Jagatsinghpur District - The Land,History, Culture & Literature.

Jagatsinghpur District  - The Land,History, Culture & Literature. Contact information, map and directions, contact form, opening hours, services, ratings, photos, videos and announcements from Jagatsinghpur District - The Land,History, Culture & Literature., Community College, Jagatsinghpur, Jagatsinghpur.

Heartiest Congratulations to Dr. Jagannath Nayak for being appointed as Director General of Missiles & Strategic Systems...
04/07/2026

Heartiest Congratulations to Dr. Jagannath Nayak for being appointed as Director General of Missiles & Strategic Systems ( DGMSS ) , DRDO with effect from 01/07/2026. This remarkable achievement of Dr. Nayak is a matter of immense pride for our state Odisha and the entire nation. As a native of Arakhakuda, Naugaon, Jagatsinghpur, Dr. Nayak was a student of our SVM College from 1983 to 1988 ( +2 Science 1983-85 & +3 Physics Honours 1985 - 88 ).

Key Contributions of Dr. Nayak :-
---------------------------------------------------------
1 - Dr. Nayak led the development, successful testing and technology transfer of India's first Directed Energy Weapon ( DEW ) system at Centre for High Energy Systems and Sciences ( CHESS ), Hydrabad.

2 - Dr. Nayak as Project Director at Research Centre Imrat ( RCI ), Hyderabad, spearheaded the development of indigenous Fibre Optical Gyroscope ( FOG ) technology, deployed in India's missiles, aircraft and main battle tanks.

Dr. Nayak Supervised over 10 PhD Scholars.
--------------------------------------------------------------------------------

Dr. Jagannath Nayak has authored more than 125 research papers published in national and international journals and conference proceedings, and has supervised more than 10 PhD scholars.

He founded the IEEE Photonics Society’s Hyderabad Chapter and served as a Distinguished Visiting Professor at IISc Bengaluru and IIT Madras between 2009 and 2014.

He is a Fellow of the Indian National Academy of Engineering (INAE), the Optical Society of India (OSI) and the Institution of Electronics and Telecommunication Engineers (IETE). He also serves as Vice President of the Optical Society of India and the Sensor Research Society of India, and Secretary of the INAE Hyderabad Chapter.

Awards & Honours Received by D. Nayak :-
-----------------------------------------------------------------------
1 - Aryabhatta Award by Astronautical Society of Indian.

2 - National Aeronautical Prize by Aeronautical Society of India.

3 - DRDO Agni Award for Excellence in Self- Reliance.

4 - Nina Saxena Excellence in Technology Award.

5 - Swarna Jayanti Award by Aeronautical Society of India.

Really Dr. Nayak is the pride of our College as well as of Jagatsinghpur District. May his visionary leadership further strengthen India's missile strategic defence capabilities and the nation to greater heights.

@. Prasanta Kumar Behera

Arise ! Awake ! And Stop Not Till the Goal is Reached ! .....These were the famous words with which Swami Vivekananda ro...
04/07/2026

Arise ! Awake ! And Stop Not Till the Goal is Reached ! .....

These were the famous words with which Swami Vivekananda roused the sleeping soul of India, more than a 125 years ago.

Remembering Swami Vivekananda, the Great Hindu Monk of India, on his 124th Death Anniversary.

ବିଶ୍ୱ ଦରବାରରେ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଥିବା ସର୍ବତ୍ୟାଗୀ ସନ୍ୟାସୀ ତଥା ଯୁବକମାନଙ୍କ ପ୍ରେରଣାର ଉତ୍ସ, ଆମ କଲେଜ ଯାହାଙ୍କ ନାମରେ ନାମିତ ହୋଇଛି ସେହି ମହାନ ଯୋଗୀ ସ୍ୱାମୀ ବିବେକାନନ୍ଦଙ୍କର ୧୨୪ତମ ମହାପ୍ରୟାଣ ଦିବସ ଅବସରରେ ତାଙ୍କ ପାଦପଦ୍ମରେ ଶତ କୋଟି ପ୍ରଣାମ ।

ଆମ କଲେଜ ନାମ ଏସ୍.ଭି.ଏମ୍. କଲେଜ କେମିତି ହେଲା ?
-----------------------------------------------------------------
ଆମ କଲେଜ ପରିଚାଳନା ସମିତିର ସଭାପତି ତଥା ଓଡିଶାର ସେତେବେଳର ଉପ -ମୁଖ୍ୟମନ୍ତ୍ରୀ ଥିବା ବିରେନ୍ ମିତ୍ରଙ୍କ ଜରିଆରେ ଶ୍ରୀପତି ନନ୍ଦ ଆଭାସ ପାଇଲେ କି କଲିକତା ର ସ୍ୱାମୀ ବିବେକାନନ୍ଦ ମେମୋରିଅଲ୍ ଟ୍ରଷ୍ଟ୍ ଫଣ୍ଡ୍ ରୁ ଏକ ଆଖିଦୃଷ୍ଟିଆ ଆର୍ଥିକ ସାହାଯ୍ୟ ମିଳିପାରେ l ସେଥିପାଇଁ ଆରମ୍ଭରୁ ଜଗତସିଂହପୁର ବିଜ୍ଞାନ କଲେଜ ନାମକୁ ପରିବର୍ତ୍ତନ କରି ଆମ କଲେଜର ନାମ ସ୍ୱାମୀ ବିବେକାନନ୍ଦ ମେମୋରିଆଲ୍ କଲେଜ ହେଇଗଲା l

ସେତେବେଳେ ସ୍ୱାମୀ ବିବେକାନନ୍ଦ ମେମୋରିଅଲ୍ ଟ୍ରଷ୍ଟ୍ ଫଣ୍ଡ୍ ରେ ଓଡିଶା ହାଇକୋଟ୍ ର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ତଥା ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ଲିଙ୍ଗରାଜ ପାଣିଗ୍ରାହୀ ଜଣେ ଖୁବ୍ ଓଜନଦାର ସଭ୍ୟ ଥିଲେ l ତାଙ୍କର ଜଗତସିଂହପୁରର ଜଣେ ପ୍ରମୁଖ ବ୍ୟକ୍ତିଙ୍କ ପ୍ରତି ଖୁବ୍ ଅସୃୟା ଭାବ ଥିବାରୁ ଓ ସେ କଲେଜ ସହିତ ଜଡିତ ଥିବେ ବୋଲି ଭାବି ସ୍ୱାମୀ ବିବେକାନନ୍ଦ ମେମୋରିଅଲ୍ ଟ୍ରଷ୍ଟ୍ ବୋର୍ଡକୁ କଲେଜ ବିରୁଦ୍ଧରେ ମତ ଦେଲେ l ସ୍ୱାମୀ ବିବେକାନନ୍ଦ ମେମୋରିଅଲ୍ ଟ୍ରଷ୍ଟ୍ ବୋର୍ଡରୁ ଆଥି୍ିକ ସାହାର୍ଯ୍ୟ ମିଳିବାରେ ଯବନିକା ପଡିଲା l

ପଇସା ପାଇବା ଆଶାରେ ହେଉ ପଛେ, ଆମ କଲେଜର ପ୍ରାଣ ପ୍ରତିଷ୍ଠାତା ଆମ କଲେଜର ନାମକୁ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ନାମିତ କରି ଚିରଦିନ ପାଇଁ ଆମକୁ ଗର୍ବିତ କରିଛନ୍ତି l

@ ପ୍ରଶାନ୍ତ କୁମାର ବେହେରା

ସାଇବର୍ ଅପରାଧର ଶିକାର ହେଉଛନ୍ତି SVM College ର ଛାତ୍ର ଛାତ୍ରୀ..........-------------------------------------------------------...
23/06/2026

ସାଇବର୍ ଅପରାଧର ଶିକାର ହେଉଛନ୍ତି SVM College ର ଛାତ୍ର ଛାତ୍ରୀ..........
-------------------------------------------------------------------------------

ଆଜିକାଲି ବିଶ୍ୱର ଅଧିକାଂଶ ସ୍ଥାନରେ ଲୋକମାନେ ସାଇବର୍ ଅପରାଧୀ ମାନଙ୍କ ଦ୍ୱାରା ଠକାମିର ଶିକାର ହେଉଛନ୍ତି l ଏଥିପାଇଁ ସବୁଆଡ଼େ ଏବେ ପୋଲିସ୍ ଵିଭାଗ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ କରାଯାଉଛି l କିନ୍ତୁ ଏସବୁ ସତ୍ତ୍ବେ ସାଇବର୍ ଅପରାଧୀଙ୍କ କବଳରୁ ସଧାରଣ ଲୋକମାନେ ନିସ୍ତାର ପାଇପାରିନାହାନ୍ତି l ଆଜି ଆମ SVM Autonomous College , Jagatsinghpur ର କିଛି ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ସେଇ ସାଇବର୍ ଅପରାଧୀଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି l ଏପର୍ଯ୍ୟନ୍ତ ମୋ ପାଖକୁ ଦୁଇଟି ଠକେଇ ହୋଇସାରିଥିବା ଖବର ତଥ୍ୟ ସହିତ ଆସିବା ସହିତ ଆଉ କେତେଟା ଫୋନ କଲ୍ ମଧ୍ୟ କଲେଜ୍ Admission/ Readmission ଉପରେ ଆସିଛି l ଏଇ କେତୋଟି କଲ୍ ପାଇବା ପରେ ମୁଁ ସ୍ଥିର ନିଶ୍ଚିତ ହୋଇଗଲି ଯେ, ଆମ ଜଗତ୍ସିଂହପୁର ରେ ବି ସାଇବର୍ ଅପରାଧୀମାନେ ପୁରା ଏକ୍ଟିଭ ହୋଇଯାଇଛନ୍ତି l ଯେଉଁ ଦୁଇଜଣ ଅଭିଭାବକ ଫୋନ୍ ପାଉ ପାଉ ପିଲାର ପାଠପଢ଼ାରେ କାଳେ ଅସୁବିଧା ହେବ ଚିନ୍ତାକରି ସଙ୍ଗେ ସଙ୍ଗେ ଅନଲାଇନ ରେ ସେ ଲୁଟେରା ମୋବାଇଲ୍ WhatsApp ରେ ଦେଇଥିବା Phayphone Scanner ରେ ଟଙ୍କା ଟ୍ରାନସ୍ଫର କରିଦେଇ ନିଶ୍ଚିତ ହୋଇଗଲେ ଯେ ଆଉ ପିଲାର କିଛି ଅସୁବିଧା ହେବନି l ଏଇ ସାଇବର୍ ଅପରାଧୀଙ୍କ ଉପରେ ମୋର ଏକ ଲେଖା ରହିଛି ଯାହାର ଲିଙ୍କ୍ ନିମ୍ନରେ ଦେଉଛି ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକଙ୍କ ସଚେତନତା ପାଇଁ 👇

https://www.facebook.com/share/p/193tZLCoq9/

ଯେଉଁ ଦୁଇଜଣ ଅଭିଭାବକଙ୍କ ନିକଟକୁ ଆଜି ସେ ଲୁଟେରା ଗ୍ୟାଙ୍ଗର ଫୋନ୍ ଯାଇଥିଲା ତାହା ଏପରି ଥିଲା, " ମୁଁ SVM College ରୁ କହୁଛି, ଆପଣଂକ ପିଲା ଆଉ ପଢ଼ିବ ନାହିଁ ନାଁ କଣ ? ରିଆଡମିସନ୍ ଡେଟ୍ ଯିବା ଚାରି ଦିନ ହୋଇଗଲାଣି, କିନ୍ତୁ ଆପଣଂକ ପିଲା ଏ ଯାଇ କିଛି କଲାନାହିଁ, ତେଣୁ ତା ନାମ କଟିଯିବ l ଆଜି ଶେଷ ଦିନ ତେଣୁ ଆପଣ ଆଗ ପଇସା ଅନଲାଇନ୍ ରେ ଦେଇ ଦିଅନ୍ତୁ, ପରେ କାଗଜ ପତ୍ର ଆଣି ଆସିବେ l "

ଏମିତିକା କଥାରେ କେଉଁ ଅଭିଭାବକ ବା ଚୁପ୍ ରହିବ ! ସଙ୍ଗେ ସଙ୍ଗେ ଅନଲାଇନ ରେ ଟଙ୍କା ଟ୍ରାନସ୍ଫର କରିବାକୁ QR Code WhatsApp ରେ ମାଗିଲେ ଆଉ ସେଇ ହିସାବରେ ଫୋନ୍ କରିଥିବା ଲୁଟେରା କହିଥିବା ଟଙ୍କାର ପରିମାଣ ୫୬୦୦/- ଦେଇଦେଲେ l ଜଣେ ଅଭିଭାବକ ଟଙ୍କା ଟ୍ରାନସ୍ଫର କରିଦେଇ ସରିବା ପରେ ଲୁଟେରା କହିଲା , " କାଇଁ ଆସିନାହିଁ ତ ଟଙ୍କା ? ସମୟ ବହୁତ୍ କମ୍ ରହିଛି, ତେଣୁ ଆଉ ଥରେ ପଠାନ୍ତୁ , ଯଦି ଦୁଇଟା ଯାକ ପଇସା ଆସିଗଲା, ତେବେ ମୁଁ ଗୋଟେ ଆପଣଙ୍କୁ ଫେରାଇ ଦେବି l ଆପଣ ନିଶ୍ଚିତ ରେ ରୁହନ୍ତୁ l "

ପିଲାର ପାଠପଢ଼ାର କଥା, ଭବିଷ୍ୟତର କଥା ଚିନ୍ତା କରି ସେ ଅଭିଭାବକ ଆଉ ଥରେ ୫୬୦୦/- ଟଙ୍କା ଅର୍ଥାତ୍ ମୋଟ ୧୧,୨୦୦/- ଟଙ୍କା ଦେଇଦେଲେ l ଦୁଇ ଜଣ ଅଭିଭାବକ ହେଉଛନ୍ତି ରବୀନ୍ଦ୍ର ଜେନା ଓ ବିଭୁଦତ୍ତ ମିଶ୍ର l ଏମାନେ ଟଙ୍କା ଅନଲାଇନ୍ ରେ ଦେଇ ଠକାମିର ଶିକାର ହୋଇଛନ୍ତି l ସେଇ ସମାନ ଢଙ୍ଗରେ ଆମ କଲେଜ୍ ପାଖରେ ଘର କରି ରହୁଥିବା ହୋଟେଲ ମାଲିକ ବିବୁଙ୍କୁ ବି ଫୋନ୍ ଯାଇଥିଲା, ସେ କହିଲେ, " ହଉ ଠିକ୍ ଅଛି ମୁଁ ଏବେ କଲେଜ୍ ଯାଉଚି ସେଇଠି ଦେଖାହେବ l " ସେ ଆସି କଲେଜ୍ ରେ ଦୁଇ ମିନିଟ୍ ଭିତରେ ପହଞ୍ଚିଲେ ଝିଅ ର Readmission କରିବାକୁ l ମୋ ସହିତ ଠିକ୍ କଲେଜ୍ ଫ୍ରଣ୍ଟ୍ ରେ ଦେଖା ହେବାରୁ ଏମିତି ଅନଲାଇନ୍ ରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନଙ୍କୁ ଲୁଟିବା କଥା ଜଣା ପଡ଼ିଲା l କଲେଜ୍ ତାରଫରୁ ସଙ୍ଗେ ସଙ୍ଗେ ଏକ ନୋଟିସ୍ ଦିଆଗଲା ଯେ ଏମିତି ଭୁଲ୍ କଥା କହି Admission/ Readmission ନାଁ ରେ ପିଲାମାନଙ୍କୁ ଅନଲାଇନ୍ ଲୁଟେରା ମାନେ ଠକୁଛନ୍ତି l ତେଣୁ କଲେଜ୍ ନୋଟିସ୍ ଦେଖି ଠିକ୍ କଲେଜ୍ ଆକାଉଣ୍ଟ୍ ରେ ଟଙ୍କା ଟ୍ରାନସ୍ଫର କରିବେ l

ତେବେ ଯେଉଁ ଦୁଇଜଣ ଅଭିଭାବକଙ୍କ ନିକଟରୁ ସେ ଅନଲାଇନ୍ ଲୁଟେରା ଟଙ୍କା ଠକି ନେଇଥିଲେ ସେମାନଙ୍କ ନିକଟରୁ ସବୁ ତଥ୍ୟ ମଗେଇବା ପରେ ମୁଁ ସ୍ଥିର ନିଶ୍ଚିତ ହୋଇଗଲି ଯେ, ଯିଏ ବି ଏ ଠକାମିରେ ସଂଶ୍ଳିଷ୍ଠ ଅଛି ସେ ଏଇ ଜଗତ୍ସିଂହପୁର ର ଲୋକ ନିଶ୍ଚୟ ହୋଇଥିବ l ସେ ଏମିତି କଣ ଟେକ୍ନୋଲୋଜି ବ୍ୟବହାର କରିଛି ଯାହା ଫଳରେ କଲ୍ ଯାଉଥିବା ନମ୍ବର୍ ରେ ରଶ୍ମୀ ସାର୍ ବୋଲି ଦେଖାଉଛି , ଆଉ ବାସ୍ତବରେ କଲେଜ୍ ରେ admission ଦାୟିତ୍ୱ ରେ ଇଂରାଜୀ ବିଭଗର Rashmi Sir ହିଁ ରହିଛନ୍ତି l ତା ମାନେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟି କରିବା ଲକ୍ଷ୍ୟରେ ହିଁ ଏମିତି କରିଛନ୍ତି ସେ ଲୁଟେରା ମାନେ l ଶେଷକୁ ଟଙ୍କା ଟ୍ରାନସ୍ଫର ହୋଇସାରିବା ପରେ Mahd. Anas ବୋଲି ଏକ ନାମ ଆସୁଛି ଯାହା ପାଖକୁ ଫାଇନାଲି ପଇସା ଅନଲାଇନ୍ ରେ ଯାଉଛି l ମୁଁ ସେଇ ଦୁଇଜଣ ଅଭିଭାବକଙ୍କୁ ସମସ୍ତ ଡକ୍ୟୁମେଣ୍ଟ ସହିତ ସାଇବର୍ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିବାକୁ କହିଲି l ଆଉ କେତେ ଛାତ୍ର ଛାତ୍ରୀ ବା ଅଭିଭାବକ ଏମିତି ଠକାମିର ଶିକାର ହୋଇଥିବେ ତାହା ଆଗକୁ ନିଶ୍ଚୟ ଜଣା ପଡ଼ିବ l

ତେଣୁ ସବୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକଙ୍କୁ ଅନୁରୋଧ ଯେ, ସେମାନେ ଏମିତି କୌଣସି କଲ୍ ପାଇ ସଂଗେ ସଂଗେ ଟଙ୍କା ଅନଲାଇନ୍ ରେ transfer କରନ୍ତୁ ନାହିଁ l କଲେଜ ତରଫରୁ ଦିଆ ଯାଉଥିବା ନୋଟିସ୍ ଦେଖି ଠିକ୍ ଆକାଉଣ୍ଟ ରେ ଟଙ୍କା ଟ୍ରାନସ୍ଫର କରନ୍ତୁ l ନାଁ କଟିଯିବ, ଆଜି ଶେଷ ଦିନ ଏମିତିକା କଲ୍ ପାଇବା ପରେ ଅଯଥା ଭୟଭୀତ ନ ହୋଇ କଲେଜ ଆସି ଠିକ୍ ଭାବେ ବୁଝାବୁଝି କରି ଆଡମିଶନ୍ ଓ ରି-ଆଡମିଶନ୍ କରନ୍ତୁ l

( ଆଜି ଦୁଇଜଣ ଅଭିଭାବକଙ୍କୁ ଠକିଥିବା ପ୍ରମାଣ ଏଇ ଲେଖା ସହିତ ସଂଯୋଗ କରାଯାଇଛି l )

********************************************

ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

ଚାଲିଗଲେ ଆମେ ପଢୁଥିବା ସମୟରେ କଲେଜରେ କ୍ୟାଣ୍ଟିନ୍ କରିଥିବା ପୂର୍ଣ୍ଣ ବାବୁ ......-------------------------------------------------...
04/06/2026

ଚାଲିଗଲେ ଆମେ ପଢୁଥିବା ସମୟରେ କଲେଜରେ କ୍ୟାଣ୍ଟିନ୍ କରିଥିବା ପୂର୍ଣ୍ଣ ବାବୁ ......
-------------------------------------------------------------------
ଆମ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆ ପାଖରେ ବହୁ ବର୍ଷ ଧରି ଏକ କ୍ୟାଣ୍ଟିନ୍ କରି ବହୁ ଛାତ୍ର ଛାତ୍ରୀ ମାନଙ୍କୁ ଜଳଖିଆ ଓ ମିଲ୍ ଯୋଗାଇଥିବା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କର ଆଜି ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି l ପୂର୍ଣ୍ଣ ବାବୁ ଯଦିଓ କଲେଜର ଜଣେ କର୍ମଚାରୀ ନୁହଁନ୍ତି, କିନ୍ତୁ ଆମ ସମୟର ବହୁ ଛାତ୍ର ଛାତ୍ରୀମାନେ ତାଙ୍କୁ ଜାଣିଛନ୍ତି l ଆମ କଲେଜ ୧୯୬୩ ମସିହାରେ ପ୍ରତିଷ୍ଠା ହେବାପରେ ବୋଧହୁଏ ୩ କି ୪ ବର୍ଷ ପରେ ଅର୍ଥାତ୍ ୧୯୬୬ ମସିହା ବେଳକୁ ପୂର୍ଣ୍ଣ ବାବୁ କଲେଜ୍ ପଡ଼ିଆ ପାଖରେ ନିଜର ଏକ କ୍ୟାଣ୍ଟିନ୍ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଧ୍ୟାପକ/ ଅଧ୍ୟାପିକା ମନଙ୍କୁ ସକାଳ ଓ ସନ୍ଧ୍ୟାରେ ଟିଫିନ୍ ସହିତ ମଧ୍ୟାହ୍ନ ଓ ରାତିରେ ଭୋଜନ ପ୍ରସ୍ତୁତ କରି ଯୋଗାଇଛନ୍ତି l ଏଥିରେ ସେ ନିଜର ପରିବାର ପ୍ରତିପୋଷଣ କରିବା ସହିତ ପରେ ସେଇ କ୍ୟାଣ୍ଟିନ୍ ନିକଟରେ ଖଣ୍ଡେ ଜମି କିଣି ଘର କରି ନିଜ ପରିବାର ସହିତ ରହୁଥିଲେ l ଆମରି କଲେଜରେ ହିଁ ତାଙ୍କର ପିଲାମାନଙ୍କର ପାଠ ପଢ଼ା ହୋଇଛି l ୧୯୬୬ ରୁ ୨୦୦୫ ମସିହା ପର୍ଯ୍ୟନ୍ତ ପଖାପାଖି ୪୦ ବର୍ଷ ସେଇ ପୂର୍ଣ୍ଣ ବାବୁଙ୍କ
କ୍ୟାଣ୍ଟିନ୍ ରେ କେତେ ଛାତ୍ର ଛାତ୍ରୀ ଖାଦ୍ଯ ଖାଇବା ପାଇଁ ଆସିଥିବେ ତାର ହିସାବ କରିବା ଖୁବ୍ କଷ୍ଟକର l ବିଭିନ୍ନ ସମୟରେ ମଧ୍ୟ ପୂର୍ଣ୍ଣ ବାବୁ କଲେଜ୍ ଲେଡିଜ୍ ହଷ୍ଟେଲ ଓ ବୟେଜ୍ ହଷ୍ଟେଲ ରେ ପିଲାମାନଙ୍କୁ ମେସ ଚଳାଇ ଖାଇବାକୁ ଦେଇଛନ୍ତି l ପୂର୍ଣ୍ଣ ବାବୁଙ୍କ ବ୍ଯବହାର, କଥାବାର୍ତ୍ତା ଓ ଚାଲି ଚଳନ ଖୂବ୍ ମାର୍ଜିତ l କେବଳ ସେଇଥି ପାଇଁ ଛାତ୍ର ଛାତ୍ରୀ କାହିଁକି ଅଧିକାଂଶ ଅଧ୍ୟାପକ, ଅଧ୍ୟାପିକାମାନେ ମଧ୍ୟ ପୂର୍ଣ୍ଣ ବାବୁଙ୍କୁ ଖୁବ୍ ପ୍ରଶଂସା କରନ୍ତି l ସେତେବେଳେ ପିଲାମାନେ ପ୍ରାୟ ମିଲ୍ ଓ ଟିଫିନ୍ ଖାଇବା ପାଇଁ ବାକି ଖାତା ଖୋଲିଥାନ୍ତି l ମାସ ଶେଷ ଆଡ଼କୁ ଘରେ ପଇସା ପଠାଇବା ପରେ ପୂର୍ଣ୍ଣ ବାବୁଙ୍କ ବାକି ଶୁଝିଥlନ୍ତି ପିଲା ମାନେ l ଏମିତିରେ କିଛି ପିଲାଙ୍କର ବାକି ହିସାବ ରହିଯାଏ ଆଉ ପିଲାମାନେ ସୁଵିଧା ଦେଖି ଦେଇଥାନ୍ତି l ପୂର୍ଣ୍ଣ ବାବୁ ବାକି ପଇସା ବାବଦରେ କେବେ କେଉଁ ପିଲା ସହିତ ଉଚ୍ଚବାଚ ହେବା କେହି କେବେ ଦେଖି ନଥିବେ l ସବୁବେଳ ସେଇ ହସ ହସ ମୁହଁରେ କହୁଥିବେ , କିଛି ଅସୁବିଧା ନାହିଁ , ପଇସା ସୁବିଧା ହେଲେ ଦେବ l କିନ୍ତୁ ବାକି ଦେଇନ ବୋଲି ଖାଇବାକୁ ଆସିବାକୁ କେବେହେଲେ ପଛଘୁଞ୍ଚା ଦେବନି l

କାଲିପରି ଲାଗୁଚି, ୧୯୮୯ ମସିହାରେ ମୁଁ +୩ ପ୍ରଥମ ବର୍ଷରେ ପଢୁଥାଏ l ଦିନେ ସେଇ ସକଳ ୮ ଟା ସୁଦ୍ଧା କିଛି ଜଳଖିଆ ଖାଇବାକୁ ମୁଁ ପୁର୍ଣଵାବୁଙ୍କ କ୍ୟାଣ୍ଟିନ୍ କୁ ଯାଇଥାଏ l ମୁଁ କଣ ଖାଇବି ଅର୍ଡର୍ ଦେଇ ନଥାଏ l ଚୁପ୍ ଚାପ୍ ହୋଇ ଗୋଟେ କଣରେ ବସିଥାଏ l ସେଇ ସମୟରେ ସେତେବେଳର ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଥିବା ପ୍ରଫେସର ଲଲିତ୍ କୁମାର ସିହ୍ନା ଆସି ପହଞ୍ଚିଲେ ଜଳଖିଆ ଖାଇବାକୁ l ସେ କ୍ୟାଣ୍ଟିନ୍ ଭିତରକୁ ପଶୁ ପଶୁ ବଡ ପାଟିରେ କହିଲେ, " ପୁର୍ଣ ବାବୁ , ପୂର୍ଣ୍ଣ ବାବୁ, ଦୁଇଟl ଇଟାଲୀ ଦେବ l " ଯେହେତୁ ସିହ୍ନା ସାର୍ ଅଣ ଓଡ଼ିଆ ଥିଲେ, ତାଙ୍କ ପାଟିରେ ଇଟ୍ଲି ଉଚ୍ଚାରଣ ଠିକ୍ ଭାବରେ ହୁଏ ନାହିଁ l ପୂର୍ଣ୍ଣ ବାବୁ ତାଙ୍କୁ ଇଟ୍ଲି ଦେବା ପରେ ମୋ ପାଖକୁ ଆସି ପଚାରିଲେ , " ତମକୁ କଣ ଦେବି ବାବୁ ? l" ମୁଁ ଟିକେ ମଜାଳିଆ ଢଙ୍ଗରେ କହିଲି, " ମୋତେ ଦୁଇଟା ଜାପାନୀ ଦିଅନ୍ତୁ l " ପୂର୍ଣ୍ଣ ବାବୁ ହସି ହସି ମୋତେ ସେଇ ଇଟ୍ଲି ଦେଲେ l " କିନ୍ତୁ ମୁଁ ଧିର ସ୍ବରରେ କହିଥିବା କଥା " ଜାପାନୀ " କୁ ସିହ୍ନା ସାର୍ ଶୁଣି ଦେଇ ହସି ହସି କହିଲେ, " ମୋତେ କମେଣ୍ଟ କରୁଛି, ନାହିଁ ! " ପୂର୍ଣ୍ଣ ବାବୁ କଥାଟାକୁ ଚଳାଇବାକୁ ଯାଇ କହିଲେ, " ନାଇଁ ସାର୍ ସେ କଥା ନୁହେଁ, ମୋର ପିଲା ମାନଙ୍କ ସହିତ ଏମିତି ଚଳେ l " ସେତେବେଳେ ମିଲ ମୂଲ୍ୟ ମାତ୍ର ୨ ଟଙ୍କା ଆଉ ଜଳଖିଆ ୫୦ କି ୬୦ ପଇସା ଦେଇ ଖାଉଥିଲେ ପିଲା ମାନେ l

ପୂର୍ଣ୍ଣ ବାବୁ ସବୁବେଳେ ଧଳା ଲୁଗା ସହିତ ପାଇଜାମା ପିନ୍ଧିଥାନ୍ତି l ବାଟରେ ଘାଟରେ ତାଙ୍କୁ ଦେଖେ ସାଇକେଲ ଚାଳନା କରି ଯିବା ଆସିବା କରିବାର l ଏଇ ୧୫ ଦିନ ତଳେ ମଧ୍ୟ ମୋର ସେ ଦେଖା ହୋଇଛନ୍ତି l ସାମ୍ନା ସମ୍ନୀ ହେଲା ମାନେ ସେ ହସି ଦିଅନ୍ତି l ୧୯୯୨ ମସିହାରୁ କଲେଜ ବାଉଣ୍ଡରୀ କରିବା ପାଇଁ ସେତେବେଳେ ଅଧ୍ୟକ୍ଷ ଥିବା ପ୍ରଫେସର୍ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟ୍ଟନାୟକ ଅଣ୍ଟା ଭିଡ଼ିଲେ, ଆଉ ସେଥିରେ ସକ୍ଷମ ହେଲେ ମଧ୍ୟ l ସେଇ ୧୯୯୨ ମସିହାରେ ପଖାପାଖି ୬୦ ଭାଗ କଲେଜ୍ ବାଉଣ୍ଡରି କାମ ସରିଥିବା ବେଳେ ୨୦୦୫ ମସିହାରେ ଶ୍ରୀଯୁକ୍ତ ବିମଳ କୃଷ୍ଣ ଦାସ ଅଧ୍ଯକ୍ଷ ଥିବା ସମୟରେ କ୍ୟାଣ୍ଟିନ୍ ସାଇଡ୍ ବlଉଣ୍ଡରୀ କାମ ସରିଥିଲା l ସେବେ ଠାରୁ ଆଉ ଛାତ୍ର ଛାତ୍ରୀ ମାନେ କଲେଜ ପାଚେରୀ ଡେଇଁ ଆରପଟେ ଥିବା ତିନୋଟି କ୍ୟାଣ୍ଟିନ୍ ( ପୂର୍ଣ୍ଣ ବାବୁ, ଦେବ ନନା ଓ ଗୁନା ବାବୁ ) କୁ ଖାଇବାକୁ ଯାଇ ପାରିଲେ ନାହିଁ l ବରଗଛ ମୂଳରେ ଥିବା କଲେଜ ୟୁନିଅନ ରୁମ୍ କୁ ସେତେବେଳେ କଲେଜ କ୍ୟାଣ୍ଟିନ୍ ଭାବରେ ବ୍ଯବହାର କରାଗଲା l ପୂର୍ଣ୍ଣ ବାବୁ କଣ୍ଟାପଡ଼ା ରାସ୍ତା କଡ଼ରେ ଏକ କ୍ୟାଣ୍ଟିନ୍ କଲେ ଯାହା ଏବେ ମଧ୍ୟ ତାଙ୍କ ବଡ଼ ପୁଅ ଚଳାଇଛନ୍ତି l

ଏମିତିରେ କହିଲେ ୧୯୬୬ ମସିହାରୁ ୨୦୨୬ ମସିହା ଆଜି ପର୍ଯ୍ୟନ୍ତ ପାଖାପାଖି ୬୦ ବର୍ଷ ପୂର୍ଣ୍ଣ ବାବୁ ଆମ କଲେଜର ପାଣି ପବନ, ରାସ୍ତା ଘାଟରେ ହିଁ ବିତାଇଛନ୍ତି l ସେ ଆମ କଲେଜର ଜଣେ କର୍ମଚାରୀ ନ ହୋଇ ମଧ୍ୟ ଆମ କଲେଜ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ l ପର୍ବରୁ ମୁଁ ରଜନୀ ନାନାଙ୍କ ଉପରେ କଲେଜ ସହିତ ଜଡ଼ିତ କରି " ଅଭିଶପ୍ତ ଗନ୍ଧର୍ବ " ଶୀର୍ଷକ ଏକ ଲେଖା ଲେଖିଥିଲି l ରଜନୀ ନାନା ଯେମିତି ଭାବରେ କଲେଜର ପାଣି ପବନ ସହିତ ଜଡ଼ିତ ଥିଲେ ସେମିତି ହିଁ କଲେଜ ସହିତ ଜଡ଼ିତ ଥିଲେ ଏଇ ପୂର୍ଣ୍ଣ ବାବୁ !

ରଜନୀ ନାନାଙ୍କ ଉପରେ ମୋର ଆଲେଖ୍ୟ 👇

https://www.facebook.com/share/p/1B6ZJT7Bo8/

https://www.facebook.com/share/p/18ed1Av9H4/

https://www.facebook.com/share/p/18hFN9HoF4/

https://www.facebook.com/share/p/17BDbYMw1Y/
https://www.facebook.com/share/p/1CswDjPxtS/

https://www.facebook.com/share/p/1BDzshy1Sb/

ପୂର୍ଣ୍ଣ ବାବୁ ଆଜି ପର୍ଯ୍ୟନ୍ତ ଖୁବ୍ ଚଳ ଚଞ୍ଚଳ ଥିଲେ l ତାଙ୍କୁ ସେମିତି କୌଣସି ରୋଗ ଗ୍ରାସ କରି ନଥିଲା l ଦୁଇ ଦିନ ତଳେ ସେ କଲେଜ ପାଖରେ ବୁଲା ବୁଲି କରିବାର ଲୋକ ଦେଖିଛନ୍ତି l କଲେଜ ପାଚେରୀ ସେପଟେ ଥିବା ତାଙ୍କ ବାସଭବନରେ ଆଜି ଚେୟାର ରେ ବସୁ ବସୁ ଅସାବଧାନତା ହେତୁ ପଡ଼ି ଗଲେ ଏବଂ ତାଙ୍କ ମୁଣ୍ଡ ପଛ ପଟ ମାଡ ହୋଇଗଲା ଆଉ ସେଇଥିରେ ହିଁ ସେ ଚାଲିଗଲେ l

ଶେଷକୁ ପୁର୍ଣ ବାବୁଙ୍କ ଆତ୍ମା ପରାତ୍ମାଙ୍କ ସହିତ ଲୀନ ହେଇ ଜନ୍ମ ମୃତ୍ୟୁ ଚକ୍ର ରୁ ମୁକ୍ତି ଲାଭ କରୁ, ଏତିକି ପ୍ରାର୍ଥନା | ଜୟ ଜଗନ୍ନାଥ 🙏🙏🙏

********************************************

ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

ଶ୍ରୀଯୁକ୍ତ ଶଶୀ ଭୂଷଣ ପାଇକରାୟ ରସାୟନ ବିଜ୍ଞାନ ବିଭାଗର ବିଜ୍ଞାନାଗାର ସହାୟକ ରୂପେ ତା ୦୩/୦୨/୧୯୯୮ ରିଖ ରୁ  ତା ୩୧/୦୫/୨୦୨୬ ରିଖ ପର୍ଯ୍ୟନ୍ତ...
30/05/2026

ଶ୍ରୀଯୁକ୍ତ ଶଶୀ ଭୂଷଣ ପାଇକରାୟ ରସାୟନ ବିଜ୍ଞାନ ବିଭାଗର ବିଜ୍ଞାନାଗାର ସହାୟକ ରୂପେ ତା ୦୩/୦୨/୧୯୯୮ ରିଖ ରୁ ତା ୩୧/୦୫/୨୦୨୬ ରିଖ ପର୍ଯ୍ୟନ୍ତ ପାଖାପାଖି ୨୯ ବର୍ଷ କାର୍ଯ୍ୟକାରୀ ଆଜି ଅବସର ଗ୍ରହଣ କରୁଛନ୍ତି l ଏମିତିରେ ଶଶୀଙ୍କ ବାପା ଶ୍ରୀ ସୁବାସ ଚନ୍ଦ୍ର ପାଇକରାୟ ଆମ କଲେଜ ଆରମ୍ଭ ହେବା ସମୟରୁ ଅର୍ଥାତ୍ ୧୯୬୩ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୪ ବର୍ଷ ସେଇ ରସାୟନ ବିଜ୍ଞାନ ବିଭାଗରେ କାର୍ଯ୍ୟ କରି ଇଚ୍ଛାକୃତ / ସ୍ୱେଚ୍ଛାକୃତ ଅବସର ନେଇଥିଲେ l ତେଣୁ ଶଶୀ ଓ ତାଙ୍କ ବାପା ସୁବାସ ବାବୁ ଦୁଇ ପିଢ଼ି ମିଶି ଆମ କଲେଜକୁ ୬୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେବା ପ୍ରଦାନ କରିଛନ୍ତି l ଶଶିଙ୍କ ଅବସର ପରେ ଆଉ ମାତ୍ର ହାତ ଗଣତି ଦୁଇ କି ତିନିଜଣ ୨୦୦୦ ମସିହା ପୂର୍ବର କର୍ମଚାରୀ କଲେଜରେ ଏବେ କାର୍ଯ୍ୟରତ ଅଛନ୍ତି l

ସତରେ ଜଣେ ଖୁବ୍ କର୍ମଠ, ଶାନ୍ତ ଓ ସରଳ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଏଇ ଶଶି l ୧୯୯୮ ରୁ ୨୦୨୬ ଆଜି ପର୍ଯ୍ୟନ୍ତ ଏଇ ୨୯ ବର୍ଷ ଧରି ସେ ନିଜର ଦାୟିତ୍ୱ ରସାୟନ ବିଜ୍ଞାନ ବିଭାଗରେ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି l ସେ ଜଣେ ଖୁବ୍ କର୍ମତତ୍ପର ବ୍ୟକ୍ତି ତାହା ମୁଁ ଭଲଭାବେ ଅନୁଭବ କରିଛି l ସର୍ବୋପରି ସେ ଜଣେ ଖୁବ୍ ସୁନ୍ଦର ଓ ନିଷ୍କପଟ ମଣିଷ l ତାଙ୍କର ଅବସର ଆମ କଲେଜ ପାଇଁ ତଥା ରସାୟନ ବିଜ୍ଞାନ ବିଭାଗ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି l ଏବେ ତାଙ୍କ ଅନୁପସ୍ଥିତି ଆମକୁ ନିଶ୍ଚୟ ଖୁବ୍ କଷ୍ଟଦେବ l

ଆଗାମୀ ଦିନରେ ତାଙ୍କ ଅବସର ଜୀବନ ସୁଖମୟ ହେଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା l


@ l l। Prasanta Kumar Behera

Result of S.V.M. Autonomous College, Jagatsinghpur - 2026.Results is now  available in the college website - https://svm...
27/05/2026

Result of S.V.M. Autonomous College, Jagatsinghpur - 2026.

Results is now available in the college website - https://svmcautonomous.ac.in

-------------------------++++-----------------------------------

Congratulations Toppers of SVMC...

Best Graduate of the College - MAITRIMAYEE MOHANTY

Miss Maitrimayee Mohanty, who is also topper of Science Stream & Physics Hons ( 9.42 CGPA ).

Arts Topper - Miss Rojalin Sahoo, who is topper of Geography Hons also ( 9.12 CGPA ).

Commerce Topper - Miss Dibyajyoti Rout ( 9.13 CGPA ).

Best graduate in Self- Financing Courses BBA / BCA and PPP Mode B.Sc. ( ITM ) Topper - Miss Himasmita Jena ( 9.77 CGPA )

Result statistics - 2026 :-

Arts :----

Total appeared - 270
1st Division - 191
2nd Division - 43
Distinction - 69
Fail - 36
WH/ MP - 02
Total Pass - 234

Pass Percentage - 86 .7 %

Commerce :----

Total appeared - 209
1st Division - 119
2nd Division - 67
Distinction - 62
Fail - 23
Total Pass - 186

Pass Percentage - 89 %

Science :----

Total appeared - 226
1st Division - 195
2nd Division - 27
Distinction - 131
Fail - 04
Total Pass - 222

Pass Percentage - 98.2 %

B.Sc. ITM :----

Total appeared - 39
1st Division - 35
2nd Division - 00
Distinction - 13
Fail - 04
Total Pass - 35

Pass Percentage - 89.7 %

BBA :----

Total appeared - 37
1st Division - 24
2nd Division - 06
Distinction - 15
Fail - 07
WH / MP - 02
Total Pass - 30

Pass Percentage - 81.1 %

BCA :----

Total appeared - 60
1st Division - 56
2nd Division - 01
Distinction - 27
Fail - 03
Total Pass - 57

Pass Percentage - 95 %

Total Results:-

Total Appeared - 841
Pass - 764
Percentage - 90.85 %

Dateline for e-Admission in all Higher Secondary School / +2 ( Junior ) Colleges of Odisha for the Session 2026-27.
22/05/2026

Dateline for e-Admission in all Higher Secondary School / +2 ( Junior ) Colleges of Odisha for the Session 2026-27.

+2 Arts Results of S. V. M. Higher Secondary School- 2026.--------------------------------------------------------------...
20/05/2026

+2 Arts Results of S. V. M. Higher Secondary School- 2026.
----------------------------------------------------------------------------
Congratulations Ipsita, Swetapadma & Jayatri ......

We appreciate all of your hard work & sincere efforts.

1st --- IPSITA DAS bearing Roll No. 120CB056, Daughter of BAISHNAB CHARAN DAS & KABITA DAS AT/PO-SAMANGA,PS-JAGATSINGHPUR, secured 574 marks ( 95.66 % ) & became topper of SVMC.

2nd -- SWETAPADMA BISWAL bearing Roll no 120CB025 Daughter of SISIRA BISWAL & SURYAKANTI BISWAL AT-GAREI, PO-KORUA, Jagatsinghpur, has secured 568 marks out of 600 ( 94.66 % ).

3rd --- JAYATRI MANDAL bearing Roll no. 120CBl15 daughter of SUKADEV MANDAL & GEETANJALI MANDAL, HARISPURGARH, OLARAH, ERASAMA, JAGATSINGHPUR, scored 560 marks out of 600 ( 93.33 % )

Results of S. V.M. Higher Secondary School -
--------------------------------------------------------------------------
Total Appeared - 507
1st- 220
2nd- 93
3rd- 166
Absent-04
Comp - 01
Fail- 23
Pass percentage is 96.05 %

+2 Science Results of S. V. M. Higher Secondary School, 2026.-----------------------------------------------------------...
20/05/2026

+2 Science Results of S. V. M. Higher Secondary School, 2026.
----------------------------------------------------------------------------
Congratulations Omm Prakash, Soumya and Priyanshu ....

I personally appreciate all of their hard work & sincere efforts.....

1st :- OMM PRAKASH SWAIN bearing Roll No. 320CB038 Son of ATUL KUMAR SWAIN & MANORAMA SWAIN, AT-SOMPUR PO-SOMPUR BENAHAR PS-ERASAMA, Jagatsinghpur, Secured Marks - 587 out of 600 ( 97.83 % ) & became Topper of S.V.M. Higher Secondary College.

2nd :- SOUMYA PRIYADARSHINI SAHOO bearing Roll No. - 320CB021, Daughter of RASHMIKANTA SAHOO & SANJUKTA SAHOO AT- SADHEISASAN , PO- ANAKHIA , PS- BIRIDI, Jagatsinghpur, Secured Marks - 580 out of 600 ( 96.66 % )

3rd :- PRIYANSHU NANDA bearing Roll No. 320CB028 Son of ASISH NANDA & BANALATA NANDA PRESENT ADDRESS- C/O-KAILASH CH PAL AT- KULA TARTANG PO-MANDASAHI DIST-JAGATSINGHPUR, Secured Marks - 575 ( 95.83 % ) out of 600 in the CHSE - 2026 Science Exam.

Results of S. V.M. Higher Secondary School -
Total Appeared - 587
1st Div - 449
2nd Div- - 83
3rd Div - 21
Absent - 02
Comp. - 04
Fail - 28
Pass percentage is 95.22 %

+2 Commerce Results of S. V. M.Higher Secondary School, 2026.-----------------------------------------------------------...
20/05/2026

+2 Commerce Results of S. V. M.Higher Secondary School, 2026.
---------------------------------------------------------------------------
Congratulations Nasrin, Afsin and Bibhu Prasad......

1st - NASRIN PERWEEN bearing Roll No. - 220CB023 Daughter of LYAKAT ALLI KHAN & TANUJA BEGUM AT- MUSLIMSAHI PO- MANDASAHI, Jagatsinghpur, Secured Marks - 577 out of 600 ( 96.16 %), became Topper of the Jagatsinghpur District as well as S.V.M.Higher Secondary School.

2nd - AFSIN ALI KHAN bearing Roll No.- 220CB017
Daughter of ABDUL SALAM KHAN & ANJUM ARA AT-DEOPUR, PO- BIRIBATI, DIST- CUTTACK, PS- KANDARPUR, scored 573 marks out of 600 ( 95.5 % ),

3rd - CHOUDHURY BIBHU PRASAD DAS bearing Roll No.- 220CB037 Son of CHOUDHURY BINESH KUMAR DAS & CHOUDHURY BANISHREE DAS AT-BALISAHI TIHUDA PO-NAUGAONHAT PS-NAUGAON, Jagatsinghpur, scored 562 marks out of 600 ( 93.66 % ),

Results of S. V.M.Higher Secondary School-
Total Appeared - 296
1st Div - 147
2nd Div- - 60
3rd Div - 68
Abs - 02
Comp - 01
Fail - 18
Pass percentage is 93.91 %

Address

Jagatsinghpur
Jagatsinghpur
754103

Telephone

+919437135916

Website

Alerts

Be the first to know and let us send you an email when Jagatsinghpur District - The Land,History, Culture & Literature. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share