Odyssey Foundation

Odyssey Foundation

Share

A trust to create the social awareness to connect common people for their well being.

07/05/2026

କିଛି ଦିନ ତଳେ ଜଣେ ଭଦ୍ରଲୋକ ଙ୍କ ଫୋନ ଆସେ, ଗୋଟିଏ ମେଧାବୀ ଛାତ୍ର OUAT ରେ Agri -Eng ରେ ଆଡମିଶନ୍ କରିବାକୁ ଚାହୁଁଛି କିନ୍ତୁ ଅର୍ଥ ଅଭାବରୁ ସେ ଆଡମିଶନ୍ କରି ପାରୁ ନାହିଁ, କିଛି ସହଯୋଗ କରନ୍ତୁ, ନିଜେ କିଛି କଲି ଏବଂ ଅନ୍ଯ ମାନଙ୍କୁ ମଧ୍ୟ ସହଯୋଗ ମାଗିଲି ଆଉ ସେ ପିଲା ର ଆଡମିଶନ୍ ହୋଇଗଲା, ପିଲାଟି ଗରିବ, ମାତୃହରା ଓ ମେଧାବୀ।
ତେଣୁ ସମାଜ ର ସହଯୋଗ ଯାଗୁ ସେ ଆଜି ଉଚ୍ଚ ଶିକ୍ଷା ଲାଭ କରିବାରେ ସକ୍ଷମ ହେଲା, ତା ସହ ସରକାର ସାମାଜିକ ସୁରକ୍ଷା ବ୍ୟବସ୍ଥା ଙ୍କ ସହଯୋଗ ରୁ ସେ ପିଲା ର ଆଜି ଦେୟ ମୁକ୍ତ ପାଠ ପଢ଼ା, ଆବାସ ଓ ଖାଦ୍ଯ ର ବ୍ୟବସ୍ଥା ମଧ୍ୟ ହୋଇପାରିଛି।
ଏଥିରେ ସହଯୋଗ କରିଥିବା ଓୟୁଏଟି ର କୁଳପତି, ବେଲେଶ୍ୱର CDPO ଓ ଆର୍ଥିକ ଅନୁଦାନ ଦେଉଥିବା ସହଯୋଗୀ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।

ଆଶା କରୁ ଯଦି ଆଜି ସମାନ ସେ ପିଲା କୁ ସକ୍ଷମ କରିବାରେ ସହଯୋଗ କରିଛି, ସେ ପିଲା ନିଶ୍ଚିତ ସମାଜ କୁ ତାହାର ପ୍ରତିଫଳନ ନିଶ୍ଚିତ ପ୍ରଦର୍ଶନ କରିବ।

04/03/2026
Photos from Odyssey Foundation 's post 02/01/2026

ବାଲେଶ୍ଵର ଜିଲ୍ଲାର ଶୀତ ର ପ୍ରକୋପ ଗତ କିଛି ଦିନ ମଧ୍ୟରେ,ଅସହ୍ୟ ହେଇଯାଇଛି । ଥିଲା ବାଲା ଲୋକଙ୍କ ର ବହୁତ୍ କିଛି ଅସୁବିଧା କରେ ନାହିଁ, କିନ୍ତୁ ଗରିବ ଦୁଃଖି ଲୋକ ମାନେ ଶୀତ ରୁ ନିଜକୁ ବଞ୍ଚାଇ ବାକୁ ଚେଷ୍ଟା କରି ଅସଫଳ ହୋଇ ସେମିତି ଶୀତ ରାତି କୁ କାଟିବାକୁ ବାଧ୍ୟ ହୁଅନ୍ତି, ଓଡେଶୀ ଫାଉଣ୍ଡେସନ ନିଜ ସ୍ୱଳ୍ପ ସମ୍ବଳ ରୁ ଶ୍ରୀଲଙ୍କା ବସତି ର କିଛି ଲୋକଙ୍କୁ କମ୍ବଳ ଦାନ କରି ସହଯୋଗ ର ହାତ ବଢ଼ାଇଛି।

Photos from Odyssey Foundation 's post 26/08/2025

Nasha Mukta Bharat Abhiyan in Srinix college of engineering,here the pledge for all to repeat.
प्रिय साथियों,
युवा किसी भी राष्ट्र की शक्ति होते हैं जिनका समाज एवं देश के विकास में महत्वपूर्ण योगदान होता है। इसलिए, यह अत्यन्त महत्वपूर्ण हो जाता है कि अधिक से अधिक युवा नशा मुक्त भारत अभियान से जुड़ें। देश के सामने मौजूद इस चुनौती को स्वीकार करते हुए आज हम सब नशा मुक्त भारत अभियान के अंतर्गत एकजुट होकर संकल्प लेते हैं कि न केवल हमारा समाज, परिवार, मित्र बल्कि हम स्वयं भी नशामुक्त रहेंगे, क्योंकि बदलाव की शुरुआत खुद से होती है।
इसलिए, आइए हम सब मिलकर अपने जिले BALASORE /राज्य .ODISHA.(नाम) को नशा मुक्त बनाने का दृढ़ संकल्प करें।
मैं शपथ लेता/लेती हूं कि मैं अपने देश को नशा मुक्त बनाने के लिए भरसक प्रयास करूंगा/करूंगी।
जय हिन्द!
(Pledge in English)
Dear friends,
Youth is the energy of any nation and the power of youth has an important contribution in the development of society and country. Therefore, it is very important that maximum number of youth join the drug free India campaign. Accepting this challenge of the country, today we unite under the Nasha Mukt Bharat Abhiyan and take a pledge that not only the community, family, friends, but also ourselves will be drug free because change should start with ourselves.
So let us all together take a firm decision to make our district/state.....(name) drug-free.
I pledge that I will do everything possible to the best of my ability to make my country drug-free.
Jai Hind!

24/08/2025

ଆଜି ଓଡେଶୀ ଫାଉଣ୍ଡେସନ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ର ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବହୁମୂଲ୍ୟ ବୃକ୍ଷ ମାନ ବିଦ୍ୟାଳୟ ପରିସର ରେ ରୋପଣ କରାଯାଇଥିଲା।
ମେହଗାନି, ଅଅଁଳା,ଲେମ୍ବୁ ଓ ଆମ୍ଭର ଗଛ ଲଗାଯିବା ର ବହୁତ୍ ମହତ୍ ଉଦ୍ଦେଶ୍ୟ ରହିଛି, ମେହଗନି ଏକ ଦୁର୍ଲଭ ଗଛ ଯାହାକି ଅତ୍ୟନ୍ତ ମୂଲ୍ୟବାନ, ଅଅଁଳା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଏବଂ ଏହାର ଧାର୍ମିକ ମାନ୍ୟତା ମଧ୍ୟ ରହିଛି, ଅଅଁଳା ନବମୀ ରେ ପୂଜା କଲେ ସମସ୍ତ ପାପ ରୁ ମୋକ୍ଷ ମିଳେ , ଲେମ୍ବୁ ଶରୀର କୂ ଭିଟାମିନ c ପ୍ରଦାନ କରେ ଓ ଆମ୍ବ ଫଳ ମଧ୍ୟରେ ରାଜା ପିଲାଙ୍କ ଅତି ପ୍ରିୟ ଗଛ ଟିଏ।
ଏହି ସବୁ ବୃକ୍ଷ ନିଶ୍ଚିତ ଭାବରେ ସବୁ ବର୍ଗ ର ଲୋକ ଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

Photos from Odyssey Foundation 's post 10/04/2025

06/04/2025

ଆଜି ତା ୦୬/୦୪/୨୪ ରିଖ ,ବାଲେଶ୍ଵର ରୁପ୍ସା ଠାରେ ଥିବା ଦୟାନନ୍ଦ ଗୁରୁକୁଳ ଶିକ୍ଷା ଆଶ୍ରମ ରେ ଓଡ଼େଶି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ବସ୍ତ୍ର ଦାନ ଅଭିଯାନ ର ଆୟୋଜନ କରଯାଇଥିଲା।
ଏହି କାର୍ଯକ୍ରମ ରେ ଓଡେଶି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ଶ୍ରୀମାନ ପ୍ରଭାତ ମହାର୍ଣା ଅତିଥି ମାନଙ୍କର ପରିଚୟ ରଖିଥିଲେ।
ଦୟାନନ୍ଦ ଗୁରୁକୁଳ ଶିକ୍ଷା ଆଶ୍ରମ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେଶ ପାଣି ମହୋଦୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ସଭା କାର୍ଯ୍ୟ କୁ ଆଗେଇ ନେଇଥିଲେ।
ମୂଖ୍ୟ ଅତିଥି ଡ ମୀରା ପତି, ସ୍ତ୍ରୀ ଏବଂ ପ୍ରସୂତି ବିଶସଜ୍ଞ ସମାଜ ର କଲ୍ୟାଣ ପାଇଁ ଶିକ୍ଷା ର ଆବଶ୍ୟକତା ଏବଂ ସହଯୋଗିତା ବିଷୟ ରେ ନିଜର ବାର୍ତ୍ତା ରଖିଥିଲେ। ଈଂ ପଙ୍କଜ ପାଟିଲ ଟାଟା ପାୱାର ର ଜୋନାଲ ମୁଖ୍ୟ କୁନି କୁନି ପିଲାମାନଙ୍କ ପାଇଁ ଶିକ୍ଷା ର ଆବଶ୍ୟକତା ଓ ତାହାର ଗୁଣାତ୍ମକ ମାନ ନିର୍ଧାରଣ ବିଷୟ ରେ କଥା ରଖିଲେ।
ବିଶିଷ୍ଟ ନିଦାନ ବିଶେଷଜ୍ଞ ଡ ଆନନ୍ଦ ପତି ମହୋଦୟ କୁନୀ କୁନି ପିଲା ଙ୍କ ର କିପରି ମସ୍ତିସ୍କ ବିକଶିତ ହୋଇ ଆଧ୍ୟାତ୍ମିକ ମାର୍ଗ ରେ ନିଜକୁ ଏକ ସୁନାଗରିକ ଗଢିବେ ତାର ଦାୟିତ୍ୱ ବିଷୟ ରେ ନିଜର ମତ ରଖିଲେ।
ଓଡେଶୀ ଫାଉଣ୍ଡେସନ ର ସଂପାଦକ ଇଂ ହେମନ୍ତ ଜେନା ସମାଜକୁ ପରିବର୍ତ୍ତନ ପାଇଁ ଶିକ୍ଷା ଏବଂ ଶିକ୍ଷକ ଙ୍କ ଅବଦାନ ବିଷୟ ରେ ନିଜର ବାର୍ତ୍ତା ରଖି ସମାଜ କୁ ଦିଗ ଦର୍ଶନ ରେ ଏକ ସୁନାଗରିକ ର କର୍ତ୍ତବ୍ୟ ବୋଧ କିପରି ରାଷ୍ଟ୍ର ନିର୍ମାଣ ରେ ସହୋଯୋଗ ହୋଇଥାଏ ତାହାର କଥା ରଖିଲେ ଏବଂ ଦାନ ଦ୍ଵାରା କିପରି ପିତୃ ମାତୃ ଏବଂ ସମାଜର ଋଣ ରୁ ମୁକ୍ତି ମିଳେ ସେ ବିଷୟ ରେ ମତ ରଖିଥିଲେ।
ପରିଷେଶ ରେ ଛାତ୍ର, ଛାତ୍ରୀ ମାନଙ୍କୁ ବସ୍ତ୍ର ଏବଂ ଖାଦ୍ୟ ପାଇଁ ଷ୍ଟିଲ ଟ୍ରେ ଓ ପାଣି ପିଇବା ପାଇଁ ଷ୍ଟିଲ ଗ୍ଲାସ୍ ସହ ବିସ୍କୁଟ ପ୍ୟାକେଟ ଦାନ ଦିଆଗଲା।
ଶେଷ ରେ କୋଷାଧ୍ୟକ୍ଷ ପ୍ରଭାତ ମହର୍ଣା ସମସ୍ତଙ୍କୁ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ।

Want your school to be the top-listed School/college in Balasore?

Click here to claim your Sponsored Listing.

Location

Website

Address


F M College Sqr, Bairam Nagar, Motiganj
Balasore
756003