18/04/2025
Contact information, map and directions, contact form, opening hours, services, ratings, photos, videos and announcements from deepak_senapati_07, Education, Kolkata, west bengal, KOLKATA.
18/04/2025
03/04/2025
❓ଏହା କଣ ଜୀବନରେ ପରିବର୍ତନ ନୁହଁ ❓
ଅନ୍ଧାର ରାତିକୁ ଭୟ କରୁଥିବା ଲୋକଟି
ଆଜି, ଅନ୍ଧାରରେ ଚାଲିବା ଶିଖିଗଲାଣି...
ସ୍ବପ୍ନ ଦୁନିଆରେ ଘୁରି ବୁଲୁଥିବା ଲୋକଟି
ଆଜି, ନିଜ ସ୍ୱପ୍ନ ପୂରଣରେ ଲାଗିଗଲାଣି...
ଏହା କଣ ଜୀବନରେ ପରିବର୍ତନ ନୁହଁ ?
ଭବିଷ୍ୟତ କଥା ଭାବୁନଥିବା ଲୋକଟି
ଆଜି, ଭବିଷ୍ୟତ ପାଇଁ ଲଢେଇ ଲଢ଼ିଲାଣି...
ଗୁରୁଜନଙ୍କ କଥା କାଟୁଥିବା ଲୋକଟି
ଆଜି, ଗୁରୁଜନଙ୍କ ଠୁ ଜ୍ଞାନ ଲୋଡ଼ିଲାଣି...
ଏହା କଣ ଜୀବନରେ ପରିବର୍ତନ ନୁହଁ ?
ଦୁଃଖରେ ଭାଙ୍ଗି ପଡୁଥିବା ଲୋକଟି
ଆଜି, ଦୁଃଖରେ ବଂଚିବା ଶିଖିଗଲାଣି...
ସୁଖରେ ନାଚି ପକଉଥିବା ଲୋକଟି
ଆଜି, ସୁଖରେ ହସିବାକୁ ଭୁଲିଗଲାଣି...
ଏହା କଣ ଜୀବନରେ ପରିବର୍ତନ ନୁହଁ ?
#ପରିବର୍ତନ
#ଜୀବନରେପରିବର୍ତନ
Read my thoughts on YourQuote app at https://www.yourquote.in/deepak-senapati-dg5n1/quotes/ehaa-knn-jiibnre-pribrtn-nuhn-andhaar-raatiku-bhyy-kruthibaa-cwav95
31/03/2025
Traveling with a friend is like stepping into a storybook adventure together...
⛰️🌱
11/03/2025
Blessed with the best💞
31/01/2025
#2025
18/11/2024
#ବ୍ୟାସେଶୁଣୁଛ
ବ୍ୟାସେ ଶୁଣୁଛ!!!! ତୁମେ ସିନା ନିଜର କଲମ ମାଧ୍ୟମରେ ଓଡ଼ିଆ ଭାଷାକୁ ଗୋଟିଏ ସ୍ବତନ୍ତ୍ର ମାନ୍ୟତା ଦେଲ!!! ଓଡ଼ିଶା କୁ ପରିଚୟ ଦେଲ!!! ବଙ୍ଗାଳୀ ମାନଙ୍କ ଠାରୁ ଓଡ଼ିଶା ର ଅଧିକାର ଛଡେଇ ଆଣିଲ!! ଆଜି ଦେଖ ତୁମରି ଦାୟାଦ ମାନେ ତୁମ ଲେଖା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି!!! ଶୁଣି ପାରୁଛ ନା ନାହିଁ!!!! ଓଡ଼ିଆ ର ପ୍ରଥମ ଗଳ୍ପ ରେବତୀ ବି ଆଜି କାଠଗଡ଼ାରେ!!! ତୁମେ ଭାବିଥିଲ ଏମିତି କାଳଜୟୀ ଗଳ୍ପ ଉପନ୍ୟାସ ଲେଖି ଓଡିଆ ସାହିତ୍ୟର ଭିନ୍ନ ପରିଚୟ ସୃଷ୍ଟି କରିବ!!! ଓଡ଼ିଆ ମାନଙ୍କୁ ମୁଣ୍ଡ ଟେକି ଚାଲିବା ପାଇଁ ସାହସ ଦେବ!!! ନାଇଁ ହୋ!!! ତୁମେ କ'ଣ ଜାଣିନ ଚରଣ ମାନେ ସେତେବେଳେ ବି ଥିଲେ ଆଜି ବି ଅଛନ୍ତି!!!! ତୁମ ରେବତୀ, ରାଣ୍ଡିପୁଅ ଅନନ୍ତା ଏସବୁ କୁଆଡେ ଆଉ ଯୁଗପୋଯୋଗି ନୁହେଁ!!! ତୁମେ ପୁଣିଥରେ ଆସି ଏସବୁ ନାଁ ପରିବର୍ତ୍ତନ କରିଦେଇ ଯାଅ ନହେଲେ ଏ ଅବୁଝା ମାନଙ୍କୁ ବୁଝେଇ ଦେଇ ଯାଅ!!! ତୁମେ ହିଁ ଏକା ପାରିବ, ହଁ ଟିକିଏ କଷ୍ଟ ହେବ!!! ଚଳିବ ମ! ସେତେବେଳେ ବି ବିଭାଜନ କାରୀ ଇଂରେଜ ମାନଙ୍କୁ ବୁଝାଉଥିଲେ ଏବେ ବି ବିଭାଜନ କାରୀ ମାନଙ୍କୁ ବୁଝାଇବେ!!!! ଆଉ ହଁ ପାରିବ ଯଦି ଆସିଲା ବେଳକୁ ତୁମ ବନ୍ଧୁ ମେହେର ଆଜ୍ଞା କୁ ବି ନେଇ ଆସିବ! ଏଠି ଆସି ଫଇସଲା କରିଦେଇ ଯାଅ ତୁମେ କୋଉପଟ ଓଡିଶା ନବ, ଆଉ ମେହେର ଆଜ୍ଞା କୋଉପଟ ନେବେ!!! ରହିଲି, ତୁମର ହତଭାଗା ଅଯୋଗ୍ୟ ଓଡ଼ିଆ ଦାୟାଦ!!!
05/11/2024
#ଅମାନିଆମନ #ଅବୁଝାମନ
#ଈଶ୍ୱରଉପାସନା #ପୁରୁଣାସ୍ମୃତି
#ଅତୀତସ୍ମୃତି #ଅତୀତରସମୀକ୍ଷା
#ଅମାନିଆଝିଅ #ଅଭିମାନୀପ୍ରେମିକା
👸 ଅମାନିଆ ଝିଅ 👸
ଅମାନିଆ ଝିଅଟେ ସେ, ଅବୁଝା ତା ମନ
ଅତୀତକୁ ଚିନ୍ତା କରି, ଝୁରେ ରାତି ଦିନ...
ବୁଝେଇବ ତାକୁ କିଏ, ମନ ରାଜନୀତି
ମନ ପରା ଅଟେ ତାର, ଗୋଟେ ପ୍ରଜାପତି...
ଫେରିବନି ଆଉ ସିଏ, ତାକୁ ଭୁଲିଯିବା ଭଲ
ମନ ସହ ତୁମର ସେ, ଖେଳୁଥିଲା ଖେଳ...
ଭୁଲ ସେତ କରିଛି, ଦଣ୍ଡ ଦିନେ ପାଇବ
ତା ପାଇଁ କିଆଁ ତୁମେ, କଷ୍ଟ ଏତେ ସହିବ...
ଅତୀତ ଭୁଲି ନିଶ୍ଚୟ, ଭବିଷ୍ୟତ ଚିନ୍ତିବ
ବାଧା ହେଲେ ନିର୍ଣ୍ଣୟ ରେ , ଈଶ୍ୱରଙ୍କୁ ସ୍ମରିବ....
Read my thoughts on
04/11/2024
#ଅଶାନ୍ତମନ #ଛାତିକୁକରିପଥର #ହୃଦୟବେଦନା
#ହୃଦୟ_କାଗଜରୁ
❤️🩹 ଅଶାନ୍ତ ମନ ❤️🩹
କୁହୁଳି ଉଠଇ ହୃଦୟ ବେଦନା
ଉତ୍ତେଜିତ କରି ତନୁ...
ଆବାଞ୍ଚିତ ପ୍ରୀତି କଣ୍ଟକିତ ରାତି
ପାସୋରି ହୁଏନା ମନୁ...... !
ପ୍ରିୟତମା ମୂର୍ତ୍ତି ଆସୁଥାଏ ଭାସି
ବ୍ୟାକୁଳ ହୁଅଇ ମନ...
ବିଷାଦ ଚହଟେ ଅନ୍ତର ମଧ୍ୟରେ
ଭୁଲେ ହିତାହିତ ଜ୍ଞାନ....... !
ହୃଦୟର ବାର୍ତ୍ତା ହୋଇଅଛି ବୃଥା
ଶବ୍ଦଶୂନ୍ୟ ଆଜି ଅଧର...
ଏକାନ୍ତେ ଜଳଇ ନିର୍ଜନ ପ୍ରହରେ
ହୃଦୟକୁ କରି ପଥର....... !
Read my thoughts on
03/10/2024
Do not take life too seriously... Just forget everything & enjoy the life😄
03/10/2024
14/09/2024
ଜୀବନ ରେ ଦୁଃଖ କଷ୍ଟ ଆସିବା" Part of life" ଆଉ ସେଥିରୁ ହସିକି ବାହାରି ଆସିବା Art of life .....So Enjoy Your Life With Your Own Rules 🧬