05/10/2025
ଅକ୍ଟୋବର ୫, ୨୦୨୫ - ଆଜି ସ୍ଥାନୀୟ କିଓନ୍ ଆସିଆନା ହୋଟେଲ୍ ଠାରେ ଅନୁଗୋଳ ହାଇସ୍କୁଲର ୧୯୯୫ମସିହା ବ୍ୟାଚ୍ ମାଟ୍ରିକର ୩୦ତମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତତ୍କାଳୀନ ଲୋକପ୍ରିୟ ଶିକ୍ଷକ ଶ୍ରୀଯୁକ୍ତ ପ୍ୟାରୀମୋହନ ରାଉତ ଓ ଆଚାର୍ଯ୍ୟ ସାର୍ ଆମ ଗହଣରେ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । ଦୁଇ ସୁନାମଧନ୍ୟ ଶିକ୍ଷକଙ୍କ କରକମଳରେ କେକ୍ କାଟିବା ପରେ ବହୁ ଉପାଦେୟ ଉପଦେଶ, କିଛି ଅନୁଭୂତି ଓ ସରକାର ପାଠ୍ୟକ୍ରମରୂ ଉଠାଇ ଦେଇଥିବା ତୃତୀୟ ଭାଷା (ସଂସ୍କୃତ ବା ହିନ୍ଦୀ) ସମ୍ବନ୍ଧରେ ଅନେକ ଆଲୋଚନା ହୋଇଥିଲା । ଅନୁଷ୍ଠାନ ତରଫରୁ କିଛି ଖେଳ ମ୍ୟୁଜିକ୍ ଚେୟାର, ଦଉଡି ଟଣା ଓ ଦଉଡ଼ି ଡିଆଁର ପ୍ରତିଯୋଗିତା ରଖାଯାଇଥିଲା । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ପରେ ସମସ୍ତ ସଦସ୍ୟ ଓ ଅତିଥିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ଶେଷରେ ସଦସ୍ୟମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।