁଆ ସଂକ୍ରାନ୍ତି' କୁହନ୍ତି,
ତେଣୁ ଅନେକ ସ୍ଥାନରେ । ୪।
ଗ୍ରୀଷ୍ମ ଋତୁର ତ ଆରମ୍ଭ ହୁଅଇ,
ଶୀତଳତା ମିଳିବାକୁ,
ତୁଳସୀ ଚଉରା ଉପରେ ବାନ୍ଧତି
ଲୋକେ ଗୋଟିଏ ଠେକି କୁ । ୫।
ବସୁନ୍ଧରା ଠେକି ବସାଇ ତୁଳସୀ
ଗଛେ ଢ଼ାଳି ଥାଉ ଅର୍ଣ୍ଣ,
ଟୋପା, ଟୋପା ଜଳ ଚଉଁରାରେ ପଡ଼ି
ତେଜ ରହେ ତାର ପର୍ଣ୍ଣ । ୬।
ହନୁମାନ ଜୟନ୍ତୀ ପାଳୁ ଅନେକ
ଓଡ଼ିଆ ପରିବାରରେ,
ସ୍ବତନ୍ତ୍ର ପୂଜା ଓ ଅର୍ଚ୍ଚନା ହୁଅଇ
ଦେବାଦେବୀ ମନ୍ଦିରରେ |୭|
ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ହୁଏ
କେତେ ନୀତିର ପାଳନ,
ଶ୍ରୀଅଙ୍ଗକୁ ଶୀତଳ କରିବା ପାଇଁ
ବୋଳା ଅଗୁର ଚନ୍ଦନ । ୮।
ଓଡ଼ିଆ ପଞ୍ଜିକାରେ ନୂତନ ବରଷ
ପରା ଆରମ୍ଭ ହୁଅଇ,
ଓଡିଆର ନବବର୍ଷ ଏହା ଆମ
ସଂସ୍କୃତିର ଗର୍ବ ଏହି । ୯।
ଗ୍ରାମ ଦେବତୀ ମା' ଜାଡୁଆଙ୍କ ପାଖେ
ଶଙ୍ଖ, ଘଣ୍ଟା ଆଳତୀ ରେ,
ଝାମୁ ଦଣ୍ଡ, ଝୁଣା ନିଆଁ ପାଟ ହୁଏ
ଦେବାଦେବୀ ମଣ୍ଡପରେ |୧୦|
ଭାବନାରେ ହର୍ଷ ଆନନ୍ଦକୁ ନେଇ
ଓଡ଼ିଆ ନୂତନ ବର୍ଷ,
ବିଷୁବ ସଂକ୍ରାନ୍ତି ଦିନରେ ଉତ୍କଳେ
କ୍ରାନ୍ତି ପାଇଁ ତୁମେ ଆସ |୧୧|
ତୁମ ଶୁଭ ଆଗମନ ପାଇଁ ଦେଖ
ହୋଇଛି ସୁନ୍ଦର ସଜ୍ଜା,
ସବୁଜ ପତ୍ରର ତୋରଣ ଲମ୍ବିଛି,
ବାଜୁଛି ମଙ୍ଗଳ ବାଜା |୧୨|
ନବବର୍ଷେ ନବହର୍ଷେ ନବୀନତା
ଆଣ ପ୍ରତ୍ୟେକ ଜୀବନେ,
ଆସ ଦୀନ ହୃଦୟର କୁଟୀରରେ
ଖୁସି ଅମିୟ ସିଞ୍ଚନେ |୧୩|
ଧୋଇଯାଉ ଆମର ମନୋମାଳିନ୍ୟ
ଯାହା ହୋଇଛି ସଞ୍ଚିତ,
ଆନନ୍ଦର ଝରଣାରେ ହୃଦୟକୁ
କର ପ୍ରେମରେ ପ୍ଳାବିତ |୧୪|
ଭୁଲିବିନି କେବେ ଆମ ପରମ୍ପରା
ମହା ବିଷୁବ ସଂକ୍ରାନ୍ତି,
ଧରମ ଜାତି ଭେଦ ଭାବ ନରଖି
ପାଳିବି ମୋର ସଂସ୍କୃତି |୧୫|
💐ଆପଣମାନଙ୍କୁ ପଣା ସଂକ୍ରାନ୍ତି ଏବଂ
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଶୁଭ
କାମନା❤️❤️
ଶୁଭ ସକାଳ 💐💐💐
ଜୟ ଶ୍ରୀ ଜଗନ୍ନାଥ 🙏🙏
ଜୟ ଶ୍ରୀ ହନୁମାନ 🙏🙏
ଜୟ ଜୟ ମୋ ସଂସ୍କୃତି 🙏🙏
ଚିତ୍ତରଞ୍ଜନ ନନ୍ଦ, କଟକ
17/03/2026
************************
ପୁରୁଷ ଓ ନାରୀ ସଂସାର ରଥର
************************
ଅଭିନୟ ସବୁ ଏଠି, ନର ସ୍ୱାର୍ଥପର
ରଙ୍ଗ ଦେଖାଉ ତ ଏଠି ଅନେକ ପ୍ରକାର
କିଏ ଦରଦୀ ସାଜିଣ ନିଲାମ କରଇ
ଅନ୍ୟର ଚରିତ୍ରକୁ ତ ଜାଣି ଜାଣି ସେହି
|୧|
ପୁରୁଷ ଓ ନାରୀ ଉଭୟ ପରିପୂରକ,
ସଂସାର ରଥର ଉଭୟ ଦୁଇଟି ଚକ
ସଭିଏଁ କରୁଛେ ଏଠି ଆମେ ହିଁ ନାଟକ
ଜୀବନ ସଫଳ କରିବା, ଜନ୍ମ ସାର୍ଥକ
|୨|
ସ୍ୱପ୍ନ ମିଶା ବାସ୍ତବତା, ନାରୀ ହିଁ ଆଲୋକ,
ଧୈର୍ଯ୍ୟ ଧରି ଯୋଗାଏ ସଫଳତାର ଲୋକ,
ଚିତାନଳେ ଭସ୍ମ ନୁହେଁ ସେନେହ ବନ୍ଧନ,
କେବେ କାହିଁ ହେବ ନିଶ୍ଚେ ଶୁଭ ସମ୍ମେଳନ
|୩|
ଗୋଟିଏ ଚକରେ ରଥଟି ଅକାମୀ ହୁଏ,
ସଂସାର ରୂପକ ରଥଟି ଚାଲି ନଥାଏ,
ହୃଦୟକୁ ଥରେ ପଚାର ତୁମେ ହିଁ କିଏ,
ରଥର ଚକକୁ ତୁମେ ଭାଙ୍ଗିବାକୁ କିଏ
|୪|
ସୁଖ ଓ ଦୁଃଖ, ଏହି ତ ବିଚିତ୍ର ସଂସାର,
ମଧୁବୋଳା କଥାରେ କେ ଚଟାଏ ଜହର,
ଜାଣୁ ଜାଣୁ ତାଦ୍ୱାରା ହେବ ଯେ ନାରଖାର,
ଦଂଶି ଚାଲେ ପ୍ରକୃତିକୁ ଭୁଲି ବାରମ୍ବାର
|୫|
ହେଲେ ପଛରେ ଥାଏ ତାର କଳା ହୃଦୟ,
ଉପରେ ରଙ୍ଗଟି ସୁନ୍ଦର କିନ୍ତୁ ଗରଳ ସଦୃଶ୍ୟ,
ସେହି ମଣିଷ ଜାଳି ପୋଡି କରେ ପାଉଁଶ,
ସତେ କି କେଭେ ତାକୁ ଛୁଇଁବନି ଆୟୁଷ
|୬|
ପଚାର ମନକୁ ତୁମେ କର ବ୍ୟବହାର,
ମଣିଷ ଦିବ୍ୟତାର ନା ରୁକ୍ଷ ରାକ୍ଷସର,
ପରିଚୟ ଯେ ତୁମର, ନିଜେ ଚେଷ୍ଟା କର,
ତମର ବି ଅଛି ହୃଦୟ ଯାହା ସୁନ୍ଦର
|୭|
*****************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
*****************
03/03/2026
🙏🙏🙏🙏🙏
ଲାଗିଲା ରଙ୍ଗ ଛିଟା
🙏🙏🙏🙏🙏
ଫଗୁ ଫଗୁ ଦିଶେ ଆଜି ଏଇ ଆକାଶଟା,
ସୁନ୍ଦର ଦିଶଇ ଆଜି ପୁନେଇଁ ଜହ୍ନଟା,
କହିଲୁ ମୋତେ ତୋର ମିଠା ମିଠା କଥାଟା,
ଥିଲା ଏକ ସାଧା କାଗଜ ମୋ ଜୀବନଟା
|୧|
କରିଣ କିମିଆ ଛାଟିଲୁ ଏଇ କି ଛିଟା,
ଫଗୁଣରେ ରଙ୍ଗ ମାଖି ଦେଲ, ସେ ରଙ୍ଗଟା
ଗୋରା ଦେହେ ଲଗାଇଲୁ କି ରଙ୍ଗର ଛିଟା
ପାଗେଳୀ ସତେକି ହୋଇଲା ମୋର ମନଟା
|୨|
ହୋଇଗଲ ତମେ ମୋ ଇପ୍ସିତ ମଣିଷଟା,
ପ୍ରଥମ ପ୍ରେମର ନିଶା ଅକୁହା ଭାଷାଟା,
ହୃଦୟରେ ଛାଟିଲୁ ସତରେ ଏ କି ଛିଟା,
ର଼ହିଲ ମୋର ପ୍ରତି ସ୍ପନ୍ଦନରେ, ପ୍ରେମଟା
|୩|
ପାଖେ ରହିଛି ଓ ରହିଥିବ ମୋ ମନଟା,
ସେବେଠୁ ବଦଳି ଗଲା ମୋର ଦୁନିଆଟା,
ସପନରେ ଆସ ପୁଣି ଚୋରାଅ ନିଦଟା,
ଭୁଲାଉଛ କହି ମୋତେ ମିଠା ମିଠା କଥା
|୪|
ନଦୀ ଜଳ ମିଶେ ସାଗରରେ ଯେ କଥାଟା,
ଦେଇ ଅବିର, ଗଭୀର କଲ ତ ପ୍ରେମଟା,
ପ୍ରେମ ରସ ରଙ୍ଗେ ରଙ୍ଗାୟୀତ ଦୁନିଆଟା,
ମେଳନେ ନୀଳମଣି ମନେ ପକାଏ କଥା
|୫|
ଦୋଳ ବେଦୀରେ ରାଧା ଓ ମୋ କଳା ବଦନ
ଜଗାର ରଙ୍ଗରେ ରାଧା ହୋଇଛି ରଙ୍ଗୀନ
ପ୍ରେମ ରଙ୍ଗେ ନୂଆ ଦିଶୁଛି ଧରା ଅଙ୍ଗନ
ଦେଖ ବା ନଦେଖ ଚାଲିଛି ପ୍ରୀତି ପାର୍ବଣ
|୬|
ଫଗୁର ରଙ୍ଗରେ ଦିଅ ଧୋଈ ମନୁ ପୁଣ,
ରହିଛି ତୁମର ଯେତେ ମାନ ଅପମାନ,
ପ୍ରେମର ରଙ୍ଗରେ ପୋଛ ମାନ ଅଭିମାନ
ରଙ୍ଗର ମେଲଣ ଇଏ ଖୁସିର ମେଲଣ
|୭|
ଫଗୁର ଶ୍ରାବଣରେ ବହଇ ଖୁସି ପୁଣ,
ସୁଖ ଓ ଦୁଃଖ ଭରା ଏଇ ଆମ ଜୀବନ,
ଆମ ଦୁଃଖକୁ ଯେ ଧୋଇ ଦେଉ ଫଗୁ ରଙ୍ଗ,
ରାଗ ଋଷା ନେଇ ବୋଳିଦେଉ ପ୍ରେମରଙ୍ଗ
|୮|
🙏🙏🙏🙏🙏🙏
ଚିତ୍ତରଞ୍ଜନ ନନ୍ଦ
ଜଗତପୁର କଟକ
🙏🙏🙏🙏🙏🙏
20/01/2026
*********************
କଳା କଳେବର କମଳ ଆଖି
*********************
ହେ କଳା କଳେବର ଅରବିନ୍ଦ ନୟନ,
ପୁଣ୍ଡରୀକାକ୍ଷ ତୁମେ ହେ କମଳ ନୟନ,
ରାଧା ପ୍ରେମୀକ ତୁମ ନାମ ପଦ୍ମ ଲୋଚନ,
ଆହେ ପୁଣ୍ଡରିକ ନେତ୍ର ରାଜୀବ ଲୋଚନ
|୧|
ଆହେ କଳାକୃଷ୍ଣ ତୁମରି ଆଖି ଦିଓଟି,
ସତେ ପଦ୍ମ ଭଳି ସୁନ୍ଦର ଦିଶୁ ଥାଏ ଟି,
ଆମ ଓଡ଼ିଆରେ ଗୋଟିଏ କଥା ଅଛି ଟି,
ଷୋଳ କଳାରୁ ଏକ କଳା ନନ୍ଦ ବାଳା ଟି
|୨|
ଆହେ ଜଗନ୍ନାଥ ତୁମେ କଳା କଳେବର,
ଷୋହଳ କଳା ତୁମର ଆହେ ନିରାକାର,
ତୁମେ ଅନାଦି ପରବ୍ରହ୍ମ ଏ ସଂସାରର,
ଦାରୁ ରୂପରେ ଆର୍ବିଭାବ ପରମେଶ୍ୱର
|୩|
ହେ କଳା କଳେବର ତୁମ କମଳ ଆଖି,
ଶତ ଲାଲିତ୍ୟର ଦୀପ୍ତି, ଲାଖି ଯାଏ ଆଖି,
କଳା ଠାକୁର, ସର୍ଵ କଳାର ସମାବେଶ,
ହେ ଶ୍ରୀନାଥ ଷୋଳ କଳା ପୂର୍ଣ୍ଣ ଅମୃତେଶ
|୪|
ତୁମ ମୁଖ ଚାରୁ ଚନ୍ଦ୍ରିକା ରୂପ ମାଧୁର୍ଯ୍ୟ,
ତାହା ମାଣିକ ମଣି ମୁକ୍ତା ଜ୍ୟୋତି ବୈଦୂର୍ୟ୍ଯ,
କହ୍ନେଇ, ଶାଶ୍ଵତ ପ୍ରେମର ଦିବ୍ୟ ସ୍ଵରୂପ,
ତୁମରି ଅଲୌକିକ ଲୀଳା କୀର୍ତ୍ତି କଳାପ
|୫|
ତୁମ ଷୋଳକଳା ଯୋଗ ଶାସ୍ତ୍ର, ତନ୍ତ୍ର ଶାସ୍ତ୍ର,
ଜ୍ୟୋତିଷ, ଶାସ୍ତ୍ର ଓ ଦର୍ଶନ ଶାସ୍ତ୍ର ଆଧାରିତ,
ହେ ଗୋସେଇଁ ସବୁ ଧର୍ମରେ ଯେ ସମାହିତ,
କାଳିଆ ସକଳ ମର୍ମର ରହସ୍ୟ ତତ୍ତ୍ୱ
|୬|
କଳା ଚାନ୍ଦ ତୁମେ କୋଟି ଲାବଣ୍ୟର କାନ୍ତି,
କଳା କାଞ୍ଚନ ତୁମେ ଶତ ଲାଲିତ୍ୟର ଦୀପ୍ତି,
ଚକାଡୋଳା ସକଳ ଦୃଷ୍ଟିର ଅନ୍ତର୍ଦୃଷ୍ଟି,
ଷୋଳ କଳାରେ ସମାହିତ ସମସ୍ତ ସ୍ଥିତି
|୭|
*********************
ଚିତ୍ତରଞ୍ଜନ ନନ୍ଦ କଟକ
*********************
11/01/2026
*************
କେବେ ବୁଝିବ?
*************
ଫସଲ ଉଜୁଡି ଯେବେ ଯାଉଛି,
ଚାଷୀ ବିଷ ପିଇ ମରି ଯାଉଛି,
ଦେଶ ଜଳୁଛି ବେକାରୀ ଜ୍ୱାଳାରେ
ମରି ଯାଏ ସ୍ୱପ୍ନ ଯୁବ ଗୋଷ୍ଠୀରେ,
ସାମ୍ପ୍ରଦାୟିକ ଦଙ୍ଗା ଯେ ବଢ଼ଇ,
ଦେଶ ଫାଳ ଫାଳ ହୋଇ ଯାଅଇ,
ଅଧା ବୟସରେ ଲୋକ ମରୁଛି,
ସ୍ୱଳ୍ପ ଲୋକଙ୍କ ସମ୍ପତ୍ତି ବଢ଼ିଛି,
କିନ୍ତୁ ତୁଚ୍ଛା ମିଛ ଶବ୍ଦ ବାଣରେ,
ଦେଶ ଆଗେଇ ଚାଲିଛି କହୁରେ,
କାରଣଟି ଜାଣିବାକୁ ଅଛି ରେ,
ଗଢ଼ି ହୁଏ ମଣିଷର ଜୀବନ,
ଅନେକ ଯତ୍ନ ହିଁ ରହିଲେ ପୁଣ,
ସମ୍ପର୍କ ଗଢ଼ା ଯେ ବିନା ଦ୍ୱେଷରେ,
ଶବ୍ଦ ଭାଙ୍ଗେ, ପ୍ରେମ ହୁଏ ଶବ୍ଦରେ,
କେବେ ବୁଝିବ ହେ ଶାସକଗଣ,
ଓ ତାଙ୍କର ଚେଲା ଚାମୁଣ୍ଡାଗଣ
*************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
*************
09/01/2026
*********
ବ୍ୟଭିଚାର
*********
ପୁରୁଷ ଯଦି ଅନ୍ୟ ବିବାହିତ ସ୍ତ୍ରୀ ସହ
ଯୌନ ସମ୍ଭୋଗ କରଇ
ବିବାହିତ ପୁରୁଷର ସହମତି ବିନା
ସେହି ସ୍ତ୍ରୀ ସଙ୍ଗେ ରହଇ |୧|
ବ୍ୟଭିଚାର ଅଭିଯୁକ୍ତ ପୁରୁଷଙ୍କ ପାଇଁ
ଦଣ୍ଡ ପ୍ରାବଧାନ ଥିଲା
ବ୍ୟଭିଚାରୀ ସ୍ତ୍ରୀ ପାଇଁ ତ ଦଣ୍ଡର ବ୍ୟବସ୍ଥା
ଆଇନରେ ତ ନଥିଲା |୨|
ସେହି ବ୍ୟଭିଚାର ଧାରା ଥିଵା ଚାରିଶହ
ସତାନବେ ଆଇନକୁ,
ସର୍ବୋଚ୍ଚ ନ୍ୟାୟାଳୟ ଘୋଷଣା କରିଛନ୍ତି
ଅସାମ୍ବିଧାନିକ ତାକୁ |୩|
ତେବେ ଏହା ବିବାହର ବିଚ୍ଛେଦ ନିମନ୍ତେ
ଆଇନଗତ କାରଣ,
ଏବେ ମଧ୍ୟ ହିନ୍ଦୁ ବିବାହ ଅଧିନିୟମ
ଅନୁଯାଇ ରହେ ଜାଣ |୪|
ଗରୁଡ଼ ପୁରାଣ ଅନୁସାରେ ବ୍ୟଭିଚାର
କରିବାହିଁ ଅଟେ ପାପ,
କିମ୍ବା ଅନ୍ୟର ପତ୍ନୀ ସହ ଯୌନ ଅନୀତି
କରିବା ଅଟଇ ପାପ |୫|
ଏହି ପାପ କରିବା ବ୍ୟକ୍ତିକୁ କର୍ମ ଫଳ
ତାପନ ନରକ ମିଳଇ,
ଯେଉଁଥି ପାଇଁ ଅଗ୍ନି ଓ ଗରମ ଲୋହାରେ
ଦଗ୍ଧ ହେବା ହିଁ ପଡ଼ଇ |୬|
ପତି ଓ ପତ୍ନୀ ଉଭୟଙ୍କ ପ୍ରତି ଅନ୍ତରେ
ଅନିଷ୍ଠା ଯେ ଥିଲେ ରହି,
ବଜ୍ରକଣ୍ଟକ ନରକେ ଲୋହାର କଣ୍ଟକ
ଯନ୍ତ୍ରଣା ପରା ଭୋଗଇ |୭|
ଆକାଶରେ ଇନ୍ଦ୍ରଙ୍କୁ ଥରେ ମାତ୍ର ଚାହିଁଵା
ଅପରାଧେ ଅହଲ୍ୟାଙ୍କୁ,
ସ୍ୱାମୀ ଅଭିଶାପେ ଅନେକ ଯୁଗ ପଥର
ହେବା ଉପାଖ୍ୟାନଟିକୁ |୮|
ନାରୀ ହିଁ ପୁରୁଷକୁ ପ୍ରଲୋଭନ ଦେଖାଏ
ବୋଲି କର ଯେ ପ୍ରଚାର,
ଧର୍ମରେ ତାହାର ନାହିଁ ଅଧିକାର, ଶୁଦ୍ରା
ନାରୀ ନରକର ଦ୍ୱାର |୯|
ସଂସାରେ ଧର୍ମର ତମେ ରକ୍ଷିତା ଯେତକ
ଖୋଲିଛ ହଜାର କୋଠୀ,
ଜଗୁଆଳି ହୋଇ ବସ ତମେ ଗରିବର
ଲୁଟିବ ଗରୀବ ରୁଟି |୧୦|
ମଣିଷ ଓ ପୁରୁଷ ସ୍ତ୍ରୀ ଭିତରେ ଗଢିବ
ପ୍ରାଚୀର ଶତ ଶତ,
କାହିଁକି ଶୋଷି ନେବା ପାଇଁ ଏଇ ସମାଜରୁ
ମାନବିକତାର ରକ୍ତ |୧୧|
ବ୍ୟଭିଚାର ଓ ସବୁର ମୂଳ ରୋଗ ହେଲା
ବିଶ୍ୱାସର ଯେ ଅଭାବ,
ମୂଲ୍ୟ ବିହୀନ ଚିନ୍ତାଧାରା ଏବଂ ସଠିକ
ଉପଚାରର ଅଭାବ |୧୨|
******************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
******************
09/01/2026
""""""""""""""""""""""""""""""""""""
ଦେଖି କୁଜ୍ଝଟିକା ଲାଗୁଛି ତାଟକା
"""""""""""""""""""""""""""""""""""""
ଜଳର ସୂକ୍ଷ୍ମ କଣିକା ରହି ବାୟୁରେ,
ଥଣ୍ଡା ହୋଇ ଜମେ ଯେବେ ଆକାଶରେ,
ଭୂମିରେ ଖସିପଡ଼ଇ ଧୀରେ ଧୀରେ,
ଆମେ କୁଜ୍ଝଟିକା କହୁ ତାଟକାରେ
|୧|
ଶୀତ ଦିନେ ସର୍ବତ୍ର କୁହୁଡ଼ି ଛାଇ,
ପଡିବାରୁ ଯାତାୟତ କଷ୍ଟ ହୋଇ,
ତାହା କୁହୁଡ଼ି, କୁହେଳି ଵା ନିହାର,
କବି ଭାଷା ମୁକ୍ତା ଧରି ଉପହାର
|୨|
ନିଦରୁ ଆଖି ଖୋଲେ ଯେବେ ଦିଶଇ,
ହିମାକ୍ତ ପ୍ରାନ୍ତର କୁହେଳି ଗ୍ରାସଇ,
ପାଖରୁ ପାଖ ଦିଶେ କୁହେଳି ପରି,
ଶୀତ ସକାଳେ ମନେ ସଂଶୟ ଭରି
|୩|
ବିଳମ୍ବେ ଉଦୟ ନାହିଁ ସୂର୍ଯ୍ୟାଲୋକ,
ସୂଚିତ କରାଏ ସ୍ତିମିତ ଆଲୋକ,
ଯେ ରୂପରେ ନିହାରେ ଆବୃତ ସୂର୍ଯ୍ୟ,
ସେ ରୂପରେ ସେ ସରେ ଜାଣେ ଆଚାର୍ଯ୍ୟ
|୪|
ଆକାଶର ଧୂମାଭ ଯେ ଦିଶୁଥିଲା,
ସୂର୍ଯ୍ୟ ହିଁ ଆସନ୍ତେ ଦୂରୀଭୂତ ହେଲା,
ସେଇ ଆଲୋକର ଅପେକ୍ଷାରେ ଏକା,
ହସି ହସି ଡ଼ିଏଁ ନହୋଇ ତାଟକା
|୫|
ଜୀବନ କଟୁଛି ଜଗା ନଉକାରେ,
ମୁହିଁ ମୋକ୍ଷ ଆଲୋକର ଅପେକ୍ଷାରେ,
କୁହେଳି ଚାଦର ଆବୃତ୍ତ ଶରୀରେ,
କୁଜ୍ଝଟିକା ଲୁଚାଏନି ସୂର୍ଯ୍ୟଙ୍କୁରେ
|୬|
ସମସ୍ତେ ଆତ୍ମୀୟ ଏହା ସ୍ବତଃସିଦ୍ଧ,
ଜୀବନ ଉତ୍ସ ହେଉଛନ୍ତି ଗୋବିନ୍ଦ,
ସ୍ମରଣ, ଭଜନ, କୀର୍ତ୍ତନ ଯେ ତତ୍ତ୍ବ,
ନିବିଡତାରେ ହେବା ପରିଚାଳିତ
|୭|
"""""""""""""""""""""""""
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
"""""""""""""""""""""""""
06/01/2026
******************
🙏 🌹✨🙏 🌹✨
ସର୍ବସାକ୍ଷୀ ଚକା ଆଖି
🙏 🌹✨🙏 🌹✨
******************
ସର୍ବସାକ୍ଷୀ ଚକା ଆଖି ର ଅର୍ଥଟି,
ସବୁ ଦେଖେ ଜଗାଙ୍କ ଚକା ଆଖିଟି,
କଳା ବଦନ କୁ ସରବ ଦିଶଇ,
ସବୁ କଥା ଦେଖେ, କିଛି ଲୁଚି ନାହିଁ
|୧|
ଚକା ନୟନ ମୋର ଜୀବନ ଧନ,
ଶ୍ରୀମୁଖ ଦେଖିଣ ଆନନ୍ଦ ଯେ ମନ,
ଆନନ୍ଦ ଭରେ ଚିନ୍ତି ତୋ ଦିବ୍ୟ ରୂପ,
ତୁହି ଯେ ହୃଦୟେ ବିଶ୍ୱାସ ସ୍ୱରୂପ
|୨|
ଆଖି ଆଗରେ କେତେ ଘଟିଯାଉଛି,
ତୋର ଚକା ଆଖି ସରବ ଦେଖୁଛି,
ତୁମେ ନିରାକାର ସବୁ ତ ଜାଣନ୍ତି,
ସରବଙ୍କ ଦୁଃଖ ହେ ପ୍ରଭୁ ଦେଖନ୍ତି
|୩|
ଧର୍ମର ପ୍ରତୀକ ତୁମ ଦୁଇ ଆଖି,
ଉଦାସୀନ ନିର୍ବିକାର ନିତ୍ୟ ସାକ୍ଷୀ,
ତୁମ ଅନିମିଷ ନେତ୍ର ଯେ ଜାଗ୍ରତ,
ସଦା ଦୁଃଖ ତାପ କରୁ ସନ୍ତାପିତ
|୪|
ବିଦଗ୍ଧ ପ୍ରାଣର ବ୍ୟଥା କହିବାକୁ,
ଭକ୍ତି ରେ ଭକ୍ତ ଆସନ୍ତି ତୋ ପାଖକୁ,
ଲେଖା ଅଛି ଗୁଣ ଗାରିମା ଝଲକ,
ଦୁଷ୍ଟ ମାରିଵାକୁ ସ୍ୱରୂପ ଅନେକ
|୫|
କେତେ ଆଶାରେ ଭକ୍ତ ଯାଏ ମନ୍ଦିରେ,
ଦୁଃଖ ଜଣାଇବାକୁ ତୋର ପୟରେ,
ଲୋଟଇ ମୁକତି ଲଭିଵା ଆଶାରେ,
ନଚାହୁଁ ସେମାନଙ୍କୁ ଆଡ଼ ଆଖିରେ
|୬|
ଦାରୁ ମୁରତି ହୋଇ ପାଷାଣ ହେଉ,
ଜଗତର ନାଥ ମିଛେ କି ଵୋଲାଉ,
ଦୀନବନ୍ଧୁ ହୋଇ ଦୁଃଖ ନହାରିଲେ,
କି ହୋଇବ ଦୁଇ ହାତ କୁ ଟେକିଲେ
|୭|
ଆରତ ତାରଣ ଜଗତ କାରଣ,
ଅନାଥର ନାଥ ପଶଇ ଶରଣ,
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ,
ଦେଖାଅ ମୋତେ ପ୍ରଭୁ ସଦା ସୁପଥ
|୮|
******************
🙏🙏🙏🙏🙏🙏
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
🙏🙏🙏🙏🙏🙏
******************
06/01/2026
🔵⚫️🔴🙏
ମୁଁ କିଏ ?
🙏🔴⚫️🔵
ମୁଁ, ମୁଁ ନୁହେଁ, ରହଇ ଯେ କାହାର ଆଶା
ବା କାହାର ପ୍ରତ୍ୟାଶା,
ମୁଁ, ମୁଁ ନୁହେଁ, କାହା ପାଇଁ ପାପ ତ କାହାର
ବି ପୁଣ୍ୟର ଭରସା |୧|
ମୁଁ କିଏ? କେବେ ହୁଏ ଅହଂର ଧ୍ୱନିରେ
ଏକ ଅନ୍ଧ ରାବଣ,
ମୁଁ କିଏ? କେବେ ହୁଏ ତ ଏଇ ସଂସାରରେ
ବି ଦୁଷ୍ଟ ଦୁର୍ଯ୍ୟୋଧନ |୨|
ମୁଁ କିଏ? ମୁଁ କେବେ ତ ଶିଷ୍ୟ ଏକଲବ୍ୟ
ପରି ଦେଖାଏ ନିଷ୍ଠା,
ସମୟର ଗର୍ଭରେ ହୁଏ ଅଭିମନ୍ୟୁ
ସଦୃଶ ଅସହାୟତା |୩|
ସକ୍ରେଟିସ୍ ଥରେ ଚାଲୁଥିଲେ ଗଭୀର
ଚିନ୍ତାମଗ୍ନ ସ୍ଥିତିରେ,
ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଧକ୍କା ହେଲା
ଅକସ୍ମାତ୍ ରାସ୍ତାରେ |୪|
ବ୍ୟକ୍ତିଟି କହନ୍ତି, ତୁମେ କିଏ ଦେଖି କି
ପାରୁନ ତ ରାସ୍ତାରେ,
କହିଲେ, ମୁଁ ଉତ୍ତର ଖୋଜୁଛି ଚାଳିଶ
ବର୍ଷ ଧରି ଧରାରେ |୫|
ମୁଁ କିଏ? ଜନ୍ମଠାରୁ ବହୁତ ଖୋଜିଲି
ଏ ପ୍ରଶ୍ନର ଉତ୍ତର,
ବାରମ୍ବାର ଆନ୍ଦୋଳିତ ହୁଏ ମନରେ
ପାଇବାକୁ ଉତ୍ତର |୬|
ଉପନିଷଦ ଗୀତା କହେ ସୃଷ୍ଟିରେ
ମୁଁ ତିନୋଟି ତତ୍ତ୍ୱର,
ବ୍ରହ୍ମ, ଜୀବ ଏବଂ ମାୟା ଯାହା ନିତ୍ୟ
ତାହାର ସମାହାର |୭|
‘ମୁଁ’ ତତ୍ତ୍ୱ ତାହା ମାୟିକ ଶରୀର ନୁହେଁ
ଆତ୍ମା ଯେ ବାସ୍ତବରେ,
ଜୀବ ନିତ୍ୟ ଅଟେ, ଜୀବନ ତ ରହଇ
ଶରୀର ମୃତ୍ୟୁ ପରେ |୮|
ସପ୍ତ ଧାତୁ ଯା ରସ, ରକ୍ତ, ମାଂସ, ମଜ୍ଜା,
ମେଦ, ଅସ୍ଥି, ଶୁକ୍ରରେ,
ନିର୍ମିତ ମୋର ଏଇ ତ ସ୍ଥୁଳ ଶରୀର
ସତରେ ମୁଁ ନୁହେଁ ରେ |୯|
ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଗ୍ରହଣ
କରିବା ବିଷୟ ଯେ,
ପଞ୍ଚ ଜ୍ଞାନେନ୍ଦ୍ରିୟ କଣ୍ଠ, ତ୍ଵଚ୍ଚା, ନେତ୍ର,
ଜିହ୍ନା ଓ ନାସିକା ଯେ |୧୦|
ମୁଁ ମଧ୍ୟ ନୁହେଁ ପଞ୍ଚ କ୍ରିୟା ସମ୍ପାଦନ
କାରୀ ବାଣୀ ଯଥା ଯେ,
ବାଜୁ ପାଦ, ପାଣି, ପାୟୁ ଏବଂ ଉପସ
ପଞ୍ଚ କର୍ମେନ୍ଦ୍ରିୟ ଯେ |୧୧|
ମୋର ଥିବା ସଂକଳ୍ପକାରୀ ମନ ମଧ୍ଯ
ଭାବିଲେ ବି ମୁଁ ନୁହେଁ,
ସର୍ବ ବିଷୟ ବାସନା ଯୁକ୍ତ ଅଜ୍ଞାନ
ବି ଶାସ୍ତ୍ରରେ ମୁଁ ନୁହେଁ |୧୨|
ଯଦି ମୁଁ ଏସବୁ ମଧ୍ଯରୁ କେହି ବି ମୁଁ
ନୁହେଁ, ତେବେ ମୁଁ କିଏ ?
ମନେ ବାରମ୍ବାର ପାଇବାକୁ ଉତ୍ତର
ଆନ୍ଦୋଳିତ ତ ହୁଏ |୧୩|
ନେତି ନେତି ଭାବେ ନିରସ୍ତ ଗୋଟି ଗୋଟି
ନୁହେଁ ଜାଣିଲା ପରେ,
କେବଳ ଚୈତନ୍ୟମାତ୍ର ଅବଶିଷ୍ଟ ଯେ
ତାହା ହିଁ ମୁଁ ଅଟେରେ |୧୪|
ସେଇ ଚୈତନ୍ୟର ସ୍ବରୂପ କ'ଣ ଅଟେ
ସ୍ବରୂପ ସଚ୍ଚିଦାନନ୍ଦ,
ଜଗତ ଲୋପରେ ତ ସ୍ବରୂପର ଦୃଶ୍ୟ,
କହୁ ଯେ ସ୍ବରୂପ ବୋଧ |୧୫|
ଶୂନ୍ୟତାକୁ ପଚାରଇ ଯେବେ ସତରେ
ପ୍ରଶ୍ନଟି ଯେ ମୁଁ କିଏ,
ଶକ୍ତିସ୍ଵରୂପ ମୁଁ ତତ୍ତ୍ୱ ଅଟେ ଅବ୍ୟକ୍ତ
ପ୍ରତିଧ୍ବନି ଯେ କହେ |୧୬|
ମୁଁ କିଏ ? ତାହା ଅଟଇ ଆତ୍ମା ନିତ୍ୟ
ଓ ଶୁଦ୍ଧ ବୁଦ୍ଧ ମୁକ୍ତ,
ସର୍ବାଧାର ସର୍ବବ୍ୟାପୀ ସର୍ବ ଘଟେ ଓ
ନିର୍ବିକାର ଶାନ୍ତ ତ |୧୭|
🙏🔵⚫️🔴🙏
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
🙏🔵⚫️🔴🙏
04/01/2026
***********************
⚫🔻⚫ଭକ୍ତିମାର୍ଗ ⚫🔻⚫
***********************
ଗୀତାରେ ଅଠରଟି ଅଧ୍ୟାୟ
ଯୋଗ ଅଠରଟି,
ନିଷ୍କାମ କର୍ମଯୋଗ ପ୍ରଥମ
ଛ ଅଧ୍ୟାୟରେ ଟି |୧|
ଦ୍ୱିତୀୟ ଛ ଅଧ୍ୟାୟରେ ରହି
ଅଛି ଭକ୍ତିଯୋଗ,
ଶେଷ ଛ ଅଧ୍ୟାୟରେ ରହଇ
ଥାଏ ଜ୍ଞାନଯୋଗ |୨|
ନିର୍ଗୁଣ ଉପାସନା ଅଟଇ
ଅତି କ୍ଲେଶଯୁକ୍ତ,
ଆତ୍ମସଂଯମ ଏବଂ ନିଗ୍ରହ
ତା ମାପଦଣ୍ଡ ତ |୩|
ଭକ୍ତିର ମାର୍ଗରେ ଯେ ବିଶେଷ
କଷ୍ଟ ହୁଏ ନାହିଁ,
ଚାଲିବାକୁ ପଡେ ଶ୍ରୀକୃଷ୍ଣଙ୍କ
ପାଖେ ପାଖେ ରହି |୪|
ଚିତ୍ତ ଶୁଦ୍ଧି ଓ ଶ୍ରଦ୍ଧା ସହିତ
ପ୍ରେମରେ ଚିନ୍ତନ,
ପ୍ରଗାଢ଼ ଭକ୍ତିର ଅନିବାର୍ଯ୍ୟ
ହୋଇଯାଏ ପୁଣ |୫|
ପ୍ରତ୍ୟେକ ପରିସ୍ଥିତିରେ ସୁଖ
ଦୁଃଖ ଉତ୍ସବରେ,
ଭଗବଦ୍ ଚିନ୍ତନ ଇତ୍ୟାଦି
ସର୍ଵ ସମୟରେ |୬|
ଭକ୍ତି ଯୋଗର ମାଧ୍ୟମରେ
ଯେ ପରମାତ୍ମାଙ୍କୁ,
କିଛି ଭକ୍ତି ଗୁଣ ଦରକାର
ପ୍ରାପ୍ତ କରିବାକୁ |୭|
ଭୌତିକ କଳୁଷ-କାମ, କ୍ରୋଧ,
ଲୋଭ, ମୋହ, ଦ୍ବେଷ,
ନଷ୍ଟ କରି ସଦା ଜଗନ୍ନାଥ
ନାମଟିକୁ ଘୋଷ |୮|
ଈଶ୍ବର ପ୍ରାପ୍ତି ହିଁ ଧର୍ମ କୁହେ
ଗୀତା ଭାଗବତ,
ଭଜ ପ୍ରଭୂ ନାମ ଭଜ ପାଳ
ତୁମ କର୍ମବ୍ରତ |୧୦|
ଅଢେଇ ଦିନ ଜୀବନ ହେଉ
ସତ୍ୟ ବ୍ୟବହାର,
ମନରୁ ଅନ୍ୟାୟ ଅନୀତି କୁ
କର ସଦା ଦୂର |୧୧|
ଭକ୍ତ ମେଳେ ଜଗତ ଠାକୁର
ଆରାଧ୍ୟର ପ୍ରଭୁ,
ମାନବୀୟ ଲୀଳା ରଥ ଯାତ୍ରା
ଭକ୍ତ ପ୍ରାଣେ ବିଭୁ |୧୨|
****************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
****************
04/01/2026
***********
ଜୀଅନ୍ତା ଶବ
***********
ସମୟ ବଦଳେ, ସମୟ ବଦଳି ଯାଇଛି,
ଆଜି ସମାଜ, ପରିବେଶ ବଦଳି ଯାଇଛି,
ଶୁଣୁ ନେତାଙ୍କର କେବଳ ମିଥ୍ୟା ଆଶ୍ଵାସନା,
ସରକାର ଗଢି ପ୍ରତିଶୃତିକୁ ତ ପାଳେନା
|୧|
ସରକାରଙ୍କୁ ବିରୋଧ ମାନେ ତ ଦେଶଦ୍ରୋହ,
ସତକୁ ସତ କହିବା ଭୁଲ, ମିଥ୍ୟା ଆଶ୍ରୟ,
ବେରୋଜଗାରି, ଦରବୃଦ୍ଧି, ଶିକ୍ଷା ସ୍ୱାସ୍ଥ୍ୟ କଥା,
ଅସଲ ମୁଦ୍ଦା ଗୌଣ ଓ ନାଟୁଆର ବ୍ୟବସ୍ଥା
|୨|
ଆମର ଧର୍ମ ବିପଦରେ ପଡ଼ିଛି ଯେପରି,
ତର୍କ ବିତର୍କ ଅସଲ ମୁଦ୍ଦା ଲୁଚିବ କିପରି,
ଦଙ୍ଗା ସୃଷ୍ଟି ହୁଏ, କର୍ଫ୍ୟୁ ତ ଜାରି ହୋଇଯାଏ,
ଦଙ୍ଗାରେ, ହତ୍ୟା, ଲୁଟ୍ ଧର୍ଷଣ ଯେ ଘଟିଯାଏ
|୩|
ଆରୋପ ଓ ପ୍ରତ୍ୟାରୋପ ଲଗାଇ ଦିନ ଯାଏ,
ଏବଂ ତା ଉପରେ କେବଳ ରାଜନୀତି ହୁଏ,
ଭାଇ ଭାଇ ଭିତରେ ଖାଲି ଲଢେଇ ହୁଏ ଯେ,
ଲୁହ ଟୋପେ ଦିଶୁନି ଆମରି ନେତାଙ୍କର ଯେ
|୪|
ବୃତ୍ତି ହରାଇ, ହଜାର ହଜାର ଶ୍ରମିକ ଯେ,
ମହାମାରୀରେ ଧୁ ଧୁ ଅଗ୍ନିବର୍ଷି ଖରାରେ ଯେ,
ହଜାର ହଜାର ମାଇଲ୍ ରାସ୍ତା ଚାଲିଵା ଯେ,
ଗର୍ଭବତୀ ପତ୍ନୀ, ଦୁଧମୁହାଁ ଛୁଆ କୋଳେ ଯେ
|୫|
ଚାଲିଚାଲି ଯିବା ଦୃଶ୍ୟ ଦେଖୁ ନିଜ ସାଥିରେ,
ଲୁହ ଟୋପେ ଦିଶିଲାନି ନେତାଙ୍କର ଆଖିରେ,
ଭୁଲିଗଲୁ ଆମେ ଏ ଦୃଶ୍ୟ କରୋନା ବେଳରେ,
ମାନବ ଭିତରେ ମାଧବଙ୍କୁ ଦେଖି ପାରୁନାରେ
|୬|
“ବସୁଧୈବ କୁଟୁମ୍ବକଂ” କଥାଟି କହୁଥିଲେ,
ଏ ଦୁନିଆକୁ ଆପଣାର କରି ନେଉଥିଲେ,
ଏକ ପରିବାର ଥିଲା ସାରା ବିଶ୍ଵ , ଯେଉଁଠି
ପଚାରୁ ନଥିଲେ କେହି କାହାକୁ ତୋ ଜାତି କଣଟି
|୭|
ମଣିଷ ହିଁ ଥିଲେ ନଥିଲା ଧର୍ମ, ଗୋତ୍ର କଥା,
ପରମ ଧର୍ମ ଥିଲା ମଣିଷେ ମାନବିକତା
ଆମର ବେଦ ପୁରାଣ, ଯେତେ ସବୁ ଶାସ୍ତ୍ର
ମାନବ କଲ୍ୟାଣ ପାଠ ପଢାନ୍ତି ଏକମାତ୍ର
|୮|
ଧର୍ମ ନାଆଁରେ ମଣିଷ ଆଜି କଣ କରୁଛି ?
ସଂକୀର୍ଣ୍ଣ ଧର୍ମାନ୍ଧତାର ତ ଶୀକାର ହୋଇଛି,
ସଂଜ୍ଞା ଥିଲା ଯେ ଜନ କଲ୍ୟାଣ ରାଜନୀତିର,
ସେବା କରୁଥିଲେ ନେତା ସାମର୍ଥ୍ୟ ଅନୁସାର
|୯|
କ୍ଷମତା ପାଇଁ ନଥିଲା ଆକ୍ଷେପର ଲଢେଇ,
ଜନତା ରହନ୍ତି ଏବେ ଜିଅନ୍ତା ଶବ ହୋଇ,
ନେତା ହିଁ ଯେପରି ଚାହିଁବେ ନିଜ ସ୍ଵାର୍ଥ ପାଇଁ,
ବ୍ୟବହାର କରିବେ ସେମାନଙ୍କୁ ସେଥିପାଇଁ
|୧୦|
**************
ଚିତ୍ତରଞ୍ଜନ ନନ୍ଦ
ଜଗତପୁର, କଟକ
**************