All Utkal CT Teachers Federation Odisha

All Utkal CT Teachers Federation Odisha Contact information, map and directions, contact form, opening hours, services, ratings, photos, videos and announcements from All Utkal CT Teachers Federation Odisha, Education, President All Utkal Court Teachers Federation Odisha, Bhawanipatna.

31/10/2023
"ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ" ଭବାନୀପାଟଣା : - ସ୍ଥାନୀୟ ଶକ୍ତି ନଗର ସ୍ଥିତ ମାଁ ମଙ୍ଗଳା ଜନକଲ...
31/10/2023

"ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ" ଭବାନୀପାଟଣା : - ସ୍ଥାନୀୟ ଶକ୍ତି ନଗର ସ୍ଥିତ ମାଁ ମଙ୍ଗଳା ଜନକଲ୍ୟାଣ କେନ୍ଦ୍ର ପରିସରରେ କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ, କଳାହାଣ୍ଡି ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମାଝୀ ବୈଠକ ର ଉଦେଶ୍ୟ ଜ୍ଞାପନ ପୂର୍ବକ ସଂମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ।ମୁଖ୍ୟଅତିଥି ଭାବରେ ଓଡିଶା ରାଜ୍ୟ ସିଟି ଫେଡେରେସନ୍‌ ର ସଭାପତି ତଥା ବିଶିଷ୍ଟ ଶିକ୍ଷକ ନେତା ପ୍ରଦୀପ କୁମାର ସାହୁ ବୈଠକ ରେ ଯୋଗଦାନ କରି ଶିକ୍ଷକ କଲ୍ୟାଣ ର ବିଭିନ୍ନ ଯୋଜନା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ବୈଠକ ରେ ଗତ ଗୁରୁଦିବସ - ୨୦୨୩ ର ସମୀକ୍ଷା କରିଯବା ସହିତ ଶିକ୍ଷକଙ୍କର ଅନେକ ଅସମାହିତ ସମସ୍ୟା ପ୍ରତି ଆଲୋକପାତ କରାଯାଇଥିଲା ଯଥା ନୂତନ ପେନସନ ବଦଳରେ ପୁରୁଣା ପେନସନ ଲାଗୁ, କେନ୍ଦ୍ରୀୟ ହାରରେ ଦରମା, ମୂଳ ନିଯୁକ୍ତି ରୁ ୨୮୦୦ ଗ୍ରେଡ଼ପେ ସହିତ ପୂର୍ବପରି ପ୍ରାଥମିକ ଶିକ୍ଷକ ଙ୍କୁ ୪୨୦୦ ଓ ୪୬୦୦ ଗ୍ରେଡ଼ ପେ ପ୍ରଦାନ, ପ୍ରାଥମିକ- ଉଚ୍ଚପ୍ରାଥମିକ ବିଦ୍ଯାଳୟ ରୁ ଚୁକ୍ତି ଭିର୍ତ୍ତୀକ ନିଯୁକ୍ତି ପ୍ରଥା ଉଛେଦ କରାଯାଇ ପୂର୍ବ ର ଛଅଗୋଟି ଇନକ୍ରେମେଣ୍ଟ ପ୍ରଦାନ, ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ , ଏଲିମେଣ୍ଟାରୀ କ୍ୟାଡର ରୁଲ ର ସଂଶୋଧନ , ୨୦୧୧ରୁ ୨୦୧୯ ମଧ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଶିକ୍ଷକ ଙ୍କ ପଦୋନ୍ନତି ପାଇଁ ଓଟିଇଟି କୋହଳ , ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ୫ଟି ବିଦ୍ୟାଳୟ ରେ ରୂପାନ୍ତରିତ କରଣ , ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ର ଦ୍ଵିତୀୟ ପଦବୀ ପୂରଣ ଏବଂ ଛାତ୍ର ଅନୁପାତ ରେ ଶିକ୍ଷକ ନିଯୁକ୍ତି ଇତ୍ୟାଦି |ଏହିସବୁ ସମସ୍ୟା ରାଜ୍ୟ ଫେଡେରେସନ ର ସଭାପତି ଶ୍ରୀ ସାହୁ ଙ୍କ ଦୃଷ୍ଟି ଆକର୍ଷଣ କରି ସବିଶେଷ ଆଲୋଚନା କରାଥିଲା ପ୍ରସ୍ତାବ ଗୃହିତ ହୋଇ ଥିଲା ।ଏହାପରେ ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଅତି ରିକ୍ତ ଶିକ୍ଷା ଅଧିକାରୀ କାଳିନ୍ଦୀଚରଣ ପଟ୍ଟନାୟକ, ଜିଲ୍ଲା ଉପଦେଷ୍ଟା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସତ୍ୟନାରାୟଣ ରାଜପୁତ, ମୁକୁନ୍ଦ ରେଡ଼ି , ବିରେନ କୁମାର ପଣ୍ଡା,କରୁଣାକର ଚିନ୍ଦା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷୟିତ୍ରୀ ତଥା ଜିଲ୍ଲା ସଂଯୋଜିକା ବଶୁମତୀ ସାହୁ, ସଂଯୋଜନା କରିଥିବା ସ୍ଥଳେ ଜିଲ୍ଲା ଉପସଭାପତି ପ୍ରଭାତ କୁମାର ସାହୁ, ଶିକ୍ଷକ ନେତା ଧନଞ୍ଜୟ ପାଣିଗ୍ରାହୀ, ଭୃକୁଟି ଗୌଡ଼,ଜଗତରାମ ଶବର, ମନୋଜ ମହାକୁଡ଼, ଶିବ ନାଏକ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ସ୍ଥଳେ ଜିଲ୍ଲା ସଂଗଠନ ସଂପାଦକ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ https://akn.news/ଜିଲ୍ଲା-ସି-ଟି-ପ୍ରାଥମିକ-ଶି/ https://odiabarta.in/108771/ https://newsgallerytv.com/?p=1982 https://masiha.in/news/83380 https://epaodisha.com/the-district-level-working-meeting-of-the-district-ct-primary-teachers-association-was-held/

ପାଚିକା ସହାୟିକା ଙ୍କ ଆନ୍ଦୋଳନ କୁ ରାଜ୍ୟ ର କେଉଁ କେଉଁ  ଶିକ୍ଷକ ସଂଘ ସବୁ ସମର୍ଥନ କରୁଛନ୍ତି  ଏବଂ  ନିଜନିଜ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରନ୍...
28/09/2023

ପାଚିକା ସହାୟିକା ଙ୍କ ଆନ୍ଦୋଳନ କୁ ରାଜ୍ୟ ର କେଉଁ କେଉଁ ଶିକ୍ଷକ ସଂଘ ସବୁ ସମର୍ଥନ କରୁଛନ୍ତି ଏବଂ ନିଜନିଜ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରନ୍ଧନ ଏବଂ ବିତରଣ ବନ୍ଧ ରଖିଛନ୍ତି ଦୟାକରି ଜଣାଇବେ ।🙏🏾

04/09/2023
ନିଖିଳ ଉତ୍କଳ ସି.ଟି. ପ୍ରାଥମିକ ଶିକ୍ଷକ ଫେଡେରେସନ୍ , ଓଡ଼ିଶା ରାଜ୍ୟର ଏକ ଗଣତାନ୍ତ୍ରିକ ପ୍ରାଥମିକ ଶିକ୍ଷକ ଫେଡେରେସନ୍ । ଏହା ନିଖିଳ ଉତ୍କଳ ...
08/08/2023

ନିଖିଳ ଉତ୍କଳ ସି.ଟି. ପ୍ରାଥମିକ ଶିକ୍ଷକ ଫେଡେରେସନ୍ , ଓଡ଼ିଶା ରାଜ୍ୟର ଏକ ଗଣତାନ୍ତ୍ରିକ ପ୍ରାଥମିକ ଶିକ୍ଷକ ଫେଡେରେସନ୍ । ଏହା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେତେରେସନ୍ ୫ଖାରବେଳ ନଗର ଭୂବନେଶ୍ଵର ,ଓଡିଶା ଏବଂ ଅଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେସନ୍, ନୂଆଦିଲ୍ଲୀ, ଭlରତ ଦ୍ଵାରା ସହବନ୍ଧିତ । ରାଜ୍ୟର ଲକ୍ଷାଧିକ ସି. ଟି ତାଲିମ ପ୍ରାପ୍ତ ଶିକ୍ଷକ- ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ଅସମାହିତ ସମସ୍ୟା ଗୁଡ଼ିକ ସହିତ ମୂଳ ଚାକିରୀ ରୁ ୨୮୦୦ ଗ୍ରେଡ ପେ, ପ୍ରମୋଶନ୍ ,ପୁରାତନ ପେନସନ ପୁନର୍ବାର ପ୍ରଚଳନ ପରି ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ମାନ୍ୟବର ଭାରତ ସରକାର .ରାଜ୍ୟ ସରକାର , ମୁଖ୍ୟ ଶାସନ ସଚୀବ, ୫ଟି ସଚୀବ, ବିଭାଗୀୟ ମନ୍ତ୍ରୀ ଓ ସଚୀବ ଏବଂ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ସମାଧାନ ର ପନ୍ଥା ନିର୍ଣ୍ଣୟ କରାଯାଇଥାଏ । ବିଭାଗୀୟ ନିର୍ଦ୍ଦେଶ ମତେ ଆଗାମୀ ତା ୧୨. ୮. ୨୩ ରିଖ ରେ ରାଜ୍ୟ ର ସମସ୍ତ ବିଦ୍ୟାଳୟ ରେ ଅବିଦ୍ଭାବକ ବୈଠକ ଅନୁଷ୍ଠିତ ହେବ ପୁଣି ୧୬ ଜୁଲାଇ ଠାରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର - ଛାତ୍ରୀ ଙ୍କ ଗଠନ ମୂଳକ ମୂଲ୍ୟାୟନ (ଏଫଏ ୧ ) ପରି ସମ୍ବେଦନଶୀଳ କାର୍ଯ୍ୟ ସମ୍ପାଦନ କରିବାରେ ଶିକ୍ଷକ - ଶିକ୍ଷୟିତ୍ରୀ ନିୟୋଜିତ ରହିବେ । ପ୍ରାଥମିକ ଶିକ୍ଷା ହିଁ ସୁସ୍ଥ ରାଷ୍ଟ୍ର ଗଠନ ର ମୂଳଦୂଆ ପକାଇ ଥାଏ । ଶିକ୍ଷକ ବିଦ୍ୟାଳୟ ରେ ତାଲା ପକାଇବା, ସମ୍ମୁହ ଛୁଟି ନେବା ନିଜର ଦାୟିତ୍ଵ କର୍ତ୍ତବ୍ୟ ନିର୍ବାହ ରେ ହେଳା କରିବା ଦ୍ଵାରା ଶିଶୁର ଶୈଶବ ପ୍ରତି ପ୍ରତାରଣା ଓ କୁଠାର ଘାତ ସଦୃଶ୍ୟ ମନେ ହୁଏ । ଏଣୁ ନିଖିଳ ଉତ୍କଳ ସି.ଟି. ପ୍ରାଥମିକ ଶିକ୍ଷକ ଫେଡେରେସନ୍ , ଓଡ଼ିଶା ପକ୍ଷ ରୁ ନିଜର ସ୍ୱାର୍ଥ ହାସଲ ନିମନ୍ତେ ଶିକ୍ଷାଦାନ ସହିତ ଜାତୀୟ କାର୍ଯ୍ୟକ୍ରମ ମଧ୍ୟାନ୍ନ ଭୋଜନ ବିତରଣ ରେ ବ୍ୟାଘାତ ସୃଷ୍ଟି ,ସମୁହ ଛୁଟି ରେ ଯିବା କିମ୍ବା ସ୍କୁଲ ରେ ତାଲା ପକାଇବା ପାଇଁ କୌଣସି ଚରମ ନିଷ୍ପତ୍ତି ନିଆଯାଇ ନାହିଁ କିମ୍ବା ନିଆଯିବ ନାହିଁ । ରାଜ୍ୟ ର କାର୍ଯ୍ୟରତ ସି.ଟି. ପ୍ରାଥମିକ ଶିକ୍ଷକ - ଶିକ୍ଷୟିତ୍ରୀ କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନ୍ୟ ସଂଗଠନ ର ପ୍ରତାରଣା ବା ପରୋଚନା ରେ ଏହି ପ୍ରକାର କୌଣସି ପଦକ୍ଷେପ ନେବେ ନାହିଁ । ପ୍ରାଥମିକ ଶିକ୍ଷକ ଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ ନିମନ୍ତେ . ରାଜ୍ୟ ସି.ଟି. ଫେଡେରେସନ୍ ନିଜର ଉଦ୍ୟମ ଜାରି ରଖିଛି । ଧନ୍ୟବାଦ ପ୍ରଦୀପ କୁମାର ସାହୁ (ସଭାପତି } ଅକ୍ଷୟ ଖୁଣ୍ଟିଆ ( ସାଧାରଣ ସଂପାଦକ ) ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡେରେସନ୍ , ଓଡ଼ିଶା ।

👍👍On the eve of 134th birth anniversary of Bharat Ratna Ex President Dr.Sarbapali Radha Krishnan, All Utkal CT Primary T...
06/09/2022

👍👍On the eve of 134th birth anniversary of Bharat Ratna Ex President Dr.Sarbapali Radha Krishnan, All Utkal CT Primary Teachers Federation, Odisha Kalahandi branch celebrated its twenty-five years district level Teacher's Day on O5.sept 22 at Govt Secondary High School Lanjigarh Block Organised by Lanjigarh Block CT Primary Teachers Union.

Address

President All Utkal Court Teachers Federation Odisha
Bhawanipatna
AUCTPTFPARIBAR.BBSR.ODISHA

Telephone

7008054471

Website

Alerts

Be the first to know and let us send you an email when All Utkal CT Teachers Federation Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category