Odisha Pride

ଗୋଟିଏ ଦିନ ଏମିତି ଆସିବ,ଯେବେ ସାରା ଭାରତ ବର୍ଷ ରେ କଂଗ୍ରେସ ର ହିଁ ସରକାର ଥିବ ବୋଲି ବଡ ବୟାନ ଦେଲେ ରାହୁଲ ଗାନ୍ଧୀ ।
15/09/2026

ଗୋଟିଏ ଦିନ ଏମିତି ଆସିବ,ଯେବେ ସାରା ଭାରତ ବର୍ଷ ରେ କଂଗ୍ରେସ ର ହିଁ ସରକାର ଥିବ ବୋଲି ବଡ ବୟାନ ଦେଲେ ରାହୁଲ ଗାନ୍ଧୀ ।

💥ନିର୍ବାଚନ ଇତିହାସରେ ବିଜେପିର ଅଜବ ରେକର୍ଡ, ରାଜସ୍ଥାନରେ ମିଳିଲା ମାତ୍ର '୧' ଭୋଟ୍!👉ରାଜସ୍ଥାନର ଦିଦୱାନା-କୁଚାମନ ଜିଲ୍ଲା ଅନ୍ତର୍ଗତ ପର୍ବତସ...
15/09/2026

💥ନିର୍ବାଚନ ଇତିହାସରେ ବିଜେପିର ଅଜବ ରେକର୍ଡ, ରାଜସ୍ଥାନରେ ମିଳିଲା ମାତ୍ର '୧' ଭୋଟ୍!

👉ରାଜସ୍ଥାନର ଦିଦୱାନା-କୁଚାମନ ଜିଲ୍ଲା ଅନ୍ତର୍ଗତ ପର୍ବତସର ପୌରପାଳିକାର ୱାର୍ଡ ନଂ ୧୩ ପାଇଁ ବିଜେପି କୈଳାଶଚାନ୍ଦଙ୍କୁ ନିଜର ପ୍ରାର୍ଥୀ କରିଥିଲା। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ହିନା ଖାନମ୍ ୩୭୬ଟି ଭୋଟ୍ ପାଇ ଏହି ଆସନ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ରସିଦ୍ ଖାନ୍ ୧୯୫ଟି ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।

👉ତେବେ ବିଜେପି ପ୍ରାର୍ଥୀଙ୍କ ଭୋଟ୍ ସଂଖ୍ୟା ଥିଲା ମାତ୍ର ‘ଗୋଟିଏ’! ତାଙ୍କୁ କାହିଁକି ମାତ୍ର ଗୋଟିଏ ଭୋଟ୍ ମିଳିଲା?

👉ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୈଳାଶଚାନ୍ଦ ବୁଝାଇଥିଲେ ଯେ ସେ ୱାର୍ଡ ନଂ ୧୨ର ଜଣେ ପଞ୍ଜୀକୃତ ଭୋଟର ଥିଲେ। ତଥାପି, ତାଙ୍କ ଦଳ (ବିଜେପି) ତାଙ୍କୁ ପଡ଼ୋଶୀ ୱାର୍ଡ ନଂ ୧୩ରୁ ପ୍ରାର୍ଥୀ କରିଥିଲା।

👉ନିଜର ୱାର୍ଡ ଅଲଗା ହୋଇଥିବାରୁ ସେ ନିଜ ପାଇଁ ଭୋଟ୍ ଦେଇପାରିନଥିଲେ, ଫଳସ୍ୱରୂପ ତାଙ୍କ ଭୋଟ୍ ସଂଖ୍ୟା ମାତ୍ର ଗୋଟିଏରେ ସୀମିତ ରହିଯାଇଥିଲା।

15/09/2026

💥ନୂଆଖାଇ ଜୁହାର🙏 ସିଏମ୍ କିଷାନ ଟଙ୍କା ପାଇଛନ୍ତି କି ନାହିଁ ?




💥ପିଏଫ୍ ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ଏଣିକି ହ୍ୱାଟ୍ସଆପ୍‌ରେ ହିଁ ମିଳିବ PF ର ସବୁ ତଥ୍ୟ !👉କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ (E...
15/09/2026

💥ପିଏଫ୍ ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ଏଣିକି ହ୍ୱାଟ୍ସଆପ୍‌ରେ ହିଁ ମିଳିବ PF ର ସବୁ ତଥ୍ୟ !

👉କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ (EPFO) ନିଜର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ତଥା ସହଜ ସେବା ଆରମ୍ଭ କରିବାକୁ ଯାଉଛି। ଏଣିକି ପିଏଫ୍ ସମ୍ବନ୍ଧୀୟ ଛୋଟବଡ଼ ସୂଚନା ପାଇଁ ଅଫିସ୍ ଦୌଡ଼ିବା କିମ୍ବା ୱେବସାଇଟ୍‌ରେ ବାରମ୍ବାର ଲଗ୍-ଇନ୍ କରିବାକୁ ପଡ଼ିବ ନାହିଁ।

👉କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏହାର ଅଧିକାରିକ ହ୍ୱାଟ୍ସଆପ୍‌ ଚ୍ୟାନେଲ୍‌ ଆରମ୍ଭ କରିଛି । ଏଣିକି EPFO ସଦସ୍ୟ ଏବଂ ପେନ୍‌ସନର୍‌ମାନେ ହ୍ୱାଟ୍ସଆପ୍‌ ମାଧ୍ୟମରେ ପିଏଫ ଖାତା ସମ୍ପର୍କିତ ବିଭିନ୍ନ ନୂଆ ଅପଡେଟ୍‌ ଓ ସେବା ସମ୍ପର୍କରେ ସୂଚନା ପାଇପାରିବେ। ଏନେଇ ଇପିଏଫଓ ପକ୍ଷରୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସୂଚନା ଦିଆଯାଇଛି।

1️⃣​ନିଜ ହ୍ୱାଟ୍ସଆପ୍‌ ମାଧ୍ୟମରେ ହିଁ ଚେକ୍ କରିପାରିବେ ପିଏଫ୍ ବାଲାନ୍ସ।
2️⃣ପେନସନ୍ ସମ୍ବନ୍ଧୀୟ ତଥ୍ୟ ଓ ଆପଣଙ୍କ ପାସବୁକ୍ ବିବରଣୀ ତୁରନ୍ତ ଉପଲବ୍ଧ ହେବ।
3️⃣ଯଦି କୌଣସି ଅଭିଯୋଗ ଥାଏ, ତେବେ ତାହାକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କରିବା ସହ ତାର ଷ୍ଟାଟସ୍ ମଧ୍ୟ ଟ୍ରାକ୍ କରିହେବ।

✅ଡିଜିଟାଲ୍ ସେବାକୁ ଆହୁରି ସରଳ କରି ସାଧାରଣ କର୍ମଚାରୀଙ୍କ ସମୟ ବଞ୍ଚାଇବା ପାଇଁ EPFO ର ଏହି ପଦକ୍ଷେପ ପ୍ରକୃତରେ ପ୍ରଶଂସନୀୟ। ନିଜ ବନ୍ଧୁ ଓ ପରିବାରର ସମସ୍ତ ଚାକିରିଆ ସଦସ୍ୟଙ୍କ ସହ ଏହି ଜରୁରୀ ସୂଚନା ନିଶ୍ଚୟ ଶେୟାର କରନ୍ତୁ!

🚨ପୂର୍ବ ସରକାର ଅମଳରେ ନିୟନ୍ତ୍ରଣରେ ଥିଲା ବଜାର, ଏବେ ନୂଆ ସରକାରଙ୍କ ୨ ବର୍ଷରେ ଲୋକଙ୍କ ପକେଟ୍ କାଙ୍ଗାଳ ! କାହିଁକି ଏ ଅସମ୍ଭାଳ ମହଙ୍ଗା ମାଡ଼...
15/09/2026

🚨ପୂର୍ବ ସରକାର ଅମଳରେ ନିୟନ୍ତ୍ରଣରେ ଥିଲା ବଜାର, ଏବେ ନୂଆ ସରକାରଙ୍କ ୨ ବର୍ଷରେ ଲୋକଙ୍କ ପକେଟ୍ କାଙ୍ଗାଳ ! କାହିଁକି ଏ ଅସମ୍ଭାଳ ମହଙ୍ଗା ମାଡ଼ ? କେବେ ପୁଣି ଫେରିବ ସେଇ ପୁରୁଣା ସ୍ଥିତି ?

👉ନୂଆ ସରକାର ଆସିବାର ୨ ବର୍ଷ ଭିତରେ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଗଲାଣି। ଡାଲି, ଚାଉଳ, ତେଲ, ଚିନିଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ— ସବୁକିଛିର ଦର ଆକାଶଛୁଆଁ !

1️⃣ନୂଆ ସରକାର ଆସିବା ପରେ ସୁଭଦ୍ରା ଯୋଜନା ନାମରେ ପ୍ରତି ୬ ମାସରେ କୋଟି କୋଟି ଟଙ୍କା ବଣ୍ଟା ଯାଉଛି, ସେହି ବୋଝ ଭରଣା କରିବାକୁ ଯାଇ ପରୋକ୍ଷରେ ଟିକସ ଓ ବଜାର ଦର ବଢ଼ାଯାଉଛି କି?
2️⃣ଗୋଟିଏ ହାତରେ ସାମାନ୍ୟ ସହାୟତା ଦେଇ ଆର ହାତରେ ସାଧାରଣ ଖାଉଟିଙ୍କ ପକେଟ୍‌ରୁ ମହଙ୍ଗା ମାଡ଼ ଜରିଆରେ ସବୁ ଲୁଟିନେବା କେଉଁ ପ୍ରକାରର ନ୍ୟାୟ?
3️⃣ବଜାରରେ କଳାବଜାରୀ ଓ ମନମାନୀ ଦର ରୋକିବାରେ ସରକାର ଏତେ ନିରବ ଓ ନାଚାର କାହିଁକି?

✅ଏହି ଅସମ୍ଭାଳ ମହଙ୍ଗା ମାଡ଼ ପଛରେ ଅସଲ କାରଣ କ’ଣ, ସରକାର ଓଡ଼ିଶାବାସୀଙ୍କ ସାମ୍ନାରେ ତୁରନ୍ତ ତାର ସ୍ପଷ୍ଟୀକରଣ ରଖନ୍ତୁ।

👉କେବଳ ଭାଷଣ ଓ ଯୋଜନାର ପ୍ରଚାରରେ ପେଟ ପୂରେନାହିଁ, ଦର ନିୟନ୍ତ୍ରଣ ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନିଅନ୍ତୁ!

✅ଏ ନେଇ ନିଜର ମତାମତ କଣ କମେଣ୍ଟ ରେ ଜଣାନ୍ତୁ👇

💥ପ୍ରଥମେ ଅଭ୍ୟାସ କରାଇଲେ, ଏବେ ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତୁତି? କେମିତିକା ଡିଜିଟାଲ୍ ଇଣ୍ଡିଆ?✅ସରକାର ଗୋଟିଏ ପଟେ ବଡ଼ ବଡ଼ ଦାବି କରି କହୁଛନ୍...
15/09/2026

💥ପ୍ରଥମେ ଅଭ୍ୟାସ କରାଇଲେ, ଏବେ ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତୁତି? କେମିତିକା ଡିଜିଟାଲ୍ ଇଣ୍ଡିଆ?

✅ସରକାର ଗୋଟିଏ ପଟେ ବଡ଼ ବଡ଼ ଦାବି କରି କହୁଛନ୍ତି— "ଦେଶ ଡିଜିଟାଲ ହେଉଛି, କ୍ୟାସଲେସ୍ କାରବାର କରନ୍ତୁ, ନକଲି ନୋଟ୍ ଓ ଠକେଇରୁ ବଞ୍ଚନ୍ତୁ।" ଚା' ଦୋକାନୀଠାରୁ ଆରମ୍ଭ କରି ବଡ଼ ବେପାରୀ ଯାଏଁ, ସମସ୍ତେ ସରକାରଙ୍କ କଥାରେ ଭରସା କରି UPI ଆପଣେଇଲେ। ଲୋକେ ମାସକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଡିଜିଟାଲ୍ କାରବାର କରି ରେକର୍ଡ ଗଢ଼ିଲେ।

👉କିନ୍ତୁ ଏବେ ଖବର ଆସୁଛି— "୨୦୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ଉପରେ ଚାର୍ଜ ଲାଗିବନି।"

👉ହେଲେ ପ୍ରକୃତ ପ୍ରଶ୍ନ ହେଉଛି: ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ଚାର୍ଜ ଲଗାଇବାର ବାଟ କାହିଁକି ଖୋଲାଯାଉଛି?

1️⃣ଯେତେବେଳେ ସାରା ଦେଶ ନଗଦ ଟଙ୍କା ଛାଡ଼ି UPI ବ୍ୟବହାର କରିବା ଆରମ୍ଭ କଲା, ଠିକ୍ ସେତିକିବେଳେ ଟିକସ ବା ଚାର୍ଜ ଲଗାଇବା କଥା କାହିଁକି ଉଠୁଛି?
2️⃣ଆଗରୁ ସବୁ କିଛି ମାଗଣା ରଖି ଲୋକଙ୍କୁ ଅଭ୍ୟସ୍ତ କରାଗଲା, ଆଉ ଏବେ କାରବାର ବଢ଼ିଯିବା ପରେ ପକେଟ୍ କାଟିବାକୁ ଯୋଜନା?
3️⃣ସରକାର ଯଦି ବ୍ୟବସାୟୀଙ୍କ ଉପରେ ଚାର୍ଜ ଲଗାଇବେ, ତେବେ ସେହି ବୋଝ ଶେଷରେ ସାଧାରଣ ଖାଉଟିଙ୍କ ମୁଣ୍ଡ ଉପରେ ହିଁ ପଡ଼ିବନି କି?

👉ଆପଣମାନଙ୍କର ଏହି ନିଷ୍ପତ୍ତି ଉପରେ କ’ଣ ମତ? ନିଜ ମନ୍ତବ୍ୟ ନିଶ୍ଚୟ ଜଣାନ୍ତୁ।

"ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ପର୍ବ ନୂଆଖାଇ ଅବସରରେ ସମସ୍ତଙ୍କୁ ମୋର ନୂଆଖାଇ ଜୁହାର୍🙏🙏  ମାଆ ସମଲେଶ୍ୱରୀ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସ...
15/09/2026

"ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ପର୍ବ ନୂଆଖାଇ ଅବସରରେ ସମସ୍ତଙ୍କୁ ମୋର ନୂଆଖାଇ ଜୁହାର୍🙏🙏
ମାଆ ସମଲେଶ୍ୱରୀ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦିଅନ୍ତୁ!"

🔴ରାମଦେବ ବାବାଙ୍କ 'ପତଞ୍ଜଳି ହୁକ୍କା' , ବାବାଙ୍କ ଦାବି ଏ ହୁକ୍କା ଟାଣିଲେ ରହିବେ ଫିଟ୍ ।👉ଯୋଗଗୁରୁ ବାବା ରାମଦେବ ଏବେ ଏମିତି ଏକ 'ଆୟୁର୍ବେଦି...
13/09/2026

🔴ରାମଦେବ ବାବାଙ୍କ 'ପତଞ୍ଜଳି ହୁକ୍କା' , ବାବାଙ୍କ ଦାବି ଏ ହୁକ୍କା ଟାଣିଲେ ରହିବେ ଫିଟ୍ ।

👉ଯୋଗଗୁରୁ ବାବା ରାମଦେବ ଏବେ ଏମିତି ଏକ 'ଆୟୁର୍ବେଦିକ ହୁକ୍କା' ପ୍ରସ୍ତୁତ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଚାଲିଛି ।

✅ରୋଚକ କଥା ହେଉଛି ଏଥିରେ କୌଣସି ତମ୍ବାଖୁ କିମ୍ବା କେମିକାଲ୍ ଫ୍ଲେଭର୍ ନାହିଁ । ଏହା ହେଉଛି ରାମଦେବଙ୍କ ସ୍ପେଶାଲ୍ 'ଆୟୁର୍ବେଦିକ ହୁକ୍କା'। ଭିଡିଓରେ ଦେଖିବାକୁ ମିଳିଛି ଯେ, ବାବା ରାମଦେବ ନିଜେ ଏହି ହୁକ୍କାକୁ ପ୍ରସ୍ତୁତ କରୁଛନ୍ତି ଆଉ ପାଖରେ ବସିଥିବା ଲୋକଙ୍କୁ ଏହାର ଫାଇଦା ବିଷୟରେ ବୁଝାଉଛନ୍ତି ।

👉ବାବାଙ୍କ ଏହି ଔଷଧୀୟ ହୁକ୍କାକୁ ତିଆରି କରିବା ପାଇଁ ଯେଉଁସବୁ ଜିନିଷର ବ୍ୟବହାର କରାଯାଇଛି, ତାହା ଆମ ରୋଷେଇ ଘରେ ସହଜରେ ମିଳିଯାଇଥାଏ । ଏଥିରେ ପଡ଼ିଛି ମୁଲେଠି, ହଳଦୀ, ସୋରିଷ, ଜୁଆଣି, ଦେଶୀ କର୍ପୂର, ଘିଅ ଏବଂ କାକଡ଼ା ସିଙ୍ଗି ।

👉ରାମଦେବଙ୍କ ଦାବି ଯେ ଏ ଆୟୁର୍ବେଦିକ ହୁକ୍କା ଟାଣିବା ଦ୍ୱାରା ଶରୀରର ବାତ, ପିତ୍ତ ଏବଂ କଫ ଦୋଷ ଦୂର ହେବ । କେବଳ ସେତିକି ନୁହେଁ, ଥଣ୍ଡା, କାଶ ଏବଂ ନାକ ବନ୍ଦ ହେବା ଭଳି ଶ୍ୱାସଜନିତ ସମସ୍ୟାରୁ ମଧ୍ୟ ଏହା ତୁରନ୍ତ ଆରାମ ଦେବ ।

😀😀😀😀😀😀ଜଣେ ଭାଇ ଙ୍କ ର ମତ......ମୁଁ ବି ଏକଥା ରେ ଏକ ମତ 🤝ଆପଣଙ୍କ ର ମତ କଣ ? 🤪
13/09/2026

😀😀😀😀😀😀
ଜଣେ ଭାଇ ଙ୍କ ର ମତ......ମୁଁ ବି ଏକଥା ରେ ଏକ ମତ 🤝
ଆପଣଙ୍କ ର ମତ କଣ ? 🤪

13/09/2026

✅ସୁଭଦ୍ରା ଯୋଜନା ରେ Status - Under Process ଥିଲେ କଣ କରିବେ ? କେବେ ମିଳିବ ଟଙ୍କା ଦେଖନ୍ତୁ....




Address

Balasore

Website

Alerts

Be the first to know and let us send you an email when Odisha Pride posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share