Odia Academy

Odia Academy "ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ

01/03/2020
07/10/2019

“ଶେଷ ତାନ୍ତ୍ରିକର ସନ୍ଧାନରେ” ଉପନ୍ୟାସ ସମ୍ପର୍କରେ ଏକ ପାଠକୀୟ ପ୍ରଶ୍ନ ଏବଂ ଶ୍ରୀଯୁକ୍ତ ମନୋଜ ଦାସଙ୍କ ଉତ୍ତର..............

ଶ୍ୟାମସୁନ୍ଦର ବାବୁ “ଶେଷ ତାନ୍ତ୍ରିକ ସନ୍ଧାନରେ” ଉପନ୍ୟାସ ପଢିସାରିବା ପରେ ଉପନ୍ୟାସର ବିୟୋଗାନ୍ତକ ସମାପ୍ତିକୁ ନେଇ ଏକ ସୁନ୍ଦର ମତାମତ ତଥା ପ୍ରଶ୍ନ କରିଥିଲେ ୤ ମୁଁ ଉକ୍ତ ପ୍ରଶ୍ନକୁ ଶ୍ରୀ ମନୋଜ ଦାସଙ୍କ ପାଖରେ ଉପସ୍ଥାପନ କରନ୍ତେ, ସେ ନିମ୍ନୋକ୍ତ ଉତ୍ତର ଫୋନ ମାଧ୍ୟମରେ କହିଥିଲେ, ଯାହା ମୁଁ ଲେଖିନେଇଥିଲି ୤

ଉପନ୍ୟାସଟିକୁ ପଢିସାରିଥିବା ସମସ୍ତ ପାଠକ ମାନଙ୍କ ପାଇଁ ଶ୍ୟାମସୁନ୍ଦର ବାବୁଙ୍କ ଉପସ୍ଥାପିତ ମତାମତ ଏବଂ ପ୍ରଶ୍ନ ତଥା ଲେଖକଙ୍କ ଉତ୍ତର ଏଠାରେ ଉଦ୍ଧୃତ କରୁଛି ୤
ଶ୍ୟାମସୁନ୍ଦର ବାବୁଙ୍କ ମତାମତ ଏହିପରି:

ପ୍ରଣାମ 🙏,
ଶେଷ ତାନ୍ତ୍ରିକର ସନ୍ଧାନରେ ବହିଟିକୁ ଆଜି ପଢି ଶେଷ କଲି।
ଉପକ୍ରମଣିକା ଏବଂ ପ୍ରଥମ ସୋପାନରେ ନେଇ ଯାଇଥିଲା ସେହି ଗ୍ରାମ୍ୟ ଭାରତର କୌଣସି ପାହାଡ଼ ପର୍ବତ ଘେରା କନକ ଉପତ୍ୟକାକୁ, ଅବା ନଈ, ବନ ମାଳା ମଣ୍ଡିତ ଅନେକ ପଲ୍ଲୀ .... ଦେଖାଯାଉଥିଲା ସ୍ୱାଧୀନତା ପୂର୍ବ ଏବଂ ପର ପର୍ଯ୍ୟାୟର ରୂପାନ୍ତର: ସାଧାରଣ ଦୃଷ୍ଟି କୋଣରୁ ସାମାଜିକ ଚଳଣୀ ତଥା ସ୍ୱାଧୀନତାର ନୂତନ ମାନସିକତା । ମଧ୍ୟ ଭାଗରେ ପାଠକକୁ ସମ୍ପୂର୍ଣ ରୂପେ ନିମଗ୍ନ କରିଦେଲା ଘଟଣା ପ୍ରବାହ:- ସାବଲୀଳ, ସୁନ୍ଦର ସମ୍ପର୍କ ଏବଂ ପ୍ରେମ ସ୍ନେହର ପ୍ରତିଶ୍ରୁତି! ଯେମିତିକି ଏକ ସୁନ୍ଦର ସ୍ୱପ୍ନ ସତ ହେବାକୁ ଯାଉଛି। ହଜିଯିବାକୁ ବାଧ୍ୟ............
କିନ୍ତୁ ଶେଷ ପର୍ଯ୍ୟାୟରେ ଇଏ କଣ, ମନେ ହୁଏ ସବୁ ଭ୍ରାନ୍ତ, ମନେ ହୁଏ ସାର ଏତେ କଠୋର କାହିଁକି? ମନେ ପଡେ ଲକ୍ଷ୍ମୀର ଅଭୀସାର, ମନେପଡେ ତନ୍ଦ୍ରାଲୋକର ପ୍ରହରୀ, କିନ୍ତୁ ସବୁ ଯେମିତି ଓଲଟ ପାଲଟ ହେଇଯାଏ... ଯେଉଁ ସଂସାରରେ ଛୋଟ ଛୋଟ ଖୁସି ପାଇଁ ଅ ମାନବ ଶରୀରର ଅବତାରଣ, ଯେଉଁଠି କୁନି କୁନି ସ୍ୱପ୍ନରେ ହଜି ଯିବାକୁ ସୁଖକର ସେଇଠି ସେ ଦିଦ୍ୟଉପଲବ୍ଧିର ପ୍ରୟୋଜନ- ନା ସେ ଦିଦ୍ୟଜ୍ଞାନ, ଦିଦ୍ୟସତ୍ତାର ମିଳୀନ ପାଇଁ ଏ ଚେତନା ଅଥବା ଅବଚେତନାରେ ସ୍ୱୟଂ ଚାଳିତ ପ୍ରଚେଷ୍ଟା? ବେଳେ ବେଳେ ମନେ ହୁଏ କାହିଁକି କରିଛନ୍ତି ଏ ନୀଦ୍ରା ଭଙ୍ଗ? କାହାପାଇଁ ଏ ସମ୍ପୂର୍ଣ୍ଣ ଉପନ୍ୟାସ? ଯେଉଁଠି ପ୍ରତିକ୍ଷାର ବିରହ ଅବା ଦେବୀଉପାସନାରୁ ଉତ୍ତୀର୍ଣ ? ତାହାହେଲେ ଏସବୁ କାହିଁକି ସାର?
#########x
କଣ ଭୁଲ କରିଥିଲା ପ୍ୟାରା?
କଣ ପାଇଁ ନେଇଗଲେ ଶାନ୍ତ।କୁ??
ରାଜକୁମାର ଏବଂ ଜୟନ୍ତୀକାଙ୍କୁ କାହିଁକି ହଜାଇଦେଲେ ଅତଳ ଗର୍ଭରେ.... ଶ୍ରୀକୃଷ୍ଣ ଯିଏ ବି ହୁଅନ୍ତୁ, ଦେବକୀ ଏବଂ ଯଶୋଦାଙ୍କ ଦୁଲ୍ହାରା! କାହିଁକି ପାଇଲେନି ହୈମବତୀ ରାଜକୁମାର ଏବଂ ଶାନ୍ତା?
ସମସ୍ତ ଉପଲବ୍ଧି , ସମସ୍ତ ସ୍ୱର୍ଗ କଣ ଏହାଠୁଁ ବଡ଼???
କାହିଁକି ନୀଦ୍ରାଭଙ୍ଗ ଆଉ ଗାର୍ଗୀର ପ୍ରସ୍ଥାନ?????

ଶ୍ରୀଯୁକ୍ତ ମନୋଜ ଦାସଙ୍କ ଉତ୍ତର:

ଆପଣଙ୍କ ବର୍ଣ୍ଣିତ ଚିତ୍ର ହିଁ ବାସ୍ତବତା ୤ କିନ୍ତୁ ଜଣେ ସମ୍ବେଦନଶୀଳ ପାଠକର ଚେତନାରେ ଏହି ନିଷ୍

ଆମର ଓଡ଼ିଆ ଏକାଡେମୀର ପେଜ୍ କୁ ଲାଇକ କରନ୍ତୁ, ଧନ୍ୟବାଦ I
20/09/2019

ଆମର ଓଡ଼ିଆ ଏକାଡେମୀର ପେଜ୍ କୁ ଲାଇକ କରନ୍ତୁ, ଧନ୍ୟବାଦ I

20/09/2019

"ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା"

Address

Kali Mandir Chowk
Bargarh
768028

Telephone

+917504862183

Website

Alerts

Be the first to know and let us send you an email when Odia Academy posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Odia Academy:

Shortcuts

Share

Category