16/05/2026
AISEC Protest against NEET Question paper linkage.
Aim of All India Save Education Committee is Education for All
16/05/2026
AISEC Protest against NEET Question paper linkage.
15/05/2026
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଦ୍ୱାରା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦାବୀ
ଶିକ୍ଷା ବଂଚାଅ କମିଟି ପକ୍ଷରୁ ରାଜଧାନୀରେ ବିକ୍ଷୋଭ
ଭୁବନେଶ୍ୱର ତା ୧୫.୦୫.୨୦୨୬ ସମ୍ପ୍ରତି ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଯିବା ଫଳରେ ପରୀକ୍ଷା ଦେଇଥିବା ୨୨ଲକ୍ଷ ୫ହଜାର ଛାତ୍ରଛାତ୍ରୀଙ୍କୁ ଯେଭଳି ହାହୁତାଶମୟ ପରିସ୍ଥିତି ଭିତରକୁ ଠେଲି ଦିଆଯାଇଛି ତାହା ବିରୋଧରେ ଆଜି ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶଥାଉକି ୨୦୧୯ମସିହା ଠାରୁ ଏପର୍ଯ୍ୟନ୍ତ ୬୫ଟି ସର୍ବଭାରତୀୟ ପରୀକ୍ଷା ର ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ଏପରିକି ଏହି ନିଟ୍ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ବାରମ୍ବାର ପ୍ରଘଟ ହେଉଛି । ଏହି ପରୀକ୍ଷାଗୁଡିକ ପ୍ରଥମେ ରାଜ୍ୟସ୍ତରରେ ପରିଚାଳିତ ହେଉଥିବା ସ୍ଥଳେ ବିଜେପି ସରକାର ଅମଳରେ ଏଗୁଡିକରେ ସ୍ୱଛତା ସୃଷ୍ଟି ନାମରେ କେନ୍ଦ୍ରୀକରଣ କରିବା ପାଇଁ ନ୍ୟାସନାସ ଟେଷ୍ଟିଂ ଏଜେନ୍ସି(ଏନ.ଟି.ଏ) ଗଠନ କରାଗଲା । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଏନ.ଟି.ଏ ଏହି ପରୀକ୍ଷା ପରିଚାଳନା ଘରୋଇ ବ୍ୟବସାୟୀକ ସଂସ୍ଥା ମାନଙ୍କ ହାତରେ ଟେକିଦେଲା ଏପରିକି କଳା ତାଲିକା ଭୁକ୍ତ ହୋଇଥିବା ସଂସ୍ଥାମାନଙ୍କୁ ମଧ୍ୟ ଏଥିରେ ନିଯୁକ୍ତ କରାଗଲା । ଯାହା ଫଳରେ ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହେଉଛି । ଏହି ଘଟଣା ବିରୋଧରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ଆଜି ସାରା ଦେଶରେ ଏହାର ପ୍ରତିବାଦ କରାଯିବା ଭିତରଦେଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀମାନଙ୍କୁ କଠୋର ଶାସ୍ତି , କ୍ଷତିଗ୍ରସ୍ଥ ପ୍ରାର୍ଥôମାନଙ୍କୁ କ୍ଷତିପୁରଣ ଓ ଏନ୍.ଟି.ଏ କୁ ଭାଙ୍ଗି ଦେଇ ପରୀକ୍ଷାଗୁଡିକୁ ରାଜ୍ୟ ସ୍ତରରେ ପରିଚାଳନା ପାଇଁ ଦାବୀ କରାଯାଇଛି । ଏହି ଦାବିରେ ଆଜି ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭର ର ନେତୃତ୍ୱ ନେଇଛନ୍ତି ଶିକ୍ଷା ବଞ୍ଚାଅ କମିଟିର ରାଜ୍ୟ ସଭାପତି ପ୍ରଫେସର ବିରେନ୍ଦ୍ର ନାୟକ, ଉପସଭାପତି ବିଶ୍ୱାବଶୁ ଦାସ, ରାଜେନ୍ଦ୍ର ବର୍ମା ଓ ବବି ବଳବନ୍ତ ରାୟ ପ୍ରମୁଖ ।
09/05/2026
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜରେ ଖାଲିଥିବା ଅଧ୍ୟାପକ, କର୍ମଚାରୀ ପଦବୀ ତୁରନ୍ତ ପୁରଣ କରିବା ପାଇଁ ଏଆଇଏସ୍ଇସି ପକ୍ଷରୁ ଦାବି
ତା- ୦୮.୦୫.୨୦୨୬ - ରାଜ୍ୟରେ ଥିବା #୧୭ଟି #ବିଶ୍ୱବିଦ୍ୟାଳୟ ଏବଂ ୫୦ ସରକାରୀ କଲେଜ, ୪୮୮, ୬୬୨ ବର୍ଗ କଲେଜମାନଙ୍କରେ ଦୀର୍ଘ ଦିନ ହେବ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଧ୍ୟାପକ, କର୍ମଚାରୀ ପଦବୀ ଖାଲି ପଡିଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ପଦବୀ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ ଆଜି ଏଆଇଏସଇସି ପକ୍ଷରୁ କଟକ ଗାନ୍ଧିଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ ଦାବି କରାଯାଇଛି । ଏଆଇଏସ୍ଇସିର ରାଜ୍ୟ ସଭାପତି ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସଚିନ୍ଦ୍ର ରାଉଳ, ଏଆଇଏସ୍ଇସି ରାଜ୍ୟ ଉପସଭାପତି ବିଶ୍ୱାବସୁ ଦାସ, ରାଜେନ୍ଦ୍ର ବର୍ମ୍ମା, ରାଜ୍ୟ ସଂପାଦକ ସୁବାସ ନାୟକ, ଅଫିସ୍ ସଂପାଦିକା ବବି ବଳବନ୍ତରାୟ, ଅକ୍ଷୟ ରାଉଳ, ବିନୋଦ ସେଠୀ ପ୍ରମୁଖ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅଭିଭାବକ, ଛାତ୍ର ଯୋଗ ଦେଇଥିଲେ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଏଆଇଏସ୍ଇସି ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ବର୍ଷ ଧରି ବିଶ୍ୱବିଦ୍ୟାଳୟ ମାନଙ୍କରେ ୧୪୩୪ ଅଧ୍ୟାପକ ପଦବୀ ବହୁ ଦିନରୁ ଖାଲି ପଡିଛି ଏବଂ ବହୁ ଦାବି ଫଳରେ ଇତ୍ୟବସରରେ ବ୍ରହ୍ମପୁର, ଭିଡି, ଡିଡି, ରମାଦେବୀ, ଫକିର ମୋହନ, ଉତ୍କଳ ଇତ୍ୟାଦି କିଛି ବିଶ୍ୱବିଦ୍ୟାଳୟ ପଦବୀ ଗୁଡିକୁ ପୂରଣ କରିବାକୁ ବିଜ୍ଞାପନ ବାହାର କରିଛନ୍ତି । ମାତ୍ର ଅନ୍ୟ ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ସୁଦ୍ଧା ବିଜ୍ଞାପନ ବି ବାହାର କରି ନାହାଁନ୍ତି । ଏପରିକି ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ କର୍ମଚାରୀ ପଦବୀ ପୂରଣ କରିବାକୁ ସରକାର ନାଁ ବି ଧରୁନାହାଁନ୍ତି । ରାଜ୍ୟର ଡିଗ୍ରୀ କଲେଜ ଗୁଡିକର ଅବସ୍ଥା ମଧ୍ୟ ଶୋଚନୀୟ । ଗୋଟେ ପଟେ ସରକାର ୩/୪ ବର୍ଷିଆ ଡିଗ୍ରୀ, ବହୁ ବିଷୟଭିତ୍ତିକ ପାଠପଢା, ଏକାଧିକ ପ୍ରସ୍ଥାନ-ପ୍ରବେଶ ବ୍ୟବସ୍ଥା ଭିତରେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଧକାରରେ ରଖିଛନ୍ତି ଅନ୍ୟପଟେ କଲେଜ ମାନଙ୍କରେ ଭିତ୍ତିଭୂମି ଏପରିକି ଶ୍ରେଣୀଗୃହ ଏବଂ ଅଧ୍ୟ୍ୟାପକ-କର୍ମଚାରୀ ମାନଙ୍କର ଘୋର ଅଭାବ ଶିକ୍ଷାକୁ ବିପର୍ଯ୍ୟସ୍ଥ ଅବସ୍ଥାରେ ପକାଇଛି । ତେବେ ସରକାର କେବଳ ବିଜ୍ଞାପନରେ ସୀମିତ ନରହି ଛାତ୍ରଛାତ୍ରୀ ମାନଙ୍କ ଏବଂ ଶିକ୍ଷାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ପଦବୀ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ ଦାବି କରାଯାଇଛି ।
କେନ୍ଦ୍ର ସରକାର ଉଚ୍ଚଶିକ୍ଷାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ, VBSA ନାଁରେ ଏକ ବିଲ୍ ଆଣିଛନ୍ତି । ପୂର୍ବରୁ ଥିବା ୟୁଜିସି University Grants Commission (UGC), ଏଆଇସିଟିଇ All India Council for Technical Education (AICTE), ଏବଂ ଏନ୍ସିଟିଇ National Council for Teacher Education (NCTE) ଭଳି କେନ୍ଦ୍ରିୟ ସଂସ୍ଥା ଗୁଡିକୁ ଉଚ୍ଛେଦ କରି ତାହା ସ୍ଥାନରେ ଏହି ବିଲ୍ ଅଣାଯାଇଛି । ଏହି କେନ୍ଦ୍ରିୟ ସଂସ୍ଥା ଅଧିନରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ, ସମସ୍ତ ଇଂଜିନିୟରିଂ କଲେଜ, ଶିକ୍ଷକ ଶିକ୍ଷା ଅନୁଷ୍ଠାନ, ଆରଚିଟେକ୍ କଲେଜ ଠାରୁ ଆରମ୍ଭ କରି ସମସ୍ତIIT, NISER, IISER, IIS ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ । ସମସ୍ତ ସଦସ୍ୟଙ୍କୁ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ହିଁ ନିଯୁକ୍ତି ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ । ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟର କୌଣସି ଭୂମିକା ରହିବ ନାହିଁ ଯାହାକି ଗଣତାନ୍ତ୍ରିକ ଶିକ୍ଷା ପ୍ରତି ବିପଦ । ଏହି ବିଲ୍ ମୁତାବକ ଏଥିରେ ଥିବା ନିୟମ, ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଶିକ୍ଷାନୁଷ୍ଠାନ ପରିଚାଳିତ ନ ହୁଏ ବା କୌଣସି ବ୍ୟକ୍ତି ଉଲ୍ଲଘଂନ କରନ୍ତି ତେବେ ଜରଶଙ୍କକ୍ଷବଗ୍ଧକ୍ଟକ୍ସଚ୍ଚ ଉକ୍ଟଙ୍କଦ୍ଭମସକ୍ଷ କ୍ୟାଉନସିଲ୍ ଉକ୍ତ ଶିକ୍ଷାନୁଷ୍ଠାନ ବା ବ୍ୟକ୍ତି ଉପରେ ପ୍ରଥମ ଦଫାରେ ୧୦ଲକ୍ଷ ଜୋରିମାନା ଦଣ୍ଡ ସ୍ୱରୂପ ଲଗାଇବ । ପୁନଃ ସେହି ଭୁଲ କଲେ ତାପରେ ୩୦ଲକ୍ଷ, ତାପରେ ୭୫ଲକ୍ଷ ଏବଂ ପରିଶେଷରେ ଉକ୍ତ ଅନୁଷ୍ଠାନକୁ ବହିଷ୍ମାର/ ବନ୍ଦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ପ୍ରଦାନ କରିବେ । ଏହି ବିଲ୍ ବିରୁଦ୍ଧରେ ସମସ୍ତେ ଏକଜୁଟ୍ ହେବାକୁ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ ସରକାର ଇତି ମଧ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିଛନ୍ତି । ମାତ୍ର ଏହି ବହି ଗୁଡିକ କେଉଁମାନେ ଲେଖିଛନ୍ତି, କେଉଁମାନେ ଉପଦେଷ୍ଟା ମଣ୍ଡଳୀ ଅଛନ୍ତି ତାହା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଆମେ ଆଶା କରୁ ସରକାର ଏଦିଗରେ ପାରଦର୍ଶିତା ଅବଲମ୍ବନ କରିବେ । ଜ୍ଞାନ ହେଉଛି ସତ୍ୟାନୁସନ୍ଧାନ । ବ୍ୟାପକ ଏବଂ ବିସ୍ତୃତ ଚର୍ଚ୍ଚା ଆଲୋଚନାର ଭିତର ଦେଇ ଏହା ପ୍ରସ୍ତୁତ କରାଯାଏ ଏବଂ ପରୀକ୍ଷା ନିରିକ୍ଷା ପରେ ଲାଗୁ କରାଯାଏ । ମାତ୍ର ସରକାର ସମସ୍ତ କିଛିକୁ ଉପେକ୍ଷାକରି କିଛି ନ୍ୟସ୍ତ ସ୍ୱାର୍ଥ ଲୋକଙ୍କୁ ନେଇ ଅତ୍ୟନ୍ତ ତରବରିଆ ଭାବେ ଗୋଟେ ପରେ ଗୋଟେ ପଦକ୍ଷେପ ନେଇ ଚାଲିଛନ୍ତି । ଏହା କରିବା ଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷାର ଭବିଷ୍ୟତ ଏବଂ ସର୍ବପରି ମାନବ ସଭ୍ୟତାର ଗତି କୁଆଡକୁ ଯିବ । ତେଣୁ ପାଠ୍ୟ ପୁସ୍ତକ ଗୁଡିକର ଲେଖକ ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ ତୁରନ୍ତ ସାର୍ବଜନୀନ କରାଯିବା ସହିତ ପ୍ରସ୍ତୁତ ବହି ଗୁଡିକୁ ଲାଗୁ କରିବା ପୂର୍ବରୁ ବିଭିନ୍ନ ବର୍ଗର ମତାମତ ପାଇଁ ବିତରଣ କରିବାକୁ ଏଆଇଏସଇସି ପକ୍ଷରୁ ଦାବି କରାଯାଇଛି ।
20/03/2026
ରାଜ୍ୟରେ ଥିବା #୧୭ #ବିଶ୍ଵବିଦ୍ୟାଳୟରେ ୨୦୭୯ #ଅଧ୍ୟାପକ_ପଦବୀରୁ ୧୪୩୪ ପଦବୀ ଖାଲି ପଡ଼ିଛି। ପାଠ ପଢା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ,
ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ।
20/03/2026
ରାଜ୍ୟରେ #17ଟା #ବିଶ୍ୱବିଦ୍ୟାଳୟରେ 2079 #ଅଧ୍ୟାପକ_ପଦବୀରୁ 1434 ଖାଲି ପଡ଼ିଛି, କେମିତି ରାଜ୍ୟରେ ଉଚ୍ଚଶିକ୍ଷା ପାଠ ପଢା ଚାଲିଛି ଥରେ ଭାବି ଦେଖନ୍ତୁ । ସରକାରୀ ଶିକ୍ଷାର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ।
08/03/2026
, ,
#ଭିବିଏସ୍ଏ ବିଲ୍ ଉପରେ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ କମିଟି ପକ୍ଷରୁ ଆଲୋଚନା ଚକ୍ର
ଭୁବନେଶ୍ୱର ତା-୦୮.୦୩.୨୦୨୬ – ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ଭିବିଏସ୍ଏ ବିଲ୍ ୨୦୨୫ ଉପରେ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି (ଏଆଇଏସଇସି) ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଆଜି ଏକ ରାଉଣ୍ଡ ଟେବୁଲ୍ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ଏ.ଆଇ.ଏସ.ଇ.ସିର ରାଜ୍ୟ ସଭାପତି ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ଭୁବନେଶ୍ୱର କଟକରୁ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, କୁଳପତି, ସାମାଜିକ କର୍ମୀ, ବୈଜ୍ଞାନିକ, ଛାତ୍ରନେତା ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଗଣିତ ପ୍ରତିଷ୍ଠାନର ପୂର୍ବତନ ଡାଇରେକ୍ଟର ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ, ବିଶିଷ୍ଟ ସାହିତ୍ୟିକ ବୈଜ୍ଞାନିକ ପ୍ରଫେସର ଆଶୁତୋଷ ପରିଡା, ସମଦୃଷ୍ଟିର ସମ୍ପାଦକ ସୁଧିର ପଟ୍ଟନାୟକ, ଶିକ୍ଷକ ନେତା ପ୍ରଫେସର ଅମୀୟ ମହାନ୍ତି, ପ୍ରଫେସର କିଶୋର ସାମଲ, ପ୍ରଫେସର ଜୟନ୍ତ କୁମାର ରାଉତରାୟ, ପ୍ରଫେସର ସଚିନ୍ଦ୍ର ରାଉଳ, ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦେ, ଆଡଭୋକେଟ୍ ଶ୍ରୀଯୁକ୍ତ ଜଗବନ୍ଧୁ ଦାସ, ଏ.ଆଇ.ଏସ.ଇ.ସିର ରାଜ୍ୟ ଉପସଭାପତି ବିଶ୍ୱାବସୁ ଦାସ, ଡଃ ରମେଶ ନାୟକ, ରାଜେନ୍ଦ୍ର ବର୍ମ୍ମା, ସର୍ବଭାରତୀୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଫେସର ପ୍ରଦୀପ ମହାପାତ୍ର, ରାଜ୍ୟ ସଂପାଦକ ସୁବାସ ନାୟକ, ଏଆଇଡିଏସ୍ଓ ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ,ଏ.ଆଇ.ଏସ.ଇ.ସି ରାଜ୍ୟ ଅଫିସ୍ ସଂପାଦିକା ବବି ବଳବନ୍ତରାୟ, କିଷ୍ଣାରାଣୀ ସାହୁ, କେଶବ ବିଶ୍ୱାଳ, ଅର୍ଜୁନ ଜେନା, ଜୟନ୍ତ ମହାନ୍ତି, ଚିତ୍ତ ରଂଜନ ମେଣ୍ଡୁଳୀ, ପଦ୍ମ ଚରଣ ଜେନା, ସଚ୍ଚିଦାନନ୍ଦ ପ୍ରଧାନ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ବକ୍ତାମାନେ ଦର୍ଶାଇ ଥିଲେ କେନ୍ଦ୍ର ସରକାର ଗତ ଡିସେମ୍ବର ୧୫ତାରିଖ ଦିନ ଅତ୍ୟନ୍ତ ତରବରିଆ ଭାବେ ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ, ଠଈଝଇ ନାଁରେ ଏକ ବିଲ୍ ଆଗତ କରିଥିଲେ । ବିରୋଧି ସଦସ୍ୟଙ୍କ ବିରୋଧ ଫଳରେ ଏହାକୁ ଜେପିସି (Joint Parliamentary Committee)କୁ ପଠାଇ ଦିଆଯାଇଛି । ଉଚ୍ଚ ଶିକ୍ଷାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଏପରି ଏକ ପ୍ରୟାସ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି ବକ୍ତାମାନେ କହିଥିଲେ । ପୂର୍ବରୁ ଥିବା ୟୁଜିସି , ଏଆଇସିଟିଇ, ଏବଂ ଏନ୍ସିଟିଇ ଭଳି କେନ୍ଦ୍ରିୟ ସଂସ୍ଥା ଗୁଡିକୁ ଉଚ୍ଛେଦ କରି ତାହା ସ୍ଥାନରେ ଏହି ବିଲ୍ ଅଣାଯାଇଛି । କହିବାକୁ ଗଲେ ଏହି କେନ୍ଦ୍ରିୟ ସଂସ୍ଥା ଅଧିନରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ, ସମସ୍ତ ଇଂଜିନିୟରିଂ କଲେଜ, ଶିକ୍ଷକ ଶିକ୍ଷା ଅନୁଷ୍ଠାନ, ଆରଚିଟେକ୍ କଲେଜ ଠାରୁ ଆରମ୍ଭ କରି ସମସ୍ତ ଆଇଆଇଟି, NISER, IISER, IIS ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ । ସମସ୍ତ ସଦସ୍ୟଙ୍କୁ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବ ଏବଂ ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟର କୌଣସି ଭୂମିକା ରହିବ ନାହିଁ ଯାହାକି ଗଣତାନ୍ତ୍ରିକ ଶିକ୍ଷା ପ୍ରତି ବିପଦ ହେବ ବୋଲି ଆଶଂକା ପ୍ରକାଶ କରିଛନ୍ତି । ଏହି ଆକ୍ଟ ମୁତାବକ ଏଥିରେ ଥିବା ନିୟମ, ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଶିକ୍ଷାନୁଷ୍ଠାନ ପରିଚାଳିତ ନହୁଏ ବା କୌଣସି ବ୍ୟକ୍ତି ଉଲ୍ଲଘଂନ କରନ୍ତି ତେବେ ରେଗୁଲେଟୋରି କ୍ୟାଉନସିଲ୍ ଉକ୍ତ ଶିକ୍ଷାନୁଷ୍ଠାନ ବା ବ୍ୟକ୍ତି ଉପରେ ପ୍ରଥମ ଦଫାରେ ୧୦ଲକ୍ଷ ଜୋରିମାନା ଦଣ୍ଡ ସ୍ୱରୂପ ଲଗାଇବ । ପୁନଃ ସେହି ଭୁଲ କଲେ ତାପରେ ୩୦ଲକ୍ଷ, ତାପରେ ୭୫ଲକ୍ଷ ଏବଂ ପରିଶେଷରେ ଉକ୍ତ ଅନୁଷ୍ଠାନକୁ ବହିଷ୍ମାର/ ବନ୍ଦ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ପ୍ରଦାନ କରିବେ ।
ତେଣୁ ଏହି ପରିସ୍ଥିତିରେ ଏପରି ତରବରିଆ ଭାବେ ବିଲ୍କୁ ପାସ୍ ନକରି ବୃହତର ଜନଗଣ ମଧ୍ୟରେ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସର୍ବସମ୍ମତିରେ ମତ ପ୍ରକାଶ ପାଇଛି । ଏହି ବିଲ୍ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ, ଭିବିଏସ୍ଏ ବିଲ୍ ୨୦୨୫ ବିରୁଦ୍ଧରେ ସମସ୍ତେ ଏକଜୁଟ୍ ହେବାକୁ ଆହ୍ୱାନ କରାଯାଇଛି ।
08/03/2026
26/01/2026
#ଜନସଂସଦ
ଜାତୀୟ ଶିକ୍ଷା ନୀତି-୨୦୨୦ ର ବିକଳ୍ପ ଭାବେ ଜନ ଶିକ୍ଷା ନୀତିକୁ ଗ୍ରୁହିତ କଲା #ସର୍ବଭାରତୀୟ_ଜନସଂସଦ
ବଙ୍ଗଲୋରେ ତା ୨୪.୦୧.୨୦୨୬ - ବୈଜ୍ଞାନିକ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଏବଂ ସାର୍ବଜନୀନ ଶିକ୍ଷାର ଧାରଣାକୁ ଉଲ୍ଲଂଘନ କରୁଥିବା କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି-୨୦୨୦ ର ବିକଳ୍ପ ଭାବେ ଆଜି ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ନେତ୍ରୁତ୍ଵରେ ବାଙ୍ଗାଲୋର ର ରାମେୟା ଇନଷ୍ଟିଚ୍ୟୁଟ ଅଡିଟୋରିମ ଠାରେ ଏକ ସର୍ବଭାରତୀୟ ଜନ ସଂସଦ ଅନୁଷ୍ଠିତ ହୋଇ ସାରା ଦେଶ ପାଇଁ ଏକ ବିକଳ୍ପ ଶିକ୍ଷା ନୀତି-୨୦୨୬ କୁ ଗୃହିତ କରିଛି। ଆଜିର ଏହି ଜନ ସଂସଦକୁ ଉଦ୍ଘାଟନ କରିଛନ୍ତି ୟୁଜିସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁଖଦେଓ ଥୋରାଟ୍।
ପ୍ରଫେସର ଥୋରାଟ ତାଙ୍କର ଉଦ୍ଘାଟନୀ ବକ୍ତବ୍ଯ ରଖି କହିଥିଲେ, "କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ପରାମର୍ଶ ନକରି ଜାତୀୟ ଶିକ୍ଷା ନୀତି-୨୦୨୦କୁ ଅଗଣତାନ୍ତ୍ରିକ ଭାବରେ କାର୍ଯ୍ୟକାରୀ କରିଛନ୍ତି। ଏହା ଶିକ୍ଷାର ସମ୍ପୂର୍ଣ୍ଣ କେନ୍ଦ୍ରୀକରଣ ଆଡକୁ ନେଇଯାଉଛି। ଭାରତୀୟ ଜ୍ଞାନ ବ୍ୟବସ୍ଥା ନାମରେ, ଅଯୌକ୍ତିକ ଏବଂ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ୧୯୯୦ ଦଶକରୁ ଦେଶରେ ଘରୋଇକରଣର ପ୍ରକ୍ରୀୟାରେ ଶିକ୍ଷାଗତ ଅସମାନତା ବୃଦ୍ଧି ପାଉଛି। ପ୍ରାୟ ୭୦% ଉଚ୍ଚ ଶିକ୍ଷାନୁଷ୍ଠାନ ସେଲ୍ଫ ଫାଇନାନସିଂ ଏବଂ ଘରୋଇ ହୋଇଯାଇଛନ୍ତି। ବର୍ଦ୍ଧିତ ଫି ଯୋଗୁଁ ଆର୍ଥିକ ଭାବରେ ପଛୁଆ ବର୍ଗଙ୍କ ମଧ୍ୟରେ 22% ପାଠପଢା ଛାଡି ଦେଉଥିବା ପରିଲକ୍ଷିତ ହେଉଛି। ଫଳସ୍ୱରୂପ, 'ସାର୍ବଜନୀନ ଶିକ୍ଷା' ଏକ ମରୀଚିକା ପାଲଟିଛି।" ସେଥିପାଇଁ ସେ ଏହାର ବିକଳ୍ପ ଭାବେ ଆଜିର ଜନ ସଂସଦରେ ଏକ "ଜନ ଶିକ୍ଷା ନୀତି" ଗ୍ରହଣ କରିବାକୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଶିକ୍ଷା କୁ ଏକ ପଣ୍ୟ ଭାବେ ବ୍ୟବହାର କରିବା
ପରିବର୍ତ୍ତେ ଏକ ସାର୍ବଜନୀନ ମଙ୍ଗଳ ଭାବରେ ବ୍ୟବହାର କରିବାକୁ ମତପ୍ରକାଶ କରିଥିଲେ। ପୂର୍ବତନ ସାଂସଦ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶ୍ରୀ ଜବାହାର ସିରକାର ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଉପରେ ଆଧାରିତ ଏକ ଗମ୍ଭୀର ଚେତାବନୀ ଦେଇ ଶିକ୍ଷା ଉପରେ ଆସୁଥିବା ଆକ୍ରମଣକୁ ସମସ୍ତ ଶକ୍ତି ଦେଇ ପ୍ରତିହତ କରିବାକୁ ଆହ୍ବାନ ଦେଇଥିଲେ।
ଦେଶର ଜଣାଶୁଣା ବୁଦ୍ଧିଜୀବୀ ଏବଂ ବମ୍ବେ ଆଇ. ଆଇ. ଟି. ର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ରାମ ପୁନିଆନି ବର୍ତ୍ତମାନର ଶିକ୍ଷାଗତ ସଙ୍କଟ ବିଶ୍ଳେଷଣ କରିଥିଲେ। ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ୧୧ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ, ବର୍ତ୍ତମାନର କେନ୍ଦ୍ର ସରକାର ଏକ ଶତାବ୍ଦୀ ପୁରୁଣା ରାଜନୈତିକ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରୁଛି ଯାହା ସାମାଜିକ ଅସମାନତାକୁ ଗଭୀର କରିବା ଏବଂ ସାମ୍ବିଧାନିକ ଅଧିକାରକୁ ଖର୍ବ କରିବା ପାଇଁ ଉଦ୍ଦିଷ୍ଟ। ସେ ଅଭିଯୋଗ କରିଥିଲେ ଯେ ଗୁଣାତ୍ମକ ଶିକ୍ଷା ଉଚ୍ଚବର୍ଗଙ୍କ ପାଇଁ ସଂରକ୍ଷିତ କରାଯାଉଥିବା ବେଳେ, ସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରାଯାଉଛି ଏବଂ ହଜାର ହଜାର ଶିକ୍ଷକ ପଦବୀ ଖାଲି ରହିଛି। ସେ ଦେଶରେ ବୈଜ୍ଞାନିକ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ଉପରେ ଯୋଜନାବଦ୍ଧ ଆକ୍ରମଣକୁ କଡ଼ା ସମାଲୋଚନା କରିଥିଲେ। ସମସ୍ତ ଐତିହାସିକ ପ୍ରଗତି ଯୁକ୍ତିଯୁକ୍ତ ଚିନ୍ତାଧାରାର ଭିତ୍ତିଭୂମି ଉପରେ ନିର୍ମିତ ବୋଲି ସେ ମତପୋଷଣ କରି ଆମକୁ ଏହାକୁ ସମସ୍ତ ଶକ୍ତି ଦେଇ ସୁରକ୍ଷା ଦେବାକୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇ
ସାରା ଭାରତ ଶିକ୍ଷା ବଂଚାଅ କମିଟିର ସାଧାରଣ ସମ୍ପାଦକ ପ୍ରଫେସର ତରୁଣ କାନ୍ତି ନସ୍କର କହିଥିଲେ, "ଯେତେବେଳେ NEP-2020ରେ ଶିକ୍ଷା ବିରୋଧୀ ଉପାଦାନଗୁଡ଼ିକ ବିରୁଦ୍ଧରେ ସ୍ୱର ଉଠିଥିଲା, ସେତେବେଳେ ପ୍ରଶ୍ନ ଉଠିଥିଲା, ଆମେ କାହିଁକି ଏକ ବିକଳ୍ପ ମଡେଲ ସୃଷ୍ଟି କରୁ ନାହୁଁ ? ତଦନୁସାରେ, ଦେଶବ୍ୟାପୀ ଅନେକ ଶିକ୍ଷାବିତ୍ ମାନଙ୍କ ସହଯୋଗରେ, ଏହି ଜନ ଶିକ୍ଷା ନୀତିର ଚିଠା ପ୍ରସ୍ତୁତ କରାଯାଇ ମେ ୨୦୨୫ ରେ ସାଧାରଣ ଆଲୋଚନା ପାଇଁ ପ୍ରକାଶିତ କରାଯାଇଥିଲା। ଏହି ଚିଠା ଜନ ଶିକ୍ଷା ନୀତିର ଲକ୍ଷ ଲକ୍ଷ କପି ସମସ୍ତ ଆଞ୍ଚଳିକ ଭାଷାରେ ମୁଦ୍ରିତ ହୋଇଛି ଏବଂ ଲୋକଙ୍କ ମଧ୍ୟରେ ବିକ୍ରୟ ହୋଇଛି। ସାରା ଭାରତରେ ସମସ୍ତ ରାଜ୍ୟରେ ବିଭିନ୍ନ ସ୍ତରରେ ଚର୍ଚ୍ଚା ଆଲୋଚନା କରାଯାଇ ହଜାର ହଜାର ପରାମର୍ଶ ଗ୍ରହଣ କରାଯାଇଛି ଓ ସବୁଗୁଡିକୁ ସଂଯୋଜିତ କରି ଆଜି ଏହିନୀତିକୁ ଜନସଂସଦରେ ଚୁଡାନ୍ତ ରୂପ ଦିଆଯାଉଛି। ଶେଷରେ, ଏହି ନୀତିର ସଫଳରୁପାୟନ ପାଇଁ 'ବାଙ୍ଗାଲୋର ଘୋଷଣାନାମା' ଉପସ୍ଥାପିତ ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ସେଭ୍ ଏଜୁକେସନ୍ କମିଟି (AISEC) ର ସଭାପତି ଶ୍ରୀ ପ୍ରକାଶ ଏନ ଶାହା ଅଧ୍ୟକ୍ଷତା କରିଥିଲେ। ହାମ୍ପି ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ପ୍ରଫେସର ଏ ମୁରିଗେପ୍ପା ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଅରୁଣ କୁମାର, ପ୍ରଫେସର ଆଦିତ୍ୟ ମୁଖାର୍ଜୀ, ଡ. ନିରଂଜନାରାଧ୍ୟା ଭି ପି, ପ୍ରଫେସର ଏ. ଏଚ୍. ରାଜା ସାବ୍, ଓଡିଶାରୁ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ପ୍ରଫେସର ଜବାହାର ନେସାନ, ପ୍ରଫେସର ଫ୍ରାନ୍ସିସ୍ ଆସିସି ଅଲ୍ମେଇଦା, ଡ. ମହାବଳେଶ୍ବର ରାଓ, ଡ. ଏ. ଆର୍. ଭାଷାଭି, ଡ. ଶିନ୍ତି ଆନ୍ଟୋନି, ପ୍ରଫେସର ଆଲ୍ଲାମାପ୍ରଭୁ ବେଟାଡୁର ପ୍ରମୁଖ ବହୁ ଶିକ୍ଷାବିତ୍ ମାନେ ବକ୍ତବ୍ୟ ରଖ ଏହି ଜନଶିକ୍ଷା ନୀତି ସପକ୍ଷରେ ବକ୍ତବ୍ୟ ରଖିଥିଲେ। ଦେଶର ପ୍ରାୟ ସମସ୍ତ ରାଜ୍ୟରୁ ପାଖା ପାଖି ଏକ ହଜର ପ୍ରତିନିଧି ଏହି ଜନ ସଂସଦର ସଭ୍ୟ ଭାବେ ଯୋଗ ଦେଇଥିଲେ। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ଚୁଡାନ୍ତ ଜନ ଶିକ୍ଷା ନୀତି ଗ୍ରୁହିତ ହୋଇ ଲୋକାର୍ପିତ ହୋଇଥିଲା।
#ଜନସଂସଦ
20/01/2026