ସାହିତ୍ୟ ସୃଜନ

ସାହିତ୍ୟ ସୃଜନ Contact information, map and directions, contact form, opening hours, services, ratings, photos, videos and announcements from ସାହିତ୍ୟ ସୃଜନ, Education, Bargarh.

ମୁଁ ସରଳ ବିଶ୍ୱାସୀ ହେଲି,ହେଲେ ସମାଜର ଜଟିଳତା କୁ ପାସୋରି ଦେଲିବୋଧେ ମୋର ଭୁଲ ହେଇଗଲାଭୁଲ ହେଇଗଲା ଏଥିପାଇଁ ଯେଜାଣିପାରିଲିନି ତା ଛଳନା କୁ,ଚି...
13/07/2022

ମୁଁ ସରଳ ବିଶ୍ୱାସୀ ହେଲି,
ହେଲେ ସମାଜର ଜଟିଳତା କୁ ପାସୋରି ଦେଲି
ବୋଧେ ମୋର ଭୁଲ ହେଇଗଲା
ଭୁଲ ହେଇଗଲା ଏଥିପାଇଁ ଯେ
ଜାଣିପାରିଲିନି ତା ଛଳନା କୁ,
ଚିହ୍ନି ପାରିଲିନି ମୁଁ
ତା ଭିତରେ ଲୁଚି ରହିଥିବା ଆଉ ଗୋଟେ ଚରିତ୍ରକୁ ।।

ଯାହା କିଛି ଘଟିଗଲା ,ସବୁ ସ୍ୱପ୍ନ ପରି ମନେ ହୁଏ
ଲାଗୁଛି ଯେମିତି ବସି ଅଛି
କେଉଁ ଏକ ନିର୍ଜନ ଦ୍ଵୀପରେ, କାହା ଅପେକ୍ଷାରେ
ଭାବୁଛି ସେ ଆସିବ , କହିବ ଉଠ ଏ ନିଦରୁ
କିନ୍ତୁ ହାଏ ?
ସକାଳୁ ସଞ୍ଜ ହୁଏ,
ହାତରୁ ମୁଠା ମୁଠା ବାଲି ସରିଯାଏ,
ଆଉ ଏପଟେ ଢେଉ ଆସେ ଭାଙ୍ଗିଦିଏ
ମୋର କଳ୍ପନାର ସୌଧକୁ।।

- ଆଲୋକ ରଞ୍ଜନ ଦାଶ

https://youtu.be/qIN9bWTnq_oWatch and comment your opinion Subscribe our channel
31/05/2021

https://youtu.be/qIN9bWTnq_o
Watch and comment your opinion
Subscribe our channel

Odia modern poetry - kemiti kahibi kaha by Alok Ranjan Dash About - in this video this is a poem in odia where I express my feelings on today's human beings ...

08/05/2021

ନିର୍ବାଚନ ରଣେ କିଏ ସେ ବିଜିତ
ଅବା କିଏ ହେଲା ବିଜୟୀ,
ତୁମ ପରାକ୍ରମେ ତୁମ ବାହୁବଳେ
ଜନତା ହୋଇଛି ଧରାଶାୟୀ ।।

କେତେ କଥା କହି ବୁଝାଇ ସୁଝାଇ
ଜନତା କରିଲ ଠୁଳ,
କ୍ଷମତା ଲୋଭରେ ଭୁଲିଗଲ ତୁମେ
କୋରନା ର ମୃତ୍ୟୁ ଖେଳ ।।

ଗରିବ ଜନତା ମରି ହଜି ଗଲେ
ତାକୁ କଲ ରାଜନୀତି,
ନିରୀହ ଲୋକଟା ମଲାପରେ ମଧ୍ୟ
ମିଳେ ନାହିଁ ତାକୁ ଶାନ୍ତି ।।

ଭୋଟ ମାଗିବାକୁ ଯୋଡ ହସ୍ତ ହୋଇ
ବୁଲ ଯାଇ ଦ୍ୱାରେ ଦ୍ୱାରେ,
ନିର୍ବାଚନ ପରେ ଜନତା ଅବସ୍ଥା
ଆଉ ବା କିଏ ପଚାରେ ?

ଅସୁବିଧା ବେଳେ ମୁଁ ଅଛି ବୋଲି
ଦେଇଥିଲ ଯେଉଁ କଥା,
ତୁମ ଆଶ୍ରା ଧରି ଜନତା ହୀନସ୍ତା
ହୁଏ ତା'ର ଦୁଃରାବସ୍ଥା ।।

- ଆଲୋକ ରଞ୍ଜନ ଦାଶ

ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ କଥାକାର ଶ୍ରୀଯୁକ୍ତ ମନୋଜ ଦାସ ଙ୍କ ଅମର ଆତ୍ମାର ସଦଗତି ହେଉ ।ଜୟ ଜଗନ୍ନାଥ
28/04/2021

ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ କଥାକାର ଶ୍ରୀଯୁକ୍ତ ମନୋଜ ଦାସ ଙ୍କ ଅମର ଆତ୍ମାର ସଦଗତି ହେଉ ।
ଜୟ ଜଗନ୍ନାଥ

ଶୁଭ ସକାଳ ବନ୍ଧୁଗଣ ।
17/04/2021

ଶୁଭ ସକାଳ ବନ୍ଧୁଗଣ ।

Address

Bargarh
768028

Telephone

+918984956034

Website

Alerts

Be the first to know and let us send you an email when ସାହିତ୍ୟ ସୃଜନ posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ସାହିତ୍ୟ ସୃଜନ:

Shortcuts

Share

Category