25/12/2024
ଆପଣମାନଙ୍କର ବହୁ ପ୍ରତୀକ୍ଷିତ ନବଭାରତୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ରହିଲା l ଆମ ପ୍ରିୟ ନବଭାରତୀର ପ୍ରାଣପ୍ରତିଷ୍ଠାତା ସଦସ୍ୟମାନଙ୍କୁ, ବରେଣ୍ୟ ପୁରାତନ ଗୁରୁମାନଙ୍କୁ ତଥା ଆମ ନ"ଖଣ୍ଡି ଗାଁର ଜନସାଧାରଣଙ୍କୁ ଉଚିତ ସମ୍ମାନ ଦେବା ପାଇଁ ଓ ଆମ ପୂଜ୍ୟ ସ୍ବର୍ଗତ ଶରତ ସାର ଏବଂ ସ୍ବର୍ଗତ କୈଳାସ ସାରଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏବଂ ଆମ ପ୍ରିୟ ନବଭାରତୀର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଆସନ୍ତୁ ସମସ୍ତେ ନିଜ ନିଜର ଅକୁଣ୍ଠ ସହଯୋଗର ହାତ ବଢାଇବା l ସମସ୍ତଙ୍କୁ ଅବଗତ କରାଇବା ପାଇଁ ଆମେ ଆମ ଅଞ୍ଚଳର ପ୍ରତି ଘରକୁ ଯାଇ ସୁବର୍ଣ୍ଣ ଜୟନ୍ତୀ ପାଳନର ସନ୍ଦେଶ ଦେଇଛୁ ଏବଂ ଯଥା ସମ୍ଭବ ଚେଷ୍ଟା କରିଛୁ l ଯଦି କିଛି ତ୍ରୁଟି ଆମ ତରଫରୁ ରହିଥାଏ, ତେବେ ନିଜ ସୁଗୁଣରେ କ୍ଷମା କରିବେ l ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ପାଇଁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଭିନ୍ନ ଭିନ୍ନ ସମୟରେ ସମସ୍ତଙ୍କ ଗୋଚରରେ ମାସିକ, ପାକ୍ଷିକ ଏବଂ ସାପ୍ତାହିକ ବୈଠକମାନ ଆୟୋଜିତ ହୋଇଚାଲିଛି l କମିଟିର ସଦସ୍ୟବୃନ୍ଦ ବହୁ ସମୟ ଏବଂ ଶ୍ରମଦାନ କରି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସରସ, ସୁନ୍ଦର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଚାଲିଛନ୍ତି ଏବଂ ଆପଣମାନଙ୍କର ସୁଚିନ୍ତିତ ପରାମର୍ଶ ଭିକ୍ଷା କରିଛନ୍ତି l ଅଧିକାଂଶ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଫୋନ ମାଧ୍ୟମରେ ସୁବର୍ଣ୍ଣ ଜୟନ୍ତୀ ବିଷୟରେ ଅବଗତ କରାଯାଇଛି l କଷ୍ଟକର ବ୍ୟାପାର ହେଲେ ମଧ୍ୟ ସମସ୍ତଙ୍କୁ ଅବଗତ କରିବା ପାଇଁ ଚେଷ୍ଟା କରାଯାଉଛି l ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତୁତି ପର୍ବ ଚାଲିଛି l ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଅକୁଣ୍ଠ ସହଯୋଗକୁ ପାଥେୟ କରି ଆମେ ନବଭାରତୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ଉଦାହରଣମୂଳକ କରିବା ପାଇଁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଓ ବିଭିନ୍ନ ଗୁଜବକୁ ଖାତିର ନକରି ଆମେ ପ୍ରୟାସ ଜାରି ରଖିଛୁ l ପ୍ରଧାନଶିକ୍ଷକ ମହୋଦୟ ମଧ୍ୟ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସଫଳ କରିବା ପାଇଁ, ଆପଣମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସହିତ ଦିନରାତି ପ୍ରୟାସ ଜାରିରଖିଛନ୍ତି l ସଭାପତି ହିସାବରେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଯୋଗାଯୋଗ କରିପାରିନଥିବାରୁ ମୋର କିଛି ଭାଇଭଉଣୀ ଅଭିମାନ କରୁଛନ୍ତି ବୋଲି ମୋତେ ସୂଚନା ମିଳୁଛି,ସେମାନଙ୍କୁ ମୁଁ ବିନମ୍ରତାର ସହିତ କ୍ଷମା ପ୍ରାର୍ଥନା କରୁଛି ଏବଂ ସେମାନଙ୍କର ମୋ ପ୍ରତି ଥିବା ଭଲ ପାଇବାକୁ ଅନୁଭବ କରି ନିଜକୁ ଧନ୍ୟ ମନେ କରୁଛି 🙏ଆସନ୍ତୁ ସମସ୍ତ ମାନ, ଅଭିମାନକୁ ପରିହାର କରି ସମସ୍ତେ ହାତରେ ହାତ ମିଶାଇ ଆମକୁ ମଣିଷ କରିଥିବା, ଆମକୁ ସମାଜରେ ପରିଚୟ ଦେଇଥିବା ଆମ ପ୍ରିୟ ବିଦ୍ୟାଳୟର ସୁବର୍ଣ୍ଣ ଇତିହାସକୁ ସ୍ମରଣ କରି ଏକ ଭବ୍ୟ, ଦୃଷ୍ଟାନ୍ତମୂଳକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା । 🎉🙏🙂
-- ଡାକ୍ତର କୈଳାଶ ଚନ୍ଦ୍ର ପତି, ସଭାପତି, ପୁରାତନ ଛାତ୍ର ସଂସଦ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତି