Jyotipur High School, Jyotipur, Keonjhar, Orissa

Jyotipur High School, Jyotipur, Keonjhar, Orissa Jyotipur high school is running at Jyotipur, keonjhar location. most of the rural areas students staying and study here. mostly students are good behaviour.

ଜୟ ଜଗନ୍ନାଥ🙏🌹ରାଧେ ରାଧେ************************ଭାବ ବିନୋଦିଆ ଠାକୁର                  ନୀଳାଚଳ ଧାମରେକେତେ ସଜବାଜ ହେଉଛ             ...
28/10/2020

ଜୟ ଜଗନ୍ନାଥ🙏🌹ରାଧେ ରାଧେ
************************
ଭାବ ବିନୋଦିଆ ଠାକୁର
ନୀଳାଚଳ ଧାମରେ
କେତେ ସଜବାଜ ହେଉଛ
ଦେଉଳର ଭିତରେ ।।
ଚିକ୍କଣ କାଳିଆ ମୁହଁକୁ
ରଙ୍ଗ ନାଲି ଅଧର
ମୁରୁକି ମୁରୁକି ହସୁଛ
ହୋଇ ବଡ଼ ସିଂହାର ।।
ଥାଟ ବାଟ ଦେଖି ଭକତେ
ପ୍ରାଣ ଦିଅନ୍ତି ଢାଳି
ଦରଶନ ପାଇଁ ସହନ୍ତି
ପ୍ରେମରେ ମାଡ଼ ଗାଳି ।।
ଦୁଃଖ ସବୁ ଭୁଲି ଯାଆନ୍ତି
ତୁମ୍ଭରି ଦରଶନେ
କି ଭାବ ରଖିଚ ଗୁପତେ
ବୁଝି ହୁଏନା ମନେ ।।
ଗୋଲକ ର ଭାବ ଆସଇ
ଜଗ ମୋହନ ଠାରେ
ରାଜାଧିରାଜ ଚକ୍ରବର୍ତ୍ତୀ
ରାଜ କର ସଂସାରେ ।।
ତୁମ୍ଭ ଦରଶନ ମଣିମା
ଭକ୍ତ ଡୋରି ଲାଗିଲେ
ସାଆନ୍ତେ ବୋଲିଣ ଡାକଇ
ବୁକୁ ଚିରି ଆକୁଳେ ।।
ଅନ୍ତର ବେଦନା ସଭିଙ୍କ
ଶୁଣ ଗମ୍ଭୀର ମନେ
ଚତୁର୍ବର୍ଗ ଯାଚି ସଭିଙ୍କୁ
ରଖ ଉଚ୍ଚ ଆସନେ ।।
ଏତିକି ମାଗୁଛି ମଣିମା
ତୁମ ଚରଣେ ପ୍ରୀତି
ଯେଉଁ ଭାବେ ରହେ ସଂସାରେ
ଗାଏ ତୁମ କୀରତି ।।
ଜୟ ଜଗନ୍ନାଥ 🙏🌹 ରାଧେ ରାଧେ
🙏🌹ଶ୍ରୀ ରାଧା ବଲ୍ଲଭଶ୍ରୀହରିବଂଶ🌹🙏
୨୪:୧୦:୨୦-ଯତୀନ ମିଶ୍ର

09/05/2016

Address

Keonjhargarh

Website

Alerts

Be the first to know and let us send you an email when Jyotipur High School, Jyotipur, Keonjhar, Orissa posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share