23/10/2024
ମହାନ୍ କ୍ରାନ୍ତିକାରୀ ସ୍ଵାଧୀନତା ସଂଗ୍ରାମୀ, ମାର୍କସଵାଦୀ ଲେନୀନଵାଦୀ ତତ୍ତ୍ଵଵିତ୍, ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟର ଅନ୍ଯତମ ଅଗ୍ରଦୁତ, ନଵଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା, ଓଡ଼ିଶାରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ, ଶହୀଦ ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ୮୧ତମ ଶହୀଦ ଦିବସରେ ତାଙ୍କ ଲକ୍ଷ୍ୟର ସମାଜ ଗଠନ ପାଇଁ ସଂକଳ୍ପ ସହ କ୍ରାନ୍ତିକାରୀ ଲାଲ ସଲାମ। ସେ ୧୯୦୮ ମସିହା ଫେବୃଆରୀ ପହିଲାରେ ଜନ୍ମଗ୍ରହଣ କରିଥିବା ବେଳେ ପାଟଣା ଵିଶ୍ଵଵିଦ୍ଯାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ମାର୍କସଵାଦୀ ଲେନୀନଵାଦୀ ଦର୍ଶନକୁ ଗଣ ବିଚାରରେ ପରିଣତ କରିବାର ପ୍ରଗତିଶୀଳ ସାହିତ୍ୟରେ ଜଙ୍ଗଲୀ, ମୀମାଂସା, ମୃତ୍ୟୁର ବିବେଚନା,ସମୟାତିତ, ମିଶ୍ରଙ୍କ କୋପ, ବଞ୍ଚିତ, ଆରମ୍ଭ ଓ ଶେଷ, ହାତୁଡି ଓ ଦଆ' ପ୍ରଭୃତି ଜନାଦୃତ ରଚନା ମାଧ୍ୟମରେ ପ୍ରଗତିଶୀଳ ସାହିତ୍ୟର ସୃଷ୍ଟି କରିଥିଲେ।ସେ ପ୍ରଗତିଶୀଳ ସାହିତ୍ୟର ସଂଗଠନ "ନଵଯୁଗ ସାହିତ୍ୟ ସଂସଦ" ଗଠନ କରାଇ ପ୍ରଗତିଶୀଳ ଵିଚାରର ଲେଖକଙ୍କୁ ଐକ୍ଯଵଦ୍ଧ କରାଇଥିଲେ। ୧୯୪୩ ମସିହାରେ କମ୍ରେଡ୍ ଭଗବତୀ ଚରଣ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାରେ ତାକରଡା ଅଞ୍ଚଳରେ ହଇଜା ଆକ୍ରାନ୍ତଙ୍କ ସେବା କରିବାକୁ ଯାଇ ହଇଜା ଆକ୍ରାନ୍ତ ହୋଇ ଥିଲେ।ସେଠାରୁ ଆସି କଟକରେ ଚିକିତ୍ସିତ ହେଲେ,ମାତ୍ର ଆଉ ସୁସ୍ଥ ହୋଇ ପାରିଲେ ନାହିଁ, ଡାକ୍ତର ଓ ସାଥୀମାନଙ୍କ ଶତଚେଷ୍ଟା ସତ୍ତ୍ଵେ ତାଙ୍କ ଜୀଵନ ରକ୍ଷା ସମ୍ଭଵ ହେଲା ନାହିଁ, ମୃତ୍ୟୁ ବରଣ କଲେ। ପାର୍ଟି ସାଥୀମାନେ ମହାନାୟକ ଙ୍କୁ ହରାଇଲେ। ମ୍ରିୟମାଣ ଅନନ୍ତ ପଟ୍ଟନାୟକ, ଗୁରୁ ଚରଣ ପଟ୍ଟନାୟକ, ପ୍ରାଣ ନାଥ ପଟ୍ଟନାୟକ, ଗଙ୍ଗାଧର ରଥ, ସଚ୍ଚି ରାଉତରାଏ ଇତ୍ୟାଦି ସତୀ ଚଉରା ଠାରେ ତାଙ୍କ ପାର୍ଥିବ ଶରୀରକୁ ଶେଷ ସମ୍ମାନ ଦେବା ସହ ସାମ୍ରାଜ୍ଯଵାଦୀ ଓ ପୁଞ୍ଜିବାଦୀ ଶୋଷଣରେ ଜର୍ଜରିତ ମଣିଷ ସମାଜର ସଂଘର୍ଷକୁ ଆହୁରି ତେଜିଆନ କରିବା ସ୍ଵାଧୀନତା ହାସଲ ସହ ସମାଜବାଦୀ ସମାଜ ଗଠନ ପାଇଁ ବିପ୍ଳବର ସଂକଳ୍ପ ନେଇଥିଲେ ସାଥି ମାନେ। ତାଙ୍କର ଏହି ସେବା ଓ ଯେଉଁ ଅଞ୍ଚଳରେ ଭୁମି ଅଧିକାର, ଜୀଵିକାର ଅଧିକାର, ସାମାଜିକ ଵୈଶମ୍ଯ ଓ ଶୋଷଣ ଵୀରୋଧରେ ଆନ୍ଦୋଳନ କେଵେ ବ୍ୟର୍ଥ ଯିବ ନାହିଁ। ଆମେ ତା'ଙ୍କ ଲକ୍ଷ୍ୟ ଆଦର୍ଶରେ ଗଣ ଵିପ୍ଳଵ ମାଧ୍ୟମରେ ଶୋଷଣ,ଘୃଣା ଓ ଅତ୍ୟାଚାର ମୁକ୍ତ ନୂତନ ସମାଜ ଗଠନର ବ୍ରତୀମାନେ ସଂକଳ୍ପଵଦ୍ଧ ହୋଇଛୁ। କମ୍ରେଡ୍ ଭଗବତୀ ଚରଣ ପାଣିଗ୍ରାହୀ ଲାଲ ସଲାମ।
Red Salute to the Great Revolutionary Freedom Fighter, Marxist Ideolougue, One of the Pioneers of Progressive Odia Literature & Founder of Nabayuga Sahitya Sansad and 1st & Founder Secretary of Communist Party of India in Odisha, Comrade Bhagabati Charan Panigrahi on his 81st Death Anniversary. He got birth on 1st February 1908. After Completion of his Post Graduation from Patna University in Economics. He was attracted towards Marxism & Leninism. He tried to educate people by popular progressive, heart touching odia stories like Junglee, Mimansa, Mrutyura Bibechana, Samayatita, Mishranka Kopa, Banchita, Arambha o' Shesa, Hatudi o' Da'a etc. Along with the Progressive Literature & Communist party organisation he was dedicated to serve people at need. He went Ganjam to serve Cholerah affected people & eventually affected to cholerah. He returned back to Cuttack and admitted to hospital but could not recover. He died on 23rd October 1943. CPI Comrades like Ananta Pattnaik, Gurucharan Pattnaik, Gangadhar Ratha were depressed & disappointed on his untimely demise and they cremated his mortal remains at Satichoura. His services to mankind will not go in vein but communism will lead people for building a new society free of exploitation. The Great Revolutionary Comrade Bhagabati Charan Panigrahi will remain as Torch bearer for Revolution & building New Society free of exploitation & hate.Red Salute to the Great Revolutionary Comrade Bhagabati Charan Panigrahi on His Death Anniversary on 23rd October.