Of course Odisha

Of course Odisha ସତ ସପକ୍ଷରେ ସଦାବେଳେ।

ଏ ମାଟିର କଥା, ଏ ମାଟିର ବ୍ୟଥା, ଏ ମାଟିର ଗର୍ବ - ସବୁ କହିବ OfCourse Odisha।
ଶାସକକୁ ପ୍ରଶ୍ନ, ଶୋଷିତର ସ୍ୱର।

 #ମନ୍ତ୍ରୀ_କୁଟୀର!ସୁକିନ୍ଦାଓ କଳିଙ୍ଗନଗର ଅଞ୍ଚଳର ବିଭିନ୍ନ କମ୍ପାନୀ ଓ ଶିଳ୍ପାନୁଷ୍ଠାନ ଗୁଡିକରୁ ଡରାଇ,ଧମକାଇ ବିପୁଳ ଟଙ୍କା ଚାନ୍ଦା ଉଠାଉଥିବ...
21/09/2026

#ମନ୍ତ୍ରୀ_କୁଟୀର!
ସୁକିନ୍ଦାଓ କଳିଙ୍ଗନଗର ଅଞ୍ଚଳର ବିଭିନ୍ନ କମ୍ପାନୀ ଓ ଶିଳ୍ପାନୁଷ୍ଠାନ ଗୁଡିକରୁ ଡରାଇ,ଧମକାଇ ବିପୁଳ ଟଙ୍କା ଚାନ୍ଦା ଉଠାଉଥିବା ଜଣେ ଅପାଠୁଆ ମନ୍ତ୍ରୀର ପୁଅ ଭଦ୍ରକ ବାରିକ ପୁର ସ୍ଥିତ ନୀଳାଦ୍ରି ମୌଜାରେ ଏହି କ୍ଷୁଦ୍ର କୁଟୀର ନିର୍ମାଣ କରୁଛି। ସବୁ ଜିଲ୍ଲାରେ ଏପରି କୁଟୀର ନିର୍ମାଣ କରିବା ତାର ସ୍ୱପ୍ନ ବୋଲି ସେ କହି ବୁଲୁଛି। ଡବଲ ଇଞ୍ଜିନ ସରକାର ପୁଣି ଲୋକଙ୍କ ମୁଖ୍ୟମନ୍ତ୍ରୀ ! ଏତିକି ଛୋଟିଆ ସ୍ୱପ୍ନ ପୂରଣ ହୋଇ ପାରିବନି ?

21/09/2026

ଭକ୍ତ ଦାସଙ୍କ ଲୋକ ପ୍ରିୟତା !!

 #କୁନି_ପିଲାଟି_ହଜି_ଯାଇଛି !ଏହି ଛୋଟ ପିଲାଟିକୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ବୁଲୁଥିବାବେଳେ ଉଦ୍ଧାର କରାଯାଇଛି ।  ସେ କିଛି କହିପାରୁନ...
20/09/2026

#କୁନି_ପିଲାଟି_ହଜି_ଯାଇଛି !
ଏହି ଛୋଟ ପିଲାଟିକୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ବୁଲୁଥିବାବେଳେ ଉଦ୍ଧାର କରାଯାଇଛି । ସେ କିଛି କହିପାରୁନାହିଁ | ପିଲାଟି କାହାର ଜଣାପଡୁନାହିଁ |ବର୍ତ୍ତମାନ ପିଲାଟି ପୁରୁଷୋତ୍ତମପୁର ଥାନାରେ ସୁରକ୍ଷିତ ଭାବରେ ଯତ୍ନର ସହକାରେ ରଖାଯାଇଛି | ଯଦି କେହି ପିଲାଟିକୁ ଜାଣିଥାନ୍ତି ତେବେ ସୂଚନା ଦେବାଲାଗି ଅନୁରୋଧ | ଆପଣ ମାନଙ୍କ ସହଯୋଗରେ ପିଲାଟି ତାର ପରିବାର ପାଖରେ ପହଁଚି ପାରିବ 🙏🏻

 #ଟଙ୍କାବଳ,  #ଦଳୀୟ_ଟିକଟ ବନାମ  #ଦକ୍ଷତାର_ପ୍ରମାଣ ✊🏻ଐତିହାସିକ ବିଜୟ ହାସଲ କରି ଅଦ୍ୱିତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଏହି ଛାତ୍ର ନେତାଙ୍...
20/09/2026

#ଟଙ୍କାବଳ, #ଦଳୀୟ_ଟିକଟ ବନାମ #ଦକ୍ଷତାର_ପ୍ରମାଣ ✊🏻
ଐତିହାସିକ ବିଜୟ ହାସଲ କରି ଅଦ୍ୱିତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଏହି ଛାତ୍ର ନେତାଙ୍କ ନାମ ଦିପାଂଶୁ ଶୋକିନ୍ ❤️।
ଗାଡ଼ି ଘୋଡ଼ା ଓ ହାୱା ଦେଖାଇବାର ସାମର୍ଥ୍ୟ ନ ଥିବାରୁ ସମସ୍ତ ଯୋଗ୍ୟତା, ଦକ୍ଷତା, ସାମର୍ଥ୍ୟ ଓ ଲୋକପ୍ରିୟତା ଥିବା ସତ୍ତ୍ୱେ ୟାଙ୍କୁ NSUI ଟିକେଟ ଦେଲାନାହିଁ। ଗତବର୍ଷ ମଧ୍ଯ ତାଙ୍କୁ ସମାନ କଥା କୁହାଯାଇଥିଲା। ସୂଚନା ଯୋଗ୍ୟ ଯେ ଦୀପାଂଶୁଙ୍କ ବାପା ଦିଲ୍ଲୀରେ ଚାଲୁଥିବା ଏକ ବସ୍ ରେ କଣ୍ଡକ୍ଟର ଚାକିରି କରୁଥିବା ବେଳେ ତାଙ୍କ ମାଆ ଅଙ୍ଗନବାଡ଼ି କର୍ମଚାରୀ ଅଛନ୍ତି। ତେଣୁ ତାଙ୍କୁ ଅର୍ଥବଳ ଓ ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ ଅଭାବରୁ NSUI ପକ୍ଷରୁ ଅଯୋଗ୍ୟ ବିବେଚିତ କରାଗଲା। ସେ ଛାତ୍ରଙ୍କ ସହ ଦୃଢ଼ତାର ସହ ଥିଲେ ଓ ଛାତ୍ରଙ୍କ ପ୍ରସଙ୍ଗରେ ଲଢ଼େଇ କରୁଥିଲେ। ସେହି ପ୍ରତ୍ୟୟ ଓ ଆତ୍ମବିଶ୍ୱାସ ନେଇ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଏବଂ ସମସ୍ତ ଆକଳନ ବା ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ୩୦ ହଜାର ଭୋଟ ପାଇ ବିଜୟୀ ହେଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସରେ ଏହା ପ୍ରଥମ ଥର ଦୃଶ୍ୟମାନ ହେଲା।NSUI ପ୍ରାର୍ଥୀ ୩ ୟ ସ୍ଥାନରେ ରହିଲେ ଏବଂ ସବୁଠୁ ବଡ କଥା ହେଲା ବଡ କଂଗ୍ରେସ୍ ନେତାଙ୍କ ପୁଅ ହୋଇଥିବାରୁ ହିଁ ତାଙ୍କୁ ପ୍ରାର୍ଥୀ କରା ଯାଇଥିଲା ଯଦିଓ ତାଙ୍କୁ ସମଗ୍ର ବିଶ୍ବ ବିଦ୍ୟାଳୟରେ କେହି ବି ଚିହ୍ନି ନଥିଲେ। ABVP ର ପ୍ରବଳ ପଇସା ଓ ପ୍ରଭାବ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁଙ୍କ ବିଜୟକୁ ରୋକି ପାରି ନଥିଲା ବରଂ ଏହାର ପ୍ରତିକୂଳ ପ୍ରଭାବ କାରଣରୁ NSUI ର ସବୁ ପ୍ରାର୍ଥି ପରାସ୍ତ ହୋଇ ଗଲେ। ନେତାଙ୍କ ପୁଅ - ଝିଅ କୁ ଟିକେଟ ଦେବା ତଥା ସବୁ କ୍ଷେତ୍ରରେ କେବଳ ପଇସା ଥିବା ଲୋକକୁ ଦଳୀୟ ଟିକେଟ ଦେବା ର ମାନସିକତା କେତେ ମାରାତ୍ମକ ହୋଇପାରେ, ଏହା ତାର କ୍ଷୁଦ୍ର ନମୁନା ନୁହେଁ କି ?

20/09/2026

ମନ୍ତ୍ରୀ ବାବୁ, ନିଜ ଅଞ୍ଚଳ ପ୍ରତି ଟିକେ ଦୃଷ୍ଟି ଦିଅ !

19/09/2026

଼ିଆ_ତୀର୍ଥଯାତ୍ରୀଙ୍କ_ଅକାଳ_ମୃତ୍ୟୁ !!
ବନ୍ୟା ସ୍ରୋତରେ ଭାସିଯାଇ ଗୋଟିଏ ପରିବାରର ୭ ଓଡ଼ିଆ ପର୍ଯ୍ୟଟକ ମୃତ । ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର। ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଝରଣାରେ ଭାସିଗଲେ ପୁରା ପରିବାର। ଉଜ୍ଜୟିନୀରୁ ବଗଳାମୁଖି ମନ୍ଦିର ଦର୍ଶନ ପାଇଁ କାର୍‌ ଯୋଗେ ଯାଉଥିଲେ !

19/09/2026

ଜୁଏଲ୍ ଆଜ୍ଞା, ଏ ପ୍ରଶ୍ନ ଅଡୁଆ ଲାଗୁଛି ନା !!

17/09/2026

ଟଙ୍କଧର : ବିଫଳ ବିଧାୟକ ନା ମିଛୁଆଙ୍କ ସର୍ଦ୍ଦାର ?

15/09/2026

ନିମାପଡାରେ ନିମ୍ନ ମାନର କାମ : ପ୍ରଭାତୀ ଅପା ଚୁପ୍ କାହିଁକି ?

Address

O/o The Ofcourse Odisha
Bhubaneswar
751003

Alerts

Be the first to know and let us send you an email when Of course Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category