31/12/2025
ତା ୨୭/୧୨/୨୦୨୫ ରିଖ, ଗରଦପୁର, ଭଦ୍ରକ-
ଗତ ୨୭/୧୨/୨୦୨୫ ରିଖ ଭଦ୍ରକ ସହରର ଗରଦପୁର ଗ୍ରାମରେ ସ୍ଥିତ ଅନ୍ୟତମ ପୁରାତନ ବିଦ୍ୟାଳୟ ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ବିଦ୍ୟାଳୟରୁ ୧୯୮୫ ବ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିବା ପୂର୍ବ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ଏକ ଗୁରୁପୂଜନ ସମାରୋହ ସଫଳତା ପୂର୍ବକ ଅନୁଷ୍ଠିତ ହୋଇ ଯାଇଅଛି। ଗୁରୁଶିଷ୍ୟ ପରମ୍ପରାର ନିର୍ବାହନ କରି ୧୯୮୫ ମସିହା ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ଏହି ସମାରୋହରେ ବିଦ୍ୟାଳୟର ପୁରାତନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା ଶ୍ରୀ ଧୃବଚରଣ ସାହୁ, ଶ୍ରୀ ରାମଚନ୍ଦ୍ର ଦାସ, ଶ୍ରୀ ରମେଶ ଚନ୍ଦ୍ର ଦାସ, ଶ୍ରୀ ଅରୁଣ କୁମାର ଭଟ୍ଟାଚାର୍ଜୀ, ଶ୍ରୀମତୀ ଜୟନ୍ତୀବାଳା ହୋତା, ଶ୍ରୀ ସୟଦ ଆଲମ୍ ଓ ଶ୍ରୀ ଇନ୍ଦ୍ରମଣୀ ମହାନ୍ତି ତଥା ଆମ୍ଭ ମାନଙ୍କର ଅନ୍ୟତମ ଶିକ୍ଷକ ଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତି ଓ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ପାଢୀଙ୍କୁ ଗୁରୁବନ୍ଦନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଉତ୍ସବରେ ୧୯୮୫ ବ୍ୟାଚର ଅନେକ ସୁନାମଧନ୍ୟ ଛାତ୍ରଛାତ୍ରୀ ଯଥା ସୁପ୍ରସିଦ୍ଧ ଚିକିତ୍ସକ ଡାକ୍ତର ଆଶୁତୋଷ ମହାପାତ୍ର, ବିଶିଷ୍ଟ ମନୋବୈଜ୍ଞାନିକ ଡ: ପ୍ରଦୀପ ମହାପାତ୍ର ଏବଂ ଅନ୍ୟତମ ଛାତ୍ରୀ ଶ୍ରୀମତୀ ନମିତା ପଣ୍ଡା, ଶ୍ରୀମତୀ ସୁପ୍ରିତୀ କର, ଶ୍ରୀମତୀ ଉଷାରାଣୀ ନାୟକ, ସୀତା ମିଶ୍ର, ଶ୍ରୀମତୀ ରେବତୀ ମହାନ୍ତି, ଶ୍ରୀମତୀ ମିନାକ୍ଷୀ ବହଳୀ, ସୁଶ୍ରୀ ଦୀପାଲୀ ଚକ୍ରବର୍ତ୍ତୀ, ଶ୍ରୀ ଶୁଭେନ୍ଦୁ ପରିଡା, ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ଶ୍ରୀ ଅଭୟ ହୋତା, ଶ୍ରୀ ଚକ୍ରପାଣୀ ପଣ୍ଡା, ଶ୍ରୀ ପ୍ରମୋଦ ପଣ୍ଡା, ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ କୁଳମଣୀ ନାୟକ, ଶ୍ରୀ ରାଜ କିଶୋର ସାହୁ, ଶ୍ରୀ ରାମଚନ୍ଦ୍ର ନାୟକ, ଶ୍ରୀ ଦିଲ୍ଲୀପ ନାୟକ, ଶ୍ରୀ ସୁଶୀଲ ନାୟକ, ଶ୍ରୀ ନିରଞ୍ଜନ ଈତ୍ୟାଦି ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଅନ୍ୟ ଅତିଥି ଭାବରେ ଗ୍ରାମର ବିଦ୍ୟାଳୟ ପ୍ରବନ୍ଧନ ସମିତି ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ଓ ଶ୍ରୀ ରବିନାରାୟଣ ଜେନା, ଶ୍ରୀ ଟିକନ ମହାନ୍ତି ପ୍ରମୁଖ, ସ୍କୁଲ ଆଲୁମନୀ କମିଟୀର ଅଧ୍ୟଷ ଶ୍ରୀ ହୃଷିକେଶ ମହାନ୍ତି ଏବଂ ଭଦ୍ରକ ଜିଲ୍ଲା ଭୂ-ଅଧିଗ୍ରହଣ ଅଧିକାରୀ ଶ୍ରୀ କାର୍ତ୍ତୀକ ମଣ୍ଡଳ ମଧ୍ୟ ନିଜର ଉପସ୍ଥିତି ଦ୍ବାରା କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇଥିଲେ।